1 ଆମର୍ ଉଦେସ୍ରେ ଜାଜକ୍ କାମ୍ କର୍ବାକେ ସେମନ୍କେ ବାଚ୍ବାକେ ତମେ ସେମନର୍ ପାଇ ଏ ସବୁ କାମ୍ କର୍ସା, ନିମାନ୍ଟା ଗଟେକ୍ ପସୁ ଆରି ଦୁଇଟା ମେଣ୍ଡା ନେଇସା, 2 ଆରି କମିର୍ ନ ମିସ୍ଲା ରୁଟି, ଚିକନ୍ ମିସି ତାଡି ନ ମିସ୍ଲା ପିଟା, ଚିକନ୍ ସଙ୍ଗେ କମିର୍ ନ ମିସ୍ଲା ସାନ୍ ସାନ୍ ଚକ୍ଲି ଗମ୍ ଚୁନା ସଙ୍ଗେ ତିଆର୍ କର୍ସା । 3 ଆରି ସେଟା ଗଟେକ୍ ଡାଲାଇ ପୁରାଇସା, ଆରି ପସୁ ପିଲା ଆରି ଦୁଇଟା ମେଣ୍ଡା ଆନ୍ସା । 4 ଆରି ଆରଣକେ ଆରି ତାର୍ ପିଲାମନ୍କେ ସମାଗମ୍ ତୁମ୍ ଦୁଆରେ ଆନି ପାନି ଗାଦୁଆଇସା । 5 ତାର୍ପଚେ ସେ ସବୁ ବସ୍ତର୍ ନେଇ ଆରଣକେ ଜାମା, ଏପଦ୍ ଚଗା, ଏପଦ୍ ଆରି ବୁକୁପାଟା, ବସ୍ତର୍ ପିନ୍ଦାଇସା ,ଆରି କାବ୍ରା ଚିତ୍ରା ବାନାର୍ ପଚିଆ ଆଁଟାଇ ବାନ୍ଦ୍ସା । 6 ତାର୍ ମୁଣ୍ଡେ ପଗ୍ଡି ବାନ୍ଦି ତାର୍ ଉପ୍ରେ ସୁକଲ୍ ସଜ୍ ପିନ୍ଦାଇସା । 7 ତାର୍ପଚେ ଅବିସେକ୍ କର୍ବା ଚିକନ୍ ନେଇ ତାର୍ ମୁଣ୍ଡେ ଡାଲି ତାକେ ଅବିସେକ୍ କରା । 8 ଆରି ତମେ ଆରଣର୍ ପିଲାମନ୍କେ ଡାକି ଆନି ବସ୍ତର୍ ପିନ୍ଦାଇସା। 9 ଆରି ଆରଣକେ ଆରି ତାର୍ ପିଲାମନ୍କେ ବସ୍ତର୍ ପିନ୍ଦାଇ ସେମନର୍ ମୁଣ୍ଡେ ସଜ୍ ବାନ୍ଦ୍ସା ; ତାର୍ପଚେ ସେମନ୍ ସାରାସାରି ଜାକ ବିଦି ଇସାବେ ଜାଜକ୍ କାମ୍ କର୍ବାଇ, ସେମ୍ତି ଆକା ଆରଣକେ ଆରି ତାର୍ ପିଲାମନ୍କେ ବାଚ୍ସା ।
10 ତାର୍ପଚେ ତମେ ସମାଗମ୍ ତୁମ୍ ମୁଆଟେ ସେ ବେଣ୍ଡିଆ ବାଚା ପିଲା କେ ଆନି ଆରନ୍ର ଆରି ତାର୍ ପିଲାମନର୍ ଆତ୍ ବାଚାର୍ ମୁଣ୍ଡେ ଚିଆଇବାଇ । 11 ତାର୍ପଚେ ସମାଗମ୍ ତୁମ୍ ଦୁଆରେ ସବୁବେଲର୍ ମାପ୍ରୁର୍ ଲଗେ ସେ ବାଚା ପିଲାକେ ମାର୍ସା । 12 ତାର୍ପଚେ ସେ ବାଚା ପିଲାର୍ ବନି କଣ୍ଡେକ୍ ଆଙ୍ଗ୍ଟି ସଙ୍ଗେ ଚିଆଇ ନେଇ ବେଦି ସିଙ୍ଗ ଉପ୍ରେ କାପାଲେ ଲାଗାଇସା, ଆରି ସର୍ତେ ବନି ବେଦିର୍ କୁନାଦି ତେଇ ରକଇସା । 13 ଆରି ତାର୍ ଆତିପଟାର୍ ବସ୍ ଆରି ଉପରେ ରଇବା କଲଜ୍ ଡୁଣ୍ଡା ଆରି ଦୁଇଟା କିଡ୍ନି ଆରି ତାର୍ ଉପ୍ରର୍ ବସ୍ ବେଟି ବେଦି ତେଇ ପଡାଇସା । 14 ମାତର୍ ପସୁର୍ ମାଉସ୍, ଚାମ୍ ଆରି ଗବର୍ ନେଇ ତମର୍ ବାଇଲେ ପଡାଇସା, ସେଟା ପାପର୍ ପାଇ ପୁଜ୍ବାଟା ଅଇସି ।
15 ତାର୍ପଚେ ତମେ ପର୍ତୁମ୍ ମେଣ୍ଡା ନେଇସା ଆରି ଆରଣର୍ ଆତ୍ ଆରି ତାର୍ ପିଲାମନର୍ ଆତ୍ ନେଇ ମେଣ୍ଡାର୍ ମୁଣ୍ଡେ ଚିଆଇସା । 16 ଆରି ସେ ମେଣ୍ଡାକେ ମାରି ତାର୍ ବନି ନେଇ ବେଦିର୍ ଚାରିବେଟ୍ତି ଚିଚ୍ସା । 17 ତାର୍ ପଚେ ମେଣ୍ଡାକେ ସାନ୍ ସାନ୍ କରି କାଟି ତାର୍ ଆତ୍ନିପଟା ଆରି ଗଡ୍ ଦଇ ସାନ୍ ସାନ୍ କାଟ୍ଲାତେଇ ମିସାଇ ବେଦିର୍ ମୁଣ୍ଡେ ସଙ୍ଗଇସା । 18 ଆରି ତମେ ମେଣ୍ଡାର୍ଟା ସର୍ତେ ଜାକ ବେଦି ଉପ୍ରେ ପଡାଇସା, ସେଟା ସବୁବେଲର୍ ମାପ୍ରୁର୍ ଅମ୍ବଲି ଆରି ସୁକର୍ ବାସ୍ନା ବଲି ସବୁବେଲର୍ ମାପ୍ରୁର୍ ନାଉଁରେ ଜଇକେ ଦାନ୍ ଦେବାଟା ଅଇସି ।
19 ତାର୍ପଚେ ତମେ ଆରି ଗଟେକ୍ ମେଣ୍ଡାକେ ନେଇସା, ଆରି ଆରଣ ଆରି ତାର୍ ପିଲାମନର୍ ଆତ୍ ନେଇ ମେଣ୍ଡାର୍ ମୁଣ୍ଡେ ଚିଆଇସା । 20 ଆରି ତମେ ସେ ମେଣ୍ଡାକେ ମାରି ତାର୍ ବନି କଣ୍ଡେକ୍ ନେଇ ଆରଣର୍ ଆରି ତାର୍ ପିଲାମନର୍ ଉଜା କାନେ ଆରି ସେମନର୍ ଉଜା ଆତର୍ ମାଇଆଙ୍ଗ୍ଟା ଆରି ଉଜା ଗଡର୍ ମାଇଆଙ୍ଗ୍ଟା ତେଇ ଲାଗାଇସା, ଆରି ସେ ବନି ବେଦିର୍ ଉପ୍ରେ ଚାରିବେଡ୍ତି ଚିଚ୍ବାଇ । 21 ତାର୍ପଚେ ବେଦି ଉପ୍ରର୍ ବନି ଆରି ଅବିସେକ୍ କର୍ବା ଚିକନ୍ ଅଲପ୍ ନେଇ ଆରନ୍ର ଉପ୍ରେ ଆରି ତାର୍ ବସ୍ତର୍ ଉପ୍ରେ ଆରି ତାର୍ ସଙ୍ଗେ ତାର୍ ପିଲାମନର୍ ଉପ୍ରେ ଆରି ସେମନର୍ ବସ୍ତର୍ ଉପ୍ରେ ଚିଚ୍ବାଇ, ତାର୍ପଚେ ସେ ତାର୍ ସଙ୍ଗ୍ ତାର୍ ବସ୍ତର୍ ଆରି ତାର୍ ପିଲାମନନ୍ ଆରି ତାକର୍ ବସ୍ତର୍ ସୁକଲ୍ ଅଇସି । 22 ଆରି ସେ ମେଣ୍ଡାର୍ ବସ୍ ଆରି ଲେଞ୍ଜ୍ ଲଗର୍ ଚର୍ବି ଆରି ଆତିପଟାର୍ ବସ୍ ଆରି ଉପ୍ରେ ରଇବା କଲଜ୍ ଡୁଣ୍ଡାର୍ ଲଗର୍ ବସ୍ ଆରି ଦୁଇଟା କିଡ୍ନି ଆରି ତାର୍ ଉପ୍ରେ ରଇବା ବସ୍ ଆରି ଉଜା ବାଟର୍ ଜଙ୍ଗ୍ ନେଇସା, କାଇକେବଇଲେ ସେଟା ବଲି ଦେଲା ମେଣ୍ଡା । 23 ଆରି ସବୁବେଲର୍ ମାପ୍ରୁର୍ ଲଗେ ଆନିରଇଲା କମିର୍ ନମିସ୍ଲା ରୁଟି ଆରି ଡାଲାର୍ ଗଟେକ୍ ରୁଟି ଆରି ଚିକନ୍ ମିସ୍ଲା ଗଟେକ୍ ପିଟା ଆରି ଗଟେକ୍ ସାନ୍ ଚକ୍ଲି ନେଇସା । 24 ସେଟା ସର୍ତେ ଆରଣର୍ ଆତେ ଆରି ତାର୍ ପିଲାମନର୍ ଆତେ ଦେଲେ, ସେମନ୍ ଚକଟ୍ବାଟା ନଇବେଦିଅକେ ନେଇ ସବୁବେଲର୍ ମାପ୍ରୁର୍ ମୁଆଟେ ସେଟା ଚକଟ୍ବାଇ । 25 ତମେ ସେମନର୍ ଆତେ ଅନି ସର୍ତେ ନେଇ ସୁକର୍ ବଲି ସବୁବେଲର୍ ମାପ୍ରୁର୍ ନାଅଁରେ ବେଦି ଉପ୍ରେ ପଡାଆ, ସେଟା ସବୁବେଲର୍ ମାପ୍ରୁର୍ ଲଗେ ଜଇର୍ ବଲି ଦାନ୍ ଅଇସି ।
26 ତମେ ଆରଣକେ ବଲି କଲା ମେଣ୍ଡାର୍ ବୁକ୍ ନେଇ ଚକଟ୍ବାଟା ନଇବେଦିଅକେ ସବୁବେଲର୍ ମାପ୍ରୁର୍ ମୁଆଟେ ସେଟା ଚକଟ୍ବାଟା ଆରି ସେ କଣ୍ଡିଆଟା ତମର୍ଟା ଅଇସି । 27 ଆରି ଆରଣର୍ ଆରି ତାର୍ ପିଲାମନର୍ ପଦ୍ନିଜର୍ତକ ମେଣ୍ଡାର୍ ବୁକ୍ ବାନି ଦଲିଅ ନଇବେଦିଅ ଚକଟ୍ବାଟା ଆରି ଜନ୍ ଜଙ୍ଗ୍ ପାରା ଉପର୍କେ ଉଟାଇବା ବେଟ୍ ଉପର୍କେ ଉଟାଇସା, ସେଟା ତମେ ସୁକଲ୍ କର୍ସା । 28 ତାର୍ପଚେ ସାରାସାରି ଜାକ ବିଦି ସଙ୍ଗେ ଇସ୍ରାଏଲର୍ ପିଲାମନର୍ ଉପ୍ରେ ଆରନ୍ ଆରି ତାର୍ ପିଲାମନର୍ ଅଦିକାର୍ କର୍ବାଇ, କାଇକେବଇଲେ ସେଟା ଉତଲନିଅ ଚାନ୍ଦା ଅଇସି ,ଇସ୍ରାଏଲର୍ ଜନ୍ ପିଲାମନର୍ ଉତଲନିଅ ଚାନ୍ଦା ସେମନର୍ ମଙ୍ଗ୍ଲର୍ ବଲି ଅଇସି ,ଏଟା ସବୁବେଲର୍ ମାପ୍ରୁର୍ ନାଅଁରେ ଉତଲନିଅ ଚାନ୍ଦା ଅଇସି । 29 ଆରି ଆରଣ ମଲା ପଚେ ତାର୍ ସୁକଲ୍ ବସ୍ତର୍ ତାର୍ ପିଲାମନର୍ ଅଇସି, ଅବିସେକ୍ ଆରି କାମ୍ କର୍ବା ପଦ ଟିଆକଲା ବେଲାଇ ସେମନ୍ ସେଟା ପିନ୍ଦ୍ବାଇ । 30 ତାର୍ ପିଲାମନର୍ ବିତ୍ରେ ଅନି ଜନ୍ ପିଲା ଆରଣର୍ ବାଦୁଲ୍ ଜାଜକ୍ ଅଇ ସୁକଲ୍ ଜାଗାଇ ସେବା କର୍ବାକେ ସମାଗ୍ମ ତୁମ୍ ତେଇ ଆଇସି, ସେ ବସ୍ତର୍କେ ସାତ ଦିନ୍ ଜାକ ପିନ୍ଦ୍ସି । 31 ତାର୍ପଚେ ଚଗାଇଲା ବଲି ରଇଲା ମେଣ୍ଡାର୍ ମାଉସ୍ ନେଇ ଗଟେକ୍ ସୁକଲ୍ ଜାଗାଇ ସିଜାଇସା । 32 ଆରି ଆରଣ ଆରି ତାର୍ ପିଲାମନ୍ ସମାଗମ୍ ତୁମ୍ ଦୁଆରେ ବସି ସେ ମେଣ୍ଡାର୍ ମାଉସ୍ ଆରି ଡାଲାଇ ପୁରାଇ ନେଇରଇଲା ରୁଟି କାଇବାଇ । 33 ଆରି ଜାଜକ୍ ପଦ୍ ଟିଆଅଇବାକେ ଆରି ସୁକଲ୍ କର୍ବାକେ ଜନ୍ଟା ବଲିଦେଲା ସେଟା ସେମନ୍ କାଇବାଇ, ମାତର୍ ବିନ୍ ବଁସର୍ ଲକ୍ ସେଟା ନ କାଅତ୍, କାଇକେବଇଲେ ସେଟା ସୁକଲ୍ ଜିନିସ୍ । 34 ଆରି ସେ ପଦ୍ ଟିଆଅଇବା ମାଉସ୍ ଆରି ରୁଟି ସାକାଲ୍ ପାଇବା ଜାକ କାଇ ନାପାରି ଉବ୍ରି ରଇଲେ, ସେ ଉବ୍ରଲା ମାଉସ୍ ଜଇ ଲାଗାଇ ପଡାଇ ଦିଆସ୍, କେ ମିସା ସେଟା ନ କାଅତ୍, କାଇକେବଇଲେ ସେଟା ସୁକଲ୍ ଜିନିସ୍ । 35 ଆମେ ତମ୍କେ କେନ୍ତାର ଆଦେସ୍ ଦେଇ ଆଚୁ, ସେ ଇସାବେ ତମେ ଆରଣକେ ଆରି ତାର୍ ପିଲା ମନ୍କେ କର୍ସା, ସେମନ୍ ବଲି କର୍ବାକେ ସାତ୍ ଦିନ୍ କର୍ସା। 36 ଆରି ତମେ ପାପ୍ କେମା ପାଇବା ପାଇ ସବୁ ଦିନ୍ ପାପର୍ ବଲି ବାବ୍ରେ ଗଟେକ୍ ବାଚାକେ ବଲି ଦିଆସ୍, ଆରି, ସେଟା ବେଦି ଲଗେ ସର୍ପି ଦିଆସ୍, ସେଟା ପାପ୍ ମୁକ୍ଲାଇସି ଆରି ସୁକଲ୍ କର୍ବାକେ ତାକେ ଅବିସେକ୍ କର୍ସା । 37 ତମେ ବେଦିର୍ ପାଇ ସାତ ଦିନ୍ ଜାକ ସର୍ପି କରି ସୁକଲ୍ କର୍ସା, ତାର୍ପଚେ ବେଦି ବଡ୍ ସୁକଲ୍ ଅଇସି ଆରି, ଜନ୍ଟା ବେଦି ଚିଇସି, ସେଟା ସବୁ ସୁକଲ୍ ଅଇସି ।
38 ସେବେଦି ଉପ୍ରେ ତମେ ଏନ୍ତାର୍ ମେଣ୍ଡା ପୁଜ୍ସା, ତମେ ସବୁଦିନ୍ ବର୍ସେକ୍ ଲାକାର୍ ଅଇଲା ଦୁଇଟା ମେଣ୍ଡା ପୁଜ୍ସା । 39 ଗଟେକ୍ ମେଣ୍ଡା ସାକ୍ଲିଆ ବଲିକର୍ସା, ଆରିଗଟେକ୍ ମେଣ୍ଡା ସଞ୍ଜୁଆ ବଲି କର୍ସା । 40 ଆରି, ପର୍ତୁମ୍ର ମେଣ୍ଡା ସଙ୍ଗେ ଇନ୍ ପାତ୍ଲି ତେଇ ଚାର୍ ରକାମର୍ ଚିକନ୍ ମିସାଇ, ଦସ୍ ବାଗେ ଅନି ଗଟେକ୍ ବାଗ୍ ଏପାର୍ ମଇଦା ଆରି ବଲି କରି କାଇବାକେ ଇନ୍ର ଚାର୍ ରକାମର୍ବ ଅଙ୍ଗୁର୍ ରସ୍ ଆନ୍ସା । 41 ଆରି ସଞ୍ଜ୍ବେଲା ଆରିଗଟେକ୍ ମେଣ୍ଡା ବଲିକର୍ସା, ଆରି ସାକ୍ଲିଆଇ କାଦି ନଇବେଦିଅ ଆରି ଡୁକ୍ବା ନଇବେଦିଅ ପାଇ ଆସାର୍ ସୁଙ୍ଗ୍ବା ତେଇ ସବୁବେଲର୍ ମାପ୍ରୁର୍ ଉଦେସ୍ରେ ଜଇର୍ ଦାନ୍ ଉପ୍ଆର୍ ପାରା ବଲି କର୍ସା । 42 ସମାଗମ୍ ତୁମ୍ ଲଗେ ସବୁବେଲର୍ ମାପ୍ରୁ ମୁଆଟେ ତମର୍ ଆନିଦାଦିମନର୍ ନିଅମ୍ ଇସାବେ ଅମ୍ ଅଇସି, ସେ ଜାଗାଇ ମୁଇ ତମର୍ ସଙ୍ଗେ କାତା ଅଇବାକେ ଆଇବି ତମର୍ ସଙ୍ଗ୍ ବେଟ୍ଗାଟ୍ ଅଇବୁ। 43 ଆରି ସେ ଜାଗାଇ ମୁଇ ଇସ୍ରାଏଲର୍ ଲକ୍ମନର୍ ସଙ୍ଗେ ମିସ୍ବି, ଆରି ଆମର୍ ତାରାସ୍ ସଙ୍ଗେ ତମୁ ସୁକଲ୍ ଅଇସି । 44 ମୁଇ ସବା ଗର୍କେ ଆରି ବେଦିକେ ସୁକଲ୍ କର୍ବି, ଆରି ମର୍ ଜାଜାକ୍ କାମ୍ କର୍ବାକେ ଆରଣକେ ଆରି ତାର୍ ପିଲାମନ୍କେ ସୁକଲ୍ କର୍ବି । 45 ମୁଇ ଇସ୍ରାଏଲର୍ ଲକର୍ ସଙ୍ଗେ ବାସା କର୍ବି ଆରି ତାକର୍ ପର୍ମେସର୍ ଅଇବି । 46 ମୁଇ ସେମନର୍ ସବୁବେଲର୍ ମାପ୍ରୁ ପର୍ମେସର୍ ସେମନର୍ ସଙ୍ଗେ ବାସା ଅଇବାକେ ମିସର୍ ଦେସେ ଅନି ବାର୍ କରାଇ ଆନିଆଚି, ସେଟା ସେ ମନ୍ ଜାନ୍ବାଇ, ମୁଇ ସବୁବେଲର୍ ମାପ୍ରୁ ପର୍ମେସର୍ ।