1 ତାର୍ପଚେ ଲେବି ଜାତିର୍ ଗଟେକ୍ ଦାଙ୍ଗ୍ଡା ନିଜର୍ ଜାତିର୍ ଦାଙ୍ଗ୍ଡିକେ ବିବା ଅଇଲା। 2 ତାର୍ପଚେ ସେ ମାଇଜି ଗାଗ୍ଡେ ଅଇ ଗଟେକ୍ ପିଲା ଜନମ୍ କଲା, ଆରି, ସେ ପିଲା ବେସି ସୁନ୍ଦର୍ ରଇଲାଜେ ସୁନ୍ଦର୍କେ ଦେକିନାପାରି କରି, ତିନ୍ ମାସ୍ ଜାକ ଲୁଚାଇ କରି ସଙ୍ଗଇ ରଇଲାଇ । 3 ଆରି ସେ ପିଲା କେ ଲୁଚାଇ ନାପାରି, ଗଟେକ୍ ଜୁଡି ଚାଟ୍ନା ତିଆର୍ କରି ଦୁପ୍ ଆରି ଚିକଟ୍ ମାଟି ଲିପି, ପିଲାକେ ଚାଟ୍ନା ବିତ୍ରେ ଡୁଲାଇ କରି ନିଲିଆ ନାଅଁର୍ ଗାଡ୍ ତେଇ ନେଇକରି ବଁଙ୍ଗ୍ଲାଇ ଦେଲା । 4 ଆରି ପିଲା କେନ୍ତାର୍ ଅଇସି ବଲିକରି ତାର୍ ବଇନି ଦୁରିକେ ଅନି ଲୁଚିକରି ଦେକ୍ତେ ରଇଲା । 5 ତାର୍ପଚେ ପାର ରାଜାର୍ ଟକିମନ୍ ଗାଡେ ପାନି ଦଇବାକେ ଜାଇ ରଇଲାଇ, ଜୁଡି ଚାଟ୍ନା ବଙ୍ଗ୍ଲି ଆଇବାଟା ଦେକ୍ଲା ଆରି ଦାଙ୍ଗଡି ମନ୍କେ ବେଟି ଆନ୍ବାକେ କଇଲା । 6 ରାଜ୍ କୁମାରି ଜୁଡି ଚାଟ୍ନା ଉଗାଡି କରି ଦେକ୍ଲାଜେ, ବିତରେ ଗଟେକ୍ ପିଲା କାନ୍ଦ୍ଲାନି; ରାଜ୍କୁମାରି ମନଦୁକ୍ ଅଇକରି କଇଲା, ଏଟାତା ଗଟେକ୍ ଏବ୍ରିଅ ପିଲା । 7 ସେଡ୍କିବେଲେ ପିଲାର୍ ଆୟାର୍ ସାନ୍ ବଇନି ପାଲାଇ ଆସି ପାରର୍ ଟକିକେ କଇଲା, ମୁଇ ଗଟେକ୍ ଏବ୍ରିଅ ମାଇଜିକେ ଡାକି ଆନ୍ବି କି? ପିଲାକେ ଦୁଦ୍ କୁଆଇ କରି ବଡ୍କର୍ସି? 8 ତାର୍ପଚେ ପାର ରାଜାର୍ ଟକି କଇଲା, "ଜା" ଡାକି ଆନ୍; ତାର୍ପଚେ ଟକି ପାଲାଇ ଜାଇ ପିଲାର୍ ଆୟାକେ ଡାକି ଆନ୍ଲା । 9 ତାର୍ପଚେ ପାର ରାଜାର୍ ଟକି ତାକେ କଇଲା, ତୁଇ ଏ ପିଲାକେ ନେଇକରି ମର୍ ପାଇ ଦୁଦ୍ କୁଆ; ମୁଇ ତମ୍କେ ଡାବୁଦେବି, ତାର୍ପଚେ ସେ ପିଲାକେ ନେଇକରି ସେ ପିଲାକେ ଦୁଦ୍ କୁଆଇଲା। 10 ତାର୍ପଚେ ପିଲା ବଡ୍ ଅଇଲାକେ, ସେ ନେଇକରି ପାର ରାଜାର୍ ଟକିକେ ଦେଲା, ତାର୍ପଚେ ପିଲା ତାର୍ ନିଜର୍ ଅଇଲା, ଆରି ତାର୍ ନାଉଁ ମସା ବଲିକରି ଦେଲା; କାଇକେବଇଲେ ଏ ପିଲାକେ ମୁଇଁ ଗାଡେ ଅନି ବେଟି ଆନ୍ଲି ଆଚି ।
11 ତାର୍ପଚେ ମସା ବଡ୍ ଅଇଲା, ଆରି ନିଜର୍ ଲକ୍ମନ୍କେ ଜାଇ କରି ଦେକ୍ଲାଜେ, ସେମନ୍କେ ବେସି କସ୍ଟର୍ କାମ୍ କରାଇତେ ରଇଲାଇ; ଗଟେଦିନ୍ ମିସରିଅ ଲକ୍ ଏବ୍ରିଅ ଲକ୍କେ ମାର୍ବାଟା ଦେକ୍ଲା। 12 ସେଟାର୍ପାଇଁ ମସା ଏନେତେନେ ଦେକିକରି କାକେ ନ ଦେକି କରି ସେ ମିସିରିଅକେ ମାରିକରି ବାଲିପଟାଇ ତପି ଦେଲା। 13 ତାର୍ ଆରି ଗଟେ ଦିନେ ଦୁଇଟା ଏବ୍ରିଅ ଲକ୍ ମାରା ମାରି ଅଇବାଟା ଦେକି ବୁଲ୍ କଲା ଲକ୍କେ କଇଲା, ତମେ ବାଇ ବାଇ ବିତ୍ରେ କାଇକେ ମାରା ମାରି ଅଇଲାସ୍ନି ?
14 ତାର୍ପଚେ ବୁଲ୍ କଲା ଲକ୍ କଇଲା, ମିସରର୍ ଲକ୍କେ ମାର୍ଲା ପାରା ମକେ ମିସା ମାର୍ସୁକି? ତକେ କେ ବଡ୍ କରି ଆଚେ ଜେ ,ମୁଇ ବଡ୍ ଲକ୍ ବଲି ବଡ୍ପନ୍ ଦେକାଇଲୁସ୍ନି ? ତାର୍ପଚେ ଏ କାତା ଜାନିକରି ମସା ଡରିଜାଇକରି କଇଲା, ଏ କାତାତା ସବୁବାଟେ ଉଡ୍ରା ଅଇ ଜାଇଆଚେ। 15 ତାର୍ପଚେ ପାର ରାଜା ଏ କାତାକେ ସୁନିଦେଇକରି ମସାକେ ମାର୍ବାକେ କଜିବୁଲ୍ଲା, ମାତର୍, ମସା ଜାନିକରି ତେଇ ଅନି ମିଦିଅନ୍ ଦେସେ ଉଟି ଗାଲା, ଆରି ଗାଅଁ ମୁଣ୍ଡର୍ କୁଇଁକାଲେ ଜାଇ ବସି ରଇଲା । 16 ମିଦିଅନ୍ ଦେସର୍ ଜାଜକର୍ ସାତ୍ଟା ଟକିମନ୍ ରଇଲାଇ; ସେ ଟକିମନ୍ ଚେଲିମନ୍କେ ପାନି କୁଆଇବାକେ କୁଇଁକାଲେ ଅନି ପାନି ଜିକିକରି କୁଣ୍ଡେ ବର୍ତି କଲାଇ । 17 ତାର୍ପଚେ ମେଣ୍ଡାଚାରାଉମନ୍ ଆସି ସେମନ୍କେ କେଦିନେବାକେ କଇଲାଇ, ମାତର୍ ମସା ଉଟିକରି ସେମନ୍କେ ସାଇଜ କରି ସେମନର୍ ମେଣ୍ଡା ରାସିକେ ପାନି କୁଆଇଲା । 18 ତାର୍ପଚେ ସେମନ୍ ତାକର୍ ବାବା ରୁଏଲର୍ ଲଗେ ଗାଲାଇ, ତାର୍ପଚେ ତାକର୍ ବାବା ସେମନ୍କେ ପାଚାର୍ଲା, ତମେ ଆଜି କେନ୍ତି ଏଡେକ୍ ଦାପ୍ରେ ଆଇଲାସ୍ ? 19 ତାର୍ପଚେ ଟକିମନ୍ କଇଲାଇ, ଗଟେକ୍ ମିସରର୍ ଲକ୍ ଆସିକରି ଆମର୍ପାଇଁ ବଲି ମେଣ୍ଡାମନ୍କେ ପାନି ଜିକି କୁଆଇଲା । 20 ତେବେ ଜାଜକ୍ ଟକିମନ୍କେ ପାଚାର୍ଲା, ସେ କନ୍ତେଇ ଆଚେ ? ତମେ ତାକେ କାଇକେ ଚାଡି କରି ଆଇଲାସ୍ ? ତାକେ ଜାଇ ଡାକି ଆନା; ସେ ଆମର୍ ସଙ୍ଗେ ବସିକରି କାଇସି ।
21 ତାର୍ପଚେ ମସା ସେ ଗରେ ରଇବାକେ ରାଜି ଅଇଲା; ତାର୍ପଚେ ଜାଜକ୍ ତାର୍ ଟକି ସିପ୍ପରାକେ ବିବା କରି ଦେଲା । 22 ତାରପଚେ ସେ ମାଇଜି ଗରବେ ଅଇ ପିଲା ଗଟେକ୍ ଜନମ୍ କଲା, ମସା ତାର୍ ନାଉଁ ଗେର୍ସମ୍ ବଲିକରି ଦେଲା; କାଇକେବଇଲେ ମୁଇ ଗଟେକ୍ ପର୍ଦେସି ଲକ୍ପାରା ଅଇ ଆଚି।
23 ବେସି ବର୍ସ ଗାଲାପଚେ ମିସରର୍ ରାଜା ମରି ଗାଲା, ଆରି ଇସ୍ରାଏଲର୍ ଲକ୍ମନ୍ ଦାସ୍ କାମ୍ କରିକରି ବେସି ଦୁକ୍ କସ୍ଟ ଅଇ କାନ୍ଦ୍ବାକେ ଦାର୍ଲାଇ ସେମନ୍ କାନ୍ଦବାଟା ପର୍ମେସରର୍ ଲଗେ କେଟ୍କା । 24 ସେଟାର୍ପାଇଁ ପର୍ମେସର୍ ତାକର୍ ଦୁକ୍ ଆରି କାନ୍ଦବାଟା ସୁନ୍ଲା, ଆରି ଅବ୍ରାଆମ୍, ଇସାକ୍ ଆରି ଜାକୁବ୍କେ କଇରଇଲା କାତା ଏତାଇ, 25 ସବୁବେଲର୍ ମାପ୍ରୁ ଇସ୍ରାଏଲର୍ ଲକ୍କେ ଦେକ୍ଲା ଆରି ସେମନର୍ ଦୁକ୍ କସ୍ଟକେ ଜାନ୍ଲା।