1 ମିସର୍ ଦେସେ ଅନି ଇସ୍ରାଏଲର୍ ଲକ୍ ବାରଇ ତିନ୍ ମାସର୍ ପର୍ତୁମ୍ ଦିନେ ସିନୟ ମରୁବାଲି ଲଗେ କେଟ୍ଲାଇ । 2 ସେମନ୍ ରପିଦିମ୍ ଅନି ଇଣ୍ଡ୍ବାର୍ ଆରାମ୍ କରି ସିନୟ ମରୁବାଲି କେଟି, ସେ ଲଗର୍ ଗଟେକ୍ ମରୁବାଲି ବୁଏଁ କୁଡିଆ କରି ରଇଲାଇ, ଇସ୍ରାଇଏଲ୍ ସେ ଜାଗାର୍ ଗଟେକ୍ ଡଙ୍ଗର୍ ପାଲି କୁଡିଆ କରି ରଇଲାଇ । 3 ତାର୍ପଚେ ମସା ପର୍ମେସରର୍ ଜାଗାଇ କେଟଲାକେ, ସବୁବେଲର୍ ମାପ୍ରୁ ଡଙ୍ଗ୍ରେ ଅନି ଡାକି କରି କଇଲା, ତୁଇ ଜାକୁବର୍ ବଁସ୍କେ ଏ କାତା କୁଆ ଆରି ଇସ୍ରାଏଲ୍ ଲକ୍କେ ଏ କାତା ସୁନାଅ । 4 ଆମେ ଜେନ୍ତି ମିସର୍ ଲକ୍ମନ୍କେ ଜେମ୍ତାର୍ କଲୁ, ଆରି ତମ୍କେ କେମ୍ତାର୍ ଗିଦଲ୍ ଚଡଇ ଉପ୍ରେ ବସାଇଲା ପାରା କରି ଆନ୍ଲୁ ସେଟା ତମେ ଦେକି ଆଚାସ୍ । 5 ଏବେ ଜଦି ଆମର୍ କାତାକେ ମନ୍ ଦେଇସା ବଇଲେ ଆରି ଆମର୍ ନିଅମ୍ ପାଲନ୍ କର୍ସା, ବଇଲେ ଆମର୍ ନିଜେ ଅରଜ୍ଲା ଦନ୍ ପାଇସା, ପୁର୍ତିବି ଜାକର୍ ଦନ୍ ଆମର୍ଟା । 6 ଆରି ତମେ ଆମର୍ ପାଇ ଜାଜକ୍ମନର୍ ଗଟେକ୍ ରାଜାବଁସ୍ ଆରି ସୁକଲ୍ ଜାତିର୍ ଲକ୍ ଅଇସା, ଏ ସର୍ତେ କାତା ଇସ୍ରାଏଲର୍ ସବୁଲକ୍ମନ୍କେ କଅ । 7 ତର୍ପଚେ ମସା ଆଇଲା ଆରି ସବୁ ନେତା ଲକ୍ମନ୍କେ ଡାକାଇ, ସବୁବେଲର୍ ମାପ୍ରୁ କଇ ରଇବା ସର୍ତେ କାତା ତାକର୍ ଲଗେ କଇଲା । 8 ତାର୍ପଚେ ସର୍ତେ ଲକ୍ ଗଟେକ୍ ଅଇ କଇଲାଇ, ସବୁବେଲର୍ ମାପ୍ରୁ ଜନ୍ କାତା କଇଲା ଆଚେ, ଆମେ କର୍ବୁ। ସେଡ୍କିବେଲେ ମସା ସବୁବେଲର୍ ମାପ୍ରୁ ଲଗେ ଲକ୍ମନର୍ କାତା ଜାନାଇଲା । 9 ତାର୍ପଚେ ସବୁବେଲର୍ ମାପ୍ରୁ ମସାକେ କଇଲା, ଦେକ୍, ଆମେ କାତା ଅଇଲାବେଲେ ଲକ୍ମନ୍ ଜେନ୍ତିକି ଜାନି ପାରବାଇ, ଆରି ତକେ ସବୁବେଲେ ମାନି ପାର୍ବାଇ, ସେଟାର୍ପାଇଁ ମୁଇ କାଲା ବାଦଲ୍ ସଙ୍ଗ୍ ମୁଇ ଆଇଲିନି। ସେଟାର୍ପାଇଁ ମସା ଲକ୍ମନର୍ କାତା ସବୁବେଲର୍ ମାପ୍ରୁକେ ଜାନାଇଲା । 10 ଆରି ସବୁବେଲର୍ ମାପ୍ରୁ ମସାକେ କଇଲା, ଆଜି ନଇଲେ କାଲିକେ ସେମନ୍କେ ଜାଇ ସୁକଲ୍ କର୍, ଆରି ସେମନର୍ ନିଜର୍ ନିଜର୍ ଲୁଗା ପଚିଆ ଦଇ ଚିକ୍ନା ଅଇବାଇ । 11 ଆରି ତିନ୍ ଦିନ୍କେ ସର୍ତେ ଲକ୍ ଜାଗ୍ରତ୍ ଅଇ ରଅତ୍, କାଇକେବଇଲେ, ତିନ୍ଦିନ୍କେ ସବୁବେଲର୍ ମାପ୍ରୁ ସିନୟ ଡଙ୍ଗରେ ବେଟ୍ ଅଇବାକେ ଉତ୍ରି ଆଇଲାନି । 12 କାଇକେବଇଲେ, ତମେ ସର୍ତେ ଲକ୍କେ ଚାରିବେଟ୍ତି ବୁଲି ବୁଲି ଚିନ୍ ଦେଇ ରଅ, ଆରି କଅ, କେ ମିସା ଡଙ୍ଗ୍ରେ ଚଗ୍ଲାବେଲେ ତେଇର୍ ସନ୍ଦି କରି ରଇଲା ଚିନା ନ ଡେଅତ୍ ନାଇ, ଜଦି କେ ଡେଇସି, ସେ ନ ପିଟ୍ତେ ମର୍ସି । 13 କାର୍ ଆତ୍ କାକେ ନ ଚିଅତ୍ ନଇଲେ ପାକ୍ନା ଚାପାଇ ଅଇ ମର୍ବାଇ, ନଇଲେ, ଦୁନୁ କାଣ୍ଡ୍ ବିନ୍ଦି ଅଇ ମର୍ବାଇ, ନର୍ ଅଅ କି ପସୁ ଅଅ, ଜିଇ ନାପାରଅତ୍, ବେସି ତୁରି ସବଦ୍ ଅଇଲେ ଡଙ୍ଗର୍ ଉପ୍ରେ ଆଇବାଇ । 14 ତାର୍ପଚେ ମସା ଡଙ୍ଗ୍ରେ ଅନି ଉତ୍ରି ଆସି ସର୍ତେ ଲକ୍କେ ପାକେ ଆସି, ସେମନ୍କେ ସୁକଲ୍ କଲା ଆରି ସର୍ତେ ଲକ୍ ନିଜର୍ ଲୁଗା ଦୁଆ ପୁଚା ଅଇଲାଇ । 15 ତାର୍ପଚେ ମସା ଲକ୍ମନ୍କେ କଇଲା, ତମେ ତିନ୍ଦିନର୍ ପାଇ ଜାଗ୍ରତ୍ ଉଆ, ନିଜର୍ ନିଜର୍ ମାଇଜିମନର୍ ଲଗେ ସୁଆ ନାଇ । 16 ତାର୍ପଚେ ତିନ୍ଦିନର୍ ସାକାଲିଆ ଗଡ୍ଗଡି ସବଦ୍ ଆରି ବିଜ୍ଲି ଜଟ୍କା କରି ଡଙ୍ଗର୍ ଉପ୍ରେ ବେସି ତୁରି ସବଦ୍ ଅଇଲା, ତାର୍ପଚେ ସେମନ୍ ତୁମ୍ ପୁରି ରଇଲା ଆରି ସର୍ତେ ଲକ୍ ଡରି ତର୍ତରି ଗାଲାଇ । 17 ତାର୍ପଚେ ପର୍ମେସର୍କେ ବେଟ୍ ଅଇବାକେ ମସା ସର୍ତେ ଲକ୍କେ ତୁମ୍ ଅନି ବାର୍କରାଇ ଆନ୍ଲା, ତାର୍ପଚେ ସେମନ୍ ଡଙ୍ଗର୍ ତଲେ ଟିଆ ଅଇଲାଇ । 18 ସେଡ୍କିବେଲେ ସିନୟ ଡଙ୍ଗର୍ ଦୁଆଁ ଅଇ ଗାଲା କାଇକେବଇଲେ, ସବୁବେଲର୍ ମାପ୍ରୁ ଜଇର୍ ରତ୍ ସଙ୍ଗ୍ ଉତ୍ରି ଆଇଲା, ସେଟାର୍ପାଇଁ ବାଟିର୍ ଦୁଆ ପାରା ଉଟ୍ଲା ଆରି ସବୁ ଡଙ୍ଗର୍ ବେସି ଦଲ୍ଦଲି ଗାଲା। 19 ଆରି ତୁରି ସବଦ୍ ବେସି ଆରି ବେସି ସବଦ୍ ଅଇ ଉଟ୍ଲା, ସେଡ୍କିବେଲେ ମସା କାତା ଅଇଲା, ତାର୍ପଚେ ପର୍ମେସର୍ ଗଟେକ୍ ବାଦଲ୍ ପାରା ସବଦ୍ ଅଇ ତାକେ କାତା ଅଇଲା । 20 ସବୁବେଲର୍ ମାପ୍ରୁ ସିନୟ ଡଙ୍ଗର୍ ପର୍ବତ୍ ଲଗେ ଉତର୍ଲା, ଆରି, ପର୍ବତ୍ ଉପ୍ରେ ଉତର୍ଲା ପଚେ ମସାକେ ଉପ୍ରେ ଡାକ୍ଲାକେ ତାର୍ପଚେ ମସା ଉପ୍ରେ ଗାଲା । 21 ସେଡ୍କିବେଲେ ସବୁବେଲର୍ ମାପ୍ରୁ ମସାକେ କଇଲା, ତୁଇ ଉତ୍ରି ଜାଇ ଲକ୍ମନ୍କେ କଅ, ସେମନ୍ ସବୁବେଲର୍ ମାପ୍ରୁକେ ଦେକ୍ବାକେ ସନ୍ଦି ଲଙ୍ଗି ଆଇବାଇ, ସେମନ୍ ବେସି ଲକ୍ ମର୍ବାଇ । 22 ଆରି ଜନ୍ ଜାଜକ୍ମନ୍ ମାପ୍ରୁର୍ ପାକେ ଆଇବାଇ, ସେମନ୍ ନିଜେ ନିଜ୍କେ ସୁକଲ୍ ଅଅତ୍, ନଇଲେ, ସେ ସେମନ୍କେ ଡଣ୍ଡ୍ ଦେଇସି।
23 ସେଡ୍କିବେଲେ ମସା ସବୁବେଲର୍ ମାପ୍ରୁକେ କଇଲା, ଲକ୍ମନ୍ ସିନୟ ଡଙ୍ଗର୍ ଲଗେ ଆସି ନାପାରତ୍ କାଇକେବଇଲେ, ତୁଇ ନିଜେ ଆମ୍କେ କଇ ଆଚୁସ୍, ନିଜ୍କେ ସୁକଲ୍ କରା ଆରି ସିନୟ ଡଙ୍ଗର୍ ପାଲି ରୁଆ । 24 ସବୁବେଲର୍ ମାପ୍ରୁ ମସାକେ କଇଲା, ଜାଆ, ଉତ୍ରି ଜାଆ, ଆରି ଆରଣକେ ମିସ୍ତେ ଦାରି ଆଉ, ମାତର୍ ଜାଜକ୍ମନ୍ ଆରି ଲକ୍ମନ୍ ସବୁବେଲର୍ ମାପ୍ରୁର୍ ଡଣ୍ଡ୍ ନ ଦେବାକେ ପାକେ ନ ଆସତ୍, ଏଟାର୍ ପାଇ ସେମନ୍ ସନ୍ଦି ଡେଗଇ ନ ଆସତ୍ । 25 ତାର୍ପଚେ ମସା ଉତ୍ରି ଜାଇ ସବୁବେଲର୍ ମାପ୍ରୁର୍ ଆଦେସ୍ ଇସାବେ ଲକ୍ମନ୍କେ ଆଦେସ୍ ଦେଲା ।