1 ତମେ ଆକାସିଆ ଗଚ୍ ସଙ୍ଗେ ଚାରି କନିଆ ବେଦି ତିଆର୍ କର୍ସା, ସେଟା ରଇସି ପାଞ୍ଚ୍ ଆତ୍ ଲମ୍, ପାଞ୍ଚ୍ ଆତ୍ ଅସାର୍ ଆରି ତିନ୍ ଆତ୍ ଉଚା ଅଇସି । 2 ଆରି ତେଇ ଚାରିକନେ ଉପ୍ରେ ଚାରିଟା ସିଙ୍ଗ୍ ତିଆର୍ କର୍ସା, ଆରି ସେ ସିଙ୍ଗ୍ ବେଦିର୍ ଗଟେପାରା ଅଇସି ଆରି ସେଟା ପିତଲ୍ ତେଇ ଦାରାଇ ଅଇସି । 3 ଆରି ସେ ବେଦିର୍ ଚାର୍ ରୁଣ୍ଡାଇବାକେ ଗଟେକ୍ ଚାଟ୍ନା ତିଆର୍ କର୍ସା, ଆରି କର୍ଚୁଲି, କୁଣ୍ଡି, ତିର୍ସୁଲ୍ ଆରି ରକ୍ନି ବନାଇସା, ସର୍ତେ ଜାକ ପିତଲ୍ଟା ସଙ୍ଗ୍ ବନାଇସା । 4 ଆରି ଗଟେକ୍ ପିତଲର୍ ଚାଲ୍ନି ତିଆର୍ କର୍ସା, ଆରି ଚାରିକନେ ପିତଲର୍ ଚାର୍ଟା ଦାର୍ବାଟା କର୍ସା । 5 ସେ ଚାଲ୍ନି ମଜାଇଅନି ବୁଡେ କେଟ୍ତେ ଅଲାଇ ଅଇରଇସି । 6 ଆରି ବେଦି ବଇବାକେ ଆକାସିଆ ଗଚ୍କେ ପତଲ୍ ଗୁଡିଆଇ ସାଙ୍ଗି ତିଆର୍ କର୍ସା । 7 ଆକାସିଆ ଗଚ୍କେ ପିତଲ୍ ଗୁଡିଆଇ କନା ତିଆର୍ କର୍ସା ଆରି ବେଦି ବଇବାବେଲେ ସେ କନା ଚିକ୍ନା କରି ଦୁଇବାଟେ ବଇବାଇ । 8 ଡଙ୍ଗର୍ ଉପ୍ରେ ଜେନ୍ତି କୁଆ ଅଇରଇଲା, ସେନ୍ତି ପାପ୍ ପାଟାଇ ବନାଇସା ।
9 ତାର୍ପଚେ ତମେ ତୁମ୍ର ଦୁଆର୍ କର୍ସଆ; ବାକ୍ରାର୍ ଦକିନ୍ ଦିଗେ ବାନ୍ଦ୍ବାକେ ଦବଲା ରଙ୍ଗ୍ର ପଚିଆ ପାର୍ଦା କର୍ସା; ସେଟା ଗଟେ ବାଟର୍ ସଏ ଆତ୍ ରଇସି । 10 ଆରି ପିତଲର୍ କଡେଟା ମୁଣ୍ଡା ଆରି କଡେଟା କୁଟି କର୍ସା, ଆରି ରୁପାର୍ ସିକ୍ଲି ଆରି ଆକୁଡା କର୍ସା । 11 ସେ ରକାମ୍ ଉତର୍ ଦିଗେ ସଏ ଆତର୍ ଡେଙ୍ଗ୍ ପର୍ଦା ଅଇସି, ଆରି ପିତଲର୍ କଡେଟା ମୁଣ୍ଡା ଆରି କଡେଟା କୁଟି ବନାଇସା, ଆରି ରୁପାର୍ ସିକ୍ଲି ଆରି ଆକୁଡା କର୍ସା, । 12 ପଚିମ୍ ଦିଗର୍ ପାଚୁରିର୍ ପାଇ ପଚାସ୍ ଆତର୍ ପର୍ଦା ଆରି ଦସ୍ଟା ମୁଣ୍ଡା ଆରି ଦସ୍ଟା କୁଟି ରଅ । 13 ଆରି ପୁରୁବ୍ ଦିଗର୍ ପାଚୁରିର୍ ଅସାର୍ ପଚାସ୍ ଆତ୍ ରଇସି । 14 ଗଟେକ୍ ବାଟେ ପନ୍ଦର ଆତର୍ ପର୍ଦା ଆରି ତିନ୍ଟା ମୁଣ୍ଡା ତିନ୍ଟା କୁଟି ଅଇସି । 15 ଆରି ବିନ୍ତାଡେ ପନ୍ଦର ଆତର୍ ପର୍ଦା ତିନ୍ଟା କୁଟି ତିନ୍ଟା ମୁଣ୍ଡା । 16 ପାଚୁରିର୍ ପର୍ଦା ପାଇ ନିଲିଆ ରଙ୍ଗ୍, ବାଇଗନ୍ ରଙ୍ଗ୍ ଆରି ପାକ୍ନା ଡାବି ଅଇବା କଡେ ଆତର୍ ଦବ୍ଲା ପଚିଆ ଆରି ଚାର୍ଟା ମୁଣ୍ଡା ଚାର୍ଟା କୁଟି କର୍ସା । 17 ପାଚୁରିର୍ ଚାରିବେଟ୍ତି ମୁଣ୍ଡା ସବୁ କରି ରୁପାର୍ ସିକ୍ଲି ସଙ୍ଗ୍ ବାନ୍ଦା ଅଇସି ଆରି ରୁପାର୍ ଆକୁଡା ପିତଲର୍ କୁଟି ଅଇସି । 18 ପାଚୁରି ସଏ ଆତ୍ ଲମ୍ ଆରି ପଚାସ୍ ଆତ୍ ଅସାର୍ ପାଞ୍ଚ୍ ଆତ୍ ଉଚା ଆରି ଦବ୍ଲା ସୁତା ପଚିଆ ଆନ୍ସା, ଆରି ପିତଲ୍ କୁଟି ଅଇସି । 19 ଆରି ମିସ୍ବାବା ତୁମ୍ ସବୁ କାମ୍ ବିସଇର୍ ଗିନା, କୁଟି ଆରି ପାଚୁରି ସବୁ କୁଟି ପିତଲର୍ ଅଇସି।
20 ଇସ୍ରାଏଲର୍ ଲକ୍ମନ୍କେ ଆଦେସ୍ ଦେସ୍ ସବୁଦିନ୍ ବତି ଡସାଇବାକେ ତିଡିତେଇ ପିଲ୍ଲା ଜିତ୍ ମୁଜିର୍ ଚିକନ୍ ଆନତ୍ । 21 ସାକି ପେଡି ସଙ୍ଗଇ ରଇଲା ଗରର୍ ମୁଆଟର୍ ବାଇଲେ ଅଚାଇଲା, ତେଇ ଆନତ୍ ଆରି ତାର୍ ପିଲାମନ୍ ସଞ୍ଜେଅନି ସାକାଲ୍ ପାଇବା ଜାକ ସବୁବେଲର୍ ମାପ୍ରୁକେ ସଜାଇ ସଙ୍ଗଇବାଇ; ଏଟା ଇସ୍ରାଏଲର୍ ଲକ୍ମନର୍ ଆଇବା ପିଡି ଜାକ ଏ ନିଅମ୍ ମାନ୍ବାଇ ।