1 ତାର୍ପଚେ ସବୁବେଲର୍ ମାପ୍ରୁ ମସାକେ କଇଲା, ଆଗ୍ତୁର୍ ପାରା ଦୁଇଟା ପାକ୍ନା ପାଟା କର୍, ତମେ ଜନ୍ ପାଟା ବାଙ୍ଗାଇ ରଇଲା, ତେଇ ଜାଇ ଜାଇଟା ଲେକା ଅଇ ରଇଲା, ସେ ସବୁ କାତା ଏବର୍ ପାକ୍ନା ତେଇ ସେଟା ଲେକ୍ବି । 2 ଆରି ସାକାଲିଆ ତିଆର୍ ଅ, ଆରି ସିନୟ ଡଙ୍ଗର୍ ଉପ୍ରେ ଆସି ତେଇ ମକେ ବେଟ୍ ଅ । 3 ମାତର୍ ତମର୍ ସଙ୍ଗେ କାକେ ମିସା ଡାକି ଆନ୍ନାଇ, ଆରି ଏ ଡଙ୍ଗ୍ରେ କେ ମିସା ଦେକାଇ ନ ଅତ୍, କି ଡଙ୍ଗର୍ ପାଲି ଗରୁବାଚି ମିସା ନ କାଇତେ ରଅତ୍ । 4 ତାର୍ପଚେ ସବୁବେଲର୍ ମାପ୍ରୁର୍ ଆଦେସ୍ ଇସାବେ ମସା ପର୍ତୁମର୍ ପାକ୍ନା ପାଟା ପାରା ଦୁଇଟା ତିଆର୍ କଲା ଆରି ସାକାଲ୍ ପାଇବାକେ ସିନଇ ଡଙ୍ଗର୍ ଉପ୍ରେ ବେଟ୍ ଅଇବାକେ ଗାଲା, ଆରି ସେ ଦୁଇଟା ପାଟା ଆତେ ଦାରି ଗାଲା । 5 ସେଡ୍କିବେଲେ ସବୁବେଲର୍ ମାପ୍ରୁ ପାନି ବାଦଲ୍ ସଙ୍ଗେ ଉତ୍ରି ଆସି ଟିଆ ଅଇଲା,ଆରି ସବୁବେଲର୍ ମାପ୍ରୁର୍ ନାଅଁରେ ପଚାର୍ କଲା । 6 ଆରି ସବୁବେଲର୍ ମାପ୍ରୁ ତାର୍ ମୁଆଟେ ଇଣ୍ଡି ଇଣ୍ଡି ପଚାର୍ କରି କଇଲା, ସବୁବେଲର୍ ମାପ୍ରୁ ପର୍ମେସର୍ ଆଦର୍ କର୍ବା ଲକ୍, କୁର୍ପା କର୍ବା ଲକ୍, ରିସା ନ ଅଇ ଦୟା କର୍ବା ଲକ୍ ଆରି ସତ୍ ଲଗେ ରଇବା ମାପ୍ରୁ । 7 ଅଜାର୍ ଅଜାର୍ ପୁରୁସ୍ ଜାକ ଦୟା କର୍ବା ମାପ୍ରୁ, ଅପ୍ରାଦ୍ ଆରି ଅମାନିଆ ଆରି , ପାପ୍ କେମା କର୍ବା ମାପ୍ରୁ, ଅଇଲେ ମିସା ଡଣ୍ଡ୍ ଦେବା ମାପ୍ରୁ ତିନ୍ ଆରି ଚାର୍ ପୁରୁସ୍ ଜାକ ପିଲାଟକି ନ ଅଇବା ଲକ୍କେ ମୁଇଁ ପିଲାଟକି ଦେବି ।
8 ତାର୍ପଚେ ମସା ଦାପ୍ରେ ଡାଣ୍ଡାସନ୍ ଅଇ ଜୁଆର୍ କରି କଇଲା, 9 ସେ କଇଲା, ସବୁବେଲର୍ ମାପ୍ରୁ, ମୁଇ ଜେଡେବଲ୍ ତମର୍ ଆକିକେ ଆସିର୍ବାଦ୍ ପାଇ ଆଚି, ତେବେ ଗୁଆରି କଲିନି ମାପ୍ରୁ ଆମର୍ ସଙ୍ଗେ ମଜାଇ ଅଇ ଇଣ୍ଡ୍, କାଇକେବଇଲେ ଏ ଲକ୍ମନ୍ ଅମାନିଆ ଲକ୍ ଆରି ଆମର୍ ଅପ୍ରାଦ୍ ଆରି ପାପ୍ କେମା କର୍ ଆରି ତମର୍ ଅଦିକାର୍ ଲଗେ ଆମ୍କେ ନିଜର୍ କର୍ ।
10 ସବୁବେଲର୍ ମାପ୍ରୁ ମସାକେ କଇଲା, ସୁନ୍, ମୁଇ ଗଟେକ୍ ନିଅମ୍ କର୍, ପୁର୍ତିବିରେ କି କନ୍ ବଁସ୍ କୁଲେ କେବେ ମିସା ନ ଅଇରଏ, ସେନ୍ତାରି ସର୍ତେ ଲକର୍ ମୁଆଟେ କାବା ଅଇଜିବା କାମ୍ କର୍ବି, ତୁଇ ଜନ୍ ଲକର୍ ଲଗେ ଆଚୁସ୍, ସେ ଲକ୍ମନ୍ ଦେକ୍ବାଇ, କାଇକେବଇଲେ ତମର୍ ମୁଆଟେ ଜାଇଟା କର୍ବି, ସେଟା ବେସି ବପୁଟା। 11 ଆଜି ମୁଇ ଜନ୍ କାତା କଇବି, ସେଟା ମନ୍ଦେଇ କରି ସୁନା, ଦେକ୍, ଆଜି ଇମରିଅ, କିଣାନିଅ, ଇତିଅ, ପରିସିଅ, ଇଦିଅ ଆରି ଜିବୁସିଅ ଲକ୍ମନ୍କେ ତମର୍ ମୁଆଟେ କେଦ୍ବି । 12 ତମେ ନିଜର୍ ପାଇ ଚାଲାକି ଅଇ ରୁଆ, ଜନ୍ ଦେସେ ତମେ ଗାଲାସ୍ନି ସେ ଦେସର୍ ଲକର୍ ନିଅମ୍ ମାନା ନାଇ, ତାକର୍ ନିଅମ୍ ମାନ୍ଲେ ତମ୍କେ ସକେ ପାନ୍ଦ୍ ଲାଗାଇ ଅଇଲା ପାରା ଅଇସି । 13 ମାତର୍ ତମେ ଗାଲେ ସେମନର୍ ବେଦି ବାଙ୍ଗାଇ ପାକାଆ, ଆରି ସେମନ୍ ଗାଡ୍ଲା କୁଟ୍ମନ୍ ବାଙ୍ଗାଇ ପାକାଆ, ଆରି ଆସେରର୍ ମୁର୍ତି କେ କାଟି ପାକାଇସା।
14 କାଇକେବଇଲେ ତମେ କନ୍ ଦେବ୍ତାକେ ମିସା ଜୁଆର୍ କରା ନାଇ, କାଇକେବଇଲେ ସବୁବେଲର୍ ମାପ୍ରୁର୍ ସେ ନିଜର୍ ମଇଁମାର୍ ଜଗିଅ ପର୍ମେସର୍, ଗଉରବ ପର୍ମେସର୍ । 15 କେ ଜାନେ ତମ୍କେ ସେ ଦେସେ ଗାଲେ ତାକର୍ ନିଅମ୍ କରାଇବାଇ, ଜଦି କଲେ, ତାକର୍ ଦେବ୍ତା ମନର୍ ଲଗେ ଜାଇ ବେବିଚାର୍ କରାଇ, ତାକର୍ ଦେବ୍ତାମନର୍ ଲଗେ ବଲି ଦେଲା ଜିନିସ୍ କାଇବାକେ ଡାକ୍ବାଇ ତମେ ବଲି କଲାଟା କାଆ ନାଇକି, ତାକର୍ ଲଗେ ଜାଆ ନାଇ। 16 ତମର୍ ପିଲାମନର୍ ପାଇ ତାକର୍ ଟକିମନ୍କେ ଆନା ନାଇ କି ତମର୍ ଟକିମନ୍କେ ସେମନ୍କେ ଦିଆସ୍ ନାଇ, ଜଦି ଆନ୍ଲେ ତାକର୍ ଟକିମନର୍ ବିଦି ଇସାବେ ବେବିଚାର୍ କାମ୍ କରାଇବାଇ ।
17 ତମେ ତମର୍ ପାଇ କାଇ ଦେବ୍ତା ତିଆର୍ କରାନାଇ ।
18 ତମେ ସଡା ନମିସ୍ଲା ରୁଟିର୍ ସାର୍ଦା ପରବ୍ କର୍ସା, ଆରି ଆବିବ୍ ମାସେ ଜନ୍ ବେଲାଇ କର୍ବାକେ କଇ ରଇଲି, ସେନ୍ତାର୍ ସାତ୍ ଦିନ୍ ଜାକ ସଡା ନମିସ୍ଲା ରୁଟି କାଇସା, କାଇକେବଇଲେ ଆବିବ୍ ମାସେ ମିସର୍ ଦେସେ ଅନି ବାରଇ ଆସି ରଇଲାଇ ।
19 ଆରି ପର୍ତୁମ୍ ଜନମ୍ ଅଇଲା ପିଲା ଆରି ଗରୁ, ମେଣ୍ଡା ଜନମ୍ ଅଇଲାଟା ମର୍ଟା । 20 ମାତର୍ ପର୍ତୁମ୍ ଜନମ୍ ଅଇଲା ଗଦର୍ ବାଦୁଲେ ପସୁର୍ ପର୍ତୁମ୍ ଜନମ୍ ଅଇଲା ମେଣ୍ଡାପିଲା ଦେଇ ଉଦାର୍ କରି ପାରାସ୍, ଜଦି ନଦେଲେ ଗାଲା ବାଙ୍ଗାଇ ଅଇ ମର୍ସା, ଆରି କେ ମିସା ଚୁଚା ଆତେ ମର୍ ଲଗେ ଆସା ନାଇ ।
21 ତମେ ଚଅ ଦିନ୍ କାମ୍ କର୍ସା, ମାତର୍ ସାତ୍ ଦିନେ ବିସ୍ରାମ୍ କର୍ସା; ଚାସ୍ କର୍ବାବେଲେ ଆରି କାଟାକାଟି କର୍ବାବେଲେ ମିସା ବିସ୍ରାମ୍ କର୍ସା ।
22 ତମେ ଆରାମର୍ ପର୍ତୁମ୍ ଆଟେ ଆରି ବର୍ସର୍ କାଟାକାଟି କର୍ବା ସାରାସାରି ଆଟେ ସାର୍ଦା ପରବ୍ କର୍ସା ।
23 ତମେ ସର୍ତେ ମୁନୁସ୍ ପିଲା ବରସ୍କେ ତିନ୍ ତର୍ ଇସ୍ରାଏଲର୍ ମାପ୍ରୁ ସବୁବେଲର୍ ମାପ୍ରୁ ପର୍ମେସରର୍ ଲଗେ ଟୁଲିଆଇବା ପରବ୍ କର୍ସା । 24 କାଇକେବଇଲେ ମୁଇ ତମର୍ ମୁଆଟେ ବିନ୍ ଦେସର୍ ଲକ୍ମନ୍କେ ବେଗ୍ଲାଇ ଦେବି, ଆରି ତମର୍ ସନ୍ଦି ଗୁଚାଇ ଦେବି, ଆରି ବରସ୍କେ ତିନ୍ ତର୍ ସବୁବେଲର୍ ମାପ୍ରୁର୍ ଲଗେ ଆଇଲେ, ତମର୍ ଜମି କେ ମିସା ଦେବାକେ ଲବ୍ ନ ଅଅତ୍ ।
25 ତମେ ବଲି ମେଣ୍ଡା ସଙ୍ଗେ ସଡା ମିସି ରଇଲା ଜିନିସ୍ ସଙ୍ଗେ ସର୍ପ୍ମାନ୍ କରା ନାଇ ଆରି ନିସ୍ତାର୍ ପରବ୍ ବେଲେ ବଲି କଲା ଜିନିସ୍ ସାକାଲ୍ ପାଇବା ଜାକ ନ ସଙ୍ଗୁଆସ୍ ।
26 ତମେ ତମର୍ ଜମିର୍ ପର୍ତୁମ୍ ପଲ୍ ସବୁବେଲର୍ ମାପ୍ରୁର୍ ଗରେ ସବୁ ଆନ୍ସା, ଆରି ମେଣ୍ଡା ପିଲାର୍ ଆୟାର୍ ଦୁଦ୍କେ ନ ତପାଆସ୍ ।
27 ଆରି ସବୁବେଲର୍ ମାପ୍ରୁ ମସାକେ କଇଲା, ତୁଇ ମୁଇ କଇଲା କାତା ଲେକ୍, କାଇକେବଇଲେ ତମର୍ ସଙ୍ଗେ ଆରି ଇସ୍ରାଲର୍ ଲକର୍ ସଙ୍ଗେ ନିଅମ୍ କରି ଆଚି । 28 ସେବେଲାଇ ମସା ସବୁବେଲର୍ ମାପ୍ରୁର୍ ଡଙ୍ଗର୍ ଉପ୍ରେ ଚାଲିସ୍ ଦିନ୍ ଚାଲିସ୍ ରାତି ରଇଲା, ସେ କାଏ ନାଇକି, ପାନି ମିସା ଡୁକେ ନାଇ, ସେ ଦୁଇଟା ପାକ୍ନା ଲଗେ ନିଅମ୍ କାତା, ଦସ୍ଟା ଆଦେସ୍ ଲେକିଲେକି ରଇଲା ।
29 ମସା ସିନଇ ଡଙ୍ଗ୍ରେ ସବୁବେଲର୍ ମାପ୍ରୁ ସଙ୍ଗେ କାତା ଅଇ ସାକି ନିଅମ୍ ଲେକ୍ଲା ଆରି ଦୁଇଟା ପାକ୍ନା ପାଟା ଦାରି ଉତ୍ରି ଆଇଲା, ମାତର୍ ତାର୍ ମୁ ମାପ୍ରୁ ସଙ୍ଗେ କାତା ଅଇଲାବେଲେ ଉଜଲ୍ ଅଇ ଦବ୍ ରଇଲା, ସେଟା ମସା ଜାନି ନ ରଇଲା । 30 ଆରି ସେଡ୍କିବେଲେ ଆରଣ ଆରି ଇସ୍ରାଏଲର୍ ଲକ୍ ମସାକେ ଦେକ୍ଲା, ମସାର୍ ମୁ ଉଜଲ୍ ଅଇ ଦବ୍ ଅଇଲାଟା ଦେକି, ତାର୍ ଲଗେ ଜିବାକେ ଡରି ଗାଲାଇ । 31 ମାତର୍ ମସା ସେମନ୍କେ ଡାକ୍ଲା, ଆରଣ ଆରି ମୁକିଅ ଲକ୍ ଉଟି ଗାଲାଇ, ସେଟାର୍ପାଇଁ ମସା ସେମନ୍କେ କାତା ଅଇଲା । 32 ତାର୍ପଚେ ଇସ୍ରାଏଲର୍ ଲକ୍ ତାର୍ ଲଗେ ଗାଲାକେ, ସବୁବେଲର୍ ମାପ୍ରୁ ସିନୟ ଡଙ୍ଗର୍ ଉପ୍ରେ ମସାକେ ଜନ୍ ଜନ୍ କାତା କଇ ରଇଲା, ସେ ସର୍ତେ କାତା ମସା ସେମନ୍କେ ଆଦେସ୍ ଦେଇ କଇଲା । 33 ମସା ସେମନର୍ ସଙ୍ଗେ କାତା ବାର୍ତା ଅଇ ସାରାଇଲା ପଚେ, ସେ ତୁଆଲ୍ ସଙ୍ଗ୍ ମୁଏ ଡାବି ଅଇଲାଇ । 34 ମାତର୍ ମସା ସବୁବେର୍ ମାପ୍ରୁର୍ ସଙ୍ଗେ ବେଟ୍ ଅଇବାକେ ବିତ୍ରେ ବେଟ୍ ଅଇବାକେ ଜାଇ ମୁଏ ଡାବି ଅଇଲାଟା ବେଟେ ନାଇ, ଆରି ମାପ୍ରୁର୍ ଲଗେ ଜାଇ ଆଦେସ୍ ପାଇଲା ଆରି ବାଇଲେ ଆସି ଇସ୍ରାଏଲର୍ ଲକ୍କେ କଇଲା । 35 ତାର୍ପଚେ ମସାର୍ ମୁଉଁ ଉଜଲ୍ ଅଇ ଦବ୍ଲା ରଇଲା, ଏଟା ଇସ୍ରାଏଲର୍ ପିଲାମନ୍ ମସାର୍ ମୁଉଁ ଉଜଲ୍ ଦେକ୍ଲାଇ, ଆରି ମସା ସବୁବେଲର୍ ମାପ୍ରୁର୍ ସଙ୍ଗେ କାତା ଅଇବାକେ ନ ଜିବା ଜାକ, ତାର୍ ମୁଅଁର୍ ଡାବି ଅଇଲାଟା ବେଟେ ନାଇ ।