1 ମିସର୍ ଦେସେ ପର୍ତୁମ୍ର ସବୁବେଲର୍ ମାପ୍ରୁ ମସାକେ ଆରି ଆରଣକେ କଇଲା, 2 ଏ ମାସ୍ ତମର୍ ମୁକିଅ ମାସ୍ ଆରି ପର୍ତୁମ୍ ବରସ୍ ଆରାମ୍ ଅଇସି । 3 ତମେ ଇସ୍ରାଏଲ୍ ଦେସର୍ ଲକ୍ମନ୍କେ କୁଆ, ଏ ମାସର୍ ଦସ୍ ଦିନକେ ତମର୍ ଗରେ ଅନି ସର୍ତେ ଲକ୍ ଆନିଦାଦିମନର୍ ଇସାବ୍ରେ ସର୍ତେ ଗରର୍ ଲକ୍ ଗଟେକ୍ ଗଟେକ୍ ମେଣ୍ଡା ପିଲା ଆନ୍ସା । 4 ଜଦି ଗଟେକ୍ ଗରେ ଉନାଲକ୍ ଆଚାସ୍, ତେବେ ଆରିଗଟେକ୍ ଗରର୍ ସଙ୍ଗେ ମିସି କରି ମେଣ୍ଡା ମାର୍ସା ଆରି ତମେ କାଇ ପାର୍ବା ଏଡ୍କି ବଡ୍ଟା ମାର୍ସା । 5 ତମେ ଜନ୍ ମେଣ୍ଡା କି ଚେଲି ମାର୍ବାକେ ନେଇସା ସେଟା କାଇଟା ଅଲପ୍ ମିସା ଚିନା ନ ରଅ, ଆରି ଗଟେ ବରସର୍ ଗାଡ୍ରା ମେଣ୍ଡା ଅଇରଇସି । 6 ଆରି ମାସର୍ ଚଉଦ ଦିନଜାକ ତାକେ ବାନ୍ଦି ରଇସା, ଇସ୍ରାଏଲ୍ ଜାତିର୍ ସର୍ତେ ଲକ୍ ସଞ୍ଜ୍ବେଲେ ସେ ମେଣ୍ଡା ମାର୍ସା । 7 ଆରି ଲକ୍ମନ୍ ମେଣ୍ଡାର୍ ବନି ନେଇ ଜନ୍ ଜନ୍ ଗରେ ମିସା ମେଣ୍ଡା କାଇସା, ସେ ଗରର୍ ଦୁଆର୍ ବନ୍ଦ୍ତେଇ ଲାଗାଇସା । 8 ଆରି ସେ ରାତିଆ ମେଣ୍ଡାର୍ ମାଉସ୍ ଆରି ଜଇ ତେଇ ପଡାଇ କରି ତାଡି ନ ମିସିରଇଲା ରୁଟି ଆରି ପିତା ସାଗ୍ ସଙ୍ଗ୍ ସେଟା କାଇସା । 9 ତମେ ସେ ମାଉସ୍ କାଚା କି ଉକ୍ଲାଇ କରି କାଆ ନାଇ, ମାତର୍ ସେ ମାଉସର୍ ମୁଣ୍ଡ୍, ଗଡ୍ ଆରି ତାର୍ ବିତ୍ରେ ରଇବା ସବୁ ମାଉସ୍କେ ପଡାଇ କରି କାଆ । 10 ଆରି ସାକାଲ୍ ପାଇବାକେ କାଇ ସାରାଇସା, ସାକାଲ୍ ପାଇବାକେ କାଇଟା ଅଲପ୍ ନ ରଅ, ଜଦି କାଇଟା ଉବ୍ରି ରଇଲେ, ଜଇ ଲାଗାଇ ପଡାଇ ଦିଆସ୍ । 11 ଏରକାମ୍ ତମେ ଦାପ୍ରେ କାଇ ସାରାଇ, ଆରି ଗଡେ ପାଣ୍ଡଇ ପିନ୍ଦି ଆଁଟାଇ ବାନ୍ଦି ଅଇ ଆତେ ଡାଙ୍ଗ୍ ଦାରି ଇଣ୍ଡ୍ବାକେ ରେଡି ଉଆ, ଏଟା ସବୁବେଲର୍ ମାପ୍ରୁର୍ ନିସ୍ତାର୍ ପରବ୍ । 12 ସେଟାର୍ପାଇଁ ଆମେକଇଲୁନି, ଆଜି ରାତିକେ ମିସର୍ ଦେସର୍ ବାଟ୍ ଦେଇ ମୁଇ ଜିବି ଆରି ମିସର୍ ଦେସର୍ ଲକର୍ ଆରି ପସୁର୍ ପର୍ତୁମ୍ ପିଲାକେ ମରାଇବି ଆରି ମିସର୍ ଦେସର୍ ସର୍ତେ ଦେବ୍ତାକେ ଡଣ୍ଡ ଦେବି, ମୁଇ ସବୁବେଲର୍ ମାପ୍ରୁ ପରମେସର୍ । 13 ତମେ ଜନ୍ ଗରେ ରଇସା, ସେ ଗରେ ମାର୍ଲା ମେଣ୍ଡା ପିଲାର୍ ବନି ଲାଗାଇ ରଇସା, ମୁଇ ସେ ବନି ଦେକ୍ବି ଆରି, ଆରି ଗଟେକ୍ ଗରେ ଜିବି। ମିସର୍ ଦେସର୍ ଲକ୍ ମନ୍କେ ଡଣ୍ଡ୍ ଦେଲାବେଲେ ତମ୍କେ କାଇଟା ମିସା ନ ଅଏ । 14 ଆରି ସେ ଦିନେ ତମର୍ ପାଇ ମନେ ପାକାଇବା ଦିନ୍ ଅଇସି, ଆରି ସେ ଦିନ୍କେ ସବୁବେଲର୍ ମାପ୍ରୁକେ ଆରି ପୁରୁବର୍ ଲକ୍ ମନର୍ ବିସଇରେ ପର୍ତି ପାଲନ୍ କର୍ବାକେ, ମୁଇ ସବୁବେଲର୍ ମାପ୍ରୁ ଏତାଇ ଦେବି ।
15 ତମେ ସାତ୍ ଦିନ୍ ଜାକ ତାଡି ନ ମିସ୍ଲା ରୁଟି କାଇସା ଆରି ପର୍ତୁମ୍ ଦିନେ ନିଜର୍ ନିଜର୍ ଗରେ ଅନି ତାଡି ରୁଟି ଦୁର୍ ଅଇସା, ଜନ୍ ଲକ୍ ସାତ୍ ଦିନ୍ ଜାକ ତାଡି ମିସି ରଇବା ରୁଟି କାଇସା, ତାକେ ଇସ୍ରାଏଲ୍ ଲକର୍ ତେଇ ଅନି ବାରକରାଇ ଦେବାଇ । 16 ଆରି ପର୍ତୁମ୍ ଦିନେ ତମର୍ ସୁକଲ୍ ସବା ଅଇସି, ଆରି ସାତ୍ ନମର୍ ଦିନେ ମିସା ସୁକଲ୍ ସବା ଅଇସି, ସେ ଦୁଇଦିନ୍ ସବୁ ଲକର୍ ପାଇ ରାନ୍ଦା ରାନ୍ଦି କର୍ସା, ବିନ୍ କାମ୍ ନ କରାସ୍ କାଲି ସେ କାମ୍ କର୍ସା। 17 ଏ ରକାମ୍ ତମେ ତାଡି ନ ମିସିଲା ରୁଟି ପରବ୍ ପାଲ୍ସା, କାଇକେବଇଲେ ସେ ଦିନେସେ, ମିସର୍ ଦେସେ ଅନି ତମର୍ ଲକ୍ମନ୍ କେ ବାରକରାଇ ଆନ୍ଲା, ଆରି ତମର୍ ଆନିଦାଦି ମନର୍ ସବୁବେଲର୍ ବିଦି ଇସାବେ ଏ ଦିନେ ମାନ୍ସା କର୍ସା । 18 ତମେ ପର୍ତୁମ୍ ମାସର୍ ଚଉଦ ଦିନର୍ ସଞ୍ଜୁଆ ଅନି ଏକୁଇସି ଦିନର୍ ସଞ୍ଜ୍ ଜାକ ତାଡି ନ ମିସ୍ଲା ରୁଟି କାଇସା । 19 ଆଟ୍ ଦିନ୍ ଜାକ ତମର୍ ଗର୍ ମନ୍କେ ଗଟେକ୍ ତାଡି ମିସା ନ ରଇବାର୍ ଆଚେ, କାଇକେବଇଲେ ଦେସର୍ ଲକ୍ ଅଅତ୍ କି ବିନ୍ ଦେସର୍ ଲକ୍ ଅଅତ୍ ତାଡି ମିସି ରଇବା ରୁଟି କାଇଲେ, ସେ ଲକ୍ ଇସ୍ରାଏଲର୍ ମାପ୍ରୁର୍ ଗରେ ଅନି ବାର୍କରାଇ ଦେବାଇ । 20 ତମେ କେ ମିସା ତାଡି ମିସ୍ଲା ରୁଟି ନ କାଆସ୍, ସର୍ତେ ଲକ୍ମନ୍ ଗରେ ତାଡି ନ ମିସ୍ଲା ରୁଟି କାଇସା ।
21 ମସା ଇସ୍ରାଏଲ୍ ଦେସର୍ ସବୁ ନେତାମନ୍କେ ଡାକି କଇଲା, ନିସ୍ତାର୍ ପରବ୍କେ ନିଜର୍ ନିଜର୍ କୁଟୁମ୍ ଇସାବେ ଗଟେକ୍ ଗଟେକ୍ ମେଣ୍ଡା ନେଇ ବଲି ଦିଆସ୍ । 22 ଆରି ଗଟେକ୍ କୁଡ୍କା ତେଇ ମେଣ୍ଡାର୍ ବନି ଜରାଇ ଦୁଆରର୍ ଦୁଇ ବନ୍ଦେ ଲାଗାଆ, ଆରି ସଞ୍ଜେ ଅନି ସାକାଲ୍ ପାଇବା ଜାକ କେ ବାରୁଆ ନାଇ । 23 କାଇକେବଇଲେ ସବୁବେଲର୍ ମାପ୍ରୁ ମିସର୍ ଦେସର୍ ଲକ୍କେ ମାରବାକେ ସେ ବାଟ୍ ଦେଇ ଜାଇସି, ଜାର୍ ଦୁଆର୍ ବନ୍ଦେ ବନି ଲାଗି ରଇସି, ମାର୍ବାଲକ୍ ଗରେ ଚାଡି ଆରିଗଟେକ୍ ଗରେ ଜାଇସି, ତମର୍ ଗରେ ପୁରି କରି କାଇ ବିପଦ୍ ନ ଗଟାଏ । 24 ଆରି ତମେ ଆରି ନିଅମ୍ ଅନୁସାରେ ତମର୍ ପିଲା ଟକିମନ୍ ରିତି ଅନୁସାରେ ଏ ନିଅମ୍ ପାଲନ୍ କର୍ସା । 25 ଆଉ ସବୁବେଲର୍ ମାପ୍ରୁ ନିଜର୍ ଆଦେସ୍ ଅନୁସାରେ ତମ୍କେ ଜନ୍ ଦେସ୍ ଦେଇସି, ତେଇ କେଟ୍ଲେ ସେ ଦେସେ ଏ ବିଦି ମାନ୍ସା । 26 ଜଦି ତମର୍ ପିଲାଟକିମନ୍ ପାଚାର୍ବାଇ, ଏ କାମ୍ କାଇକେ କଲୁନି? 27 ଏଟା ତମେ ତମର୍ ପିଲାମନ୍କେ କଇସା, ସବୁବେଲର୍ ମାପ୍ରୁର୍ ନାଉଁରେ ନିସ୍ତାର୍ ପରବ୍ ପୁଜା କର୍ସା; କାଇକେବଇଲେ ମିସର୍ର ଲକ୍ମନ୍କେ ମାର୍ବା ବେଲେ ମିସର୍ ଦେସେ ବାସା ଅଇଲା ଇସ୍ରାଇଲର୍ ଲକର୍ ଗର୍କେ ଚାଡି ଜିନ୍ତେ ଜାଇ ଆମର୍ ଗର୍କେ ଉଦାର୍ କର୍ତେ ରଇଲା । ସେଡ୍କିବେଲେ ଲକ୍ମନ୍ ମୁଣ୍ଡ୍ ଆଉଜାଇ କରି ଜୁଆର୍ କଲାଇ । 28 ସେଟାର୍ପାଇଁ ଇସ୍ରାଏଲର୍ ପିଲାମ୍ନ ଜାଇ ସେମ୍ତା କଲାଇ, ମସା ଆରି ମରନ୍କେ ସବୁବେଲର୍ ମାପ୍ରୁର୍ ଆଦେସ୍ ଅନୁସାରେ କାମ୍ କଲାଇ।
29 ତାର୍ପଚେ ସବୁବେଲର୍ ମାପ୍ରୁ ମଜାରାତି ବେଲେ ଜାଇ, ରାଜ୍ଗାଦି ବସି ରଇବା ପାର ରାଜାର୍ ପର୍ତୁମ୍ ପିଲାତେଇ ଆରି ମିସର୍ ଦେସର୍ ସର୍ତେ ଜଇଲ୍ ଗରେ ରଇଲା ଲକ୍ର୍ ପର୍ତୁମ୍ ଜନମ୍ ଅଇଲା ପିଲା ଆରି ପସୁମନର୍ ପର୍ତୁମ୍ ପାକାଇଲା ବାଚି ପିଲାକେ ମରାଇଲା । 30 ତାର୍ପଚେ ପାର ରାଜା ଆରି ତାର୍ ଦାଙ୍ଗ୍ଡାମନ୍ ଆରି ମିସର୍ ଦେସର୍ ସର୍ତେଲକ୍ ମଜାରାତି ଉଟି ଦେକ୍ଲାଇ ଆରି ବେସି କାନ୍ଦାବୁବା ଅଇଲାଇ, ଗଟେକ୍ ଗରେ ମିସା ନ ମଲା ଲକ୍ ନ ରଇଲା, ସବୁର୍ ଗରେ ମରି ରଇଲାଇ । 31 ତାର୍ପଚେ ପାର ରାଜା ରାତ୍କେ ରାତା ମସା ଆରି ଆରଣକେ ଡାକାଇ କଇଲା, ଆମର୍ ଦେସେ ଜେତେକ୍ ଇସ୍ରାଏଲ୍ ବଁସ୍ ଉଟି ଆମର୍ ଲକ୍ମନର୍ ବିତ୍ରେ ଅନି ବାଇ ଜାଆ , ତମର୍ ବାକିଅମନୁସାରେ ସବୁବେଲର୍ ମାପ୍ରୁର୍ ସେବା କର୍ବାକେ ବାର୍ କରାଇ ନେ । 32 ତମର୍ ବାକିଅ ଅନୁସାରେ ସର୍ତେ ମେଣ୍ଡା ଚେଲି ଦାରି ଉଟି ଜାଆ ଆରି ଆମ୍କେ ଆସିର୍ବାଦ୍ କରା । 33 ସେଡ୍କିବେଲେ ମିସରର୍ ଲକ୍ମନ୍ ଦାପ୍ରେ ଇସ୍ରାଏଲ୍ ଲକ୍କେ କଇଲାଇ, ତମେ ବେଗି ବାରଇ ଉଟି ଜାଆ, ନଇଲେ ଆମେ ସର୍ତେ ଲକ୍ ମର୍ବୁବେ । 34 ସେଡ୍କିବେଲେ ତାଡି ମିସି ରଇବା ରୁଟି ବନାଇବା ଆଗ୍ତୁ ଇସ୍ରାଏଲ୍ ଲକ୍ ଅଟା, ନକି, ଆରି ନିଜର୍ ନିଜର୍ ଲୁଗା ପଚିଆ ବାନ୍ଦି ବଇ ଇଣ୍ଡ୍ଲାଇ । 35 ଆରି ଇସ୍ରାଇଲର୍ ଲକ୍ ମସାର୍ କଇବା କାତା ଇସାବେ ମିସରର୍ ଲକକେ ସୁନା, ରୁପା, ମାଲି ଆରି ଲୁଗା ପଚିଆ ସର୍ତେ ମାଗ୍ଲାଇ । 36 ତାର୍ପଚେ ସବୁବେଲର୍ ମାପ୍ରୁ ମିସରର୍ ଲକ୍କେ ନିଜର୍ ଲକର୍ ପାରା ଦରମ୍ ଦେକାଇଲାକେ ତାକର୍ ଲଗେ ଜାଇ ଜାଇଟା ରଇଲା ସର୍ତେ ଇସ୍ରାଏଲ୍ ଦେସର୍ ଲକ୍କେ ବେଟି ଦେଲାଇ, ଏନ୍ତାରି ମିସରର୍ ଦନ୍ ମାଙ୍ଗି ନେଲାଇ ।
37 ତାର୍ପଚେ ମିସର୍ ଦେସେ ଅନି ଇସ୍ରାଏଲ୍ ଲକ୍ ପିଲା ଟକି ମନ୍କେ ଚାଡି ଚଅ ଲକିଅ ଚୁଚା ମୁନୁସ୍ ପିଲା ରଇଲାଇ, ତାର୍ତେଇ ରାମିସେସ୍ ତେଇ ଅନି ବାରଇ ସୁକ୍ତକେ ଇଣ୍ଡ୍ବାର୍ ଆରାମ୍ କଲାଇ । 38 ଆରି ତାକର୍ ସଙ୍ଗେ ମିସି ରଇବା ଲକ୍ମନ୍ ଆରି ଗଦ, ଚେଲି ଆରି ମେଣ୍ଡା ଦାରି କରି ଗାଲାଇ । 39 ତାର୍ପଚେ ଇସ୍ରାଏଲ୍ ଲକ୍ ମିସର୍ ଦେସ୍ ଅନି ତରବର ଅଇ ବାରଇଲାଇ, କାଇବାକେ ରୁଟି ତିଆର୍ କରି ନାପାର୍ଲାଇ, ସେଟାର୍ପାଇଁ ତେଇଅନି ଆନି ରଇବା ଚକଟ୍ଲା ଅଟାକେ କମିର୍ ମିସି ନ ରଇଲା ରୁଟି ରାନ୍ଦି କାଇଲାଇ । 40 ଇସ୍ରାଏଲ୍ ଦେସର୍ ଲକ୍ ଚାରିସଅ ତିରିସ୍ ବରସ୍ ଜାକ ମିସର୍ ଦେସେ ବାସା ଅଇ ରଇଲାଇ। 41 ଇସ୍ରାଏଲ୍ ଦେସର୍ ଲକ୍କେ ଚାରିସଅ ତିରିସ୍ ବରସ୍ ପୁର୍ଲା ପଚେ ସବୁବେଲର୍ ମାପ୍ରୁ ମିସର୍ ଦେସେ ଅନି ବାର୍କରାଇ ଆନ୍ଲା । 42 ମିସର୍ ଦେସେ ଅନି ସେମନ୍ ବାରଇବାର୍ ଲାଗି ସେଟା ଅଇଲା ସବୁବେଲର୍ ମାପ୍ରୁର୍ ସାର୍ଦାର୍ ରାତି; ସେଟା ସବୁବେଲର୍ ମାପ୍ରୁର୍ ରାତି ବଲି ଇସ୍ରାଇଲର୍ ଲକ୍ମନର୍ ପିଡିକେ ପିଡି ସବୁବେଲେ ନାମ୍ବାଇ ।
43 ତାର୍ପଚେ ସବୁବେଲର୍ ମାପ୍ରୁ ମସାକେ ଆରି ଆରଣକେ କଇଲା, ନିସ୍ତାର୍ ପରବ୍କେ ଗଟେକ୍ ନିଅମ୍ଆଚେ, ବିନ୍ ଦେସର୍ ଲକ୍ ଇତି କାଇ ନାପାରତ୍ । 44 ମାତର୍ ଜନ୍ଲକ୍ ରୁପା ସଙ୍ଗ୍ ଗେନ୍ଲା ଦାସ୍ ସବୁର୍ ସୁନତ୍ ଅଇଲେ, ସେ ଲକ୍ଇତି କାଇସି । 45 ମାତର୍ ବିନ୍ ଦେସର୍ ଲକ୍ କି ବିନ୍ ଗରେ ଦାଙ୍ଗ୍ଡା ରଇଲା ଲକ୍ କାଇ ନାପାରତ୍ । 46 ଏଟା ଗଟେକ୍ ଗରେ କାଇବାକେ ଅଇସି, ଆରି ସେ ମାଉସ୍ର କାଇଟା ମିସା ଅଲପ୍ ଏଲେ ବାଇରେ ପିଙ୍ଗ୍ବାର୍ ନାଇ କର୍ବାର୍ ନାଇ କି ଆଡ୍ ମିସା ବାଙ୍ଗାଇ ପିଙ୍ଗ୍ବାର୍ ନାଇ । 47 ଏ ପରବ୍ ଇସ୍ରାଏଲର୍ ସରତେ ଲକ୍ ମାନ୍ବାକେ ଅଇସି । 48 ମାତର୍ ବିନ୍ ଦେସର୍ ଲକ୍ ସବୁବେଲର୍ ମାପ୍ରୁର୍ ପରବ୍ ମାନ୍ବାକେ ଇଚା କଲାନି, ତେବେ ସେ ତାର୍ ଗରର୍ ସରତେ ମନସ୍ ପିଲା ସୁନତ୍ ଅଇବାର୍ ଆଚେ, ଆରି ସର୍ତେ ଲକର୍ ସଙ୍ଗ୍ ମିସ୍ବାର୍ ଆଚେ, ତାର୍ପଚେ ପରବ୍ ମାନ୍ବାଇ, ନଇଲେ ସେ ପରବ୍ ମାନି ନାପାରେ କି କାଇନାପାରେ । 49 ନିଜର୍ ଦେସେ ଜନମ୍ ଅଇଲା ଲକ୍କେ ଆରି ବିନ୍ ଦେସେ ଜନମ୍ ଅଇଲା ଲକ୍କେ ସମାନ୍ ନିଅମ୍ ଅଇସି । 50 ତାରପଚେ ଇସ୍ରାଏଲର୍ ସବୁ ଲକ୍ମନ୍ ଏ ରକାମ୍ କଲାଇ, ମସା ଆରି ଆରଣର୍ ତେଇ ସବୁବେଲର୍ ମାପ୍ରୁ ଜନ୍ ଆଦେସ୍ ଦେଲା, ସେ ଆଦେସ୍ ସର୍ତେ ଲକ୍ ମନ୍ଲାଇ । 51 ଏନ୍ତାର୍ କରି ସବୁବେଲର୍ ମାପ୍ରୁ ମିସର୍ ଦେସେ ଅନି ଇସ୍ରାଏଲ୍ ଦେସର୍ ଲକ୍କେ ବାର୍କରାଇ ଆନ୍ଲା ।