1 ତାର୍ପଚେ ସବୁବେଲର୍ ମାପ୍ରୁ ମସାକେ କଇଲା, ଅବ୍ରାମ୍, ଇସାକ୍ ଆରି ଜାକୁବ୍କେ ଜନ୍ ଦେସ୍ ଦେବାକେ ସପତ୍ କରି କଇ ରଇଲି, ସେ ଦେସେ ଜିବାକେ ମିସର୍ ଦେସେ ଅନି ଆଇଲା ଲକ୍ ଏ ଜାଗାଇ ଅନି ଇଣ୍ଡାଇନେ । 2 ମୁଇ ତମର୍ ଆଗତୁ ଗଟେକ୍ ଦୁତ୍ ପାଟାଇବି, ଆରି, କିଣାନିଅ, ଇମରିଅ, ଇତିଅ, ପରିସିଅ, ଇଦିଅ ଆରି ଜିବୁସିଅର୍ ଲକ୍ମନ୍କେ କେଦିଦେବି । 3 ସେଟାରପାଇ ସେ ଦୁଦ୍ ଆରି ମୁଁ ଜର୍ବା ଉର୍ବର୍ ଦେସେ ଜା, ମାତର୍ ମୁଇ ତମର୍ ମଜାଇ ଅଇ ନ ଆସି, ଆଇଲେ ବାଟେ ତମ୍କେ ମାରିଦେଇ ଅଇସି, କାଇକେବଇଲେ ତମେ ବେସି ଅମାନିଆ ଆଚାସ୍
4 ଲକ୍ମନ୍ ଏ କାତା ସୁନି କାନ୍ଦ୍ଲାଇ, ଆରି କେ ମିସା କାନେ ନାକେ ସୁନା ପିନ୍ଦତ୍ ନାଇ । 5 କାଇକେବଇଲେ ସବୁବେଲର୍ ମାପ୍ରୁ ମସାକେ କଇ ରଇଲା, ତୁଇ ଇସ୍ରାଏଲର୍ ଲକ୍କେ ଏ କାତା କଅ, ତମେ ବେସି ଅମାନିଆ ଆଚାସ୍; ଆମର୍ ସଙ୍ଗେ ଜଦି ମାପ୍ରୁ ଆଇଲେ, ସେ ଆମ୍କେ ମାରି ଦେଇସି, ସେଟାର୍ପାଇଁ ତମେ ଏବେ ନିଜର୍ ପିନ୍ଦ୍ଲା ସୁନା ବେଟି ସଙ୍ଗାଇ ଦିଆସ୍, ଆରି ତମର୍ ପାଇ କାଇଟା କର୍ବାର୍ ଆଚେ ସେଟା ତମେ ଜାନ୍ସା । 6 ତାର୍ପଚେ ଇସ୍ରାଏଲର୍ ଲକ୍ ଅରେବ୍ ଡଙ୍ଗର୍ ଲଗେ ଇଣ୍ଡି ଇଣ୍ଡି କେଟ୍ବାକେ ସର୍ତେ ଲକର୍ ପିନ୍ଦ୍ଲା ସୁନା କୁସ୍ଲାଇଦେଲାଇ ।
7 ସେବେଲେ ଏନ୍ତାର୍ ରଇଲା ଜେ, ମସା ଗାଉଁ ବାଇଲେ ନେଇ ଗର୍ ବାନ୍ଦ୍ଲା, ଆରି ସେ ଗରର୍ ନାଅ ସମାଗମ୍ ତୁମ୍ ଦେଲା, ସବୁବେଲର୍ ମାପ୍ରୁର୍ ଲଗେ ଆଇବା ସର୍ତେ ଲକ୍ ସେ ସମାଗମ୍ ତମୁ ତେଇ ଜିବାଇ। 8 ଜେଡେବଲ ମସା ଗରେ ଅନି ବାରଇ କୁଡିଆ ଲଗେ କେଟ୍ବାକେ ସର୍ତେ ଲକ୍ ଗରେ ଅନି ବାରଇ ବାଟ୍ ଡିଆଗଡି ଟିଆ ଅଇଲାଇ, ମସା ଗରେ ନ ପୁର୍ବା ଜାକ ସର୍ତେ ଲକ୍ ଜାଗି ସେ ରଇଲାଇ । 9 ଜେଡେବଲ୍ ସମାଗମ୍ ତୁମ୍ ବିତ୍ରେ ପୁର୍ଲା ସେଡ୍କିବେଲେ ମେଗ୍ ଲଗେ କାମ୍ ଆସି ଦୁଆର୍ ମୁଆଟେ ଟିଆ ଅଇଲା; ଆରି ସବୁବେଲର୍ ମାପ୍ରୁ ମସା ସଙ୍ଗେ କାତା ଅଇଲା । 10 ସମାଗମ୍ ତୁମ୍ ଦୁଆରେ ଟିଆ ଅଇଲା ମେଗର୍ କମ୍କେ ଦେକି ସର୍ତେ ଲକ୍ ତାକର୍ ଗରେ ଅନି ଜୁଆର୍ କଲାଇ । 11 ଗଟେ ଲକ୍ ଜେନ୍ତାର୍ ତାର୍ ମଇତର୍ ସଙ୍ଗେ କାତା ଅଇବାଇ, ସେନ୍ତାର୍ ମସା ଆରି ସବୁବେଲର୍ ମାପ୍ରୁ କାତା ଅଇଲାଇ, ଆରି ମସା ସମାଗମ୍ ତୁମ୍ ଅନି ବାଉଡି ଆଇଲା, ମାତର୍ ନୁନ୍ର ପିଲା ଜିଅସୁଅ ଗରେ ବିତ୍ରେ ପୁରେ ନାଇ ।
12 ତାର୍ପଚେ ମସା ସବୁବେଲର୍ ମାପ୍ରୁକେ କଇଲା, ସୁନ୍, ତୁଇ ଏ ଲକ୍ମନ୍କେ ଡାକିନେବାକେ ମକେ କଇଲୁସ୍ନି ମାତର୍ ମର୍ ସଙ୍ଗେ କେ ଆଇସି କଉସ୍ ନାଇ, ଅଇଲେ ମିସା କଇଲୁସ୍ନି, ଆମର୍ ନାଅଁରେ ଜାନି ପାରୁସ୍, ଆରି ତମେ ଆମର୍ ଆକିକେ ଦରମ୍ ଲକ୍ ଅଇ ଆଚୁସ୍ । 13 ମୁଇ ଜଦି ତମର୍ ଆକିକେ ଦରମ୍ ଡିସ୍ଲିନି, ତେବେ ଗୁଆରି କଲୁନି, ଦରମ୍ ଡିସ୍ଲିନି ବଲି କେନ୍ତି ଜାନ୍ବି, ଏଟାର୍ପାଇ ମୁଇ କନ୍ବାଟେ ଜିବି ବାଟ୍ ଦେକାଉ ଆରି ଏ ଜାତି ତର୍ ଲକ୍ ବଲି ବାବ୍ ।
14 ସେଡ୍କିବେଲେ ସବୁବେଲର୍ ମାପ୍ରୁ ମସାକେ କଇଲା, ମୁଇ ତମର୍ ସଙ୍ଗେ ଇଣ୍ଡ୍ବି, ଆରି ତମ୍କେ ବିସ୍ରାମ୍ ଦେବି । 15 ତାର୍ପଚେ ମସା କଇଲା, ଜଦି ତୁଇ ଆମର୍ ସଙ୍ଗେ ନ ଇଣ୍ଡ୍ଲେ, ଏ ଜାଗାଇ ଅନି ଆମ୍କେ ନେ ନାଇ । 16 ମୁଇ ଆରି ତର୍ ଲକ୍ମନ୍ ଦରମ୍ ଲକ୍ ବଲି କେନ୍ତି ଜାନ୍ବୁ? ମୁଇ ଆରି ତର୍ ଲକ୍ମନ୍ ପୁର୍ତିବିର୍ ଲକର୍ ତେଇ ଅନି ନିମାନ୍ ଲକ୍ ଅଇବୁ,ଏଟା ଆମର୍ ସଙ୍ଗେ ଇଣ୍ଡ୍ଲେ ଜାନି ପାରୁ ନାଇ କି ।
17 ତାର୍ପଚେ ସବୁବେଲର୍ ମାପ୍ରୁ ମସାକେ କଇଲା,ଏ ଜନ୍ କାତା ତୁଇ କଇଲୁସ୍ନି, ସେ କାତା ସେ ମୁଇ କଇବି, କାଇକେବଇଲେ ତୁଇ ଆମର୍ ଆକିକେ ଦରମ୍ ଲକ୍, ଆରି ମୁଇ ତମର୍ ନାଅ ଜାନ୍ଲି ଆଚି । 18 ଆରି ମସା କଇଲା, ମୁଇ ଗୁଆରି କଲିନି ତୁଇ ମକେ ତର୍ ମଇମା ଦେକା ।
19 ସବୁବେଲର୍ ମାପ୍ରୁ ଉତର୍ ଦେଲା, ମୁଇ ତମର୍ ମୁଆଟେ ମର୍ ସର୍ତେ ବଲ୍ ବିସଇ ଦେକାଇବି, ତମର୍ ମୁଆଟେ ସବୁବେଲର୍ ମାପ୍ରୁର୍ ନାଅ ଡାକ୍ବି, ମୁଇ ଜାକେ ଅନୁଗରଅ କର୍ବି ତାକେ ଅନୁଗରଅ କରୁ, ଆରି ଜାକେ ଦୟା ଦେକାଇବି ତାକେ ଦୟା କରୁ 20 ଆରି ସବୁବେଲର୍ ମାପ୍ରୁ କଇଲା, ତୁଇ ମର୍ ମୁ ଦେକି ନାପାରୁସ୍, କାଇକେବଇଲେ ମକେ ନର୍ଲକ୍ ଦେକ୍ସି ସେ ବଞ୍ଚେ ନାଇ। 21 ସବୁବେଲର୍ ମାପ୍ରୁ କଇଲା, ସୁନ୍, ମର୍ ଗଟେକ୍ ଜାଗା ଆଚେ ସେ ଜାଗାଇ ପାକ୍ନା ଉପ୍ରେ ଟିଆ ଅ । 22 ତାର୍ପଚେ ତମର୍ ପାକେ ଅନି ମର୍ ମଇମା ଇଣ୍ଡାଇବା ବେଲା ପତେକ୍ ତର୍ ମୁକ୍ ରଇସି ସେଡ୍କିବେଲ୍ ଜାକ ତକେ ପାକ୍ନା ଉପ୍ରେ ରଇସୁ ଆରି ଇଣ୍ଡ୍ବାର୍ ସାରାସାରି ଜାକ ତକେ ଆତେ ଦାରି ରଇବି । 23 ତାର୍ପଚେ ମର୍ ଆତ୍ ବେଟ୍ଲେ ତୁଇ ମର୍ ପିଟିକେ ଦେକ୍ସୁ, ମାତର୍ ମର୍ ମୁ ଦେକି ନାପାରୁସ୍ ।