A palavra
A Palavra de Deus é viva, eficaz e mais cortante que espada de dois gumes. Ela é lâmpada, alimento e purificação — tudo o que o cristão precisa para viver e crescer em fé.
ପର୍ମେସରର୍ ବାକିଅ ଜିବନ୍ରଇବାଟା ଆରି ବେସି ବପୁରଇ ଦୁଇବାଟେ ଦାର୍ରଇବା ଗଟେକ୍ ଲାଗନ୍ କାଣ୍ଡା ପାରା । ସେଟା ଆଡର୍ ଗଁଟି ଆରି ଆଡ୍ ବିତ୍ରେ ରଇବାଟା କାଟ୍ସି । ଗଟେକ୍ ଲକର୍ ମନ୍ ବିତ୍ରେ ରଇବା ସବୁ ବିସଇ ବିଚାର୍ କରିପାର୍ସି । ମନ୍ ବିତ୍ରେ ଲୁଚିରଇବା ସବୁ ବିସଇ ମିସା ।
କାଇଟା ତିଆର୍ ନ ଅଇରଇଲା ପୁର୍ବେ ବାକିଅ ରଇଲା । ସେ ବାକିଅ ପର୍ମେସରର୍ ସଙ୍ଗ୍ ରଇଲା । ସେ ଆରି ପର୍ମେସର୍ ଗଟେକ୍ ରଇଲାଇ ।
ଆରି ସେ ବାକିଅ ନର୍ ଲକ୍ ଅଇକରି ଆମର୍ ସଙ୍ଗ୍ ଜିଇଲା । ତାର୍ ସତ୍ ଆରି ଜିବନ୍ ଦୁକାଇବାଟା ପୁରାପୁରୁନ୍ ରଇଲା । ତାର୍ ବାବାର୍ ଗଟେକ୍ସେ ପିଲା ବଲି ସେ ମଇମା ପାଇରଇଲା । ତାର୍ ମଇମା ଆମେ ଦେକିଆଚୁ ।
ପର୍ମେସରର୍ ଆତ୍ମାସେ ଜିବନ୍ ଦେଇପାରେ । ମୁନୁସର୍ ବପୁ କାଇଟା କରିନାପାରେ । ପର୍ମେସରର୍ ଜିବନ୍ ଦେବା ଆତ୍ମା ତମେ ଜେନ୍ତାରିକି ଜାନି ପାର୍ସା ? ସେଟାର୍ପାଇଁ ମୁଇ ଏ କାତା କଇଲିଆଚି ।
ମର୍ତେଇ ଅନି ପାଇରଇବା ସିକିଆଇ ଅନି ତମେ ପରିଚଲ୍ ଅଇସାରି ଆଚାସ୍ ।
ମାତର୍ ଜିସୁ କଇଲା, "ସାସ୍ତରେ ଲେକାଆଚେ ମୁନୁସ୍ ଅବ୍କା ରୁଟି କାଇକରି ନ ବଁଚେ, ମାତର୍ ପର୍ମେସରର୍ ଟଣ୍ଡେ ଅନି ବାରଇବା ସବୁ ବାକିଅ ଟାନେ ବଁଚ୍ସି ।"
ସରଗ୍ ଆରି ମଚ୍ପୁର୍ କୁରୁପ୍ନାସ୍ ଅଇଜାଇସି, ମାତର୍ ମର୍ ସବୁ ବାକିଅ କେବେ ମିଚ୍ ନ ଅଏ ।
ସତ୍ ବାକିଅ ନିମାନ୍ ସଙ୍ଗ୍ ଜାନା । ଲାଜ୍ ନଇଲା କାମ୍ କର୍ବା ଲକ୍ପାରା ମାପ୍ରୁର୍ ଲଗେ ନିଜ୍କେ ଅଦିକାର୍ ପାଇଲା ଲକ୍ ବଲି ଦେକାଇଅଇବାକେ ଜତନ୍ ଅ ।
ଏବେ ଜନମ୍ ଅଇଲା କଅଁଲା ପିଲାମନ୍ ଦୁଦ୍ କାଇବାକେ ଜେନ୍ତାରି ମନ୍ କର୍ବାଇ, ସେନ୍ତାରିସେ ତମେ ଆତ୍ମାର୍ ଦୁଦ୍ କାଇବାକେ ମନ୍ କରା । ସେଟା ଅଇଲାନି ପର୍ମେସରର୍ ସତ୍ ବାକିଅ । ସେଟା କାଇବାକେ ମନ୍ କଲେ, ତମର୍ ମୁକ୍ତି ସିଦ୍ ଅଇବାଜାକ ତମେ ବିସ୍ବାସେ ଅଦିକ୍ ଅଦିକ୍ ବଡି ଆଇସା ।