1 ଅବ୍ରାମ୍କେ ନବେ ନ ବରସ୍ ବଇସେ ସବୁବେଲର୍ ମାପ୍ରୁ ଦର୍ସନ୍ ଦେଇ କଇଲା, ଆମେ ସବୁର୍ ତେଇ ଅନି ବେସି ବପୁ ରଇଲା ପର୍ମେସର୍; ମର୍ଲଗେ ଦରମ୍ କାମ୍ କରି ସିଦ୍ ଅ। 2 ମୁଇ ତର୍ ସଙ୍ଗେ ନିଜର୍ ନିଅମ୍ କରି ତକେ ବେସି ଲକ୍ କରାଇବି । 3 ତାର୍ପଚେ ଅବ୍ରାମ୍ ମାଣ୍ଡିକୁଟା ଦେଇ ଅଦର୍ଲାକେ, ପର୍ମେସର୍ ତାର୍ ସଙ୍ଗେ କାତା କଇଲା; 4 ଦେକ୍, ମୁଇ ତର୍ ସଙ୍ଗେ ମର୍ ନିଅମ୍ କଲିନି, ତୁଇ କୁଟୁମର୍ ଆନିଦାଦି ଅଇସୁ । 5 ଆରି ତର୍ ନାଉଁ ଅବ୍ରାମ୍ ଆରି ନ ରଏ, ମାତର୍ ଅବ୍ରାଆମ୍ ଅଇସି । କାଇକେ ବଇଲେ ମୁଇ ତକେ ବେସି କୁଲର୍ ଆନିଦାଦି କରିଆଚୁ । 6 ମୁଇ ତକେ ବେସି ଉଁଚା କର୍ବି, ତର୍ତେଇ ଅନି ବେସି କୁଲ୍ଜାତ୍ କରାଇବି, ଆରି ରାଜାମନ୍ ତର୍ତେଇ ଅନି ଜାତ୍ ଅଇବାଇ ।
7 ମୁଇ ତର୍ ସଙ୍ଗେ ଆରି ତର୍ ବବିସତ୍ ବଁସର୍ ଲକର୍ ସଙ୍ଗେ ଜନ୍ ନିଅମ୍ କଲୁ, ସେଟା କେବେ ନ ସାର୍ବାଟା ଅଇସି । ତାର୍ପଚେ ମୁଇ ତର୍ ଆରି ତର୍ ଆଗ୍କେ ଅଇବା ବଁସର୍ ପର୍ମେସର୍ ଅଇବି । 8 ଆରି ତୁଇ ଏବେ ଜନ୍ କିଣାନ୍ ଦେସେ ବାସା କରି ଆଚୁସ୍, ତେଇର୍ ସବୁ ବାଟର୍ ଆମେ ତକେ ଆରି ତର୍ ଆଗ୍କେ ଆଇବା ବଁସ୍କେ ସବୁବେଲର୍ ଅଦିକାର୍ ପାଇ ଦେବି ଆରି ମୁଇ ସେମନର୍ ପର୍ମେସର୍ ଅଇବି
। 9 ପର୍ମେସର୍ ଅବ୍ରାମ୍କେ ଆରିତରେକ୍ କଇଲା, ତୁଇ ମର୍ ନିଅମ୍ ପାଲନ୍ କର୍ସୁ, ତୁଇ ଆରି ତର୍ ଆଗ୍କେ ଅଇବା ବଁସର୍ ପିଡିପିଡି ସେଟା ପାଲନ୍ କର୍ବାଇ । 10 ତର୍ ଆରି ତମର୍ ଆଗ୍କେ ଅଇବା ବଁସର୍ ସଙ୍ଗେ କଲା ଆମର୍ ଜନ୍ ନିଅମ୍ ତମେ ପାଲନ୍ କର୍ସା ସେଟା ଏଟା ତମର୍ ସବୁ ମୁନୁସ୍ ପିଲା ସୁନତ୍ ଅଇସା । 11 ତୁମେ ନିଜର୍ ନିଜର୍ ଲିଙ୍ଗର୍ ଟିପର୍ ଚାମ୍ କାଟ୍ସା, ଆରି ସେଟା ତର୍ ସଙ୍ଗେ ମର୍ ନିଅମର୍ ଚିନ୍ ଅଇସି । 12 ପିଡିକେ ପିଡି ଦାରି ତମର୍ ସବୁ ପିଲା ମକେ ଜନମ୍ ଅଇ ଆଟ୍ଦିନ୍ ଗାଲା ପଚେ ସୁନତ୍ ଅଇବାଇ । ଆରି ଜନ୍ ଲକ୍ମନ୍ ତର୍ ବଁସର୍ ନଅତ୍ ଏ ତାର୍ ବିଦେସର୍ ଜନ୍ଲକ୍ ତମର୍ ଗରେ ଜାତ୍ ଅଇଲା ବାଇ ସେ ଗତି ଦାଙ୍ଗ୍ଡା ଅଇବାଇ, ତାର୍ ମିସା ସୁନତ୍ ଅଇସି । 13 ଆରି ତମର୍ ଗରେ ଜାତ୍ ଅଇଲାଟା କି ଗତି ଦାଙ୍ଗ୍ଡା ଲକର୍ ସୁନତ୍ ଅଇବାଟା ଆଇସି,ତାର୍ପଚେ ନ ସାରବା ଜାକ ତିଆର୍ ଅଇଲା ତମର୍ ମାଉଁସେ ଆମର୍ ନିଅମର୍ ଚିନ୍ ରଇସି। 14 ମାତର୍ ଜାର୍ ଲିଙ୍ଗର୍ ଚାମ୍ ନ କାଟେ,ଏ ରକାମ୍ ସେ ଅସୁନତ୍ ଲକ୍,ସେ ଲକ୍ ନିଜର୍ ଲକ୍ ମନର୍ ବିତ୍ରେ ଅନି ବାରଇ ଜାଇସି ସେ ମର୍ ନିଅମ୍ ନ ମାନ୍ଲା।
15 ତାର୍ପଚେ ପର୍ମେସର୍ ଅବ୍ରାଆମ୍କେ କଇଲା,ତୁଇ ନିଜର୍ ମାଇଜି,ସାରିକେ ଆରି ସାରି ବଲି ଡାକ୍ ନାଇ,ତାର୍ ନାଉଁ ସାରା ଅଇଲା। 16 ମୁଇ ତାକେ ଆସିର୍ବାଦ୍ କର୍ବି, ଆରି ତାର୍ ତେଇ ଅନି ତମ୍କେ ଗଟେକ୍ ପିଲା ଦେବି,ଆମେ ତାକେ ଆସିର୍ବାଦ୍ କର୍ବି,ସେ ବିନ୍ ବିନ୍ କୁଲର୍ ଆଦି ମାତା ଅଇସି,ତାର୍ ତେଇ ଅନି ବିନ୍ ବିନ୍ ଦେସର୍ ରାଜା ମନ୍ ଜାତ୍ ଅଇବାଇ।
17 ସେଡ୍କି ବେଲେ ଅବ୍ରାଆମ୍ ମୁଁକେ ତଲେ ଉତ୍ରାଇ କରି ଆଁସ୍ଲା,ଆରି ମନେ ମନେ କଇଲା,ମୁନୁସର୍ ସଏ ବରସ୍ ବଇସେ କାଇ ପିଲା ଜନମ୍ କର୍ସି ? ନବେ ବର୍ସର୍ ସାରା କାଇ ଜନମ୍ କର୍ସି ? 18 ତାର୍ ପଚେ ଅବ୍ରାମ୍ ପର୍ମେସର୍ କେ କଇଲା,ଇସ୍ମାଏଲ୍ ତମର୍ ଲଗେ ଜିଇ ରଅ।
19 ସେଡ୍କି ବେଲେ ପର୍ମେସର୍ କଇଲା,ତର୍ ମାଇଁଜି ସାରା ତର୍ ପାଇଁ ସତ୍ ରେ ପିଲା ଜନମ୍ କର୍ସି,ଆରି ତାର୍ ନାଉଁ ଇସାକ୍ ସଙ୍ଗୁଆ,ଆରି ଆଗେ ତର୍ ସଙ୍ଗେ ନିଜର୍ ନିଅମ୍ ତିର୍ କର୍ବୁ,ସେଟା ତାର୍ ବବିସତ୍ ବଁସର୍ ପାଇଁ ସବୁ ଦିନର୍ ନିୟମ୍ ଅଇସି। 20 ଆରି ଇସ୍ମାଏଲ୍ ବିସଇରେ ତମର୍ ପାର୍ତନା ସୁନ୍ଲୁ,ଦେକା,ମୁଇ ତାକେ ଆସିର୍ବାଦ୍ କରିବି,ଆରି ବେସି ଲକ୍ମନ୍ କରି ତାର୍ ବଁସ୍ ବେସି ବୁତେକ୍ କରିବି। ତର୍ ତେଇ ଅନି ବାର୍ଟା ରାଜା ଜାତ୍ ଅଇବାଇ ଆରି ମୁଇ ତାକେ ବଡ୍ କୁଲ୍ କର୍ବି। 21 ମାତର୍ ଆଇବା ବରସର୍ ଏ ସମଇରେ ସାରାର୍ ଗର୍ବେ ଅନି ଜନ୍ ଇସାକ୍ ଜନମ୍ ଅଇସି,ତାର୍ ସଙ୍ଗେ ମୁଇ ନିଜର୍ ନିଅମ୍ କର୍ବି। 22 ଏ ରକାମ୍ କାତାବାର୍ତା ଅଇ ସାର୍ଲା ପଚେ ପର୍ମେସର୍ ଅବ୍ରାମର୍ ଲଗେ ଅନି ଚାଡିକରି ମାୟାଅଇ ଗାଲା 23 ତାର୍ପଚେ ଅବ୍ରାମ୍ ନିଜର୍ ପିଲା ଇସ୍ମାଇଲ୍କେ ଆରି ନିଜର୍ ଗରେ ଜାତ୍ ଆରି ଗତି ଦାଙ୍ଗ୍ଡା ସବୁକେ ଅବ୍ରାଆମର୍ ଗରେ ରଇବା ସବୁ ମୁନୁସ୍ ପିଲାକେ ନେଇଁ ପର୍ମେସରର୍ ଆଦେସ୍ ଇସାବେ ସେ ଦିନେ ସବୁ ଲକ୍ମନ୍କେ ସୁନତ୍ କଲାଇ । 24 ଅବ୍ରାଆମର୍ ନବେ ନ ବରସ୍ ବଇସେ ତାର୍ ଲିଙ୍ଗ୍ର୍ ଟିପର୍ ଚାମ୍ କାଟ୍ଲା। 25 ଆରି ତାର୍ ପିଲା ଇସ୍ମାଇଲ୍ ତେର ବରସ୍ ବଇସେ ଲିଙ୍ଗ୍ର୍ ଟିପ୍ ଚାମ୍ କାଟ୍ଲା । 26 ଏ ରକାମ୍ ଗଟେ ଦିନେ ଅବ୍ରାଆମର୍ ଆରି ତାର୍ ପିଲା ଇସ୍ମାଏଲର୍ ଲିଙ୍ଗର୍ ଟିପର୍ ଚାମ୍ କାଟ୍ଲାଇ। 27 ଆରି ତାର୍ ଗରେ ଜନମ୍ ଅଇଲା ଆରି ପର୍ଦେସିଆ ମନର୍ ଲଗେ ଅନି ଗତି ଦାଙ୍ଗ୍ଡା ତାର୍ ଗରେ ରଇଲା ସବୁ ମୁନୁସ୍ ମନ୍କେ ସୁନତ୍ କଲାଇ।