1 ତାର୍ପଚେ ଲେଆର୍ ଲଗେ ଅନି ଜନମ୍ ଅଇଲା ଦିନା ନାଉଁର୍ ଜାକୁବର୍ ଟକି ସେ ଦେସର୍ ଟକି ମନର୍ ସଙ୍ଗେ ବେଟ୍ ଅଇବାକେ ଗାଲା । 2 ତାର୍ପଚେ ଇଦିଅ ଅମର୍ ନାଉଁର୍ ଗଟେକ୍ ଦେସ୍ ଚାଲାଇବା ଲକର୍ ପିଲା ସିକିମ୍ ତାକେ ଦେକ୍ଲା, ଆରି ତାକେ ନେଇଁ କରି ତାର୍ ସଙ୍ଗ୍ ସୁଆବସା କରି ତାକେ ଇଜତ୍ ଜିକ୍ଲା। 3 ଆରି ଜାକୁବର୍ ସେ ଟକି ଦିନା ଲଗେ ତାର୍ ମନ୍ ତାକେ ମଇଲାକେ ସେ ଦାଙ୍ଗ୍ଡିକେ ମନ୍କରି ତାକେ ଆଲାଦର୍ କାତା କଇବାର୍ ଦାର୍ଲା । 4 ତାର୍ପଚେ ସିକିମ୍ ନିଜର୍ ବାବା ଅମରକେ କଇଲା, ତୁଇ ମକେ ସେ ଦାଙ୍ଗ୍ଡିର୍ ସଙ୍ଗେ ବିବା କରି ଦେ ।
5 ତାର୍ପଚେ ଜାକୁବ୍ ନିଜର୍ ଟକି ଦିନାକେ ସିକିମ୍ ଇଜତ୍ ଜିକ୍ଲା କାତା ସୁନ୍ଲା, ସେଡ୍କିବେଲେ ତାର୍ ପିଲାମନ୍ ପଦାଇ ଗରୁ ଗାଇ ଚାରାଇବାକେ ଜାଇ ରଇଲାଇକେ ଜାକୁବ୍ ସେମନ୍ ଆଇବା ଜାକ ଚୁପ୍ ଅଇ ରଇଲା । 6 ତାର୍ପଚେ ସିକିମର୍ ବାବା ଅମର୍ ଜାକୁବର୍ ସଙ୍ଗେ କାତାବାର୍ତା କର୍ବାକେ ଗାଲା । 7 ଆରି ଜାକୁବର୍ ପିଲାମନ୍ ସେ କବର୍ ସୁନିକରି ଜମି ଲଗେ ଅନି ଆସି ରଇଲାଇ, କାଇକେ ବଇଲେ ସିକିମ୍ ଜାକୁବର୍ ଟକି ସଙ୍ଗ୍ ସୁଆବସା କରି ଇସ୍ରାଏଲ୍ ବିରୁଦେ ନ କର୍ବା କାରାପ୍ କାମ୍ କରି ରଇଲା, ସେଟାର୍ ପାଇଁ ସେମନ୍ ବେସି ରିସା ଅଇ ବେର୍ଦାରି ରଇଲାଇ । 8 ସେଡ୍କିବେଲେ ଅମର୍ ସେମନର୍ ସଙ୍ଗ୍ କାତାବାର୍ତା କରି କଇଲା, ତମର୍ ଏ ଟକିକେ ମର୍ ପିଲା ମନ୍ କଲା ଆଚେ , ମୁଇଁ ବାବୁଜିଆ କଲିନି, ମର୍ ପିଲା ସଙ୍ଗ୍ ତାକେ ବିବା କରି ଦିଆସ୍ । 9 ଆରି ଆମର୍ ସଙ୍ଗେ ସମ୍ନ୍ଦି ଜଡ୍ବାକେ ରାଜି ଉଆ, ତମର୍ ଟକିକେ ଆମ୍କେ ଦିଆ, ଆମର୍ ଟକିକେ ତମେ ନିଆ । 10 ସେନ୍ତାର୍ ଆଲେ, ତମେ ଆମର୍ ସଙ୍ଗ୍ ବାସ୍ କର୍ସା, ସାରା ଦେସ୍ ଜାକର୍ ଜମି ବାଡା ବେକାର୍ ପଡିଆ ଗାଲାନି , ସେ ଜାଗାଇ ବାସା ଉଆ ଆରି ବେପାର୍ କରା ଆରି ନିଜର୍ ଅଦିକାର୍ କରା । 11 ଆରି ସିକିମ୍ ଦିନାର୍ ବାବାକେ ଆରି ବାଇ ମନ୍କେ କଇଲା, ମର୍ ପାଇଁ ତମର୍ ଆସିର୍ବାଦ୍ ରଅ, ତାର୍ପଚେ ଜାଇଟା ମାଙ୍ଗ୍ସା, ସେଟା ମୁଇଁ ତମ୍କେ ଦେବି । 12 ଆରି ଜଲା ଜେତ୍କି ମାଙ୍ଗ୍ସା, ତମର୍ କାତା ଇସାବେ ସେତ୍କି ଦେବି, ମାତର୍ କେନ୍ତି ମିସା ମର୍ ପିଲା ସଙ୍ଗେ ତର୍ ଟକିକେ ବିବା କରିଦେସ୍ । 13 ତେବର୍ ପାଇ ସିକିମ୍ ଜାକୁବର୍ ପିଲା ମନର୍ ବଇନି ଦିନାକେ କାରାପ୍ କରି ରଇଲାର୍ ପାଇଁ ସେମନ୍ ସିକିମ୍ ଆରି ତାର୍ ବାବା ଅମର୍ ସଙ୍ଗେ ଚାଲାକି ସଙ୍ଗେ କାତାବାର୍ତା କରି କଇଲାଇ । 14 ଆମେ ସୁନତ୍ ନ ଅଇ ରଇଲା ଲକ୍କେ ଆମର୍ ବଇନିକେ ନ ଦେଉଁ, ସେନ୍ତିଦେଲେ , ଆମର୍ ଇଜତ୍ ଜାଇସି । 15 ସେଟାର୍ ପାଇଁ ଗଟେକ୍ କାମ୍ କର୍ସା, ଆମର୍ ପାରା ତମେ ମିସା ସବୁ ମୁନୁସ୍ ପିଲାମନ୍ ସୁନତ୍ ଅଇସା, ତେବେ ଆମେ ମିସା ତମର୍ କାତାରେ ରାଜି ଅଇବୁ । 16 ଆମେ ତମ୍କେ ଦାଙ୍ଗ୍ଡି ଦେବୁ ଆରି ତମର୍ ଦାଙ୍ଗ୍ଡିକେ ଆମେ ବିବା ଅଇବୁ, ଆରି ତମର୍ ସଙ୍ଗେ ବାସା କରି ଗଟେକ୍ ଲକ୍ ଅଇବୁ । 17 ମାତର୍ ଆମେ ଜେବେ ସୁନତ୍ ବିସଇରେ ଆମର୍ କାତା ନ ମାନାସ୍, ବଇଲେ ଆମେ ସେ ଦାଙ୍ଗ୍ଡିକେ ଡାକି ଦାରିଜିବୁ ।
18 ସେଡ୍କିବେଲେ ସେମନ୍ ଏ କାତାକେ ଅମର୍ ଆରି ତାର୍ ପିଲା ସିକିମ୍ ରାଜିଅଇଲା । 19 ଆରି ସେ ଦାଙ୍ଗ୍ଡା ଦାପ୍ରେ ସେ କାମ୍କଲା, କାଇକେବଇଲେ ସେ ଜାକୁବର୍ ଟକିକେ ବେସି ମନ୍ କଲା । ସେ ସିକିମ୍ ତାର୍ ବାବାର୍ କୁଟୁମ୍ ସବୁ ଲକର୍ ଟାନେ ଅନି ବେସି ସାଉକାର୍ ରଇଲା ।
20 ତାର୍ପଚେ ଅମର୍ ଆରି ତାର୍ ପିଲା ସିକିମ୍ ନିଜର୍ ଗାଉଁର୍ ଡାଣ୍ଡେ ଆସି ଗାଉଁର୍ ଲକ୍ବାକ୍ ମନର୍ ସଙ୍ଗ୍ କାତାବାର୍ତା କରି କଇଲାଇ, 21 ଏ ଲକ୍ମନ୍ ଆମର୍ ସଙ୍ଗେ ବନ୍ଦୁସମ୍ନ୍ଦି ଅଇବାଇ, ସେଟାର୍ ପାଇଁ ଏ ମନ୍କେ ଏ ଦେସେ ବାସା ଅଇ ବେବାର୍ବାଟ୍ କର୍ବାକେ ଦେଉଁ, କାଇକେବଇଲେ ଦେକା, ଏ ଦେସ୍ ସେମନର୍ ପାଇଁ ପୁରାପୁରି ଦର୍କାର୍, ଆମେ ସେମନର୍ ଟକିକେ ଆନ୍ବୁ ଆରି ଆମର୍ ଟକିକେ ସେମନ୍କେ ଦେବୁ । 22 ମାତର୍ ସେମନର୍ ଏଟା ଗଟେ କାତା ଆଚେ, କି ଆମର୍ ବିତ୍ରେ ସବୁଲକ୍ ସେମନର୍ ପାରା ସୁନତ୍ ଅଇବାର୍ ଆଚେ, ତେବେ ସେମନ୍ ଆମର୍ ସଙ୍ଗେ ବାସାକରି ଗଟେ ଲକ୍ ଅଇବାକେ ସମାନ୍ ଅଇବାଇ । 23 ସେମନର୍ ଦନ୍ ସଁପତି ଆରି ପସୁମନ୍ କାଇ ଆମର୍ ନ ଅଏ ? କାଇକେ ବଇଲେ ଆମେ ସେମନର୍ କାତା ମାନ୍ବୁ ସେନ୍ତାର୍ କଲେ, ସେମନ୍ ଆମର୍ ସଙ୍ଗେ ବାସା କର୍ବାଇ । 24 ସେଡ୍କିବେଲେ ଅମର୍ ଆରି ତାର୍ ପିଲା ସିକିମର୍ ଏ କାତାର୍ ପାଇଁ ତାର୍ ଗାଉଁ ଦୁଆର୍ ଦେଇ ବାରଇବା ସବୁଲକ୍ ରାଜି ଅଇଲାଇ, ତାର୍ପଚେ ତାର୍ ନଅଁର୍ ବାଟ୍ ଦେଇ ଜିବା ସବୁଲକ୍ ସୁନତ୍ ଅଇଲାଇ ।
25 ଆରି ତିନ୍ ନମର୍ ଦିନେ ସେମନ୍କେ ଜର୍ ଆଇଲାକେ, ଦିନାର୍ ବାଇ ସିମିଅନ୍ ଆରି ଲେବି, ଜାକୁବର୍ ଏ ଦୁଇଟା ପିଲା କାଣ୍ଡା ଦାରି କରି ନ ଡର୍ତେ ନଅଁର୍ ଚାରିବେଟ୍ତିର୍ ସବୁ ମୁନୁସ୍ପିଲା ମନ୍କେ ମର୍ତେମାର୍ଲା । 26 ଆରି ଅମର୍କେ ଆରି ତାର୍ ପିଲା ସିକିମକେ କାଣ୍ଡାସଙ୍ଗେ ମର୍ତେମାରି କରି ସିକିମର୍ ଗରେ ଅନି ଦିନାକେ ଡାକି ଦାରି ଗାଲାଇ । 27 ଜାକୁବର୍ ପିଲାମନ୍ ମଲା ଲକ୍ମନର୍ ଗରେ ଆସି ନଅଁର୍ ସର୍ତେ ଜାକ ଚରି ନେଲାଇ, କାଇକେବଇଲେ ସେମନର୍ ବଇନିକେ ସେ ଲକ୍ମନ୍ କରାପ୍ କାମ୍ କରି ରଇଲାଇ । 28 ଆରି ସେମନର୍ ମେଣ୍ଡା ଗରୁ ଆରି ଗଦ ସବୁ, ଆରି ନଅଁରର୍ ପଦାର୍ ସବୁ ଜିନିସ୍ ଚରାଇ ନେଲାଇ । 29 ଆରି ସେମନର୍ ପିଲାମନ୍କେ ଆରି ମାଇଁଜିମନ୍କେ ବାନ୍ଦିକରି ସବୁ ଗରର୍ ଦନ୍ ସଁପତି ସର୍ତେ ଚରାଇ ନେଲାଇ ।
30 ତାର୍ପଚେ ଜାକୁବ ସିମିଅନ୍ ଆରି ଲେବିକେ କଇଲା, ତମେ ଏ ଦେସେ, , କିଣାନିଅ ଆରି ପରିସିଅ ଲକ୍ମନର୍ ଲଗେ ମକେ ଗିନ୍କରି ଦାନ୍ଦା କଲାସ୍, ମର୍ ବାଟେ ଉନା ଆଚତ୍ ବଲିକରି, ସେମନ୍ ମର୍ ବିରୁଦେ ଗଟେକ୍ ଅଇ ମକେ ମାର୍ବାଇ, ତାର୍ପଚେ ମର୍ ଗରର୍ ସର୍ତେ ଲକ୍ ମର୍ବୁ । 31 ସେମନ୍ କଲାଇ, ଆମର୍ ବଇନି ଦାରି କି ପାଦ୍ରି ଜେ ଏନ୍ତାର୍ କାତାବାର୍ତା କର୍ବାଇ?