1 ସେଡ୍କିବେଲେ ଜସେପ୍ ନିଜର୍ ବାବାର୍ ମୁଁକେ ଦେକି କାନ୍ଦି କାନ୍ଦି କରି ଚୁମ୍ଲା । 2 ଆରି ଜସେପ୍ ତାକର୍ ବାବାର୍ ମଲା ମଡାକେ ବାସ୍ନା ନ ଅଇବାକେ ସୁଗନ୍ଦି ଆନ୍ବାକେ ତାର୍ ଦାସ୍ ମନ୍କେ, ପଣ୍ଡିତ୍ମନ୍କେ କଇଲା, ତାର୍ପଚେ ପଣ୍ଡିତ୍ମନ୍ ଇସ୍ରାଏଲର୍ ମଡ୍କେ ତପ୍ଲାଇ । 3 ତାର୍ ପାଇଁ ଚାଲିସ୍ ଦିନ୍ ଲାଗ୍ଲା; କାଇକେବଇଲେ ବାସ୍ନା ଚିକନ୍ ମଡ୍କେ ଲାଗାଇ ଦନ୍ କର୍ବାକେ ଚାଲିସ୍ ଦିନ୍ ଲାଗ୍ସି; ଆରି ମିସ୍ରିଅ ଲକ୍ମନ୍ ତାର୍ ପାଇଁ ସତୁରି ଦିନ୍ ଜାକ ଦୁକ୍ କଲାଇ ।
4 ସେ ଦୁକର୍ ଦିନ୍ ଗାଲା ପଚେ, ଜସେପ୍ ପାରର୍ ସନିଅମନ୍କେ କଇଲା, ଜେବେ ମୁଇଁ ତମର୍ ଲାଗି ଆସିର୍ବାଦ୍ ପାଇଆଚି, ତେବେ ଗୁଆରି କଲିନି,ପାରକେ ଏ କାତା ସୁନାଆ, 5 ମର୍ ବାବା ମକେ ପର୍ମାନ୍ କରାଇ କଇଆଚେ, ଦେକା, ମୁଇ ମଲେ, କିଣାନ୍ ଦେସେ ନିଜର୍ ପାଇଁ ଜନ୍ କାଲ୍କୁନି ଆଚୁ,ତେଇ ମକେ ତପ୍ସା । ତେବେ ଏବେ ବାବୁଜିଆ କଲିନି ମକେ ଜିବାକେ ଦିଆ, ମୁଁ ବାବାକେ ଦନ୍ କରି ଆରି ତରେକ୍ ଆଇବି । 6 ତାର୍ ପଚେ ପାର କଇଲା, ଜା ତର୍ ବାବା ତକେ ଜନ୍ ପର୍ମାନ୍ କରାଇଆଚେ, ତୁଇ ସେ ଇସାବେ ତାକେ ଦନ୍ କର୍ ।
7 ତାର୍ପଚେ ଜସେପ୍ ନିଜର୍ ବାବାକେ ଦନ୍ କର୍ବାକେ ଗାଲା, ତାର୍ପଚେ ପାରର୍ ଦାସ୍ମନ୍ ଆରି ତାକର୍ ଗରର୍ ମୁକିଆ ଲକ୍ମନ୍ ଆରି ମିସର୍ ଦେସର୍ ମୁକିଆ ଲକ୍ମନ୍, 8 ଆରି ଜସେପର୍ ସବୁ କୁଟୁମ୍ ଆରି ତାର୍ ବାଇମନ୍ ଆରି ତାକର୍ ବାବାର୍ କୁଟୁମ୍ ତାକର୍ ସଙ୍ଗେ ଗାଲାଇ,ଗସନ୍ ପର୍ଦେସେ ସେମନ୍ ଅବ୍କା ନିଜର୍ ପିଲାମନ୍ ଆରି ମେଣ୍ଡା ରାସି ଆରି ଗରୁ ରାସି ଚାଡି ଗାଲାଇ । 9 ତାକର୍ ସଙ୍ଗେ ରତ୍ ଆରି ଗଡାଗାସିଆ ମନ୍ ଇଣ୍ଡ୍ଲାଇ; ତାର୍ପଚେ ବେସି ମାନ୍ଦା ଅଇଲାଇ ।
10 ତାର୍ପଚେ ସେମନ୍ ଜର୍ଦନ୍ ଗାଡ୍ ଲଙ୍ଗିକରି ମେଲାନ୍ ଜାଗା ତେଇ କେଟ୍ଲାଇ, ସେ ତେଇ ବେସି ଆଉଲି ଅଇ କରି କାନ୍ଦ୍ଲାଇ, ଜସେପ୍ ତେଇ ନିଜର୍ ବାବାର୍ ଲାଗି ସାତ୍ ଦିନ୍ ଜାକ ଦୁକ୍ କଲା । 11 ଆରି ସେ ଦେସର୍ କିଣାନ୍ ଲକ୍ମନ୍ ମେଲାନ୍ ଜାଗା ତେଇ ସେମନ୍ ଏନ୍ତାର୍ ଦୁକ୍ ଦେକି କଇଲାଇ, ମିସରିଅ ମନର୍ ଏ ବେସି ଦୁକ୍, ସେଟାର୍ ପାଇଁ ଜର୍ଦନ୍ ଗାଡ୍ ଲଙ୍ଗିକରି ସେ ଜାଗାର୍ ଆବେଲ୍ ମିସର୍ ନାଉଁରେ ନାଉଁ ଅଇଲା ।
12 ତାର୍ପଚେ ଜାକୁବ୍ ତାର୍ ପିଲାମନ୍କେ ଜନ୍ ରକାମ୍ ଆଦେସ୍ ଦେଇ ରଇଲା, ସେମନ୍ ତାର୍ ପାଇଁ ସେ ରକାମ୍ କଲାଇ, 13 କାଇକେବଇଲେ ବଇଲେ, ତାକର୍ ପିଲାମନ୍ ତାକେ କିଣାନ୍ ଦେସେ ନେଇଁ ମକ୍ପେଲା ଜାଗାର୍ ମଜାଇ ଗୁଆ ତେଇ ତପ୍ଲାଇ, ସେ ଗୁଆ ମମ୍ରିର୍ ସାମ୍ନାର୍ ଜମି ସଙ୍ଗେ ମସନ୍ ପଦା ଅଦିକାର୍ ଅଇଲା ଇତିଅ ଇପ୍ରମ ଲଗେ ଅନି ଅବ୍ରାମର୍ ପାଇଁ ଗେନିରଇଲା । 14 ଜସେପ୍ ନିଜର୍ ବାବାକେ ଦନ୍ କଲା ପଚେ ସେ ଆରି ତାକର୍ ବାଇମନ୍ ବସି ଜେତେକ୍ ଲକ୍ ତାକର୍ ବାବାର୍ କବର୍ ଦେବାକେ ତାକର୍ ସଙ୍ଗେ ଜାଇ ରଇଲାଇ, ସବୁଲକ୍ ମିସର୍ ଦେସେ ବାଉଡି ଗାଲାଇ ।
15 ଆରି ନିଜର୍ ବାବା ମରିଆଚେ, ଏଟା ଦେକି ଜସେପର୍ ବାଇମନ୍, କେ ଜାନେ ଜସେପ୍ ଆମ୍କେ ବିନ୍ କର୍ସି, ଆରି ଆମ୍କେ ତାକେ ବୁଲ୍ କଲାଟା ବାଦ୍ଲାଇସି। 16 ଏଟାର୍ ପାଇଁ ସେମନ୍ ଜସେପର୍ ଲଗେ ଏ କାତା କଇ ପାଟାଇଲାଇ, ତର୍ ବାବା ନ ମର୍ବା ଆଗ୍ତୁ ଆମ୍କେ ଏନ୍ତାର୍ କଇ ରଇଲା, ତମେ ମନ୍ ଜସେପ୍କେ ଏକାତା କଇସା, 17 ତମର୍ ବାଇମନ୍ ତକେ କରାପ୍ କରି ଆଚତ୍, ମାତର୍ ତମେ ଲାଡ୍କରି ସେମନର୍ ସେ ଅଦରମ୍ ଆରି ପାପ୍ କେମା କରିଆଚୁସ୍, ଏଟାର୍ ପାଇଁ ଆମେ ଗୁଆରି କଲୁନି, ତମର୍ ବାବାର୍ ପର୍ମେସରର୍ ଦାସ୍ମନର୍ ଅଦରମ୍ କେମା କର । ସେମନ୍ ଏ କାତା କଇଲାବେଲେ ଜସେପ୍ କାନ୍ଦ୍ବାର୍ ଦାର୍ଲା ।
18 ସେଡ୍କିବେଲେ ତାର୍ ବାଇମନ୍ ତାର୍ ଆଗେ ଜାଇ ଜୁଆର୍ କରି କଇଲାଇ, ଆମେମନ୍ ତମର୍ ଦାଙ୍ଗ୍ଡା ।
19 ତାର୍ପଚେ ଜସେପ୍ ସେମନ୍କେ କଇଲା, ତମେ ମୁଲ୍କେ ଡରା ନାଇଁ, ମୁଇଁ କାଇ ପର୍ମେସରର୍ ଅଦିକାର୍ ପାଇଲା ଲକ୍ ? 20 ତମେ ମର୍ ବିରଦେ କରାପ୍ ଚିନ୍ତା କରି ରଇଲାସ୍, ମାତର୍ ପର୍ମେସର୍ ସେଟା ମଙ୍ଗଲର୍ ଚିନ୍ତା କଲା; ଜିବନ୍ ରକିଆ କର୍ବାକେ ତାର୍ ଇଚା ରଇଲା । 21 ଏଟାର୍ ପାଇଁ ତମେ ଏବେ ଡରା ନାଇଁ, ମୁଇଁ ତମ୍କେ ଆରି ତମର୍ ପିଲାମନ୍କେ ଲାଲନ୍ ପାଲନ୍ କର୍ବି । ଏନ୍ତାରି ମନ୍କେ ଚିଇଲା ପାରା କାତା କଇ ସେ ସେମନ୍କେ ସାନ୍ତନା କରାଇଲା ।
22 ତର୍ପଚେ ଜସେପ୍ ଆରି ତାକର୍ ବାବାର୍ କୁଟୁମ୍ ମିସର୍ ଦେସେ ବାସା ଅଇ ରଇଲାଇ, ଜସେପ୍ ସଏ ଦସ୍ ବରସ୍ ଜିବନ୍ ରଇଲା । 23 ଜସେପ୍ ଇପ୍ରଇମର୍ ତିନ୍ ପୁରୁସ୍ ଜାକ ପିଲାଟକି ଦେକ୍ଲା, ଆରି ଜସେପ୍ ମନସିର୍ ମାକିର୍ ନାଉଁର୍ ପିଲାର୍ ସାନ୍ ପିଲାମନ୍କେ କଲେ ଦାର୍ଲା । 24 ତାର୍ପଚେ ଜସେପ୍ ବାଇ ମନ୍କେ କଇଲା, ମୁଇଁ ମଲିନି, ମାତର୍ ପର୍ମେସର୍ ସତ୍ରେ ତମର୍ ଜତନ୍ ନେଇସି, ମାତର୍ ଏ ଦେସେ ଅନି ତମ୍କେ ବାର୍କରି ଜନ୍ ଦେସ୍ ଦେବାକେ ଅବ୍ରାଆମ୍, ଇସାକ୍ ଆରି ଜାକୁବର୍ ଲଗେ ପର୍ମାନ୍ କରି ଆଚେ, ସେ ଦେସେ ତମ୍କେ ନେଇସି । 25 ଆରି ଜସେପ୍ ଇସ୍ରାଏଲର୍ ପିଲାମନ୍କେ ଏ ପର୍ମାନ୍ କରାଇ କଇଲା, ପର୍ମେସର୍ ନ ପିଟ୍ତେ ତମର୍ ଜତନ୍ କର୍ସି, ସେ ଦେସେ ତମେ ଏ ଜାଗାଇ ଅନି ମର୍ ଆଡ୍କେ ନେଇସା। 26 ଏନ୍ତାର୍ ଜସେପ୍ ସଏ ଦସ୍ ବରସ୍ ଅଇଲାକେ ମଲା, ତାର୍ପଚେ ସେମନ୍ ତାର୍ ମଲା ମଡାକେ ତପି କରି ମିସର୍ ଦେସେ ଗଟେକ୍ ପେଟିଆ ବିତ୍ରେ ସଙ୍ଗଇଲାଇ ।