1 ଆଦମର୍ କୁଟୁମର୍ ତାଲିକାର୍ ଗଟ୍ନା ଏଟା, ଜନ୍ଦିନେ ପର୍ମେସର୍ ନର୍ ଲକ୍କେ ଗଡ୍ଲା, ସେ ଦିନେ ପରମେସରର୍ ବାନିମୁର୍ତି ସଙ୍ଗେ ସେ ତାକେ ଗଡ୍ଲା। 2 ମୁନୁସ୍ ଆରି ମାଇଜି କରି ପର୍ମେସର୍ ସେମନ୍କେ ଗଡ୍ଲା, ଆରି ସେମନ୍ ଗଡ୍ଲା ଦିନେ ସେମନ୍କେ ଆସିର୍ବାଦ୍ କରି ଆଦମ୍ ବଲି ନାଉଁ ଦେଲା, 3 ଆଦମ୍ ସଏ ତିରିସ୍ ବରସ୍ ବଇଁସେ ନିଜର୍ ପାରା ଆରି ନିଜର୍ ବାନିମୁର୍ତି ସଙ୍ଗେ ଗଟେକ୍ ପିଲା ପାଇକରି ସେତ ବଲିକରି ନାଉଁ ଦେଲାଇ । 4 ସେତ ଜନମ୍ ଅଇଲା ପଚେ ଆଦମ୍ ଆଟ୍ସ ବରସ୍ ଜାକ ବଁଚିକରି, ଆରି ପିଲାଜିଲାମନ୍ ଜନମ୍ କଲା । 5 ଆଦମର୍ ବରସ୍ ସବୁ ମିସିକରି ନଅ ସ ତିରିସ୍ ବରସ୍ ଜିଇଲା କାଇଲା, ପଚେ ସେ ମଲା । 6 ସେତ ସଏ ପାଁଚ୍ ବରସ୍ ବଇସେ ଇନସ୍କେ ଜାତ୍କଲା, 7 ଇନସର୍ ଜନମ୍ ଅଇଲା ପଚେ ସେତ ଆଟ୍ସ ସାତ୍ ବରସ୍ ଜିଇଲା ଆରି ପିଲାଟକିମନ୍ ଜାତ୍ କଲା । 8 ସେତର୍ ବରସ୍ ସବୁ ମିସି ନଅ ସ ବାର ବରସ୍ ଅଇ ରଇଲା ତାର୍ ପଚେ ମଲା । 9 ଇନସ୍ ନବେ ବରସ୍ ବଇସେ କଇନାନ୍କେ ଜନମ୍ ଦେଲା । 10 ଆରି କଇନାର୍ ଜନମ୍ ଅଇଲା ପଚେ ସେ ଆଟ୍ସ ପନ୍ଦ୍ର ବରସ୍ ଜିଇଲା,ଆରି ପିଲାଟକିମନ୍କେ ଜନମ୍ ଦେଲା, 11 ଇନସର୍ ବଇଁସ୍ ସବୁ ମିସିକରି ନଅ ସ ପାଁଚ୍ ବରସ୍ ଅଇ ରଇଲା, ତାର୍ପଚେ ସେ ମଲା । 12 କଇନାନ୍ ସତୁରି ବରସ୍ ବଇସେ ମଅଲ୍ଲେଲ୍କେ ଜନମ୍ ଦେଲା, 13 ମଅଲ୍ଲେଲ୍ ଜନମ୍ ଅଇଲା ପଚେ ସେ ଆଟ୍ସ ଚାଲିସ୍ ବରସ୍ ଜିଇକରି ଆରି ପିଲାଟକି ମନ୍କେ ଜନମ୍ ଦେଲା। 14 ଆରି କଇନାନର୍ ବରସ୍ ସବୁମିସି ନଅ ସ ଦସ୍ ବରସ୍ ଅଇରଇଲା; ତାର୍ପଚେ ସେ ମଲା ।
15 ମଅଲ୍ଲେଲ୍ ସାଟେ ପାଁଚ୍ ବରସ୍ ବଇସେ ଜେରଦ୍କେ ଜନମ୍ ଦେଲା, 16 ଜେରଦ ଜନମ୍ ଅଇଲା ପଚେ ସେ ଆଟ୍ ସ ତିରିସ୍ ବରସ୍ ଜିଇ କରି ଆରି ପିଲାଟକିମନ୍ ଜନମ୍ଦେଲା; 17 ମଅଲ୍ଲେଲର୍ ବରସ୍ ସବୁ ମିସିକରି ଆଟ୍ସ ନବେ ପାଁଚ୍ ବରସ୍ ଅଇରଇଲା; ତାର୍ପଚେ ସେ ମଲା ।
18 ଜେରଦ୍ ସଏ ସାଟେ ଦୁଇ ବଇସେ ଅନକ୍କେ ଜନମ୍ ଦେଲା, 19 ଅନକ୍ ଜନମ୍ ଅଇଲାପଚେ ସେ ଆଟ୍ ସ ବରସ୍ ଜିଇଲା ଆରି ପିଲାଟକି ମନ୍କେ ଜନମ୍ଦେଲା । 20 ଜେରଦର୍ ବଇଁସ୍ ସବୁମିସି କରି ନସ ସାଟେ ଦୁଇ ବରସ୍ ଅଇ ରଇଲା; ତାର୍ପଚେ ସେ ମଲା ।
21 ଅନକ୍ ସାଟେ ପାଁଚ୍ ବରସ୍ ବଇସେ ମତୁସେଲକେ ଜନମ୍ ଦେଲା, 22 ମତୁସେଲଅର୍ ଜନମ୍ ଅଇଲା ପଚେ ଅନକ୍ ତିନ୍ସ ବରସ୍ ଜାକ ପର୍ମେସର୍ର୍ ସଙ୍ଗେ ଇଣ୍ଡାବୁଲା କର୍ତେ ରଇଲା; ଆରି ପିଲାଟକି ମନ୍କେ ଜନମ୍ ଦେଲା। 23 ଅନକର୍ ବରସ୍ ସବୁମିସି ତିନ୍ସ ସାଟେ ପାଁଚ୍ ବରସ୍ ଜିଇ ରଇଲା; 24 ଅନକ୍ ପର୍ମେସରର୍ ସଙ୍ଗେ ଇଣ୍ଡାବୁଲା ଅଇଲା, ଆରି ସେ ମାୟା ଅଇଲା, କାଇକେ ବଇଲେ ପର୍ମେସର୍ ତାକେ ନିଜର୍ କଲା । 25 ମତୁସେଲଅ ସଏ ଅସେ ସାତ୍ ବରସ୍ ବଇଁସେ ଲେମକ୍କେ ଜନମ୍ ଦେଲା, 26 ଲେମକର୍ ଜନମ୍ ଅଇଲାକେ ମତୁସେଲଅ ସାତ୍ସ ଅସେ ଦୁଇ ବରସ୍ ଜିଇଲା ଆରି ପିଲାଟକି ମନ୍କେ ଜନମ୍ ଦେଲା, 27 ମତୁସେଲଅର୍ ବଁଇସ୍ ସବୁମିସି ନଅସ ସାଟେ ନ ବରସ୍ ଅଇ ରଇଲା; ତାର୍ପଚେ ମଲା ।
28 ଲେମକ୍ ସଏ ଅସେ ଦୁଇ ବରସ୍ ବଇସେ ସେ ଗଟେକ୍ ପିଲା ଜନମ୍ ଦେଲା, 29 ଆରି ତାର୍ ନାଉଁ ନଅ ବଲିକରି ଦେଲା କାଇକେ ବଇଲେ ସେ କଇଲା, ସବୁବେଲର୍ ମାପ୍ରୁର୍ ଲଗେ ଅନି ଅବିସାପର୍ ବୁଏଁ ଆମର୍ କସ୍ଟ ଆରି ଆତର୍ ଦୁକ୍ ବିସଇରେ ଏ ପିଲା ଆମ୍କେ ସୁକ୍ ଦେଇସି। 30 ନଅର୍ ଜନମ୍ ଅଇଲା ପଚେ ଲେମକ୍କେ ପାଁଚ୍ସ ନବେ ପାଁଚ୍ ବରସ୍ ଜିଇ କରି ଆରି ପିଲାଟକି ମନ୍କେ ଜନମ୍ ଦେଲା, 31 ଲେମକର୍ ବଁଇସ୍ ସବୁ ମିସିକରି ସାତ୍ସ ସତୁରି ସାତ୍ ବରସ୍ ଅଇରଇଲା, ତାର୍ପଚେ ସେ ମଲା।
32 ଆରି ନଅକେ ପାଁଚ୍ସ ବରସ୍ ବଁଇସ୍ ଅଇ ରଇଲା ବେଲେ, ନଅ ସେମ,ଆମ, ଆରି ଜେପତ୍କେ ଜନମ୍ ଦେଲା ।