1 ତାର୍ପଚେ ପୁରାପୁରି ଦୁଇ ବରସ୍ ପଚେ ପାର ରାଜା ଏ ସପନ୍ ଦେକ୍ଲା, ଦେକା, ନିଲିଆ ଗାଡ୍ ପାଲି ଟିଆ ଅଇ ଆଚେ। 2 ଆରି ଦେକା ଗାଡ୍ ବିତ୍ରେ ଅନି ସାତ୍ଟା ଗାଗଡ୍ଗାଗଡ୍ ସୁନ୍ଦର୍ ଗରୁ ମନ୍ ଉଟି କରି ଗାଡ୍ପାଲିକେ ଗାଁସ୍ କାଇବାର୍ ଦାର୍ଲାଇ। 3 ସେମନର୍ ପଚେ ଦେକା, ଆରି ଅଲ୍ଗା ସାତ୍ଟା ବଲଦ୍ ଆରି ବାଚାମନ୍ ଗାଡେ ଅନି ବାରଇ ଗାଡ୍ କଣ୍ଡି ଲଗେ ସେ ଗରୁ ମନର୍ ଲଗେ ଟିଆ ଅଇଲାଇ । 4 ତାର୍ପଚେ ସେ ସମ୍ଦୁରେ ଅନି ବାରଇଲା ବଲଦ୍ମନ୍ ସେ ସାତ୍ଟା ଗରୁ ମନ୍କେ କାଇ ପାକାଇଲାଇ । ସେଟାର୍ ପାଇ ବଲିକରି ପାର ରାଜାର୍ ନିଦ୍ ଆଜିଗାଲା । 5 ତାର୍ପଚେ ସେ ଆରି ତରେକ୍ ସଇଲା ପଚେ ଆରିଗଟେକ୍ ତର୍ ସପନ୍ ଦେକ୍ଲା; ଗଟେକ୍ କେନ୍ଦାଇ ସାତ୍ଟା ଗାଗଡ୍ଗାଗଡ୍ ନିକ କେଡ୍ ବାରଇଲା । 6 ସେମନର୍ ପଚେ ପୁରୁବ୍ ଦିଗର୍ ପବନ୍ରେ ସୁକ୍ଲାଟା ଆରି ସାତ୍ଟା କରାପ୍ କେଡ୍ ବାରଇଲା। 7 ଆରି ସେ ସାତ୍ଟା ନସ୍ଲା କେଡ୍ ସିସା ସେ ସାତ୍ଟା ନିଙ୍ଗ୍ଲା କେଡ୍କେ ଗିଲିଦେଲା । ସେ ସମଏଁ ପାର ରାଜାର୍ ନିଦ୍ ବାଙ୍ଗ୍ଲା କେ , ସେ ସପନ୍କେ ଜାନ୍ଲା । 8 ଆରି ସାକ୍ଲିଆ ତାର୍ମନ୍ ଉଡୁକ୍ ଦୁଡୁକ୍ ଅଇଲା ତାର୍ପଚେ ସେ ଲକ୍ମନ୍କେ ପାଟାଇ ମିସର୍ ଦେସର୍ ସବୁ ଗୁନିଆଁ ମନ୍କେ ଡାକାଇଲା, ମାତର୍ ପାରରାଜା ସେମନର୍ ଲଗେ କେ ମିସା ପାର ରାଜାକେ ତାର୍ ଅରତ୍ କଇ ନାପାର୍ଲାଇ ।
9 ସେଡ୍କି ବେଲେ ମୁକିଅ ମତ୍ରି ପାରର୍ ଲଗେ ବାବୁଜିଆ କରି କଇଲା, ଆଜି ମୁଇଁ ନିଜର୍ କରାପ୍ କାତାକେ ଏତାଇଲିନି । 10 ପାର ରାଜା ତାର୍ ଦାସ୍ ମକେ ଆରି ମୁକିଅ ରାନ୍ଦାରି ଉପ୍ରେ ରିସାଅଇ ଆମ୍କେ ରକିଆ କରୁ ରାଜାର୍ ଜଇଲ୍ ଗରେ ବନ୍ଦିକରି ସଙ୍ଗଇ ରଇଲାଇ । 11 ତାର୍ପଚେ ଆମେ ଦୁଇଲକ୍ ସେ ରାତି ସପନ୍ ଗଟେକ୍ ଦେକ୍ଲୁ, ଆରି, ସେ ସପନ୍ ଦୁଇ ରକାମର୍ ଅରତ୍ ଅଇଲା । 12 ତେଇ ଆମର୍ ସଙ୍ଗେ ରକିଆ କରୁ ରାଜାର୍ ଦାସ୍ ଗଟେ ଏବ୍ରିୟର୍ ଡାଙ୍ଗ୍ଡା ରଇଲା, ଆମେ ତାକେ ସପ୍ନର୍ କାତା କଇଲାକେ, ସେ ଆମ୍କେ ତେଇର୍ ଅରତ୍ କଇଲା, ସବୁ ଲକର୍ ସପନ୍ ଅନୁସାରେ ଅରତ୍ କଇଲା । 13 ତାର୍ପଚେ ସେ ଆମ୍କେ ଦୁଇଲକ୍କେ ଜେନ୍ତାର୍ ଅରତ୍ କଇରଇଲା, ସେନ୍ତାରି ସେ ଗଟ୍ଲା, ମୁଇଁ ଆଗର୍ ପଦେ ଟିଆ ଅଇଲି ଆରି ସେ ପାସି ପାଇଲା ।
14 ସେଡ୍କିବେଲେ ପାର ଜସେପ୍କେ ଡାକ୍ବାକେ ପାଟାଇଲାକେ, ଲକ୍ମନ୍ ଜଇଲ୍ ଗରେ ଅନି ତାକେ ଦାପ୍ରେ ମୁକ୍ଲାଇ ଆନ୍ଲାଇ, ସେ କୁରାକାତ୍ରା ଅଇ କରି ନିମାନ୍ ବସ୍ତର୍ ପିନ୍ଦି ପାରର୍ ଲଗେ ଆଇଲା । 15 ତେବର୍ ପାଇ ପାର ଜସେପ୍କେ କଇଲା, ଆମେ ଗଟେ ସପନ୍ ଦେକିଆଚୁ, କେ ମିସା ତେଇର୍ ଅରତ୍ କରି ନାପାର୍ ଲାଇନି, ମାତର୍ ଆମେ ତମର୍ ବିସଇରେ ସୁନି ଆଚୁ, ଜେ ତୁଇ ସପନ୍ ସୁନ୍ଲେ, ତେଇର୍ ଅରତ୍କେ କଇପାର୍ସୁ।
16 ତାର୍ପଚେ ଜସେପ୍ କଇଲା, ସେଟା ମର୍ ନିଜର୍ଟା ନଏଁ, ମାତର୍ ପର୍ମେସର୍ ପାରକେ ସମାନ୍ ଉତର୍ ଦେଲା ।
17 ତେବର୍ପାଇ ପାର ଜସେପ୍କେ କଇଲା, ଆମର୍ ସପ୍ନେ ଦେକା, ଆମେ ଗାଡ୍କଣ୍ଡି ଟିଆଅଇ ରଇଲୁ । 18 ତାର୍ପଚେ ଗାଡ୍ ବିତ୍ରେ ଅନି ସାତ୍ଟା ଗାଗଡ୍ଗାଗଡ୍ ସୁନ୍ଦର୍ ଗରୁ ଉଟି ଗାଁସ୍ କାଇବାର୍ ଦାର୍ଲାଇ । 19 ତାର୍ପଚେ ସେମନର୍ ପଚେ ଆରି ସାତ୍ଟା ଲେଡ୍ଙ୍ଗାଲେଡ୍ଙ୍ଗା ବଲଦ୍ ମିସର୍ ଦେସର୍ କନ୍ତି ମିସା ଦେକୁନାଇଁ । 20 ଆରି ସେ ଲେଙ୍ଗ୍ଡାଲେଙ୍ଗ୍ଡା ବଲଦ୍ ଆଗ୍ତୁର୍ ଗାଗଡ୍ଗାଗଡ୍ ସେ ସାତ୍ଟା ବଲଦ୍କେ କାଇ ପାକାଇଲାଇ । 21 ମାତର୍ କାଇସାର୍ଲା ପଚେ ସେମନର୍ ପେଟ୍ କାଇଲା ପାରା ଜାନାପଡେ ନାଇଁ, ସେଟାମନ୍ ଆଗର୍ ପାରା ଲେଙ୍ଗ୍ଡାଲେଙ୍ଗ୍ଡା ଅଇ ରଇଲାଇ, ସେ ସମଏଁ ଆମର୍ ନିଦ୍ ବାଙ୍ଗି ଗାଲା । 22 ତାର୍ପଚେ ଆମେ ସପନ୍ ଦେକ୍ଲୁ ଜେ, ଦେକା, ଗଟେକ୍ ତେଇ ସାତଟା ପୁରୁନ୍ ଅଇଲା କେଡ୍ ଆରି ନିମାନ୍ କେଡ୍ ବାରଇଲା । 23 ତାର୍ପଚେ ପୁରୁବ୍ ଦିଗର୍ ପବନେ ସୁକ୍ଲାଟା, ସାନ୍ଟା ଆରି ନିଙ୍ଗ୍ବାଟା ସାତ୍ଟା ବାରଇଲା । 24 ଆରି ସେ ସାନ୍ଟା କେଡ୍, ସେ ନିମାନ୍ ସାତ୍ଟା କେଡ୍କେ ଗିଲିଦେଲା । ଏ ସପନ୍ ଆମେ ଗୁନିଆଁ ମନ୍କେ କଇଲୁ, ମାତର୍ କେ ମିସା ଇତିର୍ ଅରତ୍ ଆମ୍କେ କଇ ନାପାର୍ଲାଇ ।
25 ସେ ଜସେପ୍ ପାରକେ କଇଲା, ପାରର୍ ଦୁଇଟା ସପନର୍ ଅରତ୍ ଗଟେକ୍ ରକାମର୍ଟା, ପର୍ମେସର୍ ଜାଇଟା କଇବାକେ ଇଚାକଲା, ସେଟା ପାରର୍ ଲଗେ କଇଆଚେ । 26 ସେ ସାତ୍ଟା ନିମାନ୍ ଗରୁ ସାତ୍ ବରସ୍ ପାରା, ଆରି ସେ ସାତ୍ଟା ନିମାନ୍ କେଡ୍ ମିସା ସାତ୍ବରସ୍ ପାରା, ମାତର୍ ସେ ଦୁଇଟା ସପନର୍ ଅରତ୍ ଗଟେକ୍ ସେ। 27 ତାର୍ପଚେ ଉଦ୍ଲା ସେ ସାତ୍ଟା ସୁକ୍ଲା ଲେଙ୍ଗ୍ଡାଇ ଗରୁ , ଆରି ପୁରୁବ୍ ଦିଗର୍ ପବନେ ସୁକ୍ଲା ସାତ୍ଟା କେଡ୍ ମର୍ଡି ପାରା । 28 ମୁଇଁ ପାରକେ କଇଆଚି ପର୍ମେସର୍ ଜାଇଟା କଇବାକେ ଇଚା କଲାନି, ସେଟା ପାରକେ ଦେକାଇ ଆଚେ । 29 ଦେକା, ସବୁ ମିସର୍ ଦେସେ ସାତ୍ ବରସ୍ ବେସି ଦିନ୍ ମର୍ଡି ଆଇଲାନି । 30 ତାର୍ପଚେ ସାତ୍ ବରସ୍ ମର୍ଡି ଅଇସି, ଆଗ୍ତୁର୍ ନିମାନ୍ ବରସ୍କେ ପାସ୍ରି ଜିବାଇ କାଇକେ ବଇଲେ ମିସର୍ ଦେସର୍ ଲକ୍କେ କାଦି ନ ମିଲେ, ଆରି ସାତ୍ ବରସ୍ ମର୍ଡି ଅଇ ଦେସ୍କେ କୁରୁପ୍ ନାସ୍ କର୍ସି । 31 ଆରି ତାର୍ପଚେ ସାତ୍ ବରସ୍ ମର୍ଡି ଅଇଲାକେ ଦେସେ ନିକ ଚାସ୍ବାସ୍ ନ ଅଏ, କାଇକେବଇଲେ ସେଟା ବେସି କସ୍ଟ ଅଇସି । 32 ପାର ଦୁଇତର୍ ସପନ୍ ଦେକ୍ବା ଅରତ୍ ଅଇଲାନି ଏଟା ଜେ , ପର୍ମେସରର୍ ପାଇଁ ସେଟା ସତ୍ ଅଇଆଚେ, ଆରି ପର୍ମେସର୍ ସେଟା ଦାପ୍ରେ ଗଟାଇସି ।
33 ସେଟାର୍ ପାଇଁ ଏବେ ପାର ଗଟେକ୍ ବୁଦିଗିଆନ୍ ରଇଲା ଲକ୍କେ ଦେକି ମିସର୍ ଦେସ୍ ଉପ୍ରେ ଟିଆ କର । 34 ପାର ଏନ୍ତାର୍ କରି, ଆରି ଦେସେ ବଡ୍ ଲକ୍ମନ୍କେ ଟିଆ କରି ସାତ୍ବରସ୍ ମର୍ଡି ଅଇବାବେଲେ ମିସର୍ ଦେସେ ଅନି କାଦିର୍ ପାଁଚ୍ ବାଗେ ଅନି ଗଟେକ୍ ବାଗ୍ ନେ । 35 ଆରି, ସେମନ୍ ସେ ଆଗ୍ତୁର୍ ନିମାନ୍ ବର୍ସର୍ ପାରା ସବୁ କାଦି କଣ୍ଡା ଜମାଇଁ ସଙ୍ଗୁଆ, ଆରି ସବୁ ଗାଉଁ ମନ୍କେ କାଦିକଣ୍ଡାର୍ ପାଇଁ ପାରର୍ ଆତେ କାଦିକଣ୍ଡା ଜମାଇଁ କରି ସଙ୍ଗୁଆ । 36 ଏନ୍ତାରି ମିସର୍ ଦେସେ ଆଗ୍କେ ଗଟ୍ବା ମର୍ଡି ସାତ୍ ବରସ୍ ପାଇଁ ଦେସ୍ ଚାଲାଇବାକେ ସେ କାଦି ଜମାଇଁ ରଇଲେ, ମର୍ଡି ଆଇଲେ ମିସା ଦେସ୍ ବୁଡି ନ ଜାଏ ।
37 ସେଡ୍କିବେଲେ ପାର ଆରି ତାକର୍ ଦାସ୍ ମନର୍ ମୁଆଟେ ଏ କାତା ନିମାନ୍ ଅଇଲା । 38 ତାର୍ପଚେ ପାର ନିଜର୍ ଦାସ୍ ମନ୍କେ କଇଲା, ଆମେ କାଇ ଆର୍ ପାରା ନର୍ଲକ୍ ମିଲାଇ ପାଇପାରୁ କି ? ଆର୍ ଲଗେ ପର୍ମେସରର୍ ଆତ୍ମା ଆଚେ । 39 ତେବେ ପାର ଜସେପ୍କେ କଇଲା, ପର୍ମେସର ତକେ ଏ ସବୁ ଜାନାଇଆଚେ, ତେବେ ତର୍ ପାରା ବୁଦିଗିଆନ୍ ରଇଲା ଲକ୍ କେ ନାଇ, 40 ତୁଇ ଆମର୍ ଦେସର୍ ମୁକିଅ ଅ, ଆମର୍ ସବୁ ଲକ୍ମନ୍ ତର୍ କାତା ମାନ୍ବାଇ, ଅବ୍କା ସିଆଁସନେ ମୁଇଁ ତର୍ ତେଇ ଅନି ବଡ୍ ରଇବି । 41 ପାର ଜସେପ୍କେ ଆରିତରେକ୍ କଇଲା, ଦେକ୍ ଆମେ ତକେ ଏ ସବୁ ମିସର୍ ଦେସର୍ ସାସନ୍ କର୍ବାକେ ତକେ ଦେଲୁ । 42 ତାର୍ପଚେ ପାର ରାଜା ତାର୍ ଆତେ ଅନି ସିଲ୍ମାରି ରଇବା ମୁଦି ବେଟିକରି ଜସେପର୍ ଆତେ ଦେଇ ତାକେ ଦବ୍ଲା ବସ୍ତର୍ ପିନ୍ଦାଇ ତାର୍ ଗାଲାଇ ସୁନାର୍ ମାଲି ପିନ୍ଦାଇ ଦେଲା । 43 ଆରି, ତାକେ ତାର୍ ଦୁଇ ନମର୍ ରତ୍ ଲଗେ ପାଟାଇଲା, ଆରି ଲକ୍ମନ୍ ତାର୍ ଆଗ୍ତୁ ଆଗ୍ତୁ ମାଣ୍ଡିକୁଟା ଦିଆସ୍ ମାଣ୍ଡିକୁଟା ଦିଆସ୍ ବଲି କରି ଆକ୍ ମାର୍ଲା । ଏ ରକାମ୍ ସେ ତାକେ ମିସର୍ ଦେସର୍ ସବୁ ଅଦିକାର୍ ଦେଲା । 44 ତାର୍ପଚେ ପାର ଜସେପ୍କେ କଇଲା, ମୁଇ ପାର ରାଜା, ଏଟାର୍ ପାଇଁ ତୁଇ ଆଦେସ୍ ନ ଦେଲେ ଏ ମିସର୍ ଦେସର୍ କନ୍ ଲକ୍ ମିସା ଆତ୍ ଗଡ୍ ଟେକି ନାପାରତ୍ । 45 ଆରି ପାର ଜସେପର୍ ନାଉଁ ସାପ୍ନତ୍ ପାନେଅ ବଲି କରି ଦେଲା, ଆରି ଅନ୍ ନଅଁରର୍ ଲକ୍ ପଟିପର୍ ନାଉଁର୍ ପୁଜାରିର୍ ଆସନତ୍ ନାଉଁର୍ ଟକି ସଙ୍ଗେ ତାକେ ବିବା କରି ଦେଲା । ତାର୍ପଚେ ଜସେପ୍ ଗୁଲାଇ ମିସର୍ ଦେସେ ବୁଲ୍ବାକେ ଆରାମ୍ କଲା । 46 ଜସେପ୍ ତିରିସ୍ ବରସ୍ ବଇସ୍ ଅଇରଇଲା ମିସରର୍ ରାଜା ପାରର୍ ଲଗେ ଟିଆ ଅଇ ରଇଲା, ତାର୍ପଚେ ଜସେପ୍ ପାରର୍ ଲଗେ ଅନି ଜାଇ କରି ମିସର୍ ଦେସର୍ ଗୁଲାଇ ବାଟେ ବୁଲ୍ଲାଇ । 47 ତାର୍ପଚେ ସେ ନିମାନ୍ ବରସର୍ ସାତ୍ ବରସ୍ ଜାକ ଜମି ଲଗେ ବେସି ବେସି ତାସ୍ ପାଚାଇଲା । 48 ଜସେପ୍ ସେ ସାତ୍ ବରସ୍ ବିତ୍ରେ ମିସର୍ ଦେସେ ପାଚାଇଲା ସବୁ ତାସ୍ ଜମାଇ କରି ସବୁ ଗାଉଁ ମନ୍କେ ସଙ୍ଗଇଲା, ଆରି ଜନ୍ ଜନ୍ ଗାଉଁ ମନର୍ ଚାରି ବେଡ୍ତି ବୁମି ଲଗେ ଜେତେକ୍ ଚାସ୍ ପାଚ୍ଲା, ସେଟା ସବୁ ସେ ଗାଉଁ ମନ୍କେ ଟୁଲିଆଇ କରି ସଙ୍ଗଇଲା । 49 ଏ ରକାମ୍ ଜସେପ୍ ସମ୍ଦୁରର୍ ବାଲି ପାରା ତାସ୍ ପାଚାଇଲା, ସେଟା ଆରି ନାପତ୍ ମିସା ନାଇ କାଇକେବଇଲେ ସେଟା ବେସି ରଇଲା ।
50 ଆରି ମର୍ଡି ଅଇବା ଆଗ୍ତୁର୍ ବର୍ସେ ଜସେପ୍କେ ଦୁଇଟା ପିଲାମନ୍ ଜନମ୍ ଅଇରଇଲାଇ, ଅନ୍ ନଅଁରେ ବାସା ଅଇଲା ପଟିପର୍ ପୁଜାରିର୍ ଆସନତ୍ ନାଉଁର୍ ଟକି ସେମନ୍କେ ଜନମ୍ କରି ରଇଲା । 51 ତାର୍ପଚେ ଜସେପ୍ ବଡ୍ ପିଲାକେ ମନ୍ସି ବଲି କରି ନାଉଁ ଦେଲାଇ, କାଇକେବଇଲେ ସେକଇଲା, ପର୍ମେସର୍ ମର୍ ସବୁ ଦୁକର୍ ଆରି ନିଜର୍ ବାବାର୍ ଗରର୍ ପାସ୍ରି ଜିବାଟା ଉଜାଇ ଆଚେ । 52 ଆରି ଦୁଇ ନମର୍ ପିଲାର୍ ନାଉଁ ଇପ୍ରିଅମ୍ ବଲି କରି ଦେଲାଇ , କାଇକେବଇଲେ ସେ କଇଲା, ମର୍ ଦୁକ୍ବଗ୍ଲା ଦେସେ ପର୍ମେସର୍ ମକେ ପଲ୍ ଦେଲାଆଚେ । 53 ତାର୍ପଚେ ମିସର୍ ଦେସେ ମର୍ଡି ଅଇ ସାତ୍ ବରସ୍ ସାରିଗାଲା ।
54 ଆରି ଜସେପର୍ ବାକିଅ ଇସାବେ ମର୍ଡି ସାତ୍ ବରସ୍ ଆରାମ୍ ଅଇଲା; ତାର୍ପଚେ ବିନ୍ ଦେସେ ମର୍ଡି ଅଇଲା, ମାତର୍ ସବୁ ମିସର୍ ଦେସେ କାଦି କଣ୍ଡା ରଇଲା । 55 ଆରି, ସବୁ ମିସର୍ ଦେସେ ମର୍ଡି ଅଇଲାକେ, ଦେସର୍ ଲକ୍ମନ୍ କାଦିକଣ୍ଡାର୍ ପାଇଁ ପାରର୍ ଲଗେ ଜାଇ କାନ୍ଦ୍ଲାଇ, ତାର୍ପଚେ ପାର ସବୁ ମିସ୍ରିୟ ଲକ୍ମନ୍କେ କଇଲା, ତମେ ସର୍ତେ ଲକ୍ ଜସେପର୍ ଲଗେ ଜାଆ, ସେ ଜାଇଟା କଇସି, ସେଟା କରା । 56 ସେଡ୍କିବେଲେ ସବୁ ଦେସେ ମର୍ଡି ଅଇଲାକେ, ଜସେପ୍ ସବୁ ଜାଗାର୍ କଲ୍କି ମେଲାକରି ମିସରିଅ ମନ୍କେ କାଦିକଣ୍ଡା ବିକ୍ବାକେ ଲାଗ୍ଲାଇ, କାଇକେବଇଲେ ମିସର୍ ଦେସେ ମର୍ଡି ବେସି ଅଇଲା । 57 ଆରି ସବୁ ଦେସର୍ ଲକ୍ମନ୍ ମିସର୍ ଦେସେ କାଦି ଗେନ୍ବାକେ ଜସେପର୍ ଲଗେ ଆଇଲାଇ । କାଇକେବଇଲେ ସବୁ ଦେସେ ମର୍ଡି ବେସି ଅଇଲା ।