1 ତାର୍ପଚେ ପର୍ମେସର୍ ଜାକୁବକେ କଇଲା, ତୁଇ ଉଟି ବେତେଲ୍ ତେଇ ଜାଇ ବାସାଉଆ, ଆରି ତର୍ ବାଇ ଏସଉ ଲଗେ ଅନି ପାଲାଇଲା ବେଲେ ଜନ୍ ପର୍ମେସର୍ ଦର୍ସନ୍ ଦେଇରଇଲା, ତାର୍ ପାଇଁ ଜଗିଅ ବେଦି ତିଆର୍ କର୍ ।
2 ତାର୍ପଚେ ଜାକୁବ ତାର୍ କୁଟୁମ୍ ଆରି ମଇତର୍ ମନ୍କେ କଇଲା, ତମର୍ ଲଗେ ସବୁ ବିଦେସର୍ ଦେବ୍ତାମନ୍ ଆଚତ୍, ସେମନ୍କେ ପିଙ୍ଗି ଦିଆସ୍, ନିଜେ ସୁକଲ୍ ଉଆ, ଆରି ନିଜର୍ ବସ୍ତର୍ ବାଦ୍ଲାଆ । 3 ଆରି ଆସା, ଆମେ ଉଟି ବେତେଲେ ଜୁ, ଜନ୍ ପର୍ମେସର୍ ମର୍ ଦୁକର୍ ଦିନେ ମର୍ ପାର୍ତନାର୍ ଉତର୍ ଦେଲା ଆରି ମର୍ ଗାଲାବାଟେ ମର୍ ସଙ୍ଗେ ରଇଲା, ତାର୍ ପାଇଁ ମୁଇଁ ସେ ଜାଗାଇ ଗଟେକ୍ ଜଗିଅ ବେଦି ତିଆର୍ କର୍ବି । 4 ତାର୍ପଚେ ସେମନ୍ ନିଜର୍ ଲଗେ ବିଦେସି ଦେବ୍ତା ଆରି କାନେ ପିନ୍ଦ୍ଲାଟା ସବୁ ନେଇ ଜାକୁବକେ ଦେଲାଇ, ଆରି, ସେଟା ସବୁ ନେଇ ସିକିମ୍ ଲଗେ ରଇଲା ଅଲନ୍ ଗଚ୍ବୁନ୍ଦେ ତପିଦେଲା ।
5 ତାର୍ପଚେ ସେମନ୍ ଇଣ୍ଡ୍ଲାଇ, ସେଡ୍କିବେଲେ ଚାରିଦିଗର୍ ଗାଉଁମନ୍କେ ପର୍ମେସର୍କେ ଡରିକରି ସେମନ୍ ଜାକୁବର୍ ପିଲା ମନ୍କେ ମାର୍ବାକେ ପଚେ ପଚେ କେଦ୍ବାର୍ ଚାଡି ଦେଲାଇ । 6 ତାର୍ପଚେ ଜାକୁବ୍ ଆରି ତାକର୍ ସାଙ୍ଗ୍ସାତି ମନ୍ କିଣାନ୍ ଦେସର୍ ଲୁସ୍ ଲଗର୍ ବେତେଲ୍ ଲଗେ କେଟ୍ଲାଇ । 7 ତେଇ ସେ ଗଟେକ୍ ଜଗିଅ ବେଦି ତିଆର୍ କରି ସେ ଜାଗାର୍ ନାଉଁ ଏଲ୍ ବେତେଲ୍ ବଲିକରି ନାଉଁ ଦେଲା, କାଇକେ ବଇଲେ ଜାକୁବ୍ ତାର୍ ବାଇର୍ ଡର୍କେ ପାଲାଇଲା ବେଲେ ପର୍ମେସର୍ ସେ ଜାଗା ଲଗେ ତାକେ ଦର୍ସନ୍ ଦେଇରଇଲା । 8 ଆରି ସେ ଜାଗା ଲଗେ ଦବ୍ରା ନାଉଁର୍ ଦାତ୍ରି ମଲାକେ, ବେତେଲ୍ ଲଗେ ରପି ଅଇ ରଇଲା ଅଲନ୍ ଗଚ୍ ବୁନ୍ଦେ ତାକେ, ଆରି ସେ ଜାଗାର୍ ନାଉଁ ଅଲନ୍ ବାକୁତ୍ ବଲିକରି ନାଉଁ ଅଇଲା ।
9 ତାର୍ପଚେ ଜାକୁବ୍ ପଦନ୍ ଅରାମ୍ ତେଇ ଅନି ବାଉଡି ଆଇଲାକେ, ପର୍ମେସର୍ ଆରିତରେକ୍ ଦର୍ସନ୍ ଦେଇ ତାକେ ଆସିର୍ବାଦ୍ କଲା । 10 ତାର୍ପଚେ ପର୍ମେସର୍ ତାକେ କଇଲା, ତର୍ ନାଉଁ ଜାକୁବ୍, ମାତର୍ ଆରି ତର୍ ନାଉଁ ଜାକୁବ୍ ନ ରଏ, ତର୍ ନାଉଁ ଇସ୍ରାଏଲ୍ ଅଇସି; ଆରି ତାର୍ ନାଉଁ ଇସ୍ରାଏଲ୍ ବଲିକରି ଦେଲା । 11 ପର୍ମେସର୍ ଆରି ତରେକ୍ ତାକେ କଇଲା, ଆମେ ସବୁର୍ ଟାନୁ ବପୁକାରିଆ, ପର୍ମେସର୍, ତମେ ମାବାପା ଉଆ, ଆରି ତମର୍ ଲଗେ ଅନି ଗଟେକ୍ କୁଲ୍, ଜାତି ତିଆର୍ ଅଇସି, ଆରି ତମର୍ ଟକି ଦେସେ ଅନି ରାଜାମନ୍ ଜନମ୍ ଅଇବାଇ । 12 ଆମେ ଅବ୍ରାମ୍ ଆରି ଇସାଆକ୍କେ ଜନ୍ ଦେସ୍ ଦେଲୁ ଆଚୁ, ସେ ଦେସ୍ ତମ୍କେ ଆରି ତମର୍ ସବୁବେଲର୍ କୁଲ୍କେ ଦେବୁ । 13 ସେ ଜାଗା ଲଗେ ତାର୍ସଙ୍ଗ୍ ଏରକାମ୍ କାତାବାର୍ତା କରି ପର୍ମେସର୍ ତାକର୍ ଲଗେ ଅନି ସର୍ଗେ ଗାଲା। 14 ତାର୍ପଚେ ଜାକୁବ୍ ସେ କାତାବାର୍ତା ଅଇବା ଜାଗା ଲଗେ ଗଟେକ୍ ପାକ୍ନାର୍ ମୁଣ୍ଡା ତିଆର୍ କରି ତାର୍ ଉପ୍ରେ ଅଙ୍ଗୁର୍ ରସ୍ ଆରି ଚିକନ୍ ଡାଲି କରି ମାପ୍ରୁର୍ ଲଗେ ଚଗାଇଲାଇ । 15 ତାର୍ ପଚେ ଜାକୁବ୍ ପର୍ମେସରର୍ ସଙ୍ଗ୍ କାତାବାର୍ତା ଅଇଲା ଜାଗାର୍ ନାଉଁ ବେତେଲ୍ ବଲିକରି ଦେଲାଇ ।
16 ତାର୍ପଚେ ସେମନ୍ ବେତେଲ୍ ଲଗେ ଅନି ଇଣ୍ଡ୍ଲାଇ, ମାତର୍ ଇପ୍ରାତାଲଗେ କେଟ୍ବାକେ ଅଲପ୍ ଦୁର୍ ରଇଲା ସେଡ୍କିବେଲେ ରାଏଲ୍ ନିକ ଅଇବା ଦୁକାସୁକା ଆରାମ୍ ଅଇଲା, ମାତର୍ ପିଲା ଜନମ୍ ଦେବାଟା ବେସି କସ୍ଟ ଅଇଲା । 17 ଆରି ଦୁକା ବେସି ଅଇବାକେ, ବଣ୍ଡ୍କି ଡକ୍ରି ତାକେ କଇଲା, ଡର୍ ନାଇ ତୁଇ ଏତର୍ ମିସା ପିଲା ଜନମ୍ ଦେଇସୁ । 18 ଚନେକ୍ ଜିବାକେ ସେ ମରିଗାଲା, ଆରି ଜିବନ୍ ଚାଡ୍ଲାବେଲେ ପିଲାର୍ ନାଉଁ ବିନନି ବଲିକରି ନାଉଁ ଦେଲାଇ, ମାତର୍ ତାର୍ ବାପା ତାର୍ନାଉଁ ବିନିଆମିନ୍ ବଲି ନାଉଁ ଦେଲା। 19 ଏ ରକାମ୍ ରାଏଲ୍ ମରିଗାଲା ପଚେ, ଇପ୍ରାସତା, ବଲିକରି କଇଲେ ବେତ୍ଲିଇମ୍ମେ ଜିବା ବାଟ୍ ଲଗେ ତାକେ ତପ୍ଲାଇ । 20 ତାର୍ପଚେ ଜାକୁବ୍ ସେ ମସ୍ନେ ଗଟେକ୍ ଗୁଡାମ୍ ତିଆର୍ କଲା, ରାଏଲ୍କେ ତପ୍ଲା ମସନର୍ ଗୁଡାମ୍ ଏବ୍କେ ଜାକ ଆଚେ । 21 ତାର୍ପଚେ ଇସ୍ରାଏଲ୍ ସେ ଲଗେ ଅନି ଇଣ୍ଡ୍ଲାଇ ଆରି ଏଦର୍ ଗଡ୍ ଡେଗଇକରି ସେ ଲଗେ ଗଟେକ୍ କୁଡିଆ ତିଆର୍ କଲାଇ ।
22 ସେ ଦେସେ ଇସ୍ରାଏଲ୍ ବାସାଅଇଲା ବେଲେ ରୁବେନ୍ ଜାଇ ନିଜର୍ ବାବାର୍ ବିଲ୍ଆ ନାଅଁର୍ ସାନ୍ଲି ମାଇଜି ସଙ୍ଗେ ସୁଆବସା କଲା, ଇସ୍ରାଏଲ୍ ସୁନ୍ଲାଇ । 23 ଜାକୁବର୍ ବାର୍ଟା ପିଲା ରଇଲାଇ, ସେମନର୍ ବିତ୍ରେ ରୁବେନ୍ ଜାକୁବର୍ ବଡ୍ ପିଲା ରଇଲା, ସେ, ଆରି, ସିମିଅନ୍ ଆରି ଲେବି ଆରି ଜିଉଦା ଆରି ଇସାକର୍ ଆରି ସବୁଲୁନ୍, ଏମନ୍ ଅଇଲାଇନି ଲେଆରର୍ ପିଲାମନ୍, 24 ଆରି ଜସେପ୍ ଆରି ବିନିଆମିନ୍ ରାଏଲର୍ ପିଲାମନ୍, 25 ଆରି ଦାନ୍ ଆରି ନପ୍ତାଲି ରାଏଲର୍ ଦାସି ବିଲ୍ଆର୍ ପିଲାମନ୍, 26 ଆରି ଗାଦ୍ ଆରି ଆସେର୍ ଲେଆର୍ ଦାସି ସିଲ୍ପାର୍ ପିଲାମନ୍ । ଜାକୁବର୍ ଏସବୁ ପିଲାମନ୍ ପଦନ୍ ଅରାମ୍ ଲଗେ ଜନମ୍ ଅଇରଇଲାଇ ।
27 ତାର୍ପଚେ କିରିଅତ୍ ଅରବ୍, ଇବ୍ରଣ୍ ନଅଁର୍ ଲଗର୍ ମମ୍ରି ନାଅଁର୍ ଜାଗାଇ ଅବ୍ରାଆମ୍ ଆରି ଇସାଆକ୍ ବାସାଅଇ ରଇଲାଇ, ସେ ଜାଗା ଲଗେ ଜାକୁବ୍ ନିଜର୍ ବାବା ଇସାକର୍ ଲଗେ କେଟ୍ଲା । 28 ଇସାକ୍ କେ ସଏ ଅସେ ବରସ୍ ଅଇ ରଇଲା । 29 ତାର୍ପଚେ ଇସାକ୍ ଡକ୍ରା ଅଇ ଆରି କାଣା ଅଇ ମରିଗାଲା, ଆରି ନିଜର୍ ଲକ୍ ବାକକେ କବର୍ବାର୍ତା ଦେଇ କରି, ତାର୍ ପିଲାମନ୍ ଏସଉ ଆରି ଜାକୁବ୍ ତାକେ ତପ୍ଲାଇ ।