1 ତାର୍ପଚେ ସବୁବେଲର୍ ମାପ୍ରୁ ଅବ୍ରାମ୍ କେ କଇଲା,ତମେ ନିଜର୍ ଦେସ୍ ଆରି ଜାତି କୁଟୁମ୍ ଆରି ବାବାର୍ ଗର୍ଦୁଆର୍ ଚାଡିକରି, ମୁଇ ଜନ୍ ଦେସ୍ ତମ୍କେ ଦେକାଇବି ସେ ଦେସେ ଜାଆ। 2 ମୁଇ ତର୍ ଲଗେ ଅନି ଗଟେକ୍ ବଡ୍ କୁଟୁମ୍ ଗଡ୍ବି ଆରି ମୁଇ ତକେ ଆସିର୍ବାଦ୍ କରି ତର୍ ନାଉଁ ଡାକ୍ପୁଟା କର୍ବି,ତୁଇ ଆସିର୍ ବାଦର୍ ମୁଲ୍ଡେଲି ପାରା ଅଇସୁ। 3 ଜନ୍ ଲକ୍ ତମ୍କେ ଆସିର୍ବାଦ୍ କର୍ବାଇ, ମୁଇ ସେମନ୍କେ ଆସିର୍ବାଦ୍ କର୍ବି, ଆରି କେ ଜଦି ତମ୍କେ ସାଇପ୍ ଦେବାଇ ,ମୁଇ ସେମନ୍କେ ଅବିସାପ୍ ଦେବି । ଆରି ତମର୍ ଲାଗି ମୁଇ ପୁର୍ତିବିର୍ ସବୁ ବଁସ୍ କୁଲ୍କେ ଆସିର୍ବାଦ୍ ପାଇବାଇ। 4 ତାର୍ ପଚେ ଅବ୍ରାମ୍ ସବୁବେଲର୍ ମାପ୍ରୁର୍ ବାକିଅ ଅନୁସାରେ ବାରଇ ଗାଲା ,ଆରି ଲତ୍ ତାକର୍ ସଙ୍ଗେ ଗାଲା, ଆରଣ ତେଇ ଅନି ଗାଲା ବେଲେ ଅବ୍ରାମର୍ ବଇସ୍ ସତୁରି ପାଞ୍ଚ୍ ବରସ୍ ଅଇ ରଇଲା । 5 ଏ ରକାମ୍ ଅବ୍ରାମ୍ ନିଜର୍ ମାଇଜି ସାରିକେ ଆରି ତାର୍ ବାଇର୍ ପିଲା ଲତ୍କେ ଆରି ଆରଣ ଲଗେ ତମର୍ ସଙ୍ଗ୍ ରଇଲା ଜନ୍ ଲାଦି ନେବା ପସୁମନ୍କେ ନେଇ କିଣାନ୍ ଦେସ୍ ଉଦେସ୍ରେ ଜାଇକରି କିଣାନ୍ ଲଗେ କେଟ୍ଲାଇ । 6 ଅବ୍ରାମ୍ ସେ ଦେସ୍ ଦେଇ କରି ବୁଲିବୁଲି ସିକିମ୍ ପାକେ ମରିର୍ ଅଲନ୍ ଗଚ୍ବୁନ୍ଦ ଲଗେ କେଟ୍ଲାଇ । ସେବେଲେ କିଣାନର୍ ଲକ୍ମନ୍ ସେ ଦେସେ ବାସା ଅଇ ରଇଲାଇ। 7 ତାର୍ ପଚେ ସବୁବେଲର୍ ମାପ୍ରୁ ଅବ୍ରାମ୍କେ ଦର୍ସନ୍ ଦେଇ କଇଲା, ମୁଇ ତମର୍ କୁଲ୍ ବଁସକେ ଏ ଦେସ୍ ଦେବି ,ସେଟାର୍ ପାଇଁ ଅବ୍ରାମ୍ ନିଜର୍ ଲଗେ ଦର୍ସନ୍ ଦେବା ଉଦେସ୍ସେ ସେ ଜାଗାଇ ଅମ୍ କର୍ବା ବେଦି ତିଆର୍ କଲା । 8 ତାର୍ପଚେ ଅବ୍ରାମ୍ ସେ ଜାଗା ଚାଡି ବେତେଲର୍ ପୁରୁବ୍ଦିଗର୍ ଡଙ୍ଗ୍ରେ ଜାଇ ନିଜର୍ ତୁମ୍ ଟାନ୍ଲାଇ ,ତେଇର୍ ପଚିମ୍ ଦିଗେ ବେତେଲ୍ ଆରି ପୁରୁବ୍ ଦିଗେ ଅଇ ନଅଁର୍ ରଇଲା,ଆରି ସେ ଲଗେ ସବୁବେଲର୍ ମାପ୍ରୁର୍ ଉଦେସେ ଗଟେ ଅମ୍ କର୍ବାକେ ବେଦି ତିଆର୍ କରି ସବୁବେଲର୍ ମାପ୍ରୁର୍ ନାଅଁରେ ପାର୍ତନା କଲାଇ। 9 ତାର୍ ପଚେ ଅବ୍ରାମ୍ ବୁଲିବୁଲି ଆରି ଦକିଣ୍ ଦିଗେ ଗାଲା ।
10 ସେ ବେଲେ କିଣାନ୍ ଦେସେ ମର୍ଡି ଅଇଲାକେ ଅବ୍ରାମ୍ ମିସର୍ ଦେସେ ବାସା ଅଇବାକେ ଗାଲା, କାଇକେ ବଇଲେ ସେ ଦେସେ ବେସି ମର୍ଡି ଅଇ ରଇଲା । 11 ତାର୍ପଚେ ମିସର୍ ଦେସେ ପୁର୍ବାକେ ଗାଲାବେଲେ ଅବ୍ରାମ୍ ନିଜର୍ ମାଇଜି ସାରିକେ କଇଲା,ସୁନ୍,ତୁଇ ଦେକ୍ବାକେ ସୁନ୍ଦ୍ରି,ସେଟା ମୁଇଁ ଜାନିଆଚି । 12 ତେଇ ମିସର୍ ଦେସର୍ ଲକ୍ମନ୍ ତମ୍କେ ଦେକି ମର୍ ମାଇଜି ବଲି ଜାନ୍ଲେ,ମକେ ମାରି ମରାଇ କରି ତମ୍କେ ଜିବନ୍ ଜିବନ୍ ସଙ୍ଗଇ ବାଇ। 13 ସେଟାର୍ ପାଇଁ ମୁଇଁ ବାବୁଜିଆ କଲିନି ,ତମେ ମର୍ ବଇନି ବଲିକରି କଇଲେ,ତେଇ ତମର୍ ପାଇଁ ମୁଇଁ ବଞ୍ଚି ଜିବି ଆରି ତମର୍ ପାଇଁ ମର୍ ଜିବନ୍ ରକିଆ ଅଇସି । 14 ତାର୍ପଚେ ଅବ୍ରାମ୍ ମିସର୍ ଦେସେ ପୁର୍ଲାକେ ମିସ୍ରିୟ ଲକ୍ମନ୍ ତାର୍ ମାଇଜିକେ ବେସି ସୁନ୍ଦ୍ରିଆଚେ ବଲି କରି ଦେକ୍ଲାଇ । 15 ଆରି ପାରର୍ ମୁକିଅ ଲକ୍ମନ୍ ତାକେ ଦେକି ପାରର୍ ମୁଆଟେ ତାର୍ କାତା କଇଲାଇ, ସେ ମାଇଜିକେ ପାରର୍ ଗରେ ଆନ୍ଲାଇ । 16 ପାର ତାର୍ପାଇ ଅବ୍ରାମ୍କେ ଆଦର୍ କରି ତାକେ ମେଣ୍ଡା, ଗରୁ, ଗଦ ଆରି ଦାସ୍ ଦାସି ଆରି ମାଇଁ ଗଦ ଆରି ଉଁଟ୍ ଦେଲା ।
17 ମାତର୍ ଅବ୍ରାମର୍ ମାଇଜି ସାରିର୍ ପାଇ ସବୁବେଲର୍ ମାପ୍ରୁ ପାରକେ ଆରି ତାର୍ କୁଟୁମର୍ ଉପ୍ରେ ବଡ୍ ରଗ୍ ପାଟାଇଲା । 18 ତାର୍ପଚେ ପାର ଅବ୍ରାମ୍କେ ଡାକି କଇଲା ତମେ ମର୍ ସଙ୍ଗେ ଏଟା କାଇକାତା କଲୁସ୍ ? 19 ସେ ମାଇଜି ତର୍ ମାଇଜି, ଏକାତା ଆମ୍କେ କାଇକେ କଉସ୍ ନାଇ? ତାକେ କାଇକେ ମର୍ ବଇନିବଲି କଇଲୁସ୍ ? ତେଇ ମୁଇ ତାକେ ବିବା କର୍ବାକେ ନେଲି, ଏବେ ତର୍ ମାଇଜିକେ ଦେକ୍, ତାକେ ଡାକି ଦାରିଜା । 20 ତାର୍ପଚେ ପାର ଲକ୍ମନ୍କେ ଅବ୍ରାମର୍ ବିସଇରେ ଆଗିଆଁ ଦେଲା, ଆରି ସେମନ୍ ସବୁ ଜିନିସ୍ ସଙ୍ଗେ ଅବ୍ରାମ୍କେ ଆରି ତାର୍ ମାଇଜିକେ ପାଟାଇ ଦେଲାଇ ।