1 ପର୍ତୁମେ ପର୍ମେସର୍ ସରଗ୍ ଆରି ପୁର୍ତିବି ତିଆର୍ କଲା। 2 ପୁର୍ତିବିତେଇ କାଇଟା ମିସା ନ ରଇଲା, ଆରି ବେସି ପାନି ରଇକରି ଆନ୍ଦାର୍ ରଇଲା, ଆରି ପର୍ମେସର୍ର୍ ଆତ୍ମା ପାନି ଉପ୍ରେ ଚାରିବେଟ୍ତି ଉପ୍କି ବୁଲ୍ତେ ରଇଲା, 3 ତାର୍ପଚେ ପର୍ମେସର୍ କଇଲା, ଉଜଲ୍ ଅ, ତେବର୍ ପାଇ ଉଜଲ୍ ଅଇ ଗାଲା। 4 ଆରି ପର୍ମେସର୍ ଉଜଲ୍କେ ଦେକ୍ଲା ଜେ, ସେଟା ବେସି ନିମାନ୍, ତେବର୍ପାଇ ପର୍ମେସର୍ ଆନ୍ଦାର୍କେ ଆରି ଉଜଲ୍କେ ବିନେବିନେ କଲା, 5 ଆରି ପର୍ମେସର୍ ଉଜଲର୍ ନାଉଁ ଦିନ୍ ଆରି ଆନ୍ଦାରର୍ ନାଉଁ ରାତି ଦେଲା। ତେବର୍ପାଇ ସଞ୍ଜ୍ ଅଇ ସାକାଲ୍ ପାଇଲାକେ ପର୍ତୁମ୍ ଦିନ୍ ଅଇଲା ।
6 ତାର୍ପଚେ ପର୍ମେସର୍ କଇଲା, ପାନି ଗଟେକ୍ ଲଗେ ଟୁଲିଆଇ ଅଇ ଦୁଇ ବାଗେ ବାଗ୍ ଅ। 7 ଏ ରକାମ୍ ପର୍ମେସର୍ ସୁନିଅ ତିଆର୍ କରି ଆକାସର୍ ପାନିକେ ଦୁଇବାଗ୍ କରି ଆକାସ୍ ଉପ୍ରର୍ ପାନିକେ ଆରି ତଲର୍ ପାନିକେ ବିନେବିନେ କଲା, ତେବର୍ପାଇ ସେ ରକାମ୍ ଅଇଲା, 8 ତାର୍ପଚେ ପର୍ମେସର୍ ସେ ସୁନିଅର୍ ନାଉଁ ଆକାସ୍ ଦେଲା । ଆରି ସଞ୍ଜ୍ ଅଇ ସାକାଲ୍ ପାଇଲାକେ ଦୁଇ ଦିନ୍ ଅଇଲା । 9 ତାର୍ପଚେ ପର୍ମେସର୍ କଇଲା, ଆକାସ୍ ତଲର୍ ସବୁ ପାନି ଗଟେ ଜାଗାଇ ଟୁଲ୍ ଅ ଆରି ବୁଇଁ ଦେକା ଜାଅ,ତେବର୍ପାଇ ସେରକାମ୍ ଅଇଲା । 10 ଆରି ପର୍ମେସର୍ ବୁଇଁର୍ ନାଉଁ ପୁର୍ତିବି ଆରି ପାନିର୍ ନାଉଁ ସମ୍ଦୁର୍ ଦେଲା, ଆରି ପର୍ମେସର୍ ସେଟାକେ ବେସି ନିମାନ୍ ଦେକ୍ଲା । 11 ତାର୍ପଚେ ପର୍ମେସର୍ କଇଲା ପୁର୍ତିବିତେଇ ଗାଁସ୍ ଆରି କାଇବା ଜାତିର୍ ସାଗ୍ ଆରି ବିଅନ୍ ମିସିକରି ନିଜର୍ ନିଜର୍ ମୁଜି ଇସାବେ ପଲ୍ ଦେବା ଗଚ୍ ବୁଇଁ ଉପ୍ରେ ଜାତ୍ ଅ, ତେବର୍ପାଇ ସେ ରକାମ୍ ଅଇଲା । 12 ଆରି, ପୁର୍ତିବି ତେଇ ଗାଁସ୍ ଆରି ସଅ ସଅ ଜାତିର୍ ଇସାବେ ଗଚର୍ ମୁଜି ଆରି ନିଜର୍ ନିଜର୍ ଜାତିର୍ ଇସାବେ କାଇବା ଜାତିର୍ ପଲ୍ ଦେବା ଗଚ୍ ଜାତ୍ କଲା, ଆରି ପର୍ମେସର୍ ସେଟାକେ ବେସି ନିମାନ୍ ଦେକ୍ଲା । 13 ତାର୍ପଚେ ସଞ୍ଜ୍ ଆରି ସାକାଲ୍ ଅଇ ତିନ୍ ଦିନ୍ ଅଇଲା । 14 ତାର୍ପଚେ ପର୍ମେସର୍ କଇଲା,ରାତି ଆରି ଦିବସ୍କେ ବିନେ କର୍ବାକେ ଆକାସେ ଉଜଲ୍ମନ୍ ଜାତ୍ କଲା, ଆରି ସେଟାମନ୍ ସବୁଜାକ ଜାନ୍ବାକେ ରୁତୁ ଆରି ଦିନ୍ ଆରି ବରସ୍ ଅଅତ୍ । 15 ଆରି ପୁର୍ତିବି ଲଗେ ଉଜଲ୍ ଦେବାକେ ବାଦ୍ଲେ ସେ ରକାମ୍ ବେଲ୍ ତାରାମନ୍ ଅଅତ୍, ତେବର୍ପାଇ ସେନ୍ତାରି ଅଇଲା। 16 ଏ ରକାମ୍ ପର୍ମେସର୍ ଦିନ୍ବେଲେ ଉଜଲ୍ ଦେବାକେ ଗଟେକ୍ ବେଲ୍ ଆରି ରାତି ବେଲେ ଉଜଲ୍ ଦେବାକେ ତାର୍ତେଇ ଅନି ସାନ୍ଟା ଗଟେକ୍ ଜନ୍, ଏ ଦୁଇଟା ବେଲ୍ ଆରି ଜନ୍ ଆରି ତାରାମନ୍କେ ମିସା ତିଆର୍ କଲା । 17 ତେବର୍ପାଇ ରାତି ଆରି ଦିବସ୍କେ ଉଜଲ୍ ଦେବାକେ, 18 ଆରି ଉଜଲ୍କେ ଆନ୍ଦାରେ ଅନି ଅଲ୍ଗା କର୍ବାକେ, ପର୍ମେସର୍ ବାଦ୍ଲେ ବେଲ୍ ଆରି ଜନ୍ ତାରା ତିଆର୍ କଲା, ଆରି ପର୍ମେସର୍ ଏ ସୁବୁକେ ନିମାନ୍ ସଙ୍ଗେ ଦେକ୍ଲା । 19 ସେଟାର୍ ପାଇଁ ସଞ୍ଜ୍ ଅଇ ସାକାଲ୍ ପାଇଲାକେ ଚାର୍ଦିନ୍ ଅଇଲା, 20 ତାର୍ପଚେ ପର୍ମେସର୍ କଇଲା, ପାନି ବେସି ଜମା ଅଇ ଜିବନ୍ ରଇବାଟାମନ୍ ସବୁ ଜାତ୍ ଅଅତ୍ ଆରି ପୁର୍ତିବିର୍ ଉପ୍ରର୍ ଆକାସେ ଚଡଇ ମନ୍ ଉଡିବୁଲତ୍ । 21 ଆରି ପର୍ମେସର୍ ବଡ୍ବଡ୍ ତିମିମାଚ୍ ମନ୍ ଆରି ବିବିନ୍ ରକାମର୍ ଜାତି ଇସାବେ ବେସିଲଚେକ୍ ପାନିତେଇ ରଇବା ଜନ୍ତ୍ଜିଆତ୍ ଆରି ବିବିନ୍ ରକାମର୍ ଜାତି ଇସାବ୍ରେ ଚଡଇମନ୍ ତିଆର୍ କଲା, ଆରି ପର୍ମେସର୍ ଏଟା ସବୁକେ ନିକ ସଙ୍ଗେ ଦେକ୍ଲା। 22 ଆରି ପର୍ମେସର୍ ସେମନ୍କେ ଆସିର୍ବାଦ୍କରି କଇଲା, ବେସି କୁଲ୍ ଜନମ୍ ଅଇ ସମ୍ଦୁରର୍ ପାନିତେଇ ବର୍ତିଅଇ ଜାଆ, ଆରି ପୁର୍ତିବିତେଇ ଚଡଇଜାତି ବେସି ଅଇ ଜାଅତ୍ । 23 ତାର୍ପଚେ ସଞ୍ଜ ଅଇ ସାକାଲ୍ ପାଇଲାକେ ପାଞ୍ଚ୍ଦିନ୍ ଅଇଲା। 24 ସବୁବେଲର୍ ପର୍ମେସର୍ କଇଲା, ପୁର୍ତିବିତେଇ ନିଜର୍ ନିଜର୍ ଜାତି ଇସାବ୍ରେ ଜିବନ୍ ରଇଲା ଜିବ୍ଜନ୍ତୁମନ୍, କଇବାକେ ଗାଲେ ଗାଅଁର୍ ପସୁ ଆରି ପେଟ୍ ସଙ୍ଗେ ରାଙ୍ଗ୍ବାଟାମନ୍ ଆରି ନିଜର୍ ନିଜର୍ ଜାତି ଅନୁସାରେ ପୁର୍ତିବିର୍ ବନେ ରଇବା ଜନ୍ତୁମନ୍ ଜାତ୍ଅଅତ୍, ତେବର୍ପାଇ ସେରକାମ୍ ଅଇଲା । 25 ଏରକାମ୍ ପର୍ମେସର୍ ନିଜର୍ ନିଜର୍ ଜାତି ଇସାବ୍ରେ ବନେରଇବା ଜିବ୍ଜନ୍ତୁମନ୍ ଆରି ବିନ୍ବିନ୍ ଜାତି ଅନୁସାରେ ଗାଉଁ ମନ୍କେ ରଇବାଟାମନ୍ ଆରି ନିଜର୍ ନିଜର୍ ଜାତି ଇସାବ୍ରେ ସବୁରକାମର୍ ବୁଏଁ ପେଟ୍ ସଙ୍ଗେ ରାଙ୍ଗ୍ବା ଜନ୍ତୁ ତିଆର୍ କଲା, ଆରି ପର୍ମେସର୍ ସେସବୁକେ ନିମାନ୍ ସଙ୍ଗେ ଦେକ୍ଲା। 26 ତାର୍ପଚେ ପର୍ମେସର୍ କଇଲା, ମର୍ ନିଜର୍ ବାନିମୁର୍ତି ପାରା ଆରି ନିଜର୍ ପାରା କରି ଗଟେକ୍ ନର୍କେ ତିଆର୍ କର୍ବି। ସେମନ୍ ପାନି ତେଇ ଜିଇବା ମାଚ୍ ମନ୍କେ ଆରି ଉଡି ବୁଲ୍ବା ଚଡଇ ମନ୍କେ ଆରି ପସୁମନ୍କେ ଆରି ସବୁ ପୁର୍ତିବିର୍ ବୁଏଁ ପେଟ୍ ସଙ୍ଗ୍ ରାଙ୍ଗ୍ବା ଜିବ୍ଜନ୍ତୁ ସବୁକେ ସାସନ୍ କର୍ସି। 27 ସବୁ ଦିନର୍ ପର୍ମେସର୍ ନିଜର୍ ବାନିମୁର୍ତି ସଙ୍ଗ୍ ନର୍ ଜାତିକେ ତିଆର୍ କଲା, ପର୍ମେସର୍ ତାର୍ ନିଜର୍ ବାନି ମୁର୍ତି ପାରା ତାକେ ମୁନୁସ୍ ଆରି ମାଇଜି କରି ପର୍ମେସର୍ ସେମନ୍କେ ତିଆର୍ କଲା । 28 ଆରି ପର୍ମେସର୍ ସେମନ୍କେ ଆସିର୍ବାଦ୍ କଲା; ଆରି, ପର୍ମେସର୍ ସେମନ୍କେ କଇଲା, ତମର୍ ଜାତିକୁଲ୍ ବେସି ଅଅତ୍, ଆରି ପୁର୍ତିବିସାରା ପୁରାପୁରୁନ୍ ଅଇକରି ବାସା ଅଅତ୍, ଆରି ପାନିଲଗେ ରଇବା ମାଚ୍ ମନ୍କେ ଆରି ଉଡିବୁଲ୍ବା ଚଡଇ ମନ୍କେ ଆରି ପେଟ୍ ସଙ୍ଗ୍ ରାଙ୍ଗ୍ବା ଜିବ୍ଜନ୍ତୁମନର୍ ଉପ୍ରେ ସାସନ୍ କରା । 29 ପର୍ମେସର୍ ଆରି ତରେକ୍ କଇଲା,ଦେକା, ବୁଏଁ ରଇଲା ସବୁ ରକାମର୍ ଡାଲ୍ପତର୍ ଆରି ସବୁ ରକାମର୍ ପଲ୍ଦେବା ଗଚ୍ ତମ୍କେ ଦେଲୁ, ସେଟାସେ ତମର୍ କାଦି ଅଇସି। 30 ଆରି ଏ ପୁର୍ତିବି ତେଇ ରଇବା ସବୁ ରକାମର୍ ଜିବ୍ଜନ୍ତୁ, ଚଡଇଚିଡିଙ୍ଗ୍ ଆରି କିଡାକୁଡି ମନ୍କେ ଆମେ କାଇବାକେ ଦେଲୁ, ସେଟାର୍ ପାଇ ସେରକାମ୍ ଅଇଲା। 31 ପର୍ମେସର୍ ନିଜେ ତିଆର୍ କଲା,ସବୁଜାକକେ ଦେକ୍ଲା ଆରି ଦେକା ସର୍ତେ ଜାକ ବେସି ନିକ ଲାଗ୍ଲା, ତେବର୍ ପାଇ ସଞ୍ଜଅଇ ସାକାଲ୍ ପାଇଲାକେ ଚଅଦିନ୍ ଅଇଲା।