1 ତାର୍ପଚେ ଜସେପ୍ ଜାଇ ପାରକେ କବର୍ ପାଟାଇ କଇଲା, "ମର୍ ବାବା ଆରି ବାଇମନ୍ କିଣାନ୍ ଦେସେ ଅନି ନିଜର୍ ଗାଇ ଗରୁ ରାସି ସଙ୍ଗେ ସର୍ତେ ଦାରି ଆସିଆଚତ୍, ସେମନ୍ ଗସମ୍ ପର୍ଦେସେ ଆଚତ୍ ।" 2 ଆରି ଜସେପ୍ ନିଜର୍ ବାଇମନର୍ ବିତ୍ରେ ଅନି ପାଞ୍ଚ୍ ଲକ୍କେ ଡାକି ନେଇ ପାରର୍ ସଙ୍ଗେ ବେଟ୍ଗାଟ୍ କରାଇଲା । 3 ତାର୍ପଚେ ପାରରାଜା ଜସେପର୍ ବାଇମନ୍କେ ପାଚାର୍ଲା, ତମେ କାଇ ବେବାର୍ କଲାସ୍ନି? ସେମନ୍ ପାରକେ କଇଲାଇ, ତର୍ ଏ ଦାସ୍ମନ୍ ଆନିଦାଦି ବେଲେ ଅନି ଗରୁ ଚାରାଇଲାଇନି।
4 ସେମନ୍ ପାରରାଜାକେ ଆରିତରେକ୍ କଇଲାଇ, ଆମେ ସବୁ ଏ ଦେସେ ବାସା ଅଇବାକେ ଆସିଆଚୁ, ତେବେ ତର୍ ଏ ଦାସ୍ମନର୍ ପସୁ ରାସିକେ କାଇଟା କାଇବାକେ ନାଇ, କିଣାନ୍ ଦେସେ ବେସି ମର୍ଡି ଅଇଆଚେ, ତେବେ ଗୁଆରି କଲୁନି, ତମେ ଏ ଦାସ୍ମନ୍କେ ଗସନ୍ ପର୍ଦେସେ ବାସା ଆଇବାକେ ଆଦେସ୍ ଦେସ୍ ।
5 ତାର୍ପଚେ ପାରରାଜା ଜସେପ୍କେ ଆଦେସ୍ ଦେଲା, ତମର୍ ବାବା ଆରି ବାଇମନ୍ ତର୍ ଲଗେ ଆସି ଆଚତ୍ । 6 ମିସର୍ ଦେସ୍ ତର୍ ମୁଆଟେ ଆଚେ; ଦେସର୍ ସବୁ ଜାଗାଇ ନିଜର୍ ବାବା ଆରି ବାଇମନ୍କେ ବାସା କରାଆ, ଗସନ୍ ପର୍ଦେସେ ସେମନ୍ ବାସା କରତ୍, ଆରି ସେମନର୍ ବିତ୍ରେ ଅନି ଜାକେ ଜାକେ ସକ୍ତିସାଲି ବଲିକରି ଜାନି ଆଚାସ୍, ସେମନ୍କେ ଆମର୍ ପସୁ ରାସିର୍ ମାଲିକ୍ ନାଉଁରେ ଟିଆ କରା ।
7 ତାର୍ପଚେ ଜସେପ୍ ତାର୍ ବାବା ଜାକୁବକେ ଆନି ପାର ରାଜାର୍ ମୁଆଟେ ଟିଆ କରାଇଲା, ତାର୍ପଚେ ଜାକୁବ ପାରକେ ଆସିର୍ବାଦ୍ କଲା । 8 ସେଡ୍କିବେଲେ ପାରରାଜା ଜାକୁବକେ ପାଚାର୍ଲା, ତମ୍କେ କେତେ ବରସ୍ ଅଇଲା ଆଚେ ?
9 ଜାକୁବ ପାରକେ କଇଲା, ମର୍ ଜିଇଲା ଦିନ୍ ସଏ ତିରିସ୍ ବରସ୍ ଅଇଲାବେ , ମୁଇ ଅଲପ୍ ଦିନ୍ ଆକା ବଁଚ୍ଲି ଏଲେ ମିସା କସ୍ଟରେ , ମର୍ ଆନିଦାଦିମନର୍ ବାସା ଅଇ ଜିଇଲା କାଇଲା ଦିନ୍ ପାରା ନାଇଁ । 10 ତାର୍ପଚେ ଜାକୁବ ପାରକେ ଆସିର୍ବାଦ୍ କରି ତାର୍ ଲଗେଅନି ଗାଲା । 11 ତାର୍ପଚେ ଜସେପ୍ ପାରରାଜାର୍ ଆଦେସ୍ ଇସାବେ ମିସର୍ ଦେସର୍ ସବୁ ଅଁଚଲେ କଇବାକେ ଗାଲେ ରାମିସେସ୍ ପର୍ଦେସେ ଅଦିକାର୍ ଦେଇ ନିଜର୍ ବାବା ଆରି ବାଇ ମନ୍କେ ବାସା କରାଇଲା । 12 ଆରି ଜସେପ୍ ନିଜର୍ ବାବା ଆରି ବାଇମନ୍କେ ଆରି ସବୁ ବାବାର୍ କୁଟୁମ୍କେ ସବୁଲକର୍ କୁଟୁମ୍ ଇସାବେ କାଇବା କାଦିକଣ୍ଡା ଦେଇ ଲାଲନ୍ ପାଲନ୍ କଲା ।
13 ସେ ବେଲେ ବେସି ମର୍ଡି ଆଇଲାକେ ସବୁ ଦେସେ କାଦିକଣ୍ଡା ଉନା ଅଇ ଗାଲା, ସେଟାର୍ ପାଇଁ ମିସର୍ ଦେସର୍ ଆରି କିଣାନ୍ ଦେସର୍ ଲକ୍ମନ୍ ମର୍ଡି ଆଇଲାକେ ବେସି ଲକ୍ମନ୍ ଆଲାସାଲା ପାରା ଅଇଗାଲାଇ । 14 ଆରି ମିସର୍ ଦେସେ ଆରି କିଣାନ୍ ଦେସେ ଜେତ୍କି ରୁପା ଡାବୁ ରଇଲା, ଲକ୍ମନ୍ ସେଟାକେ ଦେଇକରି କାଦି ଗେନ୍ଲାଇକେ ଜସେପ୍ ସେ ସବୁ ରୁପା ଡାବୁ ଟୁଲାଇ କରି ପାରର୍ ଗରେ ଆନ୍ଲା । 15 ତାର୍ପଚେ ମିସର୍ ଦେସେ ଆରି କିଣାନ୍ ଦେସେ ରୁପା ଉନା ଅଇଲାକେ, ମିସ୍ରିୟ ଲକ୍ସବୁ ଜସେପର୍ ଲଗେ ଆସି କଇଲାଇ, ଆମ୍କେ କାଦିକଣ୍ଡା ଦିଆ, ଆମର୍ ରୁପା ଡାବୁ ସାରିଗାଲାବେ ବଲିକରି କାଇ ଆମେ ତମର୍ ଲଗେ ମର୍ବୁ ?
16 ତେଇ ଜସେପ୍ କଇଲା, ତମର୍ ପସୁ ଦିଆ, ଜଦି ତମର୍ ରୁପା ଡାବୁ ସାରି ଜାଇ ରଇଲେ, ତେବେ ପସୁ ବାଦୁଲେ ତମ୍କେ କାଦି ଦେବି । 17 ତାର୍ପଚେ ସେମନ୍ ଜସେପ୍ଅର୍ ଲଗେ ନିଜର୍ ନିଜର୍ ପସୁ ଆନ୍ଲାଇ ତାର୍ପଚେ ଜସେପ୍ ଗଡା ଆରି ମେଣ୍ଡା ଆରି ଗରୁ ରାସି ଆରି ଗଦ ଆରି ବଲଦ୍ ନେଇ ସେମନ୍କେ କାଦି ଦେବାର୍ ଦାର୍ଲା , ଏ ରକାମ୍ ଜସେପ୍ ପସୁ ବାଦୁଲେ ସେମନ୍କେ କାଦି ଦେଇ ସେ ବରସ୍ ଚଲାଇ ନେଲା ।
18 ଆରି ସେ ବରସ୍ କେଟ୍ଲାକେ,ଆରି ଗଟେବର୍ସେ ସେମନ୍ ଜସେପଅର୍ ଲଗେଆସି କଇଲାଇ,ଆମର୍ ସବୁ ରୁପା ଡାବୁ ସାରିଗାଲାବେ ,ସେଟା ମାପ୍ରୁ ପାରା ଲକର୍ ଲଗେ ଲୁଚାଉଁ ନାଇଁ; ଆରି, ଆମର୍ ପସୁଦନ୍ ମିସା ମାପ୍ରୁ ପାରା ଲକର୍ଟା ସେ ଅଇଲା ଆଚେ, ଏବେ ମାପ୍ରୁ ପାରା ଲକର୍ ମୁଆଁଟେ ଆମର୍ ଗାଗଡ୍ ଆରି ଜମିକେ ଚାଡିଦେଲେ ଆରି କାଇଟା ମିସା ଆମ୍କେ ନାଇଁ । 19 ସେଟାର୍ ପାଇଁ ଆମେ ଆରି ଆମର୍ ଜମି ମିସି କେନ୍ତାର୍ ତମର୍ ମୁଆଁଟେ ମର୍ ବୁ ? ତମେ କାଦି ଦେଇ ଆମ୍କେ ଆରି ଆମର୍ ଜମି ଗେନି ନିଆଁ, ତାର୍ପଚେ ଆମେସବୁ ପାରର୍ ଦାସ୍ ଅଇବୁ, ଏଟାର୍ ପାଇଁ ଆମ୍କେ ବିୟନ୍ ଦିଆ, ତେବେ ଜିଇବୁ , ନଇଁଲେ ଆମ ମର୍ବୁ, ଆରି ଜମି ମିସା ନସ୍ଟ ଅଇ ଜାଇସି ।
20 ଏ ରକାମ୍ ମର୍ଡି ସେମନର୍ ତେଇ ବେସି ଅଇଗାଲାକେ ମିସ୍ରିୟମନ୍ ସବୁ ଲକ୍ ନିଜର୍ ନିଜର୍ ଜମି ବିକିଦେଲାଇ, ତାର୍ପଚେ ଜସେପ୍ ପାରର୍ ପାଇଁ ମିସର୍ ଦେସର୍ ସବୁ ଜମି ଗେନ୍ଲା, ତେବେ ସବୁ ଜମି ପାରରାଜାର୍ଟା ଅଇଲା । 21 ତାରପଚେ ସେ ମିସରର୍ ଗଟେ ଜାଗାଇ ଅନି ଅଲ୍ଗା ଜାଗା ଜାକ ନଅଁରେନଅଁରେ ଲକ୍ମନ୍କେ ବାସା କରାଇଲା । 22 ସେ ଚୁଚା ପୁଜାରିମନର୍ ଜମି ଗେନେ ନାଇଁ କାଇକେ ବଇଲେ ପୁଜାରିମନ୍ ପାରରାଜାର୍ ତେଇ ଅନି ବୁତି ପାଇତେ ରଇଲାଇ, ତେବେ ପାର ଦେଲା ବୁତି ସଙ୍ଗେ ସେମନ୍ ଚଲ୍ବାକେ ଅଇତେ ରଇଲାକେ ସେମନ୍ ନିଜର୍ ନିଜର୍ ଜମିକେ ବିକତ୍ ନାଇଁ । 23 ତାର୍ପଚେ ଜସେପ୍ ଲକ୍ମନ୍କେ କଇଲା, ଦେକା ଆମେ ପାରରାଜାର୍ ପାଇଁ ତମ୍କେ ଆରି ତମର୍ ଜମିକେ ଚିଡ୍ତେ ଗେନ୍ଲି, ଏବେ ଏ ବିୟନ୍ ନେଇକରି ଜମିତେଇ ବୁନା । 24 ତେଇ ଜେତ୍କି ପସଲ୍ ଅଇସି, ତାର୍ ପାଞ୍ଚ୍ବାଗେ ଅନି ଗଟେକ୍ ବାଗ୍ ପାରରାଜାକେ ଦିଆସ୍ ଆରି ଚାରିବାଗ୍ ବୁଇଁର୍ ପାଇ ଆରି ନିଜର୍ ନିଜର୍ କୁଟୁମ୍ ଆରି ପିଲାମନର୍ ପାଇଁ ସଙ୍ଗଆ ।
25 ତାର୍ପଚେ ସେମନ୍ କଇଲାଇ, ତମେ ଆମର୍ ଜିବନ୍ ରକିଆ କଲାସ୍, ତମେ ଆସିର୍ବାଦ୍ କଲେ, ଆମେ ପାରର୍ ଦାସ୍ ଅଇବୁ । 26 ପାଞ୍ଚ୍ବାଗେ ଅନି ଗଟେକ୍ ବାଗ୍ ପାର ପାଇସି, ମିସରର୍ ସବୁ ଜମି ବିସଇରେ ଜସେପ୍ କରି ରଇଲା ଏ ନିଅମ୍ ଏବ୍କେ ଜାକ ଆଚେ, କାଲି ପୁଜାରିମନର୍ ଜମି ପାରର୍ଟା ଅଏ ନାଇଁ ।
27 ସେ ବେଲେ ଇସ୍ରାଏଲର୍ ଲକ୍ମନ୍ ମିସରର୍ ଗସନ୍ ପର୍ଦେସେ ବାସା ଅଇଲାଇ, ଆରି ତେଇ ସେମନ୍ ଅଦିକାର୍ ପାଇ ବେସି ବେଲି ଅଇଲାଇ , ଆରି ସେ କୁଲର୍ ଲକ୍ ବେସି ଅଇଲାଇ । 28 ଜାକୁବ ମିସର୍ ଦେସେ ସତ୍ର ବରସ୍ ଜାକ ରଇଲା, ସେ ସଏ ସତ୍ଚାଲିସ୍ ବରସ୍ ଜିଇ କରି ରଇଲା । 29 ଜାକୁବ ମରନ୍ ଦିନ୍ କେଟ୍ଲାକେ ସେ ନିଜର୍ ପିଲା ଜସେପ୍କେ ଡାକାଇ କଇଲା, ମୁଇଁ ଜନ୍ ଦିନେ ତର୍ ମୁଆଟେ ଆସିର୍ବାଦ୍ ପାଇଲି, ତେବେ ବାବୁଜିଆ କଲିନି, ତମେ ମର୍ ସଙ୍ଗେ ଆତ୍ ସଙ୍ଗଇ ପର୍ମାନ୍ କର୍, ଆରି ମର୍ତେଇ ଦୟା ଆରି ସତ୍ କାତାବାର୍ତା କରି ଏ ମିସର୍ ଦେସେ ମକେ ତପାନାଇଁ । 30 ମାତର୍ ମୁଇଁ ନିଜର୍ ଆନିଦାଦିମନର୍ ସଙ୍ଗେ ସଇଲେ, ତମେ ମକେ ଏ ମିସର୍ ଦେସେ ଅନି ଦାରିଜାଇ ସେମନ୍କେ ତପ୍ଲା ଲଗେ ତପା । ତାର୍ପଚେ ଜସେପ୍ କଇଲା, ତମର୍ ଆଦେସ୍ ଇସାବ୍ରେ କର୍ବି । 31 ତାର୍ପଚେ ଜାକୁବ ଜସେବ୍କେ ପର୍ମାନ୍ କର୍ବାକେ କଇଲାକେ , ସେ ତାର୍ଲଗେ ସପତ୍ କଲା । ସେଡ୍କି ବେଲେ ଅଚ୍ନାର୍ ମୁଣ୍ଡିସା ବାଟେ ଅନି ଜୁଆର୍ କଲା ।