1 ସେ ସବୁ ଗଟ୍ନା ଗଟ୍ଲା ପଚେ କେ ଗଟେକ୍ ଲକ୍ ଆସିକରି ଜସେପ୍କେ କବର୍ ଦେଇ କଇଲା, ଦେକ୍ ତମର୍ ବାବାକେ ଜର୍ ଆଇଲା ଆଚେ ତାର୍ପଚେ ସେ ନିଜର୍ ଦୁଇଟା ପିଲା ମନ୍ସି ଆରି ଇପ୍ରମିଅମ୍ କେ ସଙ୍ଗେ ଡାକି ନେଲା । 2 ସେଡ୍କିବେଲେ କେ ଗଟେକ୍ଲକ୍ ଆସିକରି ଜାକୁବ୍କେ କଇଲା, ଦେକ୍ ତମର୍ ପିଲା ଜସେପ୍ ତମର୍ ଲଗେ ଆଇଲାନି , ତାର୍ପଚେ ଜାକୁବ ନିଜେ ଅଲପ୍ ଡାଟ୍ଅଇକରି ଅଚ୍ନାଇ ଉଟି ବସ୍ଲା । 3 ତାର୍ପଚେ ଜାକୁବ୍ ଜସେପ୍କେ କଇଲା, କିଣାନ୍ ଦେସର୍ ଲୁସ୍ ନାଉଁର୍ ଜାଗାଇ ସବୁକେ ବପୁର୍ ପର୍ମେସର୍ ମକେ ଦର୍ସନ୍ ଦେଇ ଆସିର୍ବାଦ୍ ଦେଇ ଏନ୍ତାର୍ କଇ ରଇଲା । 4 ଦେକ୍, ଆମେ ତମ୍କେ ବେଲିକରି ବେସି ଆରି ବୁତେକ୍ କୁଲ୍ କର୍ବୁ ଆରି ତମର୍ତେଇ ଅନି ବିନ୍ବିନ୍ ଲକ୍ ସମାଜ୍ ବେଲିକରି ଆରି ତମର୍ ଆଗ୍କେ ଅଇବା ବଁସ୍କେ କେବେ ନ ସାର୍ବା ଅଦିକାର୍ ପାଇଁ ଏ ଦେସ୍ ଦେବି ।
5 ସେଟାର୍ ପାଇଁ ମିସର୍ ଦେସେ ତମର୍ ଲଗେ ମୁଇ ଆଇବା ଆଗ୍ତୁ ତମର୍ ଜନ୍ ଦୁଇଟା ପିଲା ମିସର୍ ଦେସେ ଜନମ୍ ଅଇରଇଲାଇ, ସେ ମନ୍ ମର୍ ଅଇବାଇ, ରୁବେନ୍ ଆରି ସିମିଅନ୍ ପାରା ଇପ୍ରୟିମ୍ ଆରି ମନସି ମର୍ ପିଲାମନ୍ ଅଇବାଇ । 6 ଆରି ଏମନର୍ ପଚେ ଜନ୍ ପିଲାମନ୍ ଜନମ୍ ଅଇବାଇ, ସେମନ୍ ତମର୍ ଅଇବାଇ ଆରି ବଡ୍ ବାଇ ମନର୍ ନାଉଁରେ ନିଜର୍ ନିଜର୍, ଅଦିକାରେ ନାଉଁ ଡାକ୍ପୁଟା ଅଇସି । 7 ପଦନ୍ ଅରାମ୍ତେଇ ଅନି କିଣାନ୍ ଦେସେ ମୁଇ ଆଇବାବେଲେ ଇପ୍ରାତା ତେଇ କେଟ୍ବା କଣ୍ଡେକ୍ ଦୁର୍ ରଉରଉ ରାଏଲ୍ ବାଟ୍ ପାକେ ମର୍ପାକେ ମଲା, ତାର୍ପଚେ ମୁଇ ତାକେ ଇପ୍ରାତାତେଇ, ବେତ୍ଲିଇମର୍ ବାଟ୍ ଲଗେ ତାକେ ତପ୍ଲି ।
8 ତାର୍ପଚେ ଜାକୁବ ଜସେପର୍ ପିଲାମନ୍କେ ଦେକି କରି ପାଚାର୍ଲା ଏ ଲକ୍ମନ୍ କେ ? 9 ତେଇ ଜସେପ୍ ବାବାକେ କଇଲା, ଏମନ୍ ମର୍ ପିଲାମନ୍, ପର୍ମେସର୍ ଏମନ୍କେ ଏ ଦେସେ ମକେ ଦେଇ ଆଚେ ତେବେ ଜାକୁବ କଇଲା, ବାବୁଜିଆ କଲିନି, ଏମନ୍କେ ମର୍ଲଗେ ଆନ୍, ମୁଇ ଏମନ୍କେ ଆସିର୍ବାଦ୍ କର୍ବି । 10 ସେବେଲେ ଜାକୁବ ଡକ୍ରା ଅଇଲାକେ ନିକସଙ୍ଗ୍ ଦେକି ନାପାର୍ଲା । ତେବେ ଜସେପ୍ ତାକର୍ ବାଟେ ସେମନ୍କେ ଆନି ଦେଲାକେ, ସେ ସେମନ୍କେ ଚୁମ୍ଲା ଆରି ପାଟାଲି ଆଲାଦ୍ କଲା । 11 ଆରି ଜାକୁବ ଜସେପ୍କେ କଇଲା, ମୁଇ ବାବିରଇଲି, ତମର୍ ମୁଁ କେ ଆରି ଦେକିନାପାରି ବଲିକରି , ମାତର୍ ଦେକ୍, ପର୍ମେସର୍ ତମର୍ କୁଲ୍କେ ମିସା ମକେ ଦେକାଇଲା । 12 ତାର୍ପଚେ ଜସେପ୍ ବାବାର୍ ଦୁଇଟା ଜଙ୍ଗେ ଦୁଇଲକ୍କେ ମିସ୍ତେ ବସାଇ ସେମନ୍କେ ନେଇ ନିଜେ ମୁଣ୍ଡିଆ ମାରି ଜୁଆର୍ କଲାଇ ।
13 ତାର୍ପଚେ ଜସେପ୍ ସେ ଦୁଇଲକ୍କେ ନେଇ ନିଜର୍ ଦକିଣ୍ ଆତେ ଇପ୍ରଇମ୍କେ ଦାରି ଜାକୁବକେ ଡେବ୍ରିବାଟେ ଆରି ଡେବ୍ରି ଆତେ ମନ୍ସିକେ ଦାରି ଜାକୁବର୍ ଦକିଣ୍ ଦିଗ୍ ବାଟେ ବସାଇଲା । 14 ତାର୍ପଚେ ଜାକୁବ ନିଜର୍ ଦକିଣ୍ ଆତ୍ ଲାମାଇ ସାନ୍ ଇପ୍ରମିୟର୍ ମୁଣ୍ଡ୍ ଉପ୍ରେ ସଙ୍ଗଇଲା, ଆରି ମନସିର୍ ମୁଣ୍ଡ୍ ଉପ୍ରେ ଡେବ୍ରି ଆତ୍ ସଙ୍ଗଇଲା ସେ ଏତାଇକରି ନିଜର୍ ଆତ୍ ଏ ରକାମ୍ ଚାଲାଇଲା। 15 ତାର୍ପଚେ ସେ ଜସେପ୍କେ ଆସିର୍ବାଦ୍ କରି କଇଲା, ଜନ୍ ପର୍ମେସରର୍ ମୁଆଟେ ମର୍ ଆନିଦାଦି ଅବ୍ରାମ୍ ଆରି ଇସାକ୍ ଜାଇତେ ରଇଲାଇ, ଜନ୍ ପର୍ମେସର୍ ଜନମେ ଅନି ଆଜିକେ ଜାକ ମକେ ଲାଲନ୍ ପାଲନ୍ କରି ଆଚେ, 16 ଜନ୍ଦୁତ୍ ସବୁ କସ୍ଟଟାନେ ଅନି ମକେ ମୁକ୍ତି କରିଆଚେ, ସେ ଏପିଲା ମନ୍କେ ଆସିର୍ବାଦ୍ କର୍, ଏମନ୍ ମର୍ ନାଏଁ ଆରି ମର୍ ଆନିଦାଦି ଅବ୍ରାମ୍ ଆରି ଇସାକର୍ ନାଉଁରେ ଡାକ୍ପୁଟାଅ, ଆରି ଏମନ୍ ଦେସ୍ବିତ୍ରେ ବେଲିଅଇକରି ବେସି ଲକ୍ ଅଅତ୍ ।
17 ସେଡ୍କିବେଲେ ଇପ୍ରୟିମର୍ ମୁଣ୍ଡେ ବାବାର୍ ଉଜା ଆତ୍ ସଙ୍ଗଇ ରଇଲାଟା ଦେକି ଜସେପ୍ ସାର୍ଦା ଅଇଲା, କାଇକେ ବଇଲେ ଇପ୍ରୟିମର୍ ମୁଣ୍ଡେ ଅନିମନ୍ସିର୍ ମୁଣ୍ଡେ ସେଟା ତିଆର୍ କର୍ବାକେ ବାବାର୍ ଆତ୍ ଟେକି କଇଲା, 18 ଜସେବ୍ କଇଲା ବାବା ଏରକାମ୍ ନାଇ, ଏ ଗଟେକ୍ ବଡ୍ ପିଲା,ଆର୍ ମୁଣ୍ଡେ ଉଜା ଆତ୍ ସଙ୍ଗ। 19 ମାତର୍ ତାକର୍ ବାବା ରାଜି ନ ଅଇକରି କଇଲା, ଏପିଲା, ମୁଇଁ ଜାନି ଆଚି , ସେ ମିସା ଗଟେକ୍ ବଡ୍ କୁଲ୍ ଅଇସି ଆରି ସେ ମିସା ମଆନ୍ ଅଇସି, ମାତର୍ ତାର୍ ସାନ୍ ବାଇ ତାର୍ତେଇ ଅନି ଅଦିକ୍ ମଆନ୍ ଅଇସି ଆରି ତାର୍ କୁଲ୍ ବେସି କୁଲ୍ ଅଇବାଇ । 20 ସେ ଦିନେ ସେ ସେମନ୍କେ ଆସିର୍ବାଦ୍ କରି କଇଲା, ଇସ୍ରାଏଲ୍ କୁଲ୍କେ ଆସିର୍ବାଦ୍ କର୍ବା ବେଲେ ତମର୍ ନାଉଁ ଦାରି କଇବାଇ, ପର୍ମେସର୍ ତମ୍କେ ଇପ୍ରୟିମ୍ ଆରି ମନସି ପାରା କରା ଏ ରକାମ୍ ଜାକୁବ ମନସିର୍ ତେଇଅନି ଇପ୍ରୟିମ୍କେ ବଡ୍କଲା ।
21 ତାର୍ପଚେ ଜାକୁବ ଜସେପ୍କେ କଇଲା, ଦେକ୍ ମୁଇଁ ମଲିନି, ମାତର୍ ପର୍ମେସର୍ ତମର୍ ସଙ୍ଗ୍ ରଇସି, ଆରି ତମ୍କେ ଆରି ତରେକ୍ ଆନିଦାଦିର୍ ଦେସେ ଦାରି ଜାଇସି । 22 ମୁଇଁ ନିଜର୍ କାଣ୍ଡା ଆରି ଦୁନୁ ସଙ୍ଗେ ଇମରିୟମନର୍ ଆତେ ଅନି ଜନ୍ଟା ଦିନ୍ସୁ ପାଇଲି ଆଚି, ତମର୍ ବାଇମନର୍ ଟାନେ ଅନି ଅଦିକ୍ ଲଚେକ୍ ତମ୍କେ ଦେଲି ।