1 ତାର୍ପଚେ ସବୁବେଲର୍ ମାପ୍ରୁ ନିଜର୍ ସପତ୍ ଇସାବେ ସାରାର୍ ଜତନ୍ ନେଲା, ଆରି ସବୁବେଲର୍ ମାପ୍ରୁ ଜାଇଟା କଇରଇଲା, ସାରାର୍ ପାଇ ସେଟା ସେ କଲା । 2 ତାର୍ପଚେ ଅବ୍ରାଆମ୍ ଡକ୍ରା ଅଇଲା ବେଲେ ସାରା ଗାଗ୍ଡେ ଅଇ ପର୍ମେସରର୍ ଲାଗି ସମାନ୍ ବେଲେ ପିଲା ଜନମ୍ କଲା । 3 ଅବ୍ରାମ୍ ସାରାର୍ ଗର୍ବେ ଅନି ଜନମ୍ ଅଇଲା ନିଜର୍ ପିଲାକେ ଇସାକ୍ ବଲି କରି ନାଉଁ ଦେଲାଇ । 4 ଆରି ଅବ୍ରାଆମ୍ ପର୍ମେସର୍ର୍ ଆଦେସ୍ ଅନୁସାରେ ନିଜର୍ ପିଲା ଇସାକ୍କେ ଆଟ୍ଦିନ୍ ଗାଲା ପଚେ ଲିଙ୍ଗର୍ ଟିପର୍ ଚାମ୍ କାଟ୍ଲା । 5 ଅବ୍ରାଆମ୍ ସଏ ବରସ୍ ଅଇ ରଇଲା ବେଲେ ତାର୍ ପିଲା ଇସାକ୍ ଜନମ୍ ଅଇଲା । 6 ଆରି ସାରା କଇଲା, ପର୍ମେସର୍ ମକେ ସାର୍ଦା ଆରି ଆନନ୍ଦ୍ ଦେଲା ଆଚେ, ଏଟା ସୁନି କରି ସବୁ ଲକ୍ ମର୍ ସଙ୍ଗେ ସାର୍ଦା ଅଇଲାଇ। 7 ସେ ଆରି ତରେକ୍ କଇଲା, ସାରା ପିଲାମନ୍କେ ଦୁଦ୍ କୁଆଇସି, ଏ କାତା ଅବ୍ରାଆମ୍କେ କେ କଇ ପାର୍ସି କି ? କାଇକେ ବଇଲେ ମୁଇଁ ଏବେ ଡକ୍ରା ଅଇଲା ବେଲେ ପିଲା ପାଇଲି ବଲି।
8 ଆରି ପିଲା ବଡ୍ଅଇଲାକେ , ସେମନ୍ ତାକେ ଦୁଦ୍କାଇବାଟା ଚାଡାଇ ଦେଲାଇ, ଆରି ଜନ୍ ଦିନେ ଇସାକ୍କେ ଦୁଦ୍ ଚାଡାଇଲାଇ, ସେ ଦିନେ ଅବ୍ରାମ୍ ବଡ୍ ବଜି ଦେଲା ।
9 ତାର୍ପଚେ ମିସ୍ରିଆ ଆଗାର୍ ଅବ୍ରାଆମର୍ ପାଇଁ ଜନ୍ ପିଲା ଜନମ୍ କରି ରଇଲା, ସେ ପିଲା ଇସାକ୍କ୍କେ ଗିନ୍ କର୍ତେ ରଇବାଟା ସାରା ଦେକ୍ଲା। 10 ସେଟାର୍ ପାଇଁ ସାରା ଅବ୍ରାମ୍କେ କଇଲା, ତୁଇ ଏ ଦାସିକେ ଆରି ତାର୍ ପିଲାକେ କେଦି ଦେସ୍, କାଇକେ ବଇଲେ ଏ ଦାସିର୍ ପିଲା ମର୍ ପିଲା ଇସାକର୍ ସଙ୍ଗେ ଗରର୍ ଅଦିକାରି ଅଇ ନାପାରେ । 11 ସାରାର୍ କାତା ସୁନି କରି ଅବ୍ରାଆମ୍ ନିଜର୍ ପିଲାର୍ ପାଇଁ ବେସି ଦୁକ୍ କଲା କାଇକେ ବଇଲେ ଇସ୍ମାଇଲ୍ ମିସା ଅବ୍ରାଆମର୍ ପିଲା ରଇଲା । 12 ସେବେଲେ ପର୍ମେସର୍ ଅବ୍ରାଆମ୍କେ କଇଲା, ତୁଇ ଏ ପିଲାକେ ଆରି ତର୍ ଦାସିର୍ ପାଇଁ ଦୁକ୍ କର୍ନାଇଁ, ସାରା ତକେ ଜାଇଟା କଇଲାନି, ସେ କାତାକେ ସୁନ୍, କାଇକେ ବଇଲେ ଇସାକ୍ତେଇ ଅନି ତମର୍ କୁଲ୍ ଅଦିକ୍ ଡାକ୍ପୁଟା ଅଇସି। 13 ଆରି ଏ ଦାସିର୍ ପିଲା ତମର୍ କୁଲ୍, ତେବର୍ ପାଇ ଆମେ ତାର୍ ତେଇ ଅନି ଗଟେକ୍ କୁଲ୍ ଉବ୍ଜାଇବି । 14 ତାର୍ପଚେ ଅବ୍ରାଆମ୍ ସାକାଲେ ଉଟିକରି ରୁଟି ଆରି ପାନି ଚାମର୍ ମୁନାଇ ପୁରାଇ ଆଗାରର୍ କନ୍ଦେ ବୁଆଇ ପିଲାକେ ଆରି ଆଗାର୍କେ ପାଟାଇଦେଲା, ତାର୍ପଚେ ସେ ଇଣ୍ଡିଜାଇ କରି ବେର୍ସେବା ନାଅଁର୍ ଡଙ୍ଗର୍ ପାଲି ଜାଇ ବାଟ୍ ବାନା ଅଇଗାଲା। 15 ଆରି ଚାମର୍ ମୁନାର୍ ପାନି ସାରି ଗାଲାକେ, ଆଗାର୍ ଗଟେକ୍ ବୁଟା ତଲେ ତାର୍ ପିଲାକେ ଚାଡିଦେଲା । 16 ଆରି ଆଗାର ତାର୍ ଲଗେଅନି ଅଲପ୍ ଦୁରିକେ ଜାଇ ବସ୍ଲା, କାଇକେ ବଇଲେ ସେ କଇଲା, ପିଲାର୍ ମର୍ବା ମୁଁକେ ମୁଇ ନ ଦେକି । ଆରି ସେ ତାର୍ ତେନ୍କେ ବସି ଆକ୍ମାରି ଅଇ କାନ୍ଦ୍ଲା।
17 ସେଡ୍କି ବେଲେ ପର୍ମେସର୍ ପିଲା କାନ୍ଦ୍ବାଟା ସୁନ୍ଲା, ଆରି ପର୍ମେସରର୍ ଦୁତ୍ ଆକାସେ ଅନି ଆଗାର୍କେ ଡାକି କଇଲା, ଏ ଆଗାର୍ ତକେ କାଇଟା ଅଇଲା ? ଡର୍ନାଇଁ, କାଇକେ ବଇଲେ ଜନ୍ ଜାଗାଇ ପିଲା ଆଚେ, ସେ ଜାଗାଇ ପର୍ମେସର୍ ତାର୍ କାନ୍ଦ୍ବାଟାକେ ସୁନିଆଚେ । 18 ତୁଇ ଟିଆ ଅଇ ପିଲାକେ ଉଟାଇ କରି ଆତେ ଦାର୍, ଆମେ ତାର୍ ତେଇ ଅନି ଗଟେକ୍ ବଡ୍ କୁଲ୍ ଉବ୍ଜାଉଁ । 19 ସେଡ୍କିବେଲେ ପର୍ମେସର୍ ତାର୍ ଆଁକି ଦେକାଇଲା, ସେ ପାନି ବର୍ତି ରଇବା କୁଇଁକାଲ୍ ଦେକି ସିତି ଜାଇ ଚାମର୍ ମୁନାଇ ପାନି ପୁରାଇ ପିଲାକେ କୁଆଇଲା । 20 ତାର୍ପଚେ ପର୍ମେସର୍ ପିଲାକେ ସାଇଜ କଲାକେ, ସେ ବଡ୍ ଅଇଲା, ଆରି ଆରଣ ଡଙ୍ଗର୍ ପାଲି ରଇ କରି ସବର୍ ଅଇଲା । 21 ସେ ପାରଣ୍ ନାଅଁର୍ ଡଙ୍ଗର୍ ତଲେ ବାସାକଲା; ତାର୍ପଚେ ତାର୍ ମାଆ ଗଟେକ୍ ମିସର୍ ଦେସର୍ ଦାଙ୍ଗ୍ଡି ସଙ୍ଗେ ତାକେ ବିବାକରି ଦେଲା ।
22 ସେଡ୍କି ବେଲେ ଅବିମେଲକ୍ ଆରି ପିକଲ୍ ନାଅଁର୍ ତାକର୍ ସେନାପତି ଅବ୍ରାଆମ୍କେ କଇଲା, ପର୍ମେସର୍ ତମର୍ ସବୁ କାମ୍କେ ସାଇଜ କର୍ସି। 23 ସେଟାର୍ ପାଇଁ ତମେ ଆମର୍ ପାଇଁ ଆରି ଆମର୍ ପିଲାଟକି ମନ୍କେ ବିସ୍ବାସେ ବିସ୍ ନ ଦେସ୍, ଆରି ଆମେ ତମର୍ପାଇ ଜେନ୍ତାର୍ ଜିବନ୍ ଦୁକାଇ ଆଚୁ,ସେ ଇସାବ୍ରେ ତମେ ଆମର୍ତେଇ ଆରି ତମର୍ ବାସା ଅଇଲା ଜାଗା ଏ ଦେସର୍ ପାଇଁ ଦୟା କର୍ସୁ, ଆମର୍ ଆଗେ ପର୍ମେସର୍ ପର୍ମାନ୍ କରି ଏ କାତାକେ କ ।
24 ତାର୍ପଚେ ଅବ୍ରାଆମ୍ କଇଲା, ମୁଇଁ ପର୍ମାନ୍ କର୍ବି ।
25 ତାର୍ପଚେ ଅବିମେଲକର୍ ଦାସ୍ମନ୍ ଅବ୍ରାମର୍ ଗଟେକ୍ ପାନି ବର୍ତି ଅଇ ରଇବା କୁଇଁକାଲ୍ ଚାଡାଇ ନେଇ ରଇଲାଇ, ସେଟାର୍ ପାଇଁ ଅବ୍ରାଆମ୍ ଅବିମେଲକକେ ରିସା ଅଇ କଇଲା । 26 ତାର୍ପଚେ ଅବିମେଲକ୍ କଇଲା, ଏ କାମ୍ କେ କଲା, ସେଟା ଆମେ ନାଜାନୁ, ଆରି ତମେ ମିସା ଆମ୍କେ ସୁନାଆସ୍ ନାଇଁ, ଆମେ ଆଜିସେ ଏ କାତାକେ ସୁନ୍ଲୁନି । 27 ତାର୍ପଚେ ଅବ୍ରାଆମ୍ ମେଣ୍ଡା ଆରି ଗରୁ ନେଇଁ କରି ଅବିମେଲକ୍କେ ଦେଲା, ଆରି ଦୁଇଲକ୍ ଗଟେକ୍ ରାଜିନାମା କଲାଇ । 28 ଆରି ଅବ୍ରାଆମର୍ ରାସିଟାନେ ଅନି ସାତ୍ଟା ଗାଡ୍ରା ମେଣ୍ଡା ବାଚିବାଚି ବିନେ ବେଗ୍ଲାଇ କରି ବାନ୍ଦ୍ଲାଇ । 29 ତାର୍ପଚେ ଅବିମେଲକ୍ ଅବ୍ରାଆମ୍କେ ପାଚାର୍ଲା, ତମେ କାଇଟା ପାଇଁ ଏ ସାତ୍ଟା ଗାଡ୍ରା ମେଣ୍ଡାକେ ବାଚିବାଚି କରି ଅଲ୍ଗା କରି ବାନ୍ଦି ଆଚୁସ୍ ?
30 ଅବ୍ରାଆମ୍ କଇଲା, ମୁଇଁ ଏ କୁଇଁକାଲ୍କେ ମାରାଇ ଆଚି , ତେଇର୍ ପର୍ମାନ୍ କର୍ବାପାଇ ମର୍ତେଇ ଅନି ଏ ସାତ୍ଟା ଗାଡ୍ରା ମେଣ୍ଡା ବାଚ୍ଲାଟା ନେବାକେ ପଡ୍ସି। 31 ତେବେ ସେ ଜାଗାର୍ ନାଉଁ ବେର୍ସେବାର୍ ପର୍ମାନ୍ କଲା କୁଇଁକାଲ୍ ଦେଲା, କାଇକେ ବଇଲେ ସେ ତେଇ ଦୁଇଲକ୍ ପର୍ମାନ୍ କଲାଇ ।
32 ଏରକାମ୍ ସେମନ୍ ବେର୍ସେବା ଲଗେ ରାଜି ନାମା କଲାପାଇ, ଅବିମେଲକ୍ ଆରି ପିକଲ୍ ନାଅଁର୍ ତାକର୍ ସେନାପତି ଉଟି ପଲେସ୍ଟିଅମନର୍ ଦେସେ ବାଉଡି ଗାଲାଇ । 33 ତାର୍ପଚେ ଅବ୍ରାଆମ୍ ବେର୍ସେବା ଲଗେ ଗଟେ ଜାମ୍ଗଚ୍ ରପିକରି ସେ ଜାଗାଇ ସବୁବେଲର୍ ପର୍ମେସର୍ ସବୁବେଲର୍ ମାପ୍ରୁର୍ ନାଉଁରେ ପାର୍ତନା କଲାଇ । 34 ଆରି ଅବ୍ରାଆମ୍ ପଲେସ୍ଟିଅମନର୍ ଦେସେ ବେସି ଦିନ୍ ବାସା ଅଇ ରଇଲା ।