1 ତାର୍ପଚେ ଜସେପ୍ ନିଜର୍ ଲଗେ ଟିଆ ଅଇ ରଇବା ଲକ୍ ମନର୍ ମୁଆଟେ ନିଜ୍କେ ସମାଲି ନାପାରି ଆଉଲି ଅଇ କଇଲାଇ, ମର୍ ଲଗେ ଅନି ସବୁ ଲକ୍କେ ବାର୍କରାଆ । ସେଟାର୍ ପାଇ କେ ତାର୍ ଲଗେ ରଅତ୍ ନାଇ, ଜସେପ୍ ତାର୍ ବାଇ ମନର୍ ମୁଆଟେ ନିଜର୍ ପରିଚୟ୍ ଦେବାକେ ଲାଗ୍ଲା । 2 ସେ ଆଉଲି ଅଇ ଏନ୍ତି କାନ୍ଦ୍ଲା ଜେ, ମିସରିଅମନ୍ ଆରି ପାରର୍ ଗରେ ରଇଲା ଲକ୍ମନ୍ ମିସା ଏଟା ସୁନ୍ଲାଇ । 3 ଜସେପ୍ ନିଜର୍ ବାଇ ମନ୍କେ କଇଲା, ମୁଇ ଜସେପ୍, ମର୍ ବାବା କାଇ ଆଜିକେ ଜାକ ଜିଇଲା ଆଚେ କି? ସେଡ୍କିବେଲେ ତାକର୍ ବାଇମନ୍ ତାର୍ ମୁଆଟେ ଡରି ଗାଲାଇ କାଇମିସା ଉତର୍ ଦେଇ ନାପାର୍ଲାଇ । 4 ତାର୍ପଚେ ଜସେପ୍ ତାର୍ ବାଇମନ୍କେ କଇଲା, ଗୁଆରି କଲିନି, ମର୍ ଲଗେ ଆସା, ତାର୍ପଚେ ସେମନ୍ ଲଗେ ଗାଲାକେ, ସେ କଇଲା, ମୁଇଁ ତର୍ ବାଇ ଜସେପ୍, ଜାକେ ତମେ ସବୁ ମିସରର୍ ଲକ୍ ମନ୍କେ ବିକିଦେଇ ରଇଲାସ୍ । 5 ମାତର୍ ତମେସବୁ ମକେ ଇତି ଆନ୍ବାକେ ବିକ୍ଲାସ୍ ବଲି ଏବେ ଦୁକ୍ ଆରି ନିଜର୍ ନିଜର୍ ବିତ୍ରେ ରିସା ଉଆ ନାଇଁ, କାଇକେ ବଇଲେ ପର୍ମେସର୍ ଜିବନ୍ ବଞ୍ଚାଇବାକେ ତମର୍ ଆଗେ ମକେ ପାଟାଇଲା ଆଚେ। 6 ଦେକା ସତ୍ସେ ଦୁଇ ବରସ୍ ଅଇଲାଆଚେ ଦେସେ ମର୍ଡି ଅଇଆଚେ, ଆରି ପାଞ୍ଚ୍ ବରସ୍ ବାକି ଆଚେ, ତେଇ ଚାସ୍ କି କାଦିକଣ୍ଡା ନ ପାଚେ, 7 ସେଟାର୍ପାଇଁ ପର୍ମେସର୍ ପୁର୍ତିବି ତେଇ ତମ୍କେ ଆଇବା ପିଡି ରକିଆ କର୍ବାକେ ଆରି ଉଦାର୍ କର୍ବାକେ ତମ୍କେ ଜିବନ୍ ବଞ୍ଚାଇବାକେ ତମର୍ ଆଗେ ମକେ ପାଟାଇ ଆଚେ । 8 ସେଟାର୍ପାଇଁ ତମେ ମକେ ଏ ଜାଗା ଲଗେ ପାଟାଇ ଆଚାସ୍, ସେଟା ନଏଁ ପର୍ମେସର୍ ପାଟାଇଆଚେ, ଆରି ସେମକେ ପାରର୍ ବାବା ଆରି ତାକର୍ ଗରର୍ ମାଲିକ୍ ପାର ଆରି ସବୁ ମିସର୍ ଦେସର୍ ମାଲିକ୍ କରି ଆଚେ ।
9 ସେଟାର୍ପାଇଁ ତମେ ଦାପ୍ରେ ମର୍ ବାବାର୍ ଲଗେ ଜାଇ ତାକେ କୁଆ, ତର୍ ପିଲା ଜସେପ୍ ଏନ୍ତାର୍ ଅଇ ଆଚେ, ପର୍ମେସର୍ ମକେ ସବୁ ମିସର୍ ଦେସର୍ ମାଲିକ୍ କରିଆଚେ, ତମେ ମର୍ ଲଗେ ଆସା, ଅଲ୍ସମ୍ କରା ନାଇଁ । 10 ତମର୍ ପିଲା ଆରି ଟକି ଆରି ଗରୁବାଚି, ଚେଲି ମେଣ୍ଡା ସବୁ ଦାରି ଗସନ୍ ଦେସେ ବାସା କରି ମର୍ ଲଗେ ରଇସା । 11 ସେ ଲଗେ ମୁଇଁ ତମ୍କେ ଦେକାରକା କର୍ବି, କାଇକେବଇଲେ ପାଁଚ୍ ବରସ୍ ମର୍ଡି ଅଇସି, ଆରି ନଇଁଲେ ତମର୍ ଗରର୍ ସର୍ତେ ଲକ୍ ଗରିବ୍ ଅଇସା ।
12 ଦେକ୍ ମର୍ ମୁ ତମ୍କେ ଏ କାତା କଇଲିନି,ଏଟା ତମର୍ ଆଁକି ଆରି ମର୍ ସାନ୍ ବାଇ ବିନିଆମିନର୍ ଆଁକି ଦେକ୍ଲିନି 13 ସେଟାର୍ ପାଇ ତମେ ଏ ମିସର୍ ଦେସେ ମର୍ ଜନ୍ କାବା ଅଇଜିବା ବପୁ ଦେକି ଆଚାସ୍, ସେ ସବୁ ମର୍ ବାବାକେ ଜାନାଇ ତାକେ ଦାପ୍ରେ ଇତି ଡାକି ଆନା । 14 ତାର୍ପଚେ ସେ ନିଜର୍ ବାଇ ବିନିଆମିନ୍କେ ପାଟାଲି କରି କାନ୍ଦ୍ଲା, ଆରି ବିନାମିନ୍ ମିସା ତାକେ ପାଟାଲି କରି କାନ୍ଦ୍ଲା।
15 ଆରି ଜସେପ୍ ଅଲ୍ଗା ବାଇ ମନ୍କେ ଚୁମ୍ଲା ଆରି ସେମନ୍କେ ପାଟାଲି କରି କାନ୍ଦ୍ଲା । ତାର୍ପଚେ ତାର୍ ବାଇମନ୍ ତାର୍ ସଙ୍ଗେ କାତା ବାର୍ତା ଅଇବାକେ ଲାଗ୍ଲାଇ ।
16 ଆରି ଜସେପର୍ ବାଇମନ୍ ଆସି ଆଚତ୍, ଏ କାତା ପାରର୍ ଗରେ ସୁନ୍ଲା, ପାର ଆରି ତାକର୍ ଦାସ୍ମନ୍ ସବୁ ଲକ୍ ସାର୍ଦା ଅଇଲାଇ । 17 ଆରି ପାର ଜସେପ୍କେ କଇଲା, ତମେ ନିଜର୍ ବାଇମନ୍କେ କୁଆ, ତମେ ଗଟେକ୍ କାମ୍ କରା, ନିଜର୍ ନିଜର୍ ପସୁ ମନର୍ ଉପ୍ରେ କାଦି ଲାଦି କରି କିଣାନ୍ ଦେସେ ଜାଆ, 18 ଆରି ବାବାକେ ଆରି ନିଜର୍ ନିଜର୍ ସବୁ ଗରର୍ ଲକ୍କେ ଡାକି ଆମର୍ ଲଗେ ଆସା, ଆମେ ତମ୍କେ ମିସର୍ ଦେସର୍ ନିକ ଜିନିସ୍ ଦେବୁ, ଆରି ତମେ ସବୁ ଦେସର୍ ସବୁ ବିସଇ କାଇ ପାରାସ୍ । 19 ଏବେ ଆମର୍ ଆଗିଆଁ ଇସାବେ ଏ କାମ୍ କରା, ତମେ ନିଜର୍ ନିଜର୍ ପିଲା ମନ୍ ଆରି ମାଇଁଜି ମନ୍କେ ମିସର୍ ଦେସେ ଅନି ସଗଡ୍ ଗାଡି ଦାରି ଜାଆ, ଆରି ତମର୍ ବାବାକେ ଡାକି ଆନା । 20 ଆରି ତମର୍ ଜିନିସ୍ ପତର୍ ବିସଇରେ ଏତାଆ ନାଇଁ ସବୁ ମିସର୍ ଦେସର୍ ନିମାନ୍ ଜିନିସ୍ ପତର୍ ତମର୍ଟା ଅଇସି ।
21 ତାର୍ପଚେ ଇସ୍ରାଏଲର୍ ପିଲାମନ୍ ଏନ୍ତାର୍ କଲାଇ, ଆରି ଜସେପର୍ ରାଜା ପାରର୍ ଆଗିଆଁ ଇସାବେ ସେମନ୍କେ ସଗଡ୍ ଆରି ବାଟେ କାଇବାକେ କାଦି ଦେଲା । 22 ଆରି, ଜସେବ୍ ସବୁ ଲକ୍କେ ଗଟେକ୍ ଗଟେକ୍ ଜୁଲି ବସ୍ତର୍ ଦେଲା, ମାତର୍ ବିନିଆମିନ୍କେ ତିନି ସଅ ରୁପା ଡାବୁ ଆରି ପାଁଚ୍ ଜୁଲି ବସ୍ତର୍ ଦେଲା । 23 ଆରି, ବାବାର୍ ପାଇଁ ମିସର୍ ଦେସର୍ ନିମାନ୍ନିମାନ୍ ଜିନିସ୍ ପତର୍ ଲାଦି ଦସ୍ଟା ଗଦ ଆରି ବାବାର୍ ପାଇଁ କାଇବାକେ କାଦି ଆରି ରୁଟି ଲାଦି ଦସ୍ଟା ଗଦ ପାଟାଇଲାଇ । 24 ଏନ୍ତାର୍ ଜସେପ୍ ନିଜର୍ ବାଇମନ୍କେ ପାଟାଇଦେଲା, ସେମନ୍ ଗାଲାଇ, ଆରି ଜସେପ୍ ସେମନ୍କେ କଇଲା, ଜାଗର୍ତା, ବାଟେ ଲାଗା ଲାଗି ଉଆ ନାଇ ।
25 ତାର୍ପଚେ ସେମନ୍ ମିସର୍ ଦେସେ ଅନି ବାରଇ କରି କିଣାନ୍ ଦେସେ ନିଜର୍ ବାବା ଜାକୁବ୍ ଲଗେ କେଟ୍ଲାଇ । 26 ଆରି ସେମନ୍ ତାକେ କଇଲା, ଜସେପ୍ ଆଜି ଜାକ ଜିବନ୍ ଆଚେ, ଆରି ସେ ମିସର୍ ଦେସର୍ ସାଉକାର୍ ଅଇ ଆଚେ, ତେଇ ଜାକୁବର୍ ଜିବନ୍ ଡାଟ୍ ଅଇଲା, କାଇକେବଇଲେ ସେ ସେମନ୍କେ ବିସ୍ବାସ୍ କରେ ନାଇ । 27 ଆରି ଜସେପ୍ ଜେତେକ୍ କାତା ସେମନ୍କେ କଇ ରଇଲା, ସେ ସବୁ କାତା ସେମନ୍ ତାକେ କଇଲାଇ, ମାତର୍ ସେଡ୍କିବେଲେ ତାକେ ନେବାକେ ଜସେପ୍ ଆରି ପାଟାଇଲା ସଗଡ୍ ସବୁ ଦେକ୍ଲା, ସେଡ୍କିବେଲେ ସେମନର୍ ବାବା ଜାକୁବର୍ ଆତ୍ମା ଆରି ଜିବନ୍କେ ସୁସ୍ତା କଲା । 28 ତାର୍ପଚେ ଇସ୍ରାଏଲ୍ କଇଲା, ସାଉକାର୍ ଅଇଲା, ମର୍ ପିଲା ଜସେପ୍ ଆଜି ଜାକ ଜିଇଲା ଆଚେ, ମୁଇଁ ଜିବି, ନ ମର୍ବା ଆଗ୍ତୁ ତାକେ ଦେକ୍ବି ।