1 ସାରା ସଏ କଡେ ସାତ୍ ବରସ୍ ବଁଚି ରଇଲା । 2 ତାର୍ପଚେ ସାରା କିଣାନ୍ ଦେସର୍ କିରିଅତ୍ ଅର୍ବତେଇ , କଇବାକେ ଗାଲେ ଇବ୍ରଣତେଇ ମଲା । ତେବେ ଅବ୍ରାମ୍ ସାରାର୍ ପାଇଁ ଦୁକ୍ କରି କାନ୍ଦ୍ଲା ।
3 ତାର୍ପଚେ ଅବ୍ରାଆମ୍ ନିଜର୍ ମଲା ମାଇଁଜିର୍ ଲଗେଅନି ଉଟି ଜାଇ କରି ଏତର୍ ପିଲାଟକି ମନ୍କେ କଇଲା, 4 ମୁଇଁ ତମର୍ ଲଗେ ବିଦେସି ଆରି ପର୍ଦେସି ଲକ୍, ତମର୍ ବିତ୍ରେ ମକେ ମସ୍ନେ ତପ୍ବାକେ କଣ୍ଡେକ୍ ଜାଗା ଗେନ୍ବା କେ ଦିଆ, ତେଇ ମର୍ ମର୍ଲା ମଡ୍କେ ତପ୍ବି ।
5 ତେବର୍ ପାଇ ଏତରର୍ ପିଲାମନ୍ ଅବ୍ରାମ୍କେ ଉତର୍ଦେଇ କଇଲାଇ, 6 ଏ ମାଲିକ୍, ଆମର୍ କାତା ସୁନ୍,ତୁଇ ଆମର୍ ବିତ୍ରେ ଗଟେକ୍ ବଡ୍ ରାଜା ଅଇ ଆଚୁସ୍, ଏବେ ଆମର୍ ମସ୍ନେ ତର୍ ମଲା ମଡ୍କେ ତପ୍, ଆମର୍ ବିତ୍ରେ କେ ମିସା ଆମର୍ ମସ୍ନେ ତର୍ ମଲା ମଡ୍କେ ତପ୍ବାକେ ମନା ନ କରତ୍ ।
7 ସେଡ୍କିବେଲେ ଅବ୍ରାଆମ୍ ଉଟି କରି ସେ ଦେସର୍ ଲକ୍ମନ୍କେ, ଆରି, ପିଲାମନ୍କେ ଜୁଆର୍ କଲା 8 ଆରି ଅବ୍ରାଆମ୍ କାତାବାର୍ତା କରି କଇଲା, ମୁଇ ଦେକି ନ ପାର୍ଲା ପାରା ମର୍ ମଲା ମାଇଁଜିକେ ମସ୍ନେ ତପ୍ବାକେ ତମେ ରାଜି ଅଇଲାସ୍ନି, ତେବେ ମର୍ କାତା ସୁନା, ତମେ ମର୍ ପାଇଁ ସଅରର୍ ପିଲା ଇପ୍ରଣ ଲଗେ ନିବେଦନ୍ କରା । 9 ସେ ତମର୍ ଲଗେ ମର୍ ମସନର୍ ଜାଗା ଅଦିକାର୍ କର୍ବାକେ ମକ୍ପେଲତେଇ ତାର୍ ଜାଗା ମକେ ବିକା, ସେ ଜାଗାକେ କେତେକ୍ ଡାବୁ ଅଇସି, ସେତ୍କି ଡାବୁ ମୁଇ ଦେବି।
10 ସେଡ୍କିବେଲେ ଇପ୍ରଣ ଏତର୍ ପିଲାମନର୍ ଲଗେ ବସିରଇଲା, ତେବେ ଇତିୟ ଇପ୍ରଣ ନିଜର୍ ନଅଁର୍ ଦୁଆରେ ପୁର୍ବାଲକ୍କେ ଏତରର୍ ପିଲାମନ୍ ସବୁଲକର୍ ମୁଆଁଟେ ଅବ୍ରାମ୍କେ ଉତ୍ର ଦେଲା । 11 ମାପ୍ରୁ ସେନ୍ତାର୍ ନ ଅଅ, ମର୍ କାତା ସୁନା, ମୁଇଁ ତମ୍କେ ସେ ଜାଗା ଆରି ସେ ଲଗର୍ ପାର୍ ଦେଲି, ମୁଇଁ ସବୁ କୁଲର୍ ପିଲାମନର୍ ସାମ୍ନାଇଁ ସେଟା ତମ୍କେ ଦେଲି,ତମେ ନିଜର୍ ମଡ୍କେ ତପ୍ ।
12 ତାର୍ପଚେ ଅବ୍ରାମ୍ ସେ ଦେସର୍ ଲକ୍ମନର୍ ଆଗେ ଜୁଆର୍ କଲା । 13 ଆରି ସେ ଦେସର୍ ଲକ୍ମନର୍ ଆଗେ ଇପ୍ରଣକେ କଇଲା, ଜଦି ମକେ ସେ ଜାଗା ଦେଇସୁ, ତେବେ ବାବୁଜିଆ କଲୁନି, ମର୍ କାତା ସୁନା, ମୁଇଁ ସେ ଜାଗାକେ ଡାବୁ ଦେଲିନି, ତମେ ସେ ଡାବୁ ଦାରା, ତାର୍ପଚେ ମୁଇଁ ସେ ଜାଗାଇ ମର୍ ମଡ୍କେ ତପ୍ବି ।
14 ତାର୍ପଚେ ଇପ୍ରଣ ଅବ୍ରାମ୍କେ ଉତର୍ ଦେଇ କଇଲା, 15 ଏ ମାଲିକ୍ ମର୍ କାତା ସୁନ୍, ସେ ଜମି କଣ୍ଡେକର୍ ଦାମ୍ ତ ଚାର୍ସଟା ରୁପା ଡାବୁ, ତମର୍ ଆରି ଆମର୍ ବିତ୍ରେ ସେଟା କେତେକ୍ ମାତର୍ ? ସେଟାର୍ ପାଇଁ ତମେ ନିଜର୍ ମଡ୍କେ ତପି ଦେସ୍ । 16 ଇପ୍ରଣର୍ ଏ କାତାକେ ସୁନିକରି ଅବ୍ରାମ୍ ଏତିୟର୍ ପିଲାମନର୍ ମୁଆଟେ ଇପ୍ରଣର୍ ଇସାବ୍ରେ ସେ ବେବାରିମନର୍ ବିତ୍ରେ ଚଲ୍ତେ ରଇବା,ଚାରିସ ଟା ରୁପା ଡାବୁ ଏଜି କରି ଇପ୍ରଣକେ ଦେଲାଇ ।
17 ତାର୍ପଚେ ମମ୍ରନର୍ ପୁରୁବ୍ ଦିଗେ ମକ୍ପେଲାତେଇ ଇପ୍ରଣର୍ ଜନ୍ ଜମି ରଇଲା, ସେ ଜମି ଆରି ତାର୍ଲଗେ ରଇଲା ପାର୍ ଆରି ତେଇର୍ ଚାରିବେଡ୍ତିର୍ ଗଚ୍ ସବୁ, ଅବ୍ରାଆମର୍ଟା ଅଇଲା । 18 ଏ ସବୁତେଇ ଏତରର୍ ପିଲାମନ୍ର୍ ମୁଆଟେ, ତାର୍ ନଅଁରର୍ ଦୁଆରର୍ ବାଟେ ପୁର୍ବା ସବୁଲକର୍ ମୁଆଟେ ଅବ୍ରାମର୍ ଅଦିକାର୍କେ ରାଜିନାମା କଲାଇ।
19 ତାର୍ପଚେ ଅବ୍ରାମ୍ ମମ୍ରିର୍ ପୁରୁବ୍ ଦିଗେ ମକ୍ପେଲ ପାଦାର୍ ପାର୍ତେଇ ନିଜର୍ ମାଇଁଜି ସାରାକେ ତପ୍ଲାଇ । ସେ ଜାଗା ଅଇଲାନି କିଣାନ୍ ଦେସର୍ ଇବ୍ରଣ୍ । 20 ଏ ରକାମ୍ ମସନର୍ ଜାଗାକେ ଅଦିକାର୍ ପାଇଁ ସେ ପାଦା ଆରି ତାର୍ଲଗର୍ ପାର୍ତେଇ ଅବ୍ରାମର୍ ଅଦିକାର୍ ଏତରର୍ ପିଲାମନର୍ ପାଇଁ ସବୁ ରାଜିନାମା ଅଇଲା ।