1 ତାର୍ପଚେ ସଞ୍ଜ୍ ବେଲେ ସେ ଦୁଇଲକ୍ ସରଗର୍ ଦୁତ୍ ସଦମେ କେଟ୍ଲାଇ, ସେଡ୍କିବେଲେ ଲତ ସଦମ୍ ନଅଁରର୍ ଦୁଆରେ ବସି ରଇଲା ସେମନ୍କେ ଦେକିକରି ବେଟ୍ ଅଇବାକେ ଗାଲା ଆରି ମାଣ୍ଡିକୁଟା ଦେଇ କରି ଜୁଆର୍ କରି କଇଲା, 2 ଲତ କଇଲା ଏ ମର୍ ପର୍ବୁ ମନ୍, ମୁଇଁ ବାବୁଜିଆ କଲିନି, ଆଜି ରାତି ତମର୍ ଏ ଦାସର୍ ଗରେ ପୁରି ବାସାକରା ଆରି ଆତ୍ଗଡ୍ ଦୁଆ, ତାର୍ ପଚେ ସାକାଲ୍ ପାଉଁପାଉଁ ଉଟି କରି ଜାଆ ସିନା , ତାର୍ ପଚେ ସେମନ୍ କଇଲାଇ, ନାଇଁ, ଆମେ ରାତି ସାରା ଦୁଆରେସେ ସଇବୁବେ ବଲିକରି ।
3 ମାତର୍ ଲତ ବାବୁଜିଆ କଲାକେ ସେମନ୍ ତାର୍ ସଙ୍ଗେ ଜାଇ ଗରେ ପୁର୍ଲାଇ ତାର୍ ପଚେ ଲତ ସେମନର୍ ପାଇଁ ସଡା ନ ମିସାଇଲା ରୁଟି ରାନ୍ଦାବାଡାକରି ସେମନ୍କେ କାଇବାକେ ଦେଲାଇ ।
4 ମାତର୍ ସେମନ୍ ନ ସଇବା ଆଗ୍ତୁ ସେ ନଅଁରର୍ ଲକ୍ମନ୍, ସଦମର୍ ଦାଙ୍ଗ୍ଡା ଡକ୍ରା ସବୁଲକ୍ ଚାରିବେଟ୍ତି ଆସିକରି ତାର୍ଗରେ ବେଡି ଦେଲାଇ । 5 ଆରି ଲତକେ ଡାକି କଇଲାଇ, ଆଜି ରାତି ଜନ୍ ଲକ୍ମନ୍ ତମର୍ ଗରେ ଆଇଲାଇ, ସେମନ୍ କେନେ ଗାଲାଇ ? ସେମନ୍କେ ବାର୍କରି ଆମର୍ ଲଗେ ଆନ୍, ଆମେ ଆଜି ରାତି ସେମନର୍ ସଙ୍ଗେ ପାପ୍କାମ୍ କର୍ବୁ। 6 ତାର୍ପଚେ ଲତ ଦୁଆରେ ଆସି କାପାଟ୍କେ ଡାବି କରି କଇଲା 7 ଏ ବାଇମନ୍,ମୁଇଁ ଗୁଆରି କରି କଇଲିନି, ଏ ରକାମ୍ କରାପ୍ କାମ୍ କରାନାଇ । 8 ସୁନା, ମର୍ ବିବା ନ ଅଇଲା ଦୁଇଟା ଟକିମନ୍ ଆଚତ୍, ସେମନ୍କେ ତମର୍ ଲଗେ ଆନ୍ଲିନି, ତମର୍ ଆଁକି ଲଗେ ଜାଇଟା ନିକ,ଲାଗ୍ଲେ ସେଟା କରା, ମାତର୍ ସେ ଲକ୍କେ କାଇଟା କରା ନାଇଁ, କାଇକେ ବଇଲେ ସେମନ୍ ମର୍ ଗତିଆ ତେବର୍ ପାଇ ମର୍ ଗରେ ପୁରି ଆଚତ୍ ।
9 ସେଡ୍କିବେଲେ ସେମନ୍ କଇଲାଇ, ଏ ଲକ୍ ଆମର୍ ବିତ୍ରେ ବାସା ଅଇବାକେ ଆସି ଆମର୍ ଉପ୍ରେ ବିଚାର୍ କରୁ ଅଇବାକେ ଇଚା କଲାଇନି, ଏବେ ସେମନର୍ ବିତ୍ରେ ଅନି ତର୍ ଲଗେ ଆରି କରାପ୍ କାତାବାର୍ତା କର୍ବୁ । ତେଇ ସେମନ୍ ସେ ନଅଁରର୍ ବାଇଲେ ଲତର୍ ସଙ୍ଗେ ଲାଗାଲାଗି ଅଇ କାପାଟ୍ ବାଙ୍ଗାଇବାକେ ଗାଲାଇ। 10 ମାତର୍ ସେ ଦୁଇଲକ୍ ଆତ୍ ଲାମାଇଁ କରି ଲତ୍କେ ଗର୍ବିତ୍ରେ ଅନି ତାକର୍ ଲଗେ ଜିକି ନେଇଁ କାପାଟ୍ ଡାବି ଦେଲାଇ । 11 ଆରି ଦୁଆରେ ରଇବା ସାନ୍ବଡ୍ ସବୁ ଲକ୍ମନ୍କେ କାଣା କରି ଦେଲାଇ,ତାର୍ପଚେ ସେମନ୍ ଦୁଆରେ ବାଟ୍ କଜି କଜି ତାକି ଗାଲାଇ ।
12 ତାର୍ ପଚେ ସେ ଦୁଇ ଲକ୍ ଲତକେ କଇଲାଇ, ଏ ଜାଗାତେଇ କେତେକ୍ ଲକ୍ ଆଚତ୍ ? ତମର୍ ପିଲା ଟକି ମନ୍ ଆରି ଜୁଆଁଇ ଜେତେକ୍ ଲକ୍ ଏ ନଅଁରେ ଆଚତ୍, ସେ ସବୁ ଲକ୍କେ ଇତି ଅନି ଡାକି ଦାରି ଜାଆ । 13 କାଇକେ ବଇଲେ ଆମେ ଏ ଜାଗାକେ କୁରୁପ୍ନାସ୍ କର୍ବୁ । ସବୁବେଲର୍ ମାପ୍ରୁର୍ ମୁଆଟେ ଏ ନଅଁରର୍ ବିରୁଦେ ବେସି କାନ୍ଦ୍ବାଟା ସୁନି ଆଚେ, ସେଟାର୍ ପାଇଁ ସବୁବେଲର୍ ମାପ୍ରୁ ଏ ନଅଁର୍କେ କୁରୁପ୍ନାସ୍ କର୍ବାକେ ଆମ୍କେ ପାଟାଇଲା ଆଚେ ।
14 ତାର୍ପଚେ ଲତ ବାଇରେ ବାରଇ ଜାଇ କରି ନିଜର୍ ଟକିମନର୍ ସଙ୍ଗେ ବିବା କର୍ବାକେ ଇଚା କଲା, ଜୁଆଇଁ ମନ୍କେ କଇଲା, ଉଟା ଇତିଅନି ବାରୁଆ, ସବୁବେଲର୍ ମାପ୍ରୁ ଏ ନଅଁର୍କେ ବିନାସ୍ କର୍ସି, ମାତର୍ ଜୁଆଁଇମନ୍ ତାକେ ମିଚ୍ ବଲିକରି ବାବ୍ଲାଇ ।
15 ଆରିଗଟେ ଦିନର୍ ସାକାଲିଆ , ଦୁତ୍ମନ୍ ଲତକେ ଜାଗର୍ତା କରାଇ କଇଲାଇ, ଉଟ୍, ନିଜର୍ ମାଇଜି ଆରି ଏ ଦୁଇଟା ଟକି ମନ୍ ଇତି ଆଚତ୍, ସେମନ୍କେ ଡାକି ଦାରି ଜାଆ ନଇଲେ ଏ ନଅଁରର୍ ଡଣ୍ଡ୍ ସଙ୍ଗେ ତମେ ବିନାସ୍ ଅଇ ଜାଇସା, 16 ଅଇଲେ ମିସା ସେ ଅଲ୍ସମ୍ କଲାଇ, ତାର୍ପଚେ ତାର୍ ଲଗେଅନି ସବୁବେଲର୍ ମାପ୍ରୁର୍ ଦଆର୍ ପାଇ ସେମନ୍ ଲତ ଆରି ତାର୍ ମାଇଜି ଆରି ଦୁଇଟା ଟକିର୍ ଆତ୍ ଦାରି କରି ସେମନ୍କେ ନଅଁରର୍ ବାଇରେ ଜିକି ନେଲାଇ । 17 ଏ ରକାମ୍ ବାର୍କରି ଆନ୍ଲା ପଚେ ସେମନର୍ ବିତ୍ରେ ଅନି ଗଟେକ୍ ଦୁତ୍ ଲତକେ କଇଲା,ଜିବନ୍ ବଁଚାଇବାକେ ପାଲାଆ; ପଚ୍ବାଟେ ଆରି ପାସ୍ଲି ଦେକ୍ ନାଇଁ ଆରି ଏ ଡଙ୍ଗରର୍ ପାଲିଜୁଲି ମିସା ରୁଆ ନାଇ,ଡଙ୍ଗର୍ ଉପ୍ରେ ଉଟି ଜା,ନଇଲେ ବିନାସ୍ ଅଇ ଜଇସା।
18 ତାର୍ପଚେ ଲତ ଉତର୍ ଦେଲା,ଏ ମର୍ ମାପ୍ରୁ ଏ ରକାମ୍ ନ ଅଅ, 19 ଏବେ ଏ ଦାସ୍କେ ଆସିର୍ବାଦ୍ ଆରି ବେସି ଦୟାକରି ଜିବନ୍ ରକିଆ କଲେ;ମୁଇଁ ଡଙ୍ଗର୍ ଉପ୍ରେ ପାଲାଇ ଜାଇ ନାପାରି, କେ ଜାନେ ବିପଦ୍ ଆଇଲେ ଡଙ୍ଗ୍ରେ ନ କେଟ୍ବା ଆଗ୍ତୁ ମରିଜିବି । 20 ଦେକା ପାଲାଇ ଜିବାକେ ସେ ନଅଁରର୍ ଲଗେ, ସେଟା ସାନ୍ଟା; ସେ ଜାଗାଇ ଜିବାକେ ଆଦେସ୍ ଦେ, ତାର୍ପଚେ ମର୍ ଜିବନ୍ ବଁଚ୍ସି; ସେଟା କାଇ ସାନ୍ଟା ନଏଁ କି ?
21 ତାର୍ପଚେ ସେ କଇଲା, ନିକ, ଆମେ ଏ ବିସଇରେ ତମର୍ ତେଇ ଦୟା କରି, ସେ ଜନ୍ ନଅଁରର୍ କାତା ତମେ କଇ ରଇଲାସ୍, ସେଟାକେ ବିନାସ୍ ନ କରୁ। 22 ତମେ ଦାପ୍ରେ ସେ ଜାଗାଇ ପାଲାଆ,କାଇକେ ବଇଲେ ତମେ ସିତି ନ କେଟ୍ଲେ,ଆମେ କାଇଟା କରି ନାପାରୁ। ସେଟାର୍ ପାଇଁ ସେ ନଅଁରର୍ ନାଉଁ ସୟର୍ ବଲିକରି ଦେଲାଇ।
23 ତାର୍ପଚେ ଦେସେ ସାକାଲ୍ ପାଇ ବେଲ୍ ଉଦ୍ବାକେ ଲତ ସୟର୍ ନଅଁରେ କେଟ୍ଲା। 24 ତେବେ ସବୁବେଲର୍ ମାପ୍ରୁ ଆକାସେ ଅନି ସବୁବେଲର୍ ମାପ୍ରୁର୍ ଲଗେ ଅନି ସଦମର୍ ଆରି ଅମରା ଉପ୍ରେ ଗନ୍ଦକ୍ ଆରି ଜଇର୍ ବର୍ସା କରି, 25 ସେ ସବୁ ବାଟର୍ ନଅଁର୍ ମନର୍ ଆରି ଡଙ୍ଗର୍ ମନ୍ ସେ ଲଗର୍ ପାକର୍ ଲକ୍ ଆରି ସେ ବୁଏଁ ଜାତ୍ ଅଇଲା ସବୁ ଜାକ ବିନାସ୍ କଲା। 26 ମାତର୍ ଲତର୍ ମାଇଜି ପଚ୍ବାଟେ ପାସ୍ଲି ଦେକ୍ଲାକେ ସେ ନୁନ୍ପାରା ଅଇ ସିଦ୍ ପାସଲ୍ଲା ।
27 ଆରି ଅବ୍ରାଆମ୍ କୁକ୍ଡା ଡାକେ ଉଟି ଆଗ୍ତୁ ଜନ୍ ଜାଗାଇ ସବୁବେଲର୍ ମାପ୍ରୁର୍ ମୁଆଟେ ଟିଆଅଇ ରଇଲା, ସେ ଜାଗାଇ ଟିଆ ଅଇଲା, 28 ସେ ସଦମ୍ ଆରି ଅମରା ଆରି ଡଙ୍ଗର୍ ପାଲିର୍ ସବୁ ଜାଗା ମନ୍କେ ଦେକ୍ଲାଜେ, ସେ ଦେସେ ଅନି ବାଟିର୍ ଦୁଆଁ ଉଡ୍ଲା ପାରା ସେ ନଅଁରେ ଦୁଆଁ ଉଡ୍ବାଟା ଦେକ୍ଲା । 29 ଏ ରକାମ୍ ସେ ଡଙ୍ଗର୍ ପାଲିର୍ ସବୁ ନଅଁର୍ ମନ୍ ବିନାସ୍ ଅଇଲା ବେଲେ ପର୍ମେସର୍ ଅବ୍ରାମ୍କେ ଏତାଇଲା, ଆରି ଲତ ଜନ୍ଜନ୍ ନଅଁର୍ ମନ୍କେ ବାସାଅଇ ରଇଲା, ସେ ସେ ନଅଁରର୍ ଲକ୍ ବିନାସ୍ ଅଇବା ବେଲେ ବିନାସ୍ ଅଇବା ତେଇ ଅନି ଲତକେ ବାର୍କରାଇ ଦେଲାଇ।
30 ତାର୍ପଚେ ଲତ ସୟର୍ ଜାଗାଇ ବାସା ଅଇବାକେ ଡରିକରି ତେଇଅନି ବାରଇ ନିଜର୍ ଦୁଇଟା ଟକି ମନ୍କେ ଦାରି ଡଙ୍ଗର୍ ଉପ୍ରେ ବାସା କଲାଇ; ତାର୍ପଚେ ସେ ଆରି ତାର୍ ଦୁଇଟା ଟକି ପାର୍ ବିତ୍ରେ ବାସା ଅଇଲାଇ । 31 ତାର୍ପଚେ ତାର୍ ବଡ୍ଟା ଟକି ସାନ୍ଟାକେ କଇଲା, ଆମର୍ ବାବା ଡକ୍ରା ଅଇ ଗାଲାବେ, ଆରି ଜଗତର୍ କାତାବାର୍ତା କର୍ବା ଇସାବ୍ରେ ଆମର୍ ସଙ୍ଗେ ବିବା କର୍ବାକେ ଏ ଦେସେ ତା ଗଟେଲକ୍ ମିସା ମୁନୁସ୍ ପିଲା ନାଇ । 32 ଆରି ଆମେ ଜୁ ବାବାକେ ଅଙ୍ଗୁର୍ ରସ୍ କୁଆଇ ବାବାର୍ ବଁସ୍ ରକିଆ କର୍ବାକେ ତାର୍ସଙ୍ଗେ ସୁଆବସା ଅଉଁ । 33 ତେବର୍ ପାଇ ସେ ରାତି ସେମନ୍ ନିଜର୍ ବାବାକେ ଅଙ୍ଗୁର୍ ରସ୍ କୁଆଇ କରି ବଡ୍ଟା ଟକି ଉଟିଜାଇ ବାବାର୍ ସଙ୍ଗେ ସୁଆବସା କଲା, ମାତର୍ ତାର୍ ସୁଆବସା କରି ଉଟିଜିବାଟା ଲତ ଜାନି ନାପାର୍ଲା ।
34 ଆରି ଗଟେକ୍ ଦିନ୍ ସେ ବଡ୍ଟା ଟକି ସେ ସାନ୍ଟାକେ କଇଲା, ଦେକ୍ ମୁଇଁ କାଲିରାତି ବାବାର୍ ସଙ୍ଗେ ସୁଆବସା, କଲି, ଆଜି ରାତି ମିସା ବାବାକେ ଅଙ୍ଗୁର୍ ରସ୍ କୁଆଇ, ତୁଇ ଜାଇ ବାବାର୍ ବଁସ୍ ରକିଆ କର୍ବାକେ ତାର୍ ସଙ୍ଗେ ସୁଆବସା କର୍ । 35 ତାର୍ ପଚେ ସେମନ୍ ସେ ରାତି ମିସା ବାବାକେ ଅଙ୍ଗୁର୍ ରସ୍ କୁଆଇକରି, ସାନ୍ଟା ଟକି ଉଟିଜାଇ ବାବାର୍ ସଙ୍ଗେ ସୁଆବସା କଲା, ମାତର୍ ତାର୍ ସୁଆବସା କରି ଉଟି ଜିବାଟାକେ ଲତ ଜାନି ନାପାର୍ଲା । 36 ଏନ୍ତାରି ଲତର୍ ଦୁଇଟା ଟକି ନିଜର୍ ବାବାର୍ ସଙ୍ଗେ ସୁଆବସା ଅଇକରି ଗାଗ୍ଡେ ଅଇଲାଇ, 37 ତାର୍ ପଚେ ବଡ୍ଟକି ପିଲା ଜନମ୍ କରି ତାର୍ ନାଉ ମୟାବ୍ ଦେଲା, ସେ ଏବର୍ କାଲର୍ ମଆବିଅ ଲକ୍ମନର୍ ଆନିଦାଦି। 38 ଆରି ସାନ୍ ଟକି ମିସା ପିଲା ଜନମ୍ କରି ତାର୍ ନାଉ ବିନ୍ଅମି ବଲିକରି ନାଉଁ ଦେଲା, ସେ ଏ କାଲର୍ ଅମନିୟ ଲକ୍ମନର୍ ଆନିଦାଦି ।