ଜାକୁବର୍ ଗରର୍ ସର୍ତେ ଲକ୍ ମିସର୍ ଦେସେ ଜିବାଟା
1 ତାର୍ପଚେ ଜାକୁବ ନିଜର୍ ସବୁ ଦାରି ଇଣ୍ଡ୍ଲା, ଆରି ବେର୍ସେବା ତେଇ ରଇ ତେଇ ତାର୍ ବାବା ଇସାକର୍ ପର୍ମେସରର୍ ଉଦେସେ ବଲି ପୁଜା ଦେଲା। 2 ତାର୍ପଚେ ପର୍ମେସର୍ ଇସ୍ରାଏଲ୍କେ ରାତିଆ ଦର୍ସନ୍ ଦେଇ କଇଲା, ଏ ଜାକୁବ ଏ ଜାକୁବ । ତେଇ ସେ ଉତର୍ ଦେଲା, ଦେକ୍, ମୁଇ ଇତି ଆଚି ।
3 ସେଡ୍କିବେଲେ ସେ କଇଲା, ମୁଇ ପର୍ମେସର୍, ତର୍ ବାବାର୍ ପର୍ମେସର୍, ତୁଇ ମିସର୍ ଦେସେ ଜିବାକେ ଡର୍ ନାଇ, କାଇକେବଇଲେ ମୁଇ ତେଇ ତକେ ଗଟେକ୍ ବଡ୍ କୁଲ୍ କର୍ବି । 4 ଆମେ ତମର୍ ସଙ୍ଗେ ମିସର୍ ଦେସେ ଜିବି, ଆରି ଆମେ ମିସା ତେଇଅନି ତମ୍କେ ସତ୍ସେ ବାଉଡାଇ ଆନ୍ବି, ଆରି ଜସେପ୍ ତମେ ମର୍ବା ବେଲେ ତମର୍ ଲଗେ ରଇସି ।
5 ତାର୍ପଚେ ଜାକୁବ୍ ବେର୍ସେବାତେଇ ଅନି ଗାଲା, ଆରି ତାକେ କଇବାକେ ପାର ଜନ୍ ସଗଡ୍ ପାଟାଇ ରଇଲା, ତାର୍ପଚେ ଇସ୍ରାଏଲର୍ ପିଲାମନ୍ ନିଜର୍ ବାବା ଜାକୁବ୍କେ ଆରି ପିଲାମନ୍କେ ଆରି ମାଇଜି ମନ୍କେ ଦାରି ଗାଲାଇ । 6 ତାର୍ପଚେ ସେମନ, , ଜାକୁବ୍ ଆରି ତାର୍ ସବୁ କୁଲ୍,ତାକର୍ ପସୁମନ୍ ଆରି କିଣାନ୍ ଦେସେ ଅର୍ଜି ରଇଲା ସବୁ ଦନ୍ସଁପତି ଦାରି କରି ମିସର୍ ଦେସେ କେଟ୍ଲାଇ। 7 ଏନ୍ତାରି ଜାକୁବ୍ ତାର୍ ପିଲା ନାତିପିଲା,ଟକି ନାତିଟକି ଆରି ସବୁ କୁଟୁମ୍ ନେଇ ମିସର୍ ଦେସେ ଗାଲାଇ ।
8 ମିସର୍ ଦେସେ କେଟ୍ଲା ଜାକୁବ କୁଲ୍, ଆରି, ଜାକୁବ୍ ଆରି ତାକର୍ ପିଲାମନର୍ ନାଉଁ, ଜାକୁବର୍ ବଡ୍ ପିଲା ରୁବେନ୍ । 9 ରୁବେନ୍ର୍ ପିଲା ଅନକ୍ ପଲୁ ଆରି ଇସ୍ରନ୍ ଆରି କର୍ମି । 10 ସିମିଅନର୍ ପିଲା ଜିମୁଏଲ୍ ଆରି ଜାମିନ୍,ଅଅଦ୍,ଜାକିନ୍ ସଅର୍ ଆରି ତାର୍ କିଣାନିଆ ମାଇଜିର୍ ତେଇ ଅନି ଜନମ୍ ଅଇଲା ପିଲା ସଉଲ୍ । 11 ଲେବିର୍ ପିଲା ଗେର୍ସନ୍, କଆତ୍ ଆରି ମରାରି । 12 ଜିଉଦାର୍ ପିଲା ଏର, ଅନନ୍ ସେଲା, ପେରସ୍ ଆରି ସେରଅ; ମାତର୍ ଏର୍ ଆରି ଅନନ୍ କିଣାନ୍ ଦେସେ ମରି ରଇଲାଇ । ପେରସର୍ ପିଲାମନ୍ ଇସ୍ରନ୍ ଆରି ଆମୁଲ୍ । 13 ଇସାକରର୍ ପିଲା ତଲଇ, ପୁୟ,ଜବ ଆରି ସିମ୍ରନ୍ । 14 ସବୁଲୁନର୍ ପିଲା ମନ୍ ସେରଦ୍,ଏଲନ୍ ଆରି ଜଅଲେଲ । 15 ଏ ମନ୍ ଆରି ଟକି ଦିନା ପଦନ୍ ଅରାମରେ ଜାକୁବର୍ ତେଇ ଅନି ଜନମ୍ ଅଇଲା, ଲେଆର୍ ପିଲା । ଏ ମନ୍ ପିଲା ଟକି ମିସିକରି ତିରିସ୍ ତିନ୍ ଲକ୍ ରଇଲାଇ ।
16 ଗାଦ୍ର ପିଲା ସିପନ୍,ଅଗି,ସୁନି, ଇସବନ୍, ଏରି, ଅରଦି ଆରି ଅରେଲି । 17 ଆସେରର୍ ପିଲା ଜିମ୍ନା,ଜିସ୍ବି ଜିସ୍ବା ଆରି ବରିଅ ଆରି ସେମନର୍ ବଇନି ସେରଅ । ଆରି, ବରିଅର୍ ପିଲା ଏବର୍ ଆରି ମଲ୍କିଏଲ୍ । 18 ଲାବନ୍ର ଟକି ଲେଆକେ ସିଲ୍ପା ନାଅର୍ ଜନ୍ ଦାସିକେ ଦେଇ ରଇଲା, ସେ ଜାକୁବର୍ ଏ ପିଲାମନ୍କେ ଜନମ୍ କରି ରଇଲା, ଏ ମନ୍ ସଉଲ ଲକ୍ ରଇଲାଇ।
19 ଆରି ଜାକୁବର୍ ମାଇଜି ରାଏଲ୍ର ଦୁଇଟା ପିଲାର୍ ନାଉଁ ଅଇଲାନି ଜସେପ୍ ଆରି ବିନିଆମିନ୍ । 20 ଜସେପର୍ ପିଲା ମନ୍ସି ଆରି ଇପ୍ରଇମ୍ ମିସର୍ ଦେସେ ଜନମ୍ ଅଇ ରଇଲାଇ; ଅନ୍ ନଗରର୍ ପଟିପର୍ ଜାଜକର୍ ଆସନତ୍ ନାଉଁର୍ ଟକି ସେମନ୍କେ ଜନମ୍ କରି ରଇଲା। 21 ଆରି ବିନିଆମିନର୍ ପିଲା ମନ୍ ଅଇଲାଇନି ବେଲା, ବେକର୍, ଅସ୍ବେଲ୍, ଗେରା, ନାମ୍ନ,ଏଇ,ରସ୍,ମୁପ୍ପିମ୍, ଉପ୍ପିମ୍ ଆରି ଅର୍ଦ । 22 ଏ ଚଉଦ ଲକ୍ ଜାକୁବର୍ ତେଇ ଅନି ଜାତ୍ ଅଇଲା ରାଏଲର୍ ପିଲାମନ୍ ।
23 ଆରି ଦାନର୍ ପିଲା, ଉସିମ୍ । 24 ନପ୍ତାଲିର୍ ପିଲା ଜଅସିଏଲ୍, ଗୁନି ,ଜେସ୍ଚର୍ ଆରି ସିଲେମ୍ । 25 ଲାବନ୍ ତାର୍ ଟକି ରାଏଲ୍କେ ବିଲ୍ଆ ନାଅଁର୍ ଦାସି ଦେଇରଇଲା, ସେ ଜାକୁବର୍ ଏ ପିଲାମନ୍କେ ଜନମ୍ କରି ରଇଲା, ଏମନ୍ ସବୁ ଲକ୍ ମିସି ସାତ୍ ଲକ୍ ରଇଲାଇ । 26 ଜାକୁବର୍ ତେଇ ଅନି ଜାତ୍ ଅଇଲା ଜନ୍ ଲକ୍ମନ୍ ତାକର୍ ସଙ୍ଗେ ମିସର୍ ଦେସେ କେଟ୍ଲାଇ, ଜାକୁବର୍ ପିଲା ବୁଆରି ମନ୍କେ ଚାଡି ସେମନ୍ ସବୁ ମିସି ସାଟେ ଚଅ ଲକ୍ ରଇଲାଇ । 27 ମିସରେ ଜସେପ୍ର ଜନ୍ ପିଲା ଜାତ୍ ଅଇ ରଇଲାଇ, ସେମନ୍ ଦୁଇ ଲକ୍ । ମିସରେ ଦେସେ ଆଇଲାଇ ଜାକୁବର୍ କୁଟୁମ୍ ସର୍ତେ ଲକ୍ ମିସି ସତୁରି ଲକ୍ ରଇଲାଇ ।
ମିସର୍ ଦେସେ ଜାକୁବର୍ କୁଟୁମ୍
28 ତାର୍ପଚେ ଜସେପ୍ ଗସନ୍ ପର୍ଦେସେ ଜିବା ବାଟ୍ ଜେନ୍ତାର୍ ଦେକାଇସି, ସେଟାର୍ ପାଇଁ ଜାକୁବ୍ ତାକର୍ ଆଗ୍ତୁ ଜିଉଦାକେ ତାକର୍ ଲଗେ ପାଟାଇଲାଇ, ତାର୍ପଚେ ସେମନ୍ ଗସନ୍ ଦେସେ କେଟ୍ଲାଇ । 29 ତେବେ ଜସେପ୍ ନିଜର୍ ବାବା ଜାକୁବର୍ ସଙ୍ଗେ ବେଟ୍ଗାଟ୍ ଅଇବାକେ ରତ୍ ଉପ୍ରେ ଚଗିକରି ଗସନ୍ ପର୍ଦେସେ ଇଣ୍ଡି ଗାଲାଇ । ଆରି ସେମନ୍କେ ବେଟ୍ ଅଇ ଗାଲାଇ ଦାରି ପାଟାଲି କରି ବେସିପର୍ କାନ୍ଦ୍ଲା ।
30 ସେଡ୍କିବେଲେ ଜାକୁବ୍ ଜସେପ୍କେ କଇଲା, ଏବେ ମର୍ ମରନ୍ ଅ, ମୁଇଁ ତର୍ ମୁଉଁ ଦେକ୍ଲି, ତୁଇ ତା ଆଜିକେ ଜାକ ଜିଇ ଆଚୁସ୍ ।
31 ତାର୍ପଚେ ଜସେପ୍ ନିଜର୍ ବାଇମନ୍କେ ଆରି ବାବାର୍ କୁଟୁମ୍କେ କଇଲା । "ମୁଇଁ ଜାଇ କରି ପାରକେ କବର୍ ଜାନାଇବି, କିଣାନ୍ ଦେସେ ଅନି ମର୍ ବାଇମନ୍ ଆରି ବାବାର୍ କୁଟୁମ୍ ମର୍ ଲଗେ ଆସି ଆଚତ୍ ।" 32 ସେମନ୍ ପସୁ ଚାରାଉ ଆରି ପସୁ ବିକୁମନ୍କେ ସର୍ତେ ଲକ୍କେ, ସେମନ୍ ତାକର୍ ଗରୁ ଚେଲି ମେଣ୍ଡା ରାସି ସବୁ ଆନି ଆଚତ୍ । 33 ତାର୍ପଚେ ପାରରାଜା ତମ୍କେ ଡାକାଇ ତମେ କାଇ ବେବାର୍ କଲାସ୍ନି? ବଲିକରି ଜେଡେବେଲେ ପାଚାର୍ସି, 34 ସେଡ୍କିବେଲେ ତମେ କଇସା, ତମର୍ ଏ ଦାସ୍ମନ୍ ପିଲାବେଲେ ଅନି ଆଜି ଜାକ ଆନିଦାଦି ତେଇ ଅନି ଦାରି ପସୁ ବେବାର୍ କରୁମନ୍, ତେବର୍ ପାଇ ତମେ ଗସନ୍ ପର୍ଦେସେ ବାସା କରି ପାର୍ସା; କାଇକେବଇଲେ ପସୁ ଚାରାଉମନ୍ ମିସରିଅମନ୍ର ଲଗେ ଇନ୍ ଲକ୍ ଅଇବାଇ ।