1 ସବୁବେଲର୍ ମାପ୍ରୁ ପର୍ମେସର୍ ତିଆର୍କଲା ବୁଏଁ ରାଙ୍ଗ୍ବା ଜିବ୍ଜନ୍ତୁମନର୍ ବିତ୍ରେ ସାଁପ୍ବେସି ଚାଲାକି ରଇଲା, ସାଁପ୍ ମାଇଜିକେ କଇଲା, ଏଟା କାଇସତ୍, ବାଡର୍ କନ୍ମିସା ଗଚର୍ ପଲ୍ କାଇବାକେ ପର୍ମେସର୍ ତମ୍କେ ମନା କରିଆଚେ କି ? 2 ମାଇଜି ସାଁପ୍କେ କଇଲା, ଆମେ ବାଡର୍ ସବୁ ଗଚର୍ପଲ୍ କାଇବୁ, 3 ମାତର୍ ବାଡର୍ ମଜାଇ ରଇଲା ଗଚର୍ ପଲ୍ ବିସଇରେ ପର୍ମେସର୍ କଇଲା ଆଚେ, ତମେ ସେଟା କାଆନାଇଁ, କି ଚିଆନାଇଁ, ନଇଲେ ମର୍ସା। 4 ସାଁପ୍ ମାଇଜିକେ କଇଲା, ତମେ କେବେମିସା ନ ମରାସ୍; 5 ପର୍ମେସର୍ ଜାନ୍ସି, ତମେ ଜନ୍ ଦିନେ ସେଟା କାଇସା, ସେଦିନେ ତମର୍ ଆକିଦେକି ପାର୍ସା, ତାର୍ପଚେ ତମେ ପର୍ମେସରର୍ ପାରା ବଲ୍ମନ୍ଦ୍ ଗିଆନ୍ ପାଇସା । 6 ତାର୍ପଚେ ସେ ମାଇଜି ସେ ଗଚ୍କେ ନିକକାଦି ଆରି ଆକିର୍ ବଲ୍ ଆରି ଗିଆନ୍ ମିଲ୍ସି ବଲି ଦେକିକରି ସିତିର୍ ପଲ୍ ତଲିକାଇଲା, ଆରି ତାର୍ ମୁନୁସ୍କେ ମିସା ଦେଲାକେ ସେ ମିସା କାଇଲା । 7 ତାର୍ପଚେ ସେମନର୍ ଆଁକି ଡିସ୍ଲାକେ, ସେମନ୍ ନିଜର୍ ଡୁମ୍ଣ୍ଡା ଆଚୁବଲି ଜାନିକରି ଡୁମ୍ରି ଗଚର୍ ପତର୍କେ ସିଇକରି ଗାଗ୍ରା ତିଆର୍କରି ପିନ୍ଦ୍ଲାଇ । 8 ଗଟେକ୍ଦିନ୍ ସଞ୍ଜ୍ବେଲାଇ ଏଦନ୍ବାଡେ ବୁଲ୍ତେ ରଇବାବେଲେ ସବୁବେଲର୍ ମାପ୍ରୁ ପର୍ମେସରର୍ ଡାକ୍ବା ସବଦ୍ ସୁନିକରି ଆଦମ୍ ଆରି ତାର୍ ମାଇଁଜି ଅବା ପର୍ମେସରର୍ ତେଇଅନି ଉଦିଆନ୍ ବାଡର୍ ଗଚ୍ମନର୍ ମଜାଇ ଲୁଚିଦେଲାଇ । 9 ସେଡ୍କିବେଲେ ସବୁବେଲର୍ ମାପ୍ରୁ ପର୍ମେସର୍ ଆଦମ୍କେ ଡାକି କଇଲା, ତମେ କନ୍ନ୍ତେଇ ଆଚାସ୍ ?
10 ଆଦମ୍ କଇଲା, ମୁଇଁ ଉଦିଆନ୍ ବାଡେ ତର୍ଡାକ୍ବା ସବଦ୍ ସୁନି ମୁଇଁ ଡୁମ୍ଣ୍ଡାଆଚି ବଲି ଡରିକରି ଲୁଚ୍ଲିଆଚି ।
11 ପର୍ମେସର୍ କଇଲା, ତମେ ଡୁମ୍ଣ୍ଡାଆଚାସ୍, ବଲି କେ ତମ୍କେ କଇଲା? ମୁଇଁ ଜନ୍ ଗଚର୍ ପଲ୍ କାଇବାକେ ମନା କରି ରଇଲି, ସେଟା କାଇ ତମେ କାଇ ଆଚାସ୍ କି ?
12 ଆଦମ୍ କଇଲା, ଜନ୍ ମାଇଜିକେ ମର୍ ସଙ୍ଗିନି ଅଇବାକେ ଦେଇଆଚୁସ୍, ସେ ମାଇଜି ମକେ ସେ ଗଚର୍ପଲ୍ ଦେଲା, ତେବର୍ ପାଇ ମୁଇଁ କାଇଲି । 13 ସେଡ୍କି ବେଲେ ସବୁବେଲର୍ ମାପ୍ରୁ ପର୍ମେସର୍ ଅବାକେ କଇଲା, ଏଟା କାଇ କାମ୍ କଲୁସ୍ ? ମାଇଜି କଇଲା, ସାଁପ୍ ମକେ ବୁଲ୍କାଇ କରି କାଇବାକେ କଇଲା, ସେଟାର୍ ପାଇଁ ମୁଇଁ କାଇଲି।
14 ସବୁବେଲର୍ ମାପ୍ରୁ ପର୍ମେସର୍ ସାଁପ୍କେ କଇଲା, ଏକାମର୍ ପାଇଁ ତୁଇ ସବୁ ଜିବ୍ଜନ୍ତୁ ତେଇଅନି ଅଦିକ୍ ଅବିସାପ୍ ପାଇସୁ, ତୁଇନିଜର୍ ପେଟ୍ସଙ୍ଗ୍ ରାଙ୍ଗ୍ସୁ ଆରି ଦୁଲି କାଇସୁ । 15 ଆରି ମୁଇ ସାଁପ୍ ଆରି ମାଇଜିବିତ୍ରେ, ଆରି ତମର୍ ବଁସ୍ ଆରି ତାକର୍ ବଁସ୍ ବିତ୍ରେ ବେର୍ ରଇସି, ସେ ତମର୍ ମୁଣ୍ଡ୍କେ କାଁଚ୍ସି, ଆରି ତମେ ମାଇଜିର୍ ରେଡିତେଇ ମାର୍ସୁ । 16 ତାର୍ପଚେ ପର୍ମେସର୍ ମାଇଜିକେ କଇଲା, ମୁଇ ମାଇଜିମନର୍ ପିଲା ଜନମ୍ ଅଇବା ବେଲର୍ କସ୍ଟ ବେସି ବଡାଇବି, ତମେ କସ୍ଟ ସଙ୍ଗେ ପିଲା ଜନମ୍ କର୍ସା, ଆରି ମୁନୁସର୍ ଲଗେ ତମର୍ ଆସା ବର୍ସା ରଇସି, ଆରି ସେ ତମର୍ ଉପ୍ରେ ସାସନ୍ କର୍ସି । 17 ଆରି ସେ ଆଦମ୍କେ କଇଲା, ଜନ୍ ଗଚର୍ ପଲ୍ କାଇବା ବିସଇରେ ମୁଇ ତମ୍କେ ଆଗିଆଁ ଦେଇ ରଇଲି, ସେଟା କାଆନାଇ ବଲିକରି, ତୁଇ ନିଜର୍ ମାଇଜିର୍ କାତାକେ ଦାରି ସେଟା କାଇଆଚୁସ୍, ସେଟାର୍ ପାଇଁ ଦର୍ତନି ଅବିସାପ୍ ପାଇଲା, ସେଟାର୍ପାଇଁ ତମେ ମର୍ବାଜାକ ଦୁକ୍କସ୍ଟ ସଙ୍ଗେ ମିଲାଇ ଜାଚାଇ କାଇସା । 18 ସେଟାର୍ ପାଇଁ କାଟା ଗଚ୍ ଆରି ଗାଁସ୍ ଜାତ୍ ଅଇବାଇ, ଆରି ପାଦର୍ ସାଗ୍ଡାଲ୍ କାଇସା । 19 ତମେ ଜନ୍ ମାଟିଲଗେ ଅନି ତିଆର୍ ଅଇଲାସ୍, ତମେ ନ ମର୍ବାଜାକ କାପାଲର୍ ଜାଲ୍ ଚୁତ୍ଡେ ମାରି କାମ୍କଲେ ସେ କାଇବାକେ ମିଲ୍ସି, କାଇକେ ବଇଲେ ତମେ ମାଟିର୍ ଲକ୍ ମାଟି ତେଇସେ ମିସି ଜାଇସା ।
20 ଆଦମ୍ ତାର୍ ମାଇଁଜିକେ ଅବା ବଲିକରି ନାଉଁ ଦେଲା, କାଇକେ ବଇଲେ ସେ ଜିଇ ରଇଲା ଲକ୍ମନର୍ ଆୟା ଅଇସି । 21 ଆରି ସବୁବେଲର୍ ମାପ୍ରୁ ପର୍ମେସର୍ ପସୁର୍ ଚାମର୍ ବସ୍ତର୍ ତିଆର୍ କରି ଆଦମ୍କେ ଆରି ତାର୍ ମାଇଜିକେ ପିନ୍ଦାଇଲା ।
22 ତାର୍ପଚେ ସବୁବେଲର୍ ମାପ୍ରୁ ପର୍ମେସର୍ କଇଲା, ଦେକା, ନର୍ଲକ୍ ବଲ୍ମନ୍ଦ୍ ଗିଆନ୍ ପାଇ ଆମର୍ ପାରା ଗଟେକ୍ ଲକ୍ ଅଇଆଚେ, ଆରି ଏବେ ସେ ଜେନ୍ତାର୍ ଆତ୍ ଲାମାଇ ନ ମର୍ବା ଗଚର୍ ପଲ୍ ମିସା ତଲିକାଇ ନ ସାର୍ବା ଜିବନ୍ ପାଇସି, 23 ସେଟାର୍ ପାଇଁ ସବୁବେଲର୍ ମାପ୍ରୁ ପର୍ମେସର୍ ଏଦନ୍ ବାଡେଅନି ସେମନ୍କେ ବାର୍କରାଇ ଦେଲା, ଆରି ସେ ଜନ୍ ମାଟି ଲଗେଅନି ତିଆର୍ ଅଇ ରଇଲା, ସେ ଜାଗାଇ ଚାସ୍କାମ୍ କରି କାଇବାକେ ଆଦେସ୍ ଦେଲା । 24 ଏନ୍ତାରି ଆଦମ୍କେ କେଦିଦେଲା; ଆରି ନ ମର୍ବା ଗଚର୍ ବାଟ୍ ରକିଆ କର୍ବାକେ ଏଦନ୍ ବାଡର୍ ପୁରୁବ୍ ଦିଗର୍ ଚାରିବେଟ୍ତି ଦୁତ୍ମନ୍ ବୁଲିବୁଲି କରି ଜଗ୍ଜଗି ଜିବା କାଣ୍ଡା ତିଆର୍ କଲାଇ ।