1 ପୁର୍ବେ ସବୁଜାକ ପୁର୍ତିବିତେଇ ଗଟେକ୍ ବାସା ଆରି ଗଟେକ୍ ରକାମର୍ କାତାବାର୍ତା ରଇଲା । 2 ଏ ଗଟ୍ନା ଗଟ୍ଲା ପଚେ ଲକ୍ମନ୍ ପୁରୁବ୍ ଦିଗେ ବୁଲୁ ବୁଲୁ ସିନିଅରର୍ ଦେସେ ଗଟେ ମରୁବାଲି ଜାଗା ଦେକିକରି ତେଇ ବାସାଅଇଲାଇ । 3 ତାର୍ପଚେ ସେମନ୍ ତାକର୍ ତାକର୍ ବିତ୍ରେ କାତାବାର୍ତା ଅଇଲାଇ, ଜୁ, ଆମେ ଇଟା କାଟିକରି ନିମାନ୍ ସଙ୍ଗେ ପଡାଇକରି ତାର୍ ପଚେ ଇଟା ସେମନ୍ ପାକ୍ନା ପାରା ଆରି ଚିକଟ୍ମାଟି ସେମନର୍ ସିମିଟ୍ପାରା ଅଟା ରଇଲା । 4 ଆରି ସେମନ୍ କଇଲାଇ, ଜୁ, ଆମେ ନିଜର୍ ନିଜର୍ ପାଇ ଗଟେକ୍ ନଅଁର୍ ଆରି ଗଟେକ୍ ଡେଙ୍ଗ୍ ମେଡ୍ ତିଆର୍ କରୁ, ସିତି ଆମର୍ ନାଉଁକେ ସବୁବେଲର୍ ପାଇ ଆମର୍ ନାଉଁ ରଇସି , ଆରି, ଆମେ ପୁର୍ତିବିର୍ ଗୁଲାଇ ବାଟେ ବିନାବାଚା ନ ଅଉଁ । 5 ତାର୍ପଚେ ନର୍ ଲକ୍ମନ୍ ଜନ୍ ନଅଁର୍ ଆରି ଡେଙ୍ଗ୍ ମେଡ୍ ତିଆର୍ କର୍ତେ ରଇଲାଇ, ସେଟା ଦେକ୍ବାକେ ସବୁ ବେଲର୍ ମାପ୍ରୁ ଉତ୍ରି ଆଇଲା । 6 ଆରି, ସବୁବେଲର୍ ମାପ୍ରୁ କଇଲା, ଦେକା, ଏ ଲକ୍ ମନ୍ ସବୁ ଗଟେକ୍ ଆରି ଏମନର୍ ବାସା ମିସା ଗଟେକ୍, ଆରି ଏବେ ଏମନ୍ ଏ କାମ୍ କର୍ବାକେ ମାତିଗାଲାଇ ଆଚତ୍, ତାର୍ପଚେ ଜନ୍ ଜନ୍ଟା କର୍ବାକେ ମନ୍ କର୍ବାଇ , ତେଇ ଅନି ବାଉଡି ନ ଆସତ୍ । 7 ସେଟାର୍ ପାଇ ସେମନ୍ ଜେନ୍ତାର୍କି ଗଟେକ୍ ଲକ୍ ଆରି ଗଟେକ୍ ଲକର୍ ବାସା ବୁଜି ନାପାରତ୍, ସେଟାର୍ ପାଇ ଆସା, ଆମେ ଉତ୍ରିଜାଇ ସେ ଜାଗାଇ ସେମନର୍ ବାସାକେ ବିନ୍ ବିନ୍ ରକାମ୍ ବାସା କରୁ । 8 ଏରକାମ୍ ସବୁବେଲର୍ ମାପ୍ରୁ ସେ ଜାଗାଇ ଅନି ସେମନ୍କେ ପୁର୍ତିବିର୍ ସବୁବାଟେ ବିନାବାଚା କରିଦେଲା, ସେଟାର୍ପାଇଁ ସେମନ୍ ନଅଁର୍ ତିଆର୍ କର୍ବାଟା ଚାଡିଦେଲାଇ । 9 ସେଟାର୍ ପାଇ ସେ ନଅଁରର୍ ନାଉଁ ବାବିଲ୍ ଅଇଲା, କାଇକେ ବଇଲେ ସବୁବେଲର୍ ମାପ୍ରୁ ସେ ଜାଗାଇ ଅନି ସବୁ ରକାମର୍ ବାସା ଦେସ୍ ଦୁନିଆଇ ଆରାମ୍ ଅଇଲା, ଆରି, ସେ ଜାଗାଇ ଅନି ସେମନ୍ ପୁର୍ତିବିର୍ ଚାରିବେଟ୍ତି ବିନାବାଚା ଅଇ ଗାଲାଇ ।
10 ସେମ୍ର କୁଲର୍ ତାଲିକା ଏଟା । ବଡ୍ ବଡ୍ ବର୍ସା ମାରି ଦୁଇ ବରସ୍ ଗାଲାପଚେ ସେମ୍ ସଏ ବରସ୍ ବଇସେ ଅର୍ପକ୍ସଦକ୍କେ ଜନମ୍ ଦେଲା, 11 ଅର୍ପକ୍ସଦ୍ ଜନମ୍ ଅଇଲା, ପଚେ ସେମ ପାଁଚ୍ସ ବରସ୍ ବଁଚି କରି ଆରି ତରେକ୍ ପିଲାଟକି ଜନମ୍ ଦେଲା ।
12 ଅର୍ପକ୍ସଦ ତିରିସ୍ ପାଁଚ୍ ବରସ୍ ବଇସେ ସେଲଅକେ ଜନମ୍ ଦେଲା, 13 ସେଲଅ ଜନମ୍ ଅଇଲା ପଚେ ଅର୍ପକ୍ସଦ୍ ଚାରିସ ତିନ୍ ବରସ୍ ଜିବନ୍ ରଇ ଆରି ତରେକ୍ ପିଲାଟକିମନ୍କେ ଜନମ୍ ଦେଲା । 14 ଆରି ସେଲଅ ତିରିସ୍ ବରସ୍ ବଇସେ ଏବରକେ ଜନମ୍ ଦେଲା, 15 ଏବର୍ ଜନମ୍ ଅଇଲାକେ ସେଲଅ ତିରିସ୍ ତିନ୍ ବରସ୍ ଜିଇକରି ଆରି ପିଲାଟକି ଜନମ୍ ଦେଲା । 16 ଆରି ଏବର୍ ତିରିସ୍ ଚାରି ବରସ୍ ବଇସେ ପେଲଗକେ ଜନମ୍ କଲା, 17 ପେଲଗ ଜନମ୍ ଅଇଲା ପଚେ ଏବର୍ ଚାରିସ ତିରିସ୍ ବରସ୍ ଜିଇ ଆରି ପିଲାଟକି ଜନମ୍ ଦେଲା । 18 ପେଲଗ ତିରିସ୍ ବରସ୍ ବଇସେ ରିଉକକେ ଜନମ୍ ଦେଲା । 19 ରିଉ ଜନମ୍ ଅଇଲା ପଚେ ପେଲଗ ଦୁଇସ ନଅ ବରସ୍ ଜିଇ ଆରି ପିଲାଟକି ଜନମ୍ ଦେଲା । 20 ରିଉ ତିରିସ୍ ଦୁଇ ବରସ୍ ବଇସେ ସରୁଗକେ ଜନମ୍ ଦେଲା । 21 ସରୁଗ ଜନମ୍ ଅଇଲା ପଚେ ରିଉ ଦୁଇସ ସାତ୍ ବରସ୍ ଜିଇ ଆରି ପିଲାଟକି ଜନମ୍ ଦେଲା ।
22 ଆରି ସରୁଗ ତିରିସ୍ ବରସ୍ ବଇସେ ନାଅର୍କେ ଜନମ୍ ଦେଲା। 23 ନାଅରର୍ ଜନମ୍ ଅଇଲା ପଚେ ସରୁଗ ଦୁଇସ ବରସ୍ ଜିଇ କରି ଆରି ପିଲାଟକି ଜନମ୍ ଦେଲା ।
24 ଆରି ନାଅଁର୍ କଡେ ନ ବରସ୍ ବଇସେ ତେରଅକେ ଜନମ୍ ଦେଲା, 25 ତେରଅର୍ ଜନମ୍ ଅଇଲା ପଚେ ନାଅର୍ ସଏ ଅନିସ୍ ବରସ୍ ଜିଇ ଆରି ପିଲାଟକି ଜନମ୍ ଦେଲା ।
26 ଆରି ତେରଅକେ ସତୁରି ବରସ୍ ବଇସ୍ ଅଇଲା । ସେ ଅବ୍ରାଆମ୍ ଆରି ନାଅର୍ ଆରି ଆରଣ, ଏମନ୍କେ ଜନମ୍ ଦେଲା ।
27 ତେରଅର୍ ବଁସର୍ ତାଲିକା ଏଟା, ତେରଅର୍, ଅବ୍ରାଆମ୍ ଆରି ନାଅର୍କେ ଆରି ଆରଣକେ ଜନମ୍ ଦେଲା। ଆରି ସେ ଆରଣ ଲତକେ ଜନମ୍ ଦେଲା, 28 ମାତର୍ ଆରଣ ନିଜର୍ ବାବା ତେରଅର୍ ମୁଆଟେ କଲ୍ଦିଅମନର୍ ଉର୍ ନାଉଁର୍ ତାର୍ ନିଜର୍ ଜନମ୍ ଦେସେ ମଲା । 29 ତାର୍ପଚେ ଅବ୍ରାଆମ୍ ଆରି ନାଅର୍ ବିବା ଅଇଲାଇ ; ଅବ୍ରାଆମର୍ ମାଇଜିର୍ ନାଉଁ ସାରି ଆରି ନାଅରର୍ ମାଇଜିର୍ ନାଉଁ ମିଲ୍କା ସେ ଆରଣର୍ ଟକି ରଇଲା, ସେ ଆରଣ ଅଇଲାନି ମିଲ୍କା ଆରି ଜିସ୍କାରର୍ ବାବା । 30 ସେ ସାରି ବାଞ୍ଜି ରଇଲା, ତାକେ ପିଲାଟକି ନ ରଇଲାଇ । 31 ତାର୍ପଚେ ତେରଅର୍ ନିଜର୍ ପିଲା ଅବ୍ରାମ୍କେ ଆରି ଆରଣର୍ ପିଲା ଲତ ନାଉଁର୍ ପିଲାକେ, ଆରି ଅବ୍ରାମର୍ ମାଇଜି ସାରି ନାଉଁର୍ ବୁଆରିକେ ମିସ୍ତେ ନେଲା, ଆରି ସେ ସବୁ କଲ୍ଦିଅ ମନର୍ ଉର୍ ଟାନେ ଅନି କିଣାନ୍ଦେସ୍ ବାଟେ ଜାଇକରି ଆରଣର୍ ନଅଁରେ ଉତ୍ରି କରି ବାସା ଅଇଲାଇ, 32 ଆରି ତେରଅ ଦୁଇସ ପାଚ୍ଁ ବରସ୍ ବଁଚି ଆରଣ ନଅଁରେ ମଲା।