1 ଜସେବ୍ ମିସର୍ ଦେସେ ଆନ୍ଲାକେ, ପାରର୍ ଗଟେଲକ୍ କଇବାକେ ଗାଲେ, ମିସିରିଅ ପଟିପର୍ ନାଉଁର୍ ରକିଆକରୁ ସେନାପତି, ତାର୍ ଆନି ରଇବା ଇସ୍ମାଏଲିଅ ମନର୍ ତେଇ ଅନି ଜସେପ୍କେ ଗେନ୍ଲା । 2 ମାତର୍ ସବୁବେଲେ ମାପ୍ରୁ ଜସେପର୍ ସଙ୍ଗେ ରଇଲା, ତେବେ ସେ ଡାକ୍ପୁଟା ଅଇଲା, ଆରି ସେ ନିଜର୍ ମିସ୍ରିଅର୍ ସାଉକାର୍ ଗରେ ବାସା ଅଇଲା । 3 ତାର୍ପଚେ ସବୁବେଲର୍ ମାପ୍ରୁ ଜସେବର୍ ସଙ୍ଗେ ଆଚେ, ଆରି ସେ କାଇ କାମ୍କଲେ, ସବୁବେଲର୍ ମାପ୍ରୁ ତାର୍ ଆତେ ସେସବୁ ସିଦ୍ କର୍ତେ ରଇଲା, ଏଟା ତାକର୍ ସାଉକାର୍ ଦେକ୍ଲା । 4 ସେଟାର୍ ପାଇ ଜସେପ୍ ତାର୍ ଲଗେ ଆସିର୍ବାଦ୍ ପାଇ ତାର୍ ସେବା ତେଇ ଟିଆ ଅଇଲା, ଆରି ସେ ଜସେପ୍କେ ନିଜର୍ ଗରର୍ ମାଲିକ୍ କରି ତାର୍ ଆତେ ସବୁଟା ସର୍ପି ଦେଲାଇ । 5 ଏନ୍ତାର୍ ସେ ଜସେପ୍କେ ନିଜର୍ ଗରର୍ ଆରି ସବୁ କାମର୍ ମାଲିକ୍ କର୍ବା ଦିନେ ଅନି ସବୁବେଲର୍ ମାପ୍ରୁ ଜସେପର୍ ପାଇଁ ସେ ମିସରିଅ ଲକର୍ ଗର୍ ଉପ୍ରେ ଆସିର୍ବାଦ୍କଲା, ଆରି ଗର୍ ଆରି ପଦାମନର୍ ସବୁ ସଁପତି ଲଗେ ସବୁବେଲର୍ ମାପ୍ରୁର୍ ଆସିର୍ବାଦ୍ ଆଇଲା । 6 ସେଟାର୍ ପାଇଁ ସେ ଜସେପର୍ ଆତେ ପଟିପର୍ ସବୁ କିଚିର୍ ଅଦିକାର୍ ଦେଲା, ନିଜର୍ କାଇବା ତେଇ ଅନି ଆରି କାଇମିସା ବିସଇରେ ଦାଇତ୍ ନ ନେଲା । ଜସେପ୍ ଗୁନ୍ଚଲନ୍କେ ଆରି ଦେକ୍ବାକେ ମିସା ବେସି ସୁନ୍ଦ୍ରା ରଇଲା ।
7 ଆରି ଏ କାତା ଗଟ୍ଲା ପଚେ ତାର୍ ମାଲିକର୍ ମାଇଜି ଜସେପର୍ ଉପ୍ରେ ଆଁକି ପାକାଇବାକେ ଲାଗ୍ଲା, ତେବେ ତାକେ କଇଲା, ତୁଇ ମର୍ ସଙ୍ଗେ ସ । 8 ମାତର୍ ଜସେପ୍ ନିଚିକରି ନିଜର୍ ରାଜାର୍ ମାଇଜିକେ କଇଲା, ଦେକା, ଏ ଗରେ ମକେଚାଡି ଦେଲେ ଆରି କାଇଟା ମର୍ଲଗେ ଆଚେ, ମର୍ ପର୍ବୁ ତେଇର୍ ଦାଇତ୍ ନ ନେଏଁ, ସେ ମର୍ ଆତେ ନିଜର୍ ସବୁକିଚି ସର୍ପି ଦେଇଆଚେ । 9 ଏ ଗରେ ମକେ ଚାଡିଦେଲେ ଆରି ବଡ୍ କେ ନାଇ, ତୁଇ ତାର୍ ମାଇଜି, ସେଟାର୍ ପାଇଁ ତକେ ଚାଡ୍ଲେ ମର୍ ପାକେ ଆରି କାଇଟା ମାନା ନାଇଁ । ସେଟା ର୍ପାଇଁ କେନ୍ତି ଏଡେ ବଡ୍ କାରାପ୍ କାମ୍ ଆରି ପର୍ମେସରର୍ ବିରୁଦେ ପାପ୍ କରିପାରି ? 10 ଏଲେ ମିସା ସେ ମାଇଜି ଦିନ୍କେ ଦିନ୍ ଜସେପ୍କେ ଏନ୍ତାର୍ କଇସି, ମାତର୍ ଜସେପ୍ ତାର୍ ସଙ୍ଗେ ସଇବାକେ କି ମୁଆଟେ ରଇବାକେ ମନ୍ ନ କର୍ତେ ରଇଲା ।
11 ତାର୍ପଚେ ଗଟେକ୍ ଦିନ୍ ଜସେପ୍ ତାର୍ କାମ୍ କର୍ବାକେ ଗର୍ ବିତ୍ରେ ଗାଲା, ଆରି ଗରର୍ ଦାସ୍ମନ୍ କେ ମିସା ତେଇ ନ ରଇଲାଇ । 12 ତେବେ ସେ ଜସେପର୍ ବସତର୍ ଦାରି ମର୍ ସଙ୍ଗେ ସଅ ବଲି ଜିକାଟାନା କଲା, ମାତର୍ ଜସେପ୍ ତାର୍ଆତେ ନିଜର୍ ଲୁଗା ଚାଡି ବାଇଲେ ପାଲାଇଲା । 13 ସେଡ୍କିବେଲେ ସେ ମାଇଜି ଜସେପ୍କେ ତାର୍ ଆତେ ନିଜର୍ ଲୁଗା ଚାଡି ବାଇଲେ ପାଲାଇ ଜିବାଟା ଦେକ୍ଲା, 14 ସେଡ୍କିବେଲେ, ସେ ନିଜର୍ ଗରର୍ ଲକ୍ମନ୍କେ ଡାକିଆନି କଇଲା, ଦେକା, ଆର୍ ସଙ୍ଗେ ସୁଆବସା ଅଇବାକେ ଗଟେକ୍ ଏବ୍ରିୟକେ ଆନିଆଚେ, ସେ ମର୍ସଙ୍ଗେ ସଇବାକେ ବିତ୍ରେ ମର୍ ଲଗେ ଆସିରଇଲା, ତାର୍ପଚେ ମୁଇଁ ବେସି ଆଉଲି ଅଇ ଡାକ୍ଲି, 15 ମୁଇଁ ଆଉଲି ଅଇ ଡାକ୍ବାଟା ସୁନି ସେ ମର୍ ଲୁଗା ମର୍ ଲଗେ ଅଦ୍ରାଇ ଦେଇ ବାରଇ ପାଲାଇଗାଲା ।
16 ଆରି ସେ ମାଇଜି ତାର୍ ମୁନୁସ୍ ଗରେ ଆଇବା ଜାକ ସେ ବସ୍ତର୍ ନିଜର୍ ଲଗେ ସଙ୍ଗଇଲା । 17 ତାର୍ପଚେ ସେ ନିଜର୍ ମୁନୁସ୍କେ ସେ କାତା ଇସାବେ କଇଲା, ତୁଇ ଜନ୍ ଏବ୍ରିଅ ଦାସ୍କେ ମର୍ ଲଗେ ଆନି ଆଚୁସ୍, ସେ ମର୍ ସଙ୍ଗେ ସଇବାକେ ମର୍ ଲଗେ ଆସିରଇଲା, 18 ଆରି ମୁଇଁ ଆଉଲି ଅଇ ଡାକ୍ଲାକେ ସେ ମର୍ ଲଗେ ଏ ଲୁଗା ଅଦ୍ରାଇ ଦେଇ ବାରଇ ପାଲାଇଲା ।
19 ସେଡ୍କିବେଲେ ତର୍ ଦାସ୍ ମର୍ ଲଗେ ଏନ୍ତାର୍ କରାପ୍ କାମ୍ କରିଆଚେ ବଲି, ନିଜର୍ ମାଇଜିର୍ ଟଣ୍ଡେ ଅନି ଏ କାତା ସୁନି ଜସେପର୍ ମାଲିକ୍ ରିସା ଅଇଗାଲା । 20 ତାର୍ପଚେ ଜସେପର୍ ମାଲିକ୍ ତାକେ ନେଇ ରାଜାର୍ ବନ୍ଦି ଗରେ ପୁରାଇଲା, ତେବର୍ ପାଇ ଜସେପ୍ ସେ ବନ୍ଦିଗରେ ରଇଲା । 21 ମାତର୍ ସବୁବେଲର୍ ମାପ୍ରୁ ଜସେପର୍ ସଙ୍ଗେ ରଇଲା, ଆରି ତାର୍ ଲଗେ ଦୟା ଦେକାଇ କରି ତାନାର୍ ରକିଆ କରୁର୍ ସାମ୍ନାଇ ତାକେ ଆସିର୍ବାଦ୍ କଲା । 22 ତାର୍ପଚେ ସେ ତାନାର୍ ରକିଆ କରୁ ବନ୍ଦି ଗରେ ରଇବା ସବୁ ବନ୍ଦି ଲକର୍ ଦାଇତ୍ ଜସେପର୍ ଆତେ ସର୍ପି ଦେଲାଇ, ଆରି ସେମନ୍ ଜାଇଟା କଇଲାଇ, ସେ ସବୁଲକର୍ ମାଲିକ୍ ଅଇଲା । 23 ତାନା ରକିଆ କରୁ ଜସେପର୍ ଆତର୍ କାଇ ମିସା ବିସଇରେ ଚିନ୍ତା କରେ ନାଇ, କାଇକେବଇଲେ ସବୁବେଲର୍ ମାପ୍ରୁ ତାର୍ ସଙ୍ଗେ ରଇଲା, ଆରି ସେ ଜାଇଟା କଇଲା, ସବୁବେଲର୍ ମାପ୍ରୁ ସେଟା ସପଲ୍ କଲା ।