1 ସେଡିକି ବେଲେ ଅବ୍ରାଆମ୍ କୁଲ୍କୁଲା ଡକ୍ରା ଅଇ ଜାଇ ରଇଲା , ଆରି ସବୁ ବେଲର୍ ମାପ୍ରୁ ଅବ୍ରାମ୍କେ ସବୁ ବିସଇରେ ଆସିର୍ବାଦ୍ କରି ରଇଲା । 2 ସେଟାର୍ ପାଇଁ ଗରର୍ ଡକ୍ରା ଦାସ୍କେ କଇଲା, ମୁଇଁ ବାବୁଜିଆ କଲିନି, ତୁଇ ମର୍ ଜଙ୍ଗେ ଆତ୍ ସଙ୍ଗ, 3 ମୁଇଁ ସରଗ୍ ଆରି ପୁର୍ତିବି ତିଆର୍ କଲା ସବୁବେଲର୍ ମାପ୍ରୁ ପର୍ମେସରର୍ ନାଉଁରେ ତମ୍କେ ପର୍ମାନ୍ କରାଇବି ଜେ, ଜନ୍ କିଣାନିୟ ଲକ୍ମନର୍ ବିତ୍ରେ ମୁଇଁ ବାସା ଅଇଆଚି, ତମେ ସେମନର୍ ବିତ୍ରେ ଅନି ମର୍ ପିଲା ବିବା ଅଇବାକେ କନ୍ ଦାଙ୍ଗ୍ଡିକେ ମିସା ନ ଆନୁସ୍ । 4 ମାତର୍ ତମେ ମର୍ ଦେସର୍ କୁଟୁମର୍ ଲକ୍ମନର୍ ଲଗେ ଜାଇ ମର୍ ପିଲା ଇସାକର୍ ପାଇଁ ମାଇଁଜି ଆନ୍ସା ।
5 ସେଡ୍କିବେଲେ ସେ ଦାସ୍ ତାକେ କଇଲା, ଜଦି କନ୍ ଟକି ମିସା ମର୍ ସଙ୍ଗେ ଏ ଦେସେ ଆଇବା ପାଇଁ ରାଜି ନ ଅଅତ୍, ତେବେ ଜନ୍ ଦେସେଅନି ତମେ ଆସିଆଚାସ୍, ସେ ଦେସେ କାଇ ତମର୍ ପିଲାକେ ନେଇଁ ଜାଇସା ?
6 ତାର୍ପଚେ ଅବ୍ରାଆମ୍ କଇଲା, ଜାଗର୍ତା ଅଇ ରୁଆ , ମର୍ ପିଲାକେ କେବେ ମିସା ସିତି ନ ନେଉଁସ୍ । 7 କାଇକେ ବଇଲେ ଜନ୍ ସରଗ୍ ତିଆର୍ କାରିଆ ସବୁବେଲର୍ ମାପ୍ରୁ ପର୍ମେସର୍ ମକେ ବାବାର୍ ଗର୍ ଆରି ଜନମ୍ ଦେସେ ଅନି ଆନିଆଚେ ଆରି ମର୍ ସଙ୍ଗେ କାତାବାର୍ତା କରିଆଚେ, ଆରି ଆମେ ତମର୍ କୁଲ୍କେ ଏ ଦେସ୍ ଦେବି ବଲି ପର୍ମାନ୍ କରିଆଚେ, ସେ ତମର୍ ଆଗେ ନିଜର୍ ଦୁତ୍କେ ପାଟାଇସି, ତାର୍ପଚେ ତମେ ମର୍ ପିଲାକେ ବିବା କର୍ବାକେ ସେ ଜାଗାଇ ଅନି ଗଟେକ୍ ଦାଙ୍ଗ୍ଡି ଆନ୍ସା । 8 ଜଦି ସେ ଦେସେଅନି କନ୍ମିସା ଦାଙ୍ଗ୍ଡି ଆଇବାକେ ମନା କର୍ବାଇ, ତେବେ ତମେ ମର୍ ଏ ପର୍ମାନ୍ କଲାତେଇ ଅନି ମୁକଲ୍ସା, ମାତର୍ ତମେ ମର୍ ପିଲାକେ ସେ ଦେସେ ନିଆନାଇଁ । 9 ତାର୍ପଚେ ସେ ଦାସ୍ ନିଜର୍ ପର୍ବୁ ଅବ୍ରାମର୍ ଜଙ୍ଗେ ଆତ୍ସଙ୍ଗଇ କରି ସେ ବିସଇରେ ପର୍ମାନ୍ କଲା ।
10 ତାର୍ପଚେ ସେ ଦାସ୍ ନିଜର୍ ମାପ୍ରୁର୍ ଉଁଟ୍ମନର୍ ବିତ୍ରେ ଅନି ଦସ୍ଟା ଉଁଟ୍ ଆରି ନିଜର୍ ମାପ୍ରୁର୍ ସବୁରକାମର୍ ନିମାନ୍ ଜିନିସ୍ ଆତେ ଦାରି ଜାଇକରି ଅରାମନଅର୍ଇମ୍ ଦେସର୍ ନାଅଁର୍ ନଅଁରେ ଗାଲାଇ । 11 ତାର୍ପଚେ ସଞ୍ଜ୍ ବେଲେ, ଜନ୍ ବେଲେ କି ଦାଙ୍ଗ୍ଡିମନ୍ ପାନି ଡୁମ୍ବାକେ ଆଇବାଇ, ସେବେଲେ ସେ ନଅଁରର୍ ବାଇରେ କୁଇଁକାଲ୍ ଲଗେ ଉଁଟ୍ମନ୍ ମାଣ୍ଡିକୁଟା ଦେଇ ସଇଲାଇ । 12 ତାର୍ପଚେ ଏ ରକାମ୍ ପାର୍ତନା କଲା, ଏ ମର୍ ମାଲିକ୍ ଅବ୍ରାମର୍ ସବୁବେଲର୍ ମାପ୍ରୁ ପର୍ମେସର୍, ବାବୁଜିଆ କଲିନି, ଆଜି ମାପ୍ରୁ ଅବ୍ରାମ୍କେ ମର୍ଆଗେ ଦୟା କର୍ । 13 ଦେକ୍ ମୁଇଁ ଏ କୁଇଁକାଲ୍ ଲଗେ ଟିଆ ଅଇ ରଇବି , ଆରି ଏ ନଅଁରର୍ ଦାଙ୍ଗ୍ଡିମନ୍ ପାନି ନେବାକେ ଆଇଲାଇନି, 14 ସେମନର୍ ବିତ୍ରେ ଅନି କନ୍ମିସା ଦାଙ୍ଗ୍ଡିକେ, ତମେ ନିଜର୍ ଆଣ୍ଡି ଲୁଆଇଁ ମକେ ପାନି କୁଆଆ, ଏ କାତା କଇଲେ ସେ ଦାଙ୍ଗ୍ଡି ଜଦି କଇସି, କାଆ, ମୁଇଁ ତମର୍ ଉଁଟ୍ମନ୍କେ ମିସା ପାନି କୁଆଇବି, ତେବେ ସେ ତମର୍ ଦାସ୍ ଇସାକର୍ ପାଇଁ ତମର୍ ବାଚ୍ଲା ଦାଙ୍ଗ୍ଡି ଅଅ ତାର୍ପଚେ ତମେ ମର୍ ମାଲିକ୍ର୍ ଲାଗି ଦୟା କରିଆଚାସ୍, ବଲିକରି ମୁଇ ସେ କାତାକେ ଜାନ୍ବି । 15 ଏ କାତା କଉଁ କଉଁ ଅବ୍ରାଆମର୍ ନାଅଁର୍ ବାଇର୍ ମାଇଁଜି ମିଲ୍କାର ପିଲା ଜେ ବତୁଏଲ୍, ତାର୍ ଟକି ରିବିକା ମୁଣ୍ଡେ ଆଣ୍ଡି ବଇ କରି ଆଇଲା । 16 ସେ ଟକି ବେସି ସୁନ୍ଦର୍ ରଇ ବିବା ଅଇ ନ ରଇଲା, ଆରି କାର୍ ସଙ୍ଗେ ମିସା ସୁଆବସା ଅଇ ନ ରଇଲା , ସେ କୁଇଁକାଲେ ଜାଇକରି ଆଣ୍ଡି ବର୍ତି ପାନି ବଇକରି ଚଗି ଆଇତେ ରଇଲା, 17 ସେ ବେଲେ ସେ ଦାସ୍ ପାଲାଇଜାଇ ସେ ଟକିକେ ଦେକିକରି କଇଲା, ମୁଇଁ ବାବୁଜିଆ କଲିନି, ତର୍ ବଇଲା ଆଣ୍ଡିତେଇ ଅନି ମକେ ଗୁଡିକ୍ ପାନି କାଇବାକେ ଦେ ।
18 ତାର୍ପଚେ ରିବିକା କଇଲା, ମଆସୟ ପାନି କାଆ ତେବେ, ଏନ୍ତାର୍ କଇକରି ସେ ଦାପ୍ରେ ମୁଣ୍ଡେଅନି ଆତେ ଉତ୍ରାଇ କରି ତାକେ କାଇବାକେ ଦେଲା । 19 ଆରି ତାକେ କୁଆଇ ସାର୍ଲା ପଚେ କଇଲା , ତମର୍ ଉଁଟ୍ ମନ୍ ଜେତ୍କି ପାନି କାଇ ପାର୍ବାଇ ସେତ୍କି ଜାକ ମୁଇ ପାନି ଜିକି ଦେବି। 20 ତାର୍ପଚେ ରିବିକା ଦାପ୍ରେ ଆଣ୍ଡିର୍ ପାନି କୁଣ୍ଡେ ଡାଲି ଦେଇ ଆରିତରେକ୍ ପାନି ଜିକ୍ବାକେ କୁଇଁକାଲେ ପାଲାଇଜାଇ ସବୁ ଉଁଟ୍ ମନର୍ ପାଇଁ ପାନି ଜିକି ଦେଲା । 21 ତାର୍ପଚେ ସେ ଦାସ ରିବିକାକେ ନିକକରି ଦେକ୍ଲା, ଆରି ସବୁବେଲର୍ ମାପ୍ରୁ ତାର୍ ଜିବାଟା ସପଲ୍ କର୍ସି କି ନାଇଁ, ସେଟା ଦେକ୍ବାକେ ଚୁପ୍ଅଇ କରି ରଇଲା ।
22 ଆରି ଉଁଟ୍ମନ୍ ପାନିକାଇ ସାର୍ଲା ପଚେ ନାକର୍ ପାଇ ଅଦ୍ତୁଲା ନାତ ଦସ୍ତୁଲା ମାଲି ଗାଲାର୍ ପାଇ ଆରି ଆତର୍ ପାଇ ଦସ୍ତୁଲା ଗାଜୁଲ୍ ଆନି କଇଲା, 23 ବାବୁଜିଆ କଲିନି, ତୁଇ କାର୍ ଟକି, ମକେ କ । ତମର୍ ବାବାର୍ ଗରେ ଆମ୍କେ ରାତିକେ ରଇବାକେ କାଇ ଜାଗା ଆଚେକି ? 24 ତାର୍ପଚେ ସେ ଉତର୍ ଦେଲା, ନାଅରର୍ ଅଉରସରେ ମିଲ୍କାର୍ ଲଗେ ଅନି ଜାତ୍ ଅଇଲା ପିଲା ଜେ ବତୁଏଲ୍, ମୁଇଁ ତାକର୍ ଟକି । 25 ଆରି ସେ କଇଲା, ଆମର୍ ପାଲକୁଟା ଆରି କାଇବାଟା ବେସି ଲଚେକ୍ ଆଚେ, ଅରି ରାତିକେ ସଇବାକେ ମିସା ଜାଗା ଆଚେ ।
26 ସେଡ୍କି ବେଲେ ସେ ଲକ୍ ମୁଣ୍ଡ୍ ଲୁଆଇଁ ସବୁବେଲର୍ ମାପ୍ରୁର୍ ପାଇଁ ଜୁଆର୍ କରି କଇଲା, 27 ମର୍ ବାବା ଅବ୍ରାମର୍ ସବୁବେଲର୍ ମାପ୍ରୁ ପର୍ମେସରର୍ କରମ୍ ଅଅ, କାଇକେ ବଇଲେ ସେ ମର୍ ମାଲିକର୍ ତେଇ ଅନି ଦୟାକରି ସତ୍ କାତାବାର୍ତା କର୍ବାକେ ଚୁପ୍ ଅଏ ନାଇଁତା, ଆରି ସବୁବେଲର୍ ମାପ୍ରୁ ମକେ ମର୍ ମାଲିକର୍ ଜାତିମନର୍ ଗର୍ବାଟେ କାଡାଇ ଆନିଆଚେ ।
28 ଆରି ସେ ଟକି ପାଲାଇଜାଇ ନିଜର୍ ମାଆର୍ ଗରର୍ ଲକ୍ମନ୍କେ ଏ କାତା ଜାନାଇଲା । 29 ଆରି ରିବିକାର୍ ଗଟେ ବାଇ ରଇଲା, ତାର୍ ନାଉଁ ଲାବନ୍, ସେ ଲାବନ୍ ସେ ଲକର୍ ପାଇଁ କୁଇଁକାଲ୍ ଲଗେ ପାଲାଇଗାଲା । 30 ଆରି ସେ ଲକ୍ ମକେ ଏ କାତା କଇଲା, ନିଜର୍ ବଇନି ରିବିକାର୍ ମୁଏଁ ଅନି ଏ କାତା ସୁନି ଆରି ବଇନିର୍ ନତ ଆରି ଆତେ ଗାଜୁଲ୍ ଦେକି ସେ ଲକର୍ ଲଗେ ଗାଲା, ଆରି ତାକେ କୁଇଁକାଲ୍ ଲଗେ ଉଁଟ୍ମନର୍ ସଙ୍ଗେ ଟିଆଅଇ ରଇବାଟା ଦେକି କଇଲା, 31 ଏ ସବୁବେଲର୍ ମାପ୍ରୁର୍ ଆସିର୍ବାଦ୍ ପାଇବା ଲକର୍, ବିତ୍ରେ ଆରି, ତମେ କାଇକେ ବାଇରେ ଟିଆଅଇ ଆଚୁସ୍ ? ମୁଇଁ ତା ଗର୍ ଆରି ଉଁଟ୍ମନର୍ ପାଇଁ ଜାଗା ତିଆର୍ କଲିଆଚି ।
32 ତାର୍ପଚେ ସେ ଲକ୍ ଗରେ ପୁରି କରି ଉଁଟେ ଲାଦି ରଇବା ଦିନ୍ସୁ ଉତ୍ରାଇ ଦେଇକରି, ସେମନ୍କେ ପିରି ଆରି ଦାନା ଦେଲା, ଆରି ତାର୍ ସଙ୍ଗର୍ ଲକ୍ମନ୍କେ ଗଡ୍ ଦଇବାକେ ପାନି ଦେଲା । 33 ତାର୍ପଚେ ତାକର୍ ଲଗେ କାଇବା ଜିନିସ୍ ସଙ୍ଗଇଲାଇ, ମାତର୍ ସେ କଇଲା, ଆଗ୍ତୁ କାତା ନ କଇ ମୁଇଁ ନ କାଇ । ତାର୍ପଚେ ଲାବନ୍ କଇଲା, କ ।
34 ତେବ ସେ କଇଲା, ମୁଇଁ ଅବ୍ରାମର୍ ଦାସ୍ । 35 ସବୁବେଲର୍ ମାପ୍ରୁ ମର୍ ମାଲିକ୍କେ ବେସି ଆସିର୍ବାଦ୍ କରିଆଚେ, ତେବେ ସେ ବଡ୍ ଲକ୍ ଅଇଆଚେ, ଆରି ସବୁବେଲର୍ ମାପ୍ରୁ ତାକେ ରାସି ରାସି ଗରୁ ମେଣ୍ଡା ସବୁ ଆରି ରୁପା ସୁନା ଆରି ଦାସଦାସି, ଆରି ଉଁଟ୍ ଗଦ ଦେଇଆଚେ । 36 ଆରି ମର୍ ମାଲିକ୍ର୍ ମାଇଁଜି ସାରା ଡକ୍ରି ବେଲେ ତାର୍ ପାଇଁ ପିଲା ଜନମ୍ କରିଆଚେ, ଆରି ସେ ତାକେ ସବୁକିଚି ଦେଇଆଚେ । 37 ଆରି ମର୍ ମାପ୍ରୁ ମକେ ପର୍ମାନ୍ କରି କଇଲା, ଆମେ ଜନ୍ଲକ୍ମନର୍ ଲଗେ ବାସା କରିଆଚୁ, ତମେ ଆମର୍ ପିଲାର୍ ବିବାଅଇବାକେ ସେ କିଣାନ୍ ଦେସର୍ ଲକ୍ମନର୍ ବିତ୍ରେ ଅନି କନ୍ ମିସା ଦାଙ୍ଗ୍ଡି ଆନା ନାଇଁ, 38 ମାତର୍ ଆମର୍ ବାବାର୍ କୁଲର୍ ଲକ୍ମନର୍ ଲଗେ ଜାଇ ମର୍ ପିଲାର୍ ପାଇଁ ଦାଙ୍ଗ୍ଡି ଆନା । 39 ସେଡ୍କିବେଲେ ମୁଇଁ ମାଲିକ୍କେ କଇଲି, କେ ଜାନେ କନ୍ମିସା ଦାଙ୍ଗ୍ଡି ମର୍ ସଙ୍ଗେ ନ ଆଇଲେ ମୁଇ କାଇଟା କର୍ବି? 40 ତାର୍ପଚେ ସେ କଇଲା, ମୁଇ ଜନ୍ ସବୁବେଲର୍ ମାପ୍ରୁର୍ ସାମ୍ନାଇ ଜିବା ଆଇବା କର୍ବି, ସେ ତମର୍ ସଙ୍ଗେ ନିଜର୍ ଦୁତ୍କେ ପାଟାଇ ତମର୍ ଇଣ୍ଡ୍ଲାଟା ସପଲ୍ କର୍ସି, ତାର୍ପଚେ ତମେ ମର୍ ଲକ୍ମନର୍ ଆମର୍ ବାବାର୍ କୁଲର୍ ଦାଙ୍ଗ୍ଡି ଆମର୍ ପିଲାର୍ ପାଇ ଆନ୍ସା, 41 ଆରି ତୁଇ ଆମର୍ କୁଲର୍ ଲକ୍ମନର୍ ଲଗେ ଗାଲେ ଏ ପର୍ମାନ୍ ତେଇ ଅନି ମୁକ୍ତି ଅଇବାଇ, ଜଦି ସେମନ୍ ଦାଙ୍ଗ୍ଡି ନ ଦେଅତ୍, ଅଇଲେ ମିସା ପର୍ମାନ୍ ତେଇ ଅନି ମୁକ୍ତି ଅଇବାଇ ।
42 ସେଟାର୍ ପାଇଁ ଆଜି ମୁଇଁ ଏ କୁଇଁକାଲ୍ ଲଗେ ଆସି ଏ ପାର୍ତନା କଲି, ଏ ମର୍ ମାଲିକ୍ ଅବ୍ରାଆମର୍ ସବୁବେଲର୍ ମାପ୍ରୁ ପର୍ମେସର୍, ମୁଇ ଜିବା କାମ୍ ସପଲ୍ କର୍ସା;
43 ତେବେ ଏବେ ଦେକ୍, ମୁଇଁ ଏବେ ମୁଇ ମାରଲା କୁଇଁକାଲ୍ ଲଗେ ଟିଆ ଅଇଆଚି । ତେଇ ପାନି ଜିକ୍ବାକେ ଜଦି ଆଗ୍ତୁ କନ୍ମିସା ଦାଙ୍ଗ୍ଡିକେ ଜେବେ ମୁଇଁ କଇବି, ତର୍ ଆଣ୍ଡିତେଇ ଅନି ମକେ ଗୁଡିକ୍ ପାନି କାଇବାକେ ଦେ, 44 ଆରି, ସେ ଦାଙ୍ଗ୍ଡି ଜଦି କଇସି, ତୁଇ ପାନି କାଆ ଆରି ତର୍ ଉଁଟ୍ମନର୍ ପାଇଁ ମିସା ପାନି ଜିକିଦେବି, ତେବେ ସେ ମର୍ ମାଲିକର୍ ପିଲାର୍ ପାଇଁ ସବୁବେଲର୍ ମାପ୍ରୁ ବାଚିରଇଲା ଦାଙ୍ଗ୍ଡି ଅଇସି । 45 ଏ କାତା ମୁଇଁ ମନେ ମନେ ବାବ୍ତେ ରଇଲି, ତାର୍ପଚେ ରିବିକା ମୁଣ୍ଡେ ଗରିଆ ବଇ ବାଇଲେ ଆଇଲା । ଆରି ସେ କୁଇଁକାଲେ ଜାଇ ପାନି ଜିକ୍ବା ବେଲେ ମୁଇଁ କଇଲି, ଗୁଆରି କଲିନି, ମକେ ପାନି ଗୁଡିକ୍ କାଇବାକେ ଦେ । 46 ତାର୍ପଚେ ସେ ଦାପ୍ରେ ମୁଣ୍ଡେ ଅନି ଗରିଆ ଉତ୍ରାଇ କଇଲା, କାଆ, ଆରି ମୁଇଁ ତମର୍ ଉଁଟ୍ମନ୍କେ ମିସା ପାନି ଜିକି କୁଆଇବି,ତାର୍ପଚେ ମୁଇଁ କାଇଲି, ଆରି ସେ ଉଁଟ୍ମନ୍କେ ମିସା କୁଆଇଲା । 47 ତାର୍ପଚେ ମୁଇଁ ତାକେ ପାଚାର୍ଲି, ତୁଇ କାର୍ ଟକି ? ତାର୍ପଚେ ସେ କଇଲା, ନାଅରର୍ ଅରସରେ ମିଲ୍କାର୍ ପିଲା ବତୁଏଲ, ମୁଇଁ ତାର୍ ଟକି । ତାର୍ପଚେ ମୁଇଁ ତାର୍ ନାକେ ମୁଦି ଆରି ଆତେ ଗାଜୁଲ୍ ପିନ୍ଦାଇଲି । 48 ଆରି ମୁଇଁ ସବୁବେଲର୍ ମାପ୍ରୁର୍ ଉଦେସେ ମୁଣ୍ଡ୍ ଲୁଆଁଇ ଜୁଆର୍ କଲି, ଆରି ଜେ ମର୍ ସାଉକାରର୍ ପିଲାର୍ ପାଇଁ ତାର୍ ବାଇର୍ ଟକିକେ ବିବାଅଇବାକେ ମକେ ସତ୍ ବାଟେ କାଡାଇ ଆନ୍ଲା, ମର୍ ମାଲିକ୍ ଅବ୍ରାଆମର୍ ସେ ସବୁବେଲର୍ ମାପ୍ରୁ ପର୍ମେସର୍କେ ଦନିଅବାଦ୍ କଲି । 49 ସେଟାର୍ପାଇଁ ତମେ ଜେବେ ମର୍ ମାପ୍ରୁର୍ ଦୟା ଆରି ସତ୍ ସଙ୍ଗେ ଚାଲିଚଲନ୍ କର୍ସୁ, ତେବେ ସେଟା କୁଆ, ଆରି ଜେବେ ମନ୍ ନ କଲେ ମିସା କୁଆ, ସେଟା ମିସା କୁଆ, ତାର୍ପଚେ ମୁଇଁ ଦକିଣ୍ବାଟେ କି ଡେବ୍ରି ବାଟେ ବାଉଡିଜିବି । 50 ସେଡ୍କିବେଲେ ଲାବନ୍ ଆରି ବତୁଏଲ୍ ଉତର୍ କଲାଇ, ସବୁବେଲର୍ ମାପ୍ରୁର୍ ତେଇ ଅନି ଏ ଗଟ୍ନା ଅଇଆଚେ, ତେବେ ଆମେ ନିମାନ୍ କି ଆସାର୍ କଇ ନାପାରୁ । 51 ଦେକା, ରିବିକା ତମର୍ ମୁଆଟେ ଆଚେ, ତାକେ ନେଇଁ କରି ଜା, ସବୁବେଲର୍ ମାପ୍ରୁର୍ ବାକିଅ ଅନୁସାରେ ସେ ତମର୍ ମାଲିକର୍ ପିଲାର୍ ମାଇଁଜି ଅଅ । 52 ସେଡ୍କିବେଲେ ଅବ୍ରାଆମର୍ ଦାସ୍ ସେମନର୍ ତେଇ ଅନି ଏ କାତା ସୁନ୍ବା ଦାପ୍ରେ ସବୁବେଲର୍ ମାପ୍ରୁର୍ ଉଦେସେ ମାଣ୍ଡିକୁଟା ଦେଇ ଜୁଆର୍କଲା । 53 ତାର୍ପଚେ ସେ ଦାସ୍ ରୁପା ଆରି ସୁନାର୍ ଦିନ୍ସୁ ଆରି ଲୁଗା ବାର୍କରି ରିବିକାକେ ଦେଲା, ଆରି ତାର୍ ବାଇ ଆରି ଆୟାକେ ମିସା ବେସି ଦାମର୍ ଜିନିସ୍ ଦେଲା ।
54 ତାର୍ପଚେ ସେ ଆରି ତାର୍ ସାଙ୍ଗମନ୍ କାଇପିଇ କରି ସେ ରାତିଆ ରଇଲାଇ, ତାର୍ପଚେ ସେମନ୍ ସାକାଲେ ଉଟ୍ଲା ଆରି, ସେ ଦାସ୍ କଇଲା, ମର୍ ମାଲିକ୍ର୍ ଲଗେ ଜିବାକେ ବାଟ୍ ଚାଡା।
55 ତାର୍ପଚେ ରିବିକାର୍ ବାଇ ଆରି ଆୟା କଇଲା, ଏ ଟକି ଆମର୍ ଲଗେ ଗଟେ ଆଟ୍, ନଇଲେ ଦସ୍ଦିନ୍ ରଅତା, ତାର୍ପଚେ ସେ ଜାଇସି ।
56 ମାତର୍ ସେ ସେମନ୍କେ କଇଲା, ମକେ ଲେଟ୍ କରାନାଇଁ, କାଇକେବଇଲେ ସବୁବେଲର୍ ମାପ୍ରୁ ମର୍ ଇଣ୍ଡ୍ବାଟା ସପଲ୍ କର୍ସି, ଏବେ ନିଜର୍ ମାଲିକର୍ ଲଗେ ଜିବାକେ ମକେ ବାଟ୍ଚାଡା ।
57 ତାର୍ପଚେ ସେମନ୍ କଇଲାଇ, ଆମେ ଟକିକେ ଡାକି ତାର୍ ସାମ୍ନାଇ ପାଚାରୁ । 58 ତାର୍ପଚେ ସେମନ୍ ରିବିକାକେ ଡାକି କଇଲାଇ, ତୁଇ କାଇ ଏ ଲକର୍ ସଙ୍ଗେ ଜାଇସୁ ? ତେବର୍ ପାଇ ସେ କଇଲା ଉଁ ଜିବି ।
59 ସେଡ୍କିବେଲେ ସେମନ୍ ନିଜର୍ ବଇନି ରିବିକାକେ ଆରି ଦାସିକେ , ଆରି ଅବ୍ରାଆମର୍ ଦାସ୍କା ଆରି ତାର୍ ଲକ୍ମନ୍କେ ପାଟାଇ ଦେଲାଇ । 60 ଆରି ରିବିକାକେ ଆସିର୍ବାଦ୍ କରି କଇଲାଇ, ତୁଇ ଆମର୍ ବଇନି, ଅଜାର୍ ଅଜାର୍ ଲକର୍ ଆୟା, ତମର୍ କୁଲ୍ ନିଜର୍ ସତ୍ରୁ ମନର୍ ନଅଁର୍ ଅଦିକାର୍ କରତ୍ । 61 ତାର୍ପଚେ ରିବିକା ଆରି ତାର୍ ଦାସିମନ୍ ଉଟି ଉଁଟ୍ଉପ୍ରେ ଚଗି ସେ ଲକର୍ ପଚ୍ ପଚ୍ ଗାଲାଇ । ଏରକାମ୍ ସେ ଦାସ୍ ରିବିକାକେ ଡାକିନେଲା ।
62 ସେ ବେଲେ ଇସାକ୍ ଦକିନ୍ ଦେସେ ବାସା କର୍ବାକେ ବେରଲଅଇରଇ ନାଉଁର୍ ଜାଗାଇ ଜାଇ ବାଉଡି ଆଇଲା । 63 ଆରି ଇସାକ୍ ସଞ୍ଜ୍ବେଲେ ବୁଲ୍ବାକେ ପାଦାଇ ଜାଇତେ ରଇଲା, ତାର୍ପଚେ ଦେକ୍ଲା ଜେ ଉଁଟ୍ମନ୍ ଆଇବାଟା ଦେକ୍ଲା । 64 ସେଡ୍କିବେଲେ ରିବିକା ପାସ୍ଲି ଇସାକ୍କେ ଦେକି ଉଁଟ୍ ଉପ୍ରେ ଅନି ଉତର୍ଲା । 65 ଆରି ସେ ଅବ୍ରାଆମର୍ ଦାସ୍କେ ପାଚାର୍ଲା, ଆମର୍ ସଙ୍ଗେ ବେଟ୍ଗାଟ୍ ଅଇବାକେ ଜେ ପାଦାଇ ଆଇଲାନି, ସେମନୁସ୍ କେ ? ତାର୍ପଚେ ସେ ଦାସ୍ ଉତର୍ ଦେଲା, ସେ ମର୍ ମାଲିକ୍, ସେଡ୍କିବେଲେ ରିବିକା ମୁଁକେ ଡାବି ଦେଲା । 66 ତାର୍ପଚେ ସେ ଦାସ୍ ଇସାକ୍କେ ନିଜର୍ କଲା କାମର୍ ସବୁକାତା କଇଲା ।
67 ସେଡ୍କିବେଲେ ଇସାକ୍ ରିବିକାକେ ଆତେଦାରି କରି ତାର୍ ଆୟା ସାରାର୍ ତମୁ ତେଇ ଡାକି ନେଇ ତାକେ ବିବାଅଇଲା, ଆରି ସେ ତାକେ ଲାଡ୍ କଲା । ତାର୍ପଚେ ଇସାକ୍ ଆୟା ମଲା ଦୁକର୍ ଲାଗି ସାନ୍ତି ପାଇଲା ।