1 ତାର୍ପଚେ ପର୍ମେସର୍ ନଅକେ ଆରି ତାର୍ ସଙ୍ଗେ ଜାଜ୍ ବିତ୍ରେ ରଇବା ସବୁ ଜିବ୍ଜନ୍ତୁକେ ଏତାଇ କରି ପୁର୍ତିବି ଟାନେ ପବନ୍ ବୁଆଇଲା, ସେଟାର୍ ପାଇ ପାନି ଆଟିଗାଲା । 2 ବଡ୍ ସମ୍ଦୁରର୍ ଚାରିବେଡ୍ତି ରଇବାଟା ଆରି ଆକାସର୍ ଦୁଆର୍ ସବୁ ଡାବି ଅଇଗାଲା ଆରି ଆକାସେ ଅନି ବର୍ସା ଚାଡିଗାଲା , 3 ତାର୍ ପଚେ ପୁର୍ତିବି ଲଗେ ଅନି ପାନି ବଇ ଜାଇ ସଏ ପଚାସ୍ ଦିନର୍ ସାରାସାରି ଦିନେ ଚାଡି ଗାଲା , 4 ତାର୍ପଚେ ସାତ୍ମାସର୍ ସତ୍ର ଦିନେ ଆରାରାଟ୍ ଡଙ୍ଗର୍ ଉପ୍ରେ ଜାଜ୍ ତେବ୍ଲା। 5 ଏ ରକାମ୍ ଦସ୍ମାସ୍ ଜାକ ପାନି ଅଲପ୍ ଅଲପ୍ ଚାଡି ଆଇଲା, ସେ ଦସ୍ ମାସର୍ ପର୍ତୁମ୍ ଦିନେ ଡଙ୍ଗର୍ ମନର୍ ଟିପ୍ମନ୍ ଡିସି ଆଇଲା । 6 ତାର୍ପଚେ ଚାଲିସ୍ ଦିନ୍ ଗାଲା ପଚେ ନଅ ତିଆର୍ କଲା ଜାଜ୍ର୍ ଜର୍କା ଉଗାଡି ଦେଲା, 7 ତାର୍ପଚେ ଗଟେକ୍ କୁଆକେ ଉଡାଇ ଦେଲା। ପୁର୍ତିବିର୍ ପାନି ଆଟ୍ବା ଜାକ ସେ ଏନେ ତେନେ ଉଡି ବୁଲ୍ତେ ରଇଲା । 8 ଆରି ତରେକ୍ ନଅ ବୁଏଁ ପାନି ଆଟ୍ଲା କି ନାଇ ବଲିକରି ଜାନ୍ବାକେ ଗଟେକ୍ ପରୁଆକେ ଉଡାଇ ଦେଲା । 9 ସେଡ୍କିବେଲେ ପୁର୍ତିବିତେଇ ପାନି ବର୍ତି ରଇଲାକେ ପରୁଆ ନିଜର୍ ଗଡ୍ ମାଣ୍ଡ୍ବାକେ ଜାଗା ନ ମିଲ୍ଲାକେ ଜାଜ୍ଲଗେ ଲେଉଟି ଆଇଲା, ସେଟାର୍ ପାଇ ସେ ଆତ୍ଲାମାଇ ତାକେ ଦାରି ଜାଜ୍ ବିତ୍ରେ ନିଜର୍ ପାକେ ଆନ୍ଲା । 10 ଆରି ସାତ୍ଦିନ୍ ଗାଲାପଚେ ନଅ ସେ ପରୁଆକେ ଆରି ତରେକ୍ ଜାଜ୍ ବିତ୍ରେ ଅନି ଉଡାଇ ଦେଲା । 11 ତାର୍ପଚେ ପରୁଆ ସଞ୍ଜ୍ବେଲାଇ ତାର୍ଲଗେ ବାଉଡି ଆଇଲା, ଆରି ଦେକ୍ଲା , ତାର୍ ଟଣ୍ଡେ ଜିତ୍ ଗଚର୍ ନୁଆ ପତର୍ ରଇଲା । ସେଟାର୍ ପାଇ ପୁର୍ତିବିର୍ ପାନି ଆଁଟି ଆଇଲାନି ବଲି କରି , ନଅ ଜାନ୍ଲା , 12 ଆରି ସାତ୍ଦିନ୍ ଗାଲାପଚେ ନଅ ସେ ପରୁଆକେ ଆରି ତରେକ୍ ଉଡାଇଲା, ମାତର୍ ସେ ଆର୍ତରେକ୍ ତାର୍ଲଗେ ବାଉଡି ଆସେନାଇ । 13 ନଅର୍ ବଇସ୍ ଚଅସ ଏକ୍ ବରସ୍ ପର୍ତୁମ୍ ମାସର୍ ପର୍ତୁମ୍ ଦିନେ ପୁର୍ତିବି ଉପ୍ରେ ଅନି ପାନି ସୁକିଗାଲା, ସେବେଲେ ନଅ ଜାଜର୍ ଚାଉନି ଉଗାଡି ଦେକ୍ଲା ଜେ, ବୁଇଁ ସୁକିଜାଇ ରିଲାଟା ଦେକ୍ଲା । 14 ଏ ରକାମ୍ ଦୁଇ ମାସର୍ କଡେ ସାତ୍ ଦିନେ ଅନି ପୁର୍ତିବି ସୁକ୍ଲା,
15 ତାର୍ପଚେ ପର୍ମେସର୍ ନଅକେ କଇଲା, 16 ତୁଇ ତର୍ ମାଇଜିକେ ଆରି ପିଲା ଆରି ବୁଆରି ମନ୍କେ ସଙ୍ଗେନେଇ କରି ଜାଜ୍ଲଗେ ଅନି ବାରଇ ଜାଆ। 17 ଆରି ନିଜର୍ ସଙ୍ଗେ ରଇବା ସବୁ ଜିବ୍ଜନ୍ତୁକେ ବାଇରେ ନେ, ସେମନ୍ ପୁର୍ତିବିକେ ପୁରାପୁରୁନ୍ କରତ୍, ଆରି ପୁର୍ତିବିତେଇ ପିଲାଟକି ମନ୍ ଆରି ବେସି ଲକ୍ ଉଆ । 18 ସେଟାର୍ ପାଇ ନଅ ନିଜର୍ ମାଇଜି, ପିଲା ଆରି ବୁଆରି ମନ୍କେ ସଙ୍ଗେ ଡାକି ବାଇଲେ ଆଇଲାଇ । 19 ଆରି ନିଜର୍ ନିଜର୍ ଜାତି ଅନୁସାରେ ସବୁ ଜନ୍ତ୍, ସବୁ ବୁଏଁ ରାଙ୍ଗ୍ବା ଜନ୍ତ୍ମନ୍ ଆରି ସବୁ ଚଡଇମନ୍ ସବୁ ବୁଏଁ ବାସାଅଇ ରଇବା ଜିବ୍ଜନ୍ତୁ ଜାଜେ ଅନି ବାରଇ ଆଇଲାଇ।
20 ତାର୍ପଚେ ନଅ ପର୍ମେସରର୍ ପାଇ ଅମ୍ ବେଦି ତିଆର୍ କଲା, ଆରି ସବୁ ରକାମର୍ ସୁକଲ୍ଜନ୍ତ୍ ଆରି ସୁକଲ୍ ଚଡଇ ମନର୍ ବିତ୍ରେ ଅନି କେତେଟା ନେଇ ବେଦି ଉପ୍ରେ ଅମ୍ବଲି ସରପ୍ ଲାଇ। 21 ତାର୍ପଚେ ସବୁବେଲର୍ ମାପ୍ରୁ ସିତିର୍ ନିକ ବାସ୍ନାକେ ସୁଙ୍ଗିକରି ମନେମନେ କଇଲା, ଆମେ ନର୍ ଲକ୍କେ ଆରି ପୁର୍ତିବିକେ ସାଇପ୍ ନ ଦେଇ, ଅଇଲେ ମିସା ପିଲାବେଲେ ଅନି ନର୍ଲକ୍ କଲା କରାପ୍ କାମ୍, ଅଇଲେମିସା ଆମେ ଜେନ୍ନ୍ତାର୍ କରିଆଚୁ, ସେରକାମ୍ ଆରି ତରେକ୍ କେବେମିସା ସବୁ ଜନ୍ତ୍ଜିଆତ୍ ମନ୍କେ ନ ମରାଇ । 22 ଆରି ଜେତେକ୍ ଦିନ୍ଜାକ ପୁର୍ତିବି ରଇସି, ସେତ୍କି ଦିନ୍ ଜାକ ବୁନ୍ବା କାଟ୍ବା ବେଲା,ସିତ୍ ଆରି କାରା ଆରି, ସିତ୍ଦିନ୍, ଆରି ଦିନ୍ ଆରି ରାତି ଏଟାମନ୍ ସବୁ ନ ସାରେ ।