1 ତାର୍ପଚେ ଜାକୁବ ନିଜର୍ ପିଲାମନ୍କେ ଡାକି କରି କଇଲା, ତମେମନ୍ ଗଟେ ଲଗେ ଟୁଲ୍ଉଆ, ସେସ୍କାଲେ ତମର୍ପାଇଁ ଜାଇଟା ଗଟ୍ସି, ସେଟା ତମ୍କେ କଇଲିନି । 2 ଏ ଜାକୁବର୍ ପିଲାମନ୍, ଟୁଲ୍ଅଇକରି ସୁନା ଆରି ତମର୍ ବାବା ଜାକୁବର୍ ବାକିଅ ସୁନା । 3 ଏ ରୁବେନ୍, ତୁଇ ମର୍ ପଣୁଆ ପିଲା, ମର୍ ବପୁ ଆରି ମର୍, ବପୁର୍ ପର୍ତୁମର୍ ପଲ୍, ଆରି ମଇଁମାରେ ମୁକିଅ ଆରି ଡାକ୍ପୁଟା ତେଇ ମିସା ମୁକିଅ । 4 ତମେ ଉକ୍ଲି କରି ଉଚ୍ଲିଜିବା ପାନି ପାରା, ତମେ କାଇଟାକେ ଦାଇତ୍ ନ ରଇଲା ଲକ୍ପାରା , କାଇକେବଇଲେ ତମେ ତମର୍ ବାବାର୍ ଅଚ୍ନାଲଗେ ଗାଲାସ୍, ତେବେର୍ପାଇ ସେଟା ଅସୁକଲ୍ କଲାସ୍; 5 ସିମିୟନ୍ ଆରି ଲେବି ଦୁଇବାଇ ସେମନର୍ କାଣ୍ଡାକେ ଜୁଇଦ କର୍ବାକେ ବାର୍ କରାଇବାଇ। 6 ଏ ମର୍ ଜିବନ ସେମନର୍ ମନର୍ କାତାଲଗେ ମକେ ପୁରାଉନାଇ, ଏ ମର୍ ମଇଁମା, ତମେ ସେମନର୍ କାତରେ ଚାଲ୍ ନାଇଁ, କାଇକେ ବଇଲେ ସେମନ୍ ରିସା ଅଇ ନର୍ ମାର୍ଲାଇ ଆରି ସାର୍ଦା ଇସାବ୍ରେ ବଲଦ୍ ମନର୍ ଲେଞ୍ଜ୍କେ କାଟ୍ଲାଇ ଆଚତ୍ । 7 ସେମନର୍ ରିସାର୍ ସାଇପ୍ ପଡ କାଇକେବଇଲେ ସେ ବେସି ରଇଲା ସେମନର୍ ରିସା ଅବିସାପ୍ ଅ, କାଇକେବଇଲେ ସେଟା ବେସି ଅମାନିଆଁ, ମୁଇଁ ଜାକୁବର୍ ବଁସ୍ ଲଗେଅନି ସେମନ୍କେ ଦୁଇବାଗ୍ କର୍ବି ଆରି ଇସ୍ରାଏଲ୍ ଲଗେ ଅନି ବିନାବାଚା କର୍ବି । 8 ଏ ଜିଉଦା, ତମର୍ ବାଇମନ୍ ତମ୍କେ ଆସିର୍ବାଦ୍ କର୍ବାଇ, ତମର୍ ଆତ୍ ତମର୍ ସତ୍ରୁମନର୍ ଟଟ୍ରି ଲଗେ ରଇସି, ତମର୍ ବାବାର୍ ପିଲାମନ୍ ତମ୍କେ ଜୁଆର୍ କର୍ବାଇ, 9 ଜିଉଦା ଦାଙ୍ଗଡା ସିଅଁ ପାରା, ଏ ପିଲା, ତମେ କଟ୍ରାକେ ଦାରି କରି ଗୁପାଇ ଆସି ଆଚୁସ୍, , ସିଅଁ ବାଗ୍ ପାରା ଦର୍ଜରେ ସଇଦେଇ ଆଚେ , କେ ତାକେ ଉଟାଇସି ? 10 ସିଲର୍ ଆଇବା ଜାକ ଜିଉଦା ଜାକ ରାଜ୍ଡାଣ୍ଡ୍ ଆରି ତାର୍ ଗଡ୍ ସଙ୍ଗଇଲା ଲଗେଅନି ବିଚାର୍କାରିଆର୍ ଡାଙ୍ଗ୍ ନ ଜାଏ, ସବୁଲକ୍ ତାକେ ମାନିକରି ତାର୍ତଲେ ଅଇ ରଇବାଇ । 11 ସେ ଅଙ୍ଗୁର୍ ମାଲ୍ ଲଗେ ନିଜର୍ ବାଚି ଆରି ନିମାନ୍ ଅଙ୍ଗୁର୍ ମାଲ୍ ଲଗେ ନିଜର୍ ଗଦ ପିଲାକେ ବାନ୍ଦ୍ସୁ, ଅଙ୍ଗୁର୍ ରସ୍ ନିଜର୍ ଉତରିଅ ବସ୍ତର୍ ଆରି ଅଙ୍ଗୁର୍ ରସ୍ ସଙ୍ଗେ ନିଜର୍ ପିନ୍ଦ୍ଲା ବସ୍ତର୍ ଦଇସୁ । 12 ତାର୍ ଆଁକି ଅଙ୍ଗୁର୍ ରସ୍ ରକତ୍ ରଙ୍ଗ୍ ଅଇସି, ଦୁଦ୍ ତାର୍ ଦାନ୍ତ୍ ଦବ୍ଲା ରଙ୍ଗ୍ ଅଇସି । 13 ସବୁଲୁନ୍ ସମ୍ଦୁର୍ ଲଗେ ବାସା ଅଇସି ଆରି ସେ ଜାଆଜ ରଇବାର୍ ଜାଗାର୍ ବନ୍ଦ୍ ଅଇସି, ଆରି ସିଦନ୍ ଜାକ ତାର୍ ଅଦିକାର୍ ମିସା ଅଇସି । 14 ଇସାକ୍ ଗଦ ପାରା, ସେ ମେଣ୍ଡା କୁଡିଆ ବିତ୍ରେ ସଇଲା, 15 ସେ ସଇବା ଜାଗାକେ ନିମାନ୍ ଆରି ଦେସର୍ ସାର୍ଦା କର୍ବା ଜାଗାକେ ଦେକ୍ଲା, ତେବେ ସେ ବଜ୍ ବଇବାକେ କନ୍ଦ୍ ସାନ୍ କଲା, ମୁଇ ବେଟି କାଉଡି ବଇବାକେ ଗତି ଦାଙ୍ଗ୍ଡା ଅଇଲି । 16 ଦାନ୍ ଇସ୍ରାଏଲ୍ ବିନ୍ ବିନ୍ କୁଲ୍ ପାରା ଅଇ ନିଜର୍ ଲକ୍ମନର୍ ବିଚାର୍ କର୍ସି । 17 ଦାନ୍ ବାଟ୍ ଲଗେ ରଇବା ସାଁପ୍ ପାରା ଆରି ବାଟ୍ ଲଗେ ରଇବା ସାପର୍ ବିସ୍ ପାରା, ଜେ ଗଡାର୍ ଗଡେ ଟକ୍ସି ସେଡ୍କି ବେଲେ ଗଡାଗାସିଆ ଅଦ୍ରି ଜାଇସି । 18 ଏ ସବୁବେଲର୍ ମାପ୍ରୁ, ମୁଇ ତର୍ ମୁକ୍ତି ପାଇବାକେ ଜାଗି ଆଚି । 19 ଚର୍ମନ୍ ଗାଦ୍କେ ମାର୍ବାକେ ଜିବାଇ; ମାତର୍ ସେ ପଚେ ସେମନ୍କେ ମାର୍ବାକେ ଜାଇସି। 20 ଆସେର୍ ଲଗେଅନି ବେସି ନିମାନ୍ କାଦି ତିଆର୍ ଅଇସି, ସେ ରାଜାମନ୍ କାଇବା କାଦି ଜାଗାଇସି । 21 ନପ୍ତାଲି ଏନେତେନେ ମନ୍ଇଚାରେ ବୁଲ୍ବା କଟ୍ରା ପାରା, ମନ୍କେ ଗାଲା ପାରା ବାକିଅ କଇସି । 22 ଜସେପ୍ ପଲ୍ ଦାର୍ଲା ଗଚର୍ କଅଁଲା ନୁଆ ପତର୍, ସେ ଚୁଆ ଲଗର୍ ପଲ୍ ଦାର୍ଲା ଗଚର୍ କଅଁଲା ନୁଆ ପତର୍ ପାରା, ତାର୍ କେନ୍ଦି ସବୁ ଜିତି କରି ଜାଇସି । 23 ବେଟ୍ ବୁଲୁମନ୍ ତାକେ ବେସି କସ୍ଟ ଦେଇ ଆଚତ୍, ଆରି ତାକେ କାଣ୍ଡ୍ବିନ୍ଦି କରି ଦୁକ୍ ଦେଇ ଆଚତ୍, 24 ମାତର୍ ତାର୍ ଦୁନୁ ଡାଟ୍ ଅଇ ରଇଲା, ଆରି ଜେ ଜାକୁବର୍ ବପୁଟା ଇସ୍ରାଏଲ୍କେ ଦେକ୍ପାଲ୍ କର୍ବା ଲକ୍ ଆରି ଡଙ୍ଗର୍ ବଲି ଡାକ୍ପୁଟା ଅଇସି, 25 ବାବା ପର୍ମେସର୍, ଜେ ତମର୍ ସାଇଜ କର୍ସି ଆରି ସବୁକେ ବପୁ ରଇଲା, ଆକାସ୍ ଉପ୍ରେ ଅନି ମଙ୍ଗଲ୍ କର୍ବାଇ, ମଜା ବୁଇଁର୍ ଡେଙ୍ଗ୍ ପାନି ତେଇ ଅନି ମଙ୍ଗଲ୍ କର୍ବାଇ, ଦୁଦ୍ ଆରି ଗର୍ବେ ଅନି ମଙ୍ଗଲ୍ କରି ତମ୍କେ ଆସିର୍ବାଦ୍ କର୍ସି, ତାର୍ ଲାଗି ତାର୍ ଆତର୍ ବପୁ ବେସି ବପୁ ଅଇଲା । 26 ମର୍ ଆଗ୍ତୁର୍ ଆନିଦାଦିମନର୍ ଆସିର୍ବାଦ୍ ଲଗେ ଅନି ତର୍ ବାବାର୍ ଆସିର୍ବାଦ୍ ଅଦିକ୍, ସେଟା ସବୁବେଲେ ରଇଲା ଡଙ୍ଗ୍ରର୍ ସନ୍ଦି ଜାକ ଡାବି ଅଇସି, ସେଟା ଜସେପର୍ ମୁଣ୍ଡେ ଆରି, ନିଜର୍ ବାଇମନର୍ ତେଇ ଅନି ଅଲ୍ଗା ଅଇ ଲକର୍ ମୁଣ୍ଡ୍ ଉପ୍ରେ ପଡ୍ସି । 27 ବିନିଆମିନ୍ ଗଟେକ୍ ଗଦଡୁର୍କା ପାରା; ଉଟ୍ଲା ସକାଲେ ଅନି ସଞ୍ଜ୍ ଜାକ ସିକାର୍ କରି କାଇସି। 28 ଏ ମନ୍ ଇସ୍ରାଏଲର୍ ବାର୍ଟା କୁଟୁମ୍, ଏ ମନର୍ ବାବା ଆସିର୍ବାଦ୍ କର୍ବାବେଲେ ଏ କାତା କଇ ଏମନର୍ ତେଇଅନି ଗଟେ ଲକ୍କେ ବେସି ବେସି ଆସିର୍ବାଦ୍ କଲା ।
29 ତାର୍ପଚେ ଜାକୁବ୍ ତାର୍ ପିଲାମନ୍କେ ଆଦେସ୍ ଦେଇ କଇଲା, ମୁଇଁ ନିଜର୍ ଲକର୍ ସଙ୍ଗେ ମିସ୍ବାକେ ଗାଲିନି । ମୁଇ ଜେଡେବେଲେ ମର୍ବି ସେଡ୍କିବେଲେ ଆନିଦାଦିମନର୍ ସଙ୍ଗେ ମତେ ଇପ୍ରଣର୍ ଇତିଅ ପାଦାଇ ତପ୍ସା 30 ଅବ୍ରାଆମ୍କେ ତପ୍ଲା ଜାଗାର୍ ଅଦିକାର୍ ପାଇଁ କିଣାନ୍ ଦେସେ ମମ୍ରିର୍ ମୁଁଆଟର୍ ଜନ୍ ମକ୍ପେଲାର୍ ଜାଗା ଇତିୟ ଇପ୍ରଣତେଇ ଆନି ଗେନ୍ଲାଇ, ସେ ଇତିୟ ଇପ୍ରଣର୍ ଜାଗା ଲଗେ ଗୁଆ ତେଇ ମର୍ ଆନିଦାଦିମନର୍ ଲଗେ ମକେ କବର୍ ଦେଇସା । 31 ସେଜାଗାଇ ଅବ୍ରାଆମର୍ ଆରି ତାର୍ ମାଇଜି ସାରାକେ ତପି ଆଚତ୍ ଆରି ସେଜାଗାଇ ଇସାକର୍ ଆରି ତାର୍ ମାଇଜି ରିବିକାକେ ତପି ଆଚତ୍, ଆରି ସେଜାଗାଇ ମୁଇଁ ମିସା ଲେଆକେ ତପ୍ଲି ଆଚି; 32 ସେ ପାଦା ଆରି ସେ ମଜାଇ ରଇଲା ପାର୍ ଇତିଅ ପିଲା ମନର୍ ତେଇଅନି ଗେନି ଆଚୁ,ସେ ଜାଗା ଲଗେ ମକେ ତପା।
33 ଏନ୍ତାର୍ ଜାକୁବ୍ ନିଜର୍ ପିଲାମନ୍କେ ଆଦେସ୍ ଦେବାର୍ ବନ୍ଦକଲା ପଚେ ଅଚ୍ନାଇ ଅନି ଦୁଇପାଦ୍ ଗଟେ ତେଇ କରି ମରିଗାଲା ଆରି ନିଜର୍ ଲକ୍ମନର୍ ଲଗେ ମିସ୍ଲା ।