1 ତାର୍ପଚେ ପୁର୍ତିବି ଲଗେ ନର୍ଲକ୍ ବଡ୍ବାକେ ଲାଗ୍ଲାଇ , ଆରି ସେମନ୍କେ ବେସି ଟକିମନ୍ ଜାତ୍ ଅଇଲାଇ , 2 ସେ ବେଲେ ପର୍ମେସରର୍ ପିଲାମନ୍ ନର୍ ଲକର୍ ସୁନ୍ଦର୍ ସୁନ୍ଦର୍ ଟକି ମନ୍କେ ଦେକିକରି , ଜାକେ ମନ୍ କଲେ ତାକେ , ବିବା ଅଇତେ ରଇଲାଇ । 3 ସେଟାର୍ ପାଇ ସବୁବେଲର୍ ମାପ୍ରୁ କଇଲା, ଆମର୍ ଆତ୍ମା ନର୍ ଲକର୍ ଲଗେ ସବୁବେଲେ ବାସାଅଇ ନ ରଏ , କାଇକେ ବଇଲେ ସେମନ୍ ବିପଦ୍ ବାଟେ ମାତି ଗାଲାଇ ଆଚତ୍, ସେଟାର୍ ପାଇ ସେମନର୍ ବରସ୍ ସଏ କଡେ ବରସ୍ ଅଇସି । 4 ସେବେଲେ ପୁର୍ତିବି ଲଗେ ବେସି ବପୁ ଲକ୍ମନ୍ ରଇଲାଇ, ଆରି ତାର୍ ପଚେ ପର୍ମେସରର୍ ପିଲାମନ୍ ନର୍ ଲକର୍ ଟକି ମନ୍କେ ସୁଆବସା କଲାକେ ସେମନର୍ ଲଗେ ଅନି ପିଲାମନ୍ ଜନମ୍ ଅଇଲାଇ, ସେମନ୍ ମିସା ପୁର୍ବ କାଲର୍ ଡାକ୍ପୁଟା ବିରମନ୍ ରଇଲାଇ ।
5 ତାର୍ ପଚେ ପର୍ମେସର୍ ଦେକ୍ଲା ଜେ , ପୁର୍ତିବି ଲଗେ ନର୍ ଲକର୍ କରାପ୍ କାମ୍ ବେସି ବଡିଗାଲା , ଆରି ତାକର୍ ମନର୍ ବାବ୍ନା ବେସି କରାପ୍ ମାତର୍ । 6 ସେଟାର୍ ପାଇ ପର୍ମେସର୍ ପୁର୍ତିବିର୍ ନର୍ ଲକ୍କେ ତିଆର୍ କର୍ବାଟା ଆକା ବୁଲ୍ ବଲି ଏତାଇ କରି ମନେ ମନେ ଦୁକ୍ କଲା , 7 ତାର୍ପଚେ ପର୍ମେସର୍ କଇଲା, ମୁଇ ଦର୍ତନିର୍ ତିଆର୍ କଲା ନର୍ଲକ୍ ମନ୍କେ ଆରି ନର୍ ସଙ୍ଗ୍ ଜିବ୍ଜନ୍ତୁ ଆରି ପେଟ୍ ସଙ୍ଗେ ରାଙ୍ଗ୍ବା ଜନ୍ତ୍ ଆରି ଦର୍ତନିର୍ ଚଡଇମନ୍କେ ମରାଇଦେବି କାଇକେ ବଇଲେ ଆମେ ସେମନ୍କେ ତିଆର୍ କରି ବୁଲ୍ କରିଆଚୁ । 8 ମାତର୍ ନଅ ପର୍ମେସରର୍ ଆଁକିତେଇ ଆସିର୍ବାଦ୍ ପାଇଲା ,
9 ନଅର୍ ବଁସର୍ ତାଲିକା ଏଟା , ନଅ ନିଜର୍ ସମଏଁ ଲକମନର୍ ବିତ୍ରେ ଅନି ଦରମ୍ ଆରି ସାଦୁ ଲକ୍ ରଇଲା , ନଅ ପର୍ମେସରର୍ ସଙ୍ଗେ ଇଣ୍ଡାବୁଲା କର୍ତେ ରଇଲା । 10 ନଅ, ସେମ ଆରି ଆମ ଆରି ଜେପତ୍, ଏ ତିନ୍ଟା ପିଲାକେ ଜାତ୍କଲା । 11 ସେ ବେଲେ ପୁର୍ତିବି ପର୍ମେସର୍ର୍ ମୁଆଟେ କରାପ୍ ଟାନେ ବୁଡି ରଇଲା ,ଆରି ପୁର୍ତିବି ପାପ୍ କାମେ ପୁରାପୁରୁନ୍ ଅଇ ରଇଲା , 12 ପଚେ ପର୍ମେସର୍ ପୁର୍ତିବିକେ ନିକ କରି ଆଁକି ବୁଲାଇ ଦେକ୍ଲା ଜେ , ସେଟା କରାପ୍ ଟାନେ ବୁଡି ଗାଲାଆଚେ , କାଇକେ ବଇଲେ ପୁର୍ତିବିର୍ ସବୁ ନର୍ ଆରି ଜନ୍ତ୍ଜିଆତ୍ କରାପ୍ ଟାନେ ବୁଡିଜାଇ ଆଚତ୍, 13 ସେଟାର୍ ପାଇ ପର୍ମେସର୍ ନଅକେ କଇଲା , ଆମର୍ ଲଗେ ଗୁଲାଇ ଜଗତର୍ ନର୍ ଆରି ଜନ୍ତ୍ଜିଆତର୍ ମର୍ବା ବେଲା କେଟ୍ଲାବେ , କାଇକେ ବଇଲେ ସେମନର୍ ଲଗେ ଅନି ପୁର୍ତିବି କାରାପ୍ କାମେ ପୁରାପୁରୁନ୍ ଅଇଆଚେ ,ଆରି ଦେକା ,ଆମେ ପୁର୍ତିବି ସଙ୍ଗ୍ ସେମନ୍କେ ମରାଇ ଦେବି । 14 ତମେ ନିଜର୍ ପାଇ ବଲି ଦେବ୍ଦାରୁ କାଟ୍ ସଙ୍ଗେ ଗଟେକ୍ ଜାଜ୍ ତିଆର୍ କର୍, ସେ ବିତ୍ରେ ବିନ୍ବିନ୍ ବାକ୍ରା ତିଆର୍ କରି ସେ ବିତ୍ରେ ଆରି ବାଇରର୍ ମଉଡ୍ ବାଟେ ଲାକ୍ ସଙ୍ଗେ ଲିପା, 15 ସେଟା ଏ ରକାମ୍ ତିଆର୍ କର୍ସା, ଲମା ତିନିସ ଆତ୍, ଅସାର୍ ପଚାସ୍ ଆତ୍, ଉଁଚା ତିରିସ୍ ଆତ୍ ଅଇସି । 16 ଉପ୍ରେ ଅନି ଗଟେ ଆତ୍ ଚାଡି ଜର୍କା ଚାଡା, ଆରି ସିତି ଦୁଆର୍ ଚାଡା , ଗଟେକ୍ ଦୁଇଟା ଆରି ତିନ୍ଟା ଉପ୍ରେ ଉପ୍ରେ ତିଆର୍ କରା । 17 ଆରି ଆକାସ୍ ତଲେ ରଇବା ଜେତେକ୍ ପୁଣ୍ଡା ଦାରି ରଇବା ନର୍ ଆରି ଜନ୍ତ୍ ଜିଆତ୍ ଆଚତ୍, ସେ ସବୁକେ ମରାଇ ଦେବାକେ, ମୁଇ ପୁର୍ତିବି ଉପ୍ରେ ବଡ୍ ପାନି ମାରାଇବି, ସେଡ୍କି ବେଲେ ପୁର୍ତିବିର୍ ସବୁ ଜନ୍ତ୍ ଜିଆତ୍ ମରିଜିବାଇ । 18 ମାତର୍ ଆମେ ତମର୍ ସଙ୍ଗ୍ ଗଟେକ୍ ନିଅମ୍ ତିଆର୍ କର୍ବି, ସେଡ୍କି ବେଲେ ତମେ ନିଜର୍ ମାଇଁଜି ଆରି ପିଲା ବୁଆରି ମନ୍କେ ସଙ୍ଗେ ନେଇ କରି ଜାଜ୍ ବିତ୍ରେ ପୁରା । 19 ଆରି ଜିବନ୍ ବଚାଇବାକେ ସବୁ ରକାମର୍ ଜନ୍ତ୍ଜିଆତର୍ ଗଟେ ଗଟେ ମାଇଁ ଆଣ୍ଡ୍ରା ମାଇ ଆଣ୍ଡ୍ରା ଜାଇ କରି ଜାଜ୍ ବିତ୍ରେ ପୁରା , 20 ସବୁ ରକାମର୍ ଚଡଇ ଆରି ସବୁ ରକାମର୍ ଜନ୍ତ୍ ଆରି ସବୁ ରକାମର୍ ପେଟ୍ ସଙ୍ଗ୍ ରାଙ୍ଗ୍ବା ଜିବ୍ଜନ୍ତ୍ ସବୁ ଜାତି ଇସାବ୍ରେ ଗଟେ ଗଟେ ମାଇ ଆଣ୍ଡ୍ରା ଜିବନ୍ ରକିଆ କର୍ବାକେ ତମର୍ ଲଗେ ଆଇବାଇ । 21 ଆରି ତୁଇ ନିଜର୍ ଆରି ସେମନର୍ କାଇବାକେ ସବୁ ରକାମର୍ କାଦିକଣ୍ଡା ଆନି ନିଜର୍ ପାକେ ସଙ୍ଗ୍ଇ ରଇସା । 22 ସେଟାର୍ ପାଇ ନଅ ସେ ରକାମ୍ କଲା , ପର୍ମେସର୍ର୍ ଆଗିଆଁ ଅନୁସାରେ ସେ ସବୁ ରକାମ୍ କାମ୍ କଲା ।