1 ତାର୍ପଚେ ଜସେପ୍ ନିଜର୍ ଗରର୍ ମାଲିକ୍କେ ଆଗିଆଁ ଦେଲା, ଏ ଲକ୍ ମନର୍ ବାସ୍ତାଇ ଜେତେକ୍ କାଦି ଦାର୍ସି, ସେତ୍କି ବର୍ତି କରି ଦିଆସ୍, ଆରି ସବୁଲକର୍ ଡାବୁ ସବୁଲକର୍ ବାସ୍ତାଇ ସଙ୍ଗୁଆ । 2 ଆରି ସାନ୍ଟାର୍ ବାସ୍ତାଇ ତାର୍ କାଦି ଗେନ୍ବା ଡାବୁ ସଙ୍ଗେ ଆମର୍ ସେ ରୁପା ଗିନା ସଙ୍ଗୁଆ ତାର୍ପଚେ ସେ ଜସେପର୍ କାତା ଅନୁସାରେ କଲାଇ । 3 ଆରି ସାକାଲ୍ ପାଉଁପାଉଁ ଦାପ୍ରେ, ସେମନ୍ ଗଦ ମନର୍ ସଙ୍ଗେ ଜିବାକେ ବାରଇଲାଇ । 4 ଆରି ନଅଁର୍ ତେଇ ଅନି ବାରଇ ବେସି ଦୁର୍ ନ ଜାଇତେ, ଜସେପ୍ ନିଜର୍ ଗରର୍ ମାଲିକ୍କେ କଇଲା, ତମେ ଉଟି ସେ ଲକ୍ ମନର୍ ପଚ୍ପଚ୍ ପାଲାଇ ଜାଇ ସେମନର୍ ସଙ୍ଗ୍ ଦାରି କୁଆ, ତମେ ନିମାନ୍ ବାଦୁଲେ କାଇକେ ଆସାର୍ କାମ୍ କଲାସ୍ ? 5 ଆମର୍ ମାଲିକ୍ ଜନ୍ ମୁତାଇ ପାନି କାଇସି, ଆରି ଜାର୍ ଲାଗି ଜଗ୍ଦେକ୍ସି , ସେ ଗିନା କାଇ ଏଟା ନଏଁ କି ? ଏ ରକାମ୍ କାମର୍ ଲାଗି ତମେ ଦସ୍ କରି ଆଚାସ୍ ।
6 ଜସେବର୍ ଦାସ୍ ତାର୍ କାତା ମାନି କରି ଗଡାଉପ୍ରେ ଚଗିକରି କେଦ୍ଲାଇ ତାର୍ ପଚେ ସେ ସେମନ୍କେ ବେଟ୍ ଅଇକରି ଜସେବର୍ କାତା କଇଲାଇ। 7 ତାର୍ପଚେ ଦାସ କଇଲା, ଆମର୍ ମାଲିକ୍ କାଇକେ ଏ ରକାମ୍ କାତା କଇଲାନି ? ଆରି ତମର୍ ଦାସ୍ ମନର୍ ଏ ରକାମ୍ କାତା କଇଲାନି । 8 ଦେକା ନିଜର୍ ନିଜର୍ ବାସ୍ତାଇ ଅନି ଆଗ୍ତୁ ଜନ୍ ଡାବୁ ପାଇ ରଇଲୁ, ସେ ଡାବୁ ଆମେ କିଣାନ୍ ଦେସେ ଅନି ଆରି ତରେକ୍ ତମର୍ ଲଗେ ଆନ୍ଲୁ, ତେବେ କାଇକେ ତମର୍ ମାଲିକ୍ ଗରେ ଅନି ସୁନା କି ରୁପା ଚରାଇବୁ ? 9 ତମର୍ ଦାସ୍ମନର୍ ବିତ୍ରେ ଅନି ସେଟା ମିଲ୍ସି , ସେ ମର, ଆରି ଆମେ ମିସା ମାଲିକ୍ର୍ ଦାସ୍ ଅଇବୁ ।
10 ତାର୍ପଚେ ସେ କଇଲା, ନିମାନ୍, ତମର୍ କାତା ଇସାବ୍ରେ ଅଅ, ଜାର୍ ଲଗେ ଅନି ସେଟା ମିଲ୍ସି, ସେ ଆମର୍ ଦାସ୍ ଅଇସି, ମାତର୍ ଅଲ୍ଗା ଲକ୍ ମୁକ୍ତି ନ ଅଅତ୍ । 11 ସେଡ୍କି ବେଲେ ସେମନ୍ ଦାପ୍ରେ ନିଜର୍ ନିଜର୍ ବାସ୍ତା ଉତ୍ରାଇ ସବୁଲକ୍ ନିଜର୍ ନିଜର୍ ବାସ୍ତା କୁସ୍ଲାଇ ବାର୍ ଦାର୍ଲାଇ । 12 ସେ ଗରର୍ ମାଲିକ୍ ବଡ୍ ତେଇ ଅନି ଆରାମ୍ କରି ସାନ୍ଟା ବାଇର୍ ଜାକ କଜି କଜି ଗାଲା, ଆରି ବିନିଆମିନର୍ ବାସ୍ତାଇ ଅନି ସେ ଗିନା ମିଲ୍ଲା । 13 ସେଡ୍କିବେଲେ ସେମନ୍ ନିଜର୍ ନିଜର୍ ବସ୍ତର୍ ଚିର୍ଲାଇ, ଆରି ସର୍ତେ ଲକ୍ ଗଦ ଉପ୍ରେ ଲାଦିକରି ନଅଁରେ ବାଉଡି ଗାଲାଇ ।
14 ଆରି ଜିଉଦା ଆରି ତାର୍ ବାଇମନ୍ ଜସେପର୍ ଗରେ ପୁର୍ଲାଇ, ତେବର୍ ପାଇ ସେମନ୍ ତାର୍ ମୁଆଟେ ଡୁଲିକରି ଜୁଆର୍ କଲାଇ । 15 ତେବେ ଜସେପ୍ ସେମନ୍କେ କଇଲା, ତମେ ଏ ରକାମ୍ କାମ୍ କାଇକେ କଲାସ୍ ? ଆମର୍ ପାରା ଲକ୍ଜେ ସତ୍ସେ ଜଗ୍ଦେକି କରି କଇ ପାର୍ସି, ଏଟା କାଇ ତମେ ନାଜା ନାସ୍ ।
16 ତାର୍ପଚେ ଜିଉଦା କଇଲା, ଆମେ ମାପ୍ରୁର୍ ମୁଆଟେ ଆରି କାଇ ବଲିକରି ଉତର୍ ଦେବୁ ? ଆରି କାଇ କାତା କଇବୁ ? ଆରି କାଇ ପାରା ନିଜ୍କେ ଦସ୍ ନଇଲା ପାରା କର୍ବି ? ପର୍ମେସର୍ ନିଜର୍ ଦାସ୍ମନର୍ ଅପ୍ରାଦ୍ ଦେକାଇ ଦେଇ ଆଚେ, ଦେକା, ଆମେ, ଆରି ଜାର୍ଲଗେ ଅନି ଗିନା ମିଲ୍ଲାଆଚେ, ସେ, ଆରି ଆମେ ସବୁଲକ୍ ମାଲିକର୍ ଦାସ୍ ଅଇବୁ।
17 ତାର୍ପଚେ ଜସେପ୍ କଇଲା, ଏରକାମ୍ କମ୍ ଆମ୍କେ ନ କର, ଜାର୍ଲଗେ ଅନି ଗିନା ମିଲିଆଚେ, ସେ ଆମର୍ ଦାସ୍ ଅଇସି, ମାତର୍ ତମେ ନିମାନ୍ ସଙ୍ଗ୍ ବାବାର୍ ଲଗେ ଜାଆ ।
18 ତାର୍ପଚେ ଜିଉଦା ଜସେପ୍ର୍ ଲଗେ ଜାଇ କଇଲା, ମାଲିକ୍, ତର୍ ଏ ଦାସ୍କେ ମାଲିକର୍ କାନେ ପଦେକ୍ ବାବୁଜିଆ କର୍ବାକେ ଆଦେସ୍ ଦେ ଆରି ନିଜର୍ ଦାସର୍ ତେଇ ନିଜର୍ ରିସା ନ ଅ, କାଇକେକି ତମେ ପାରର୍ ପାରା ଆଚୁସ୍ । 19 ମାଲିକ୍ ନିଜର୍ ଦାସ୍ ମନ୍କେ ପାଚାର୍ଲା ତମର୍ ବାବା କି ବାଇ ମନ୍ ଆଚତ୍କି ? 20 ତାର୍ପଚେ ଆମେ ସେ ମାପ୍ରୁ ପାରା ଲକ୍କେ ଉତର୍ ଦେଇ ରଇଲୁ, ଆମର୍ ବାବା ଆଚେ, ସେ ଡକ୍ରା ଲକ୍, ଆରି ତାର୍ ଡକ୍ରା ବେଲର୍ ଗଟେକ୍ ପିଲା ଆଚେ, ସେ ସାନ୍ଟା ଆଚେ, ମାତର୍ ତାର୍ ସଙ୍ଗର୍ ଲକ୍ ମରିଜାଇ ଆଚେ, ସେ ଆକା ତାର୍ ମାଆର୍ ଗଟେକ୍ ପିଲା, ତେବେ ତାର୍ ବାବା ତାକେ ବେସି ଲାଡ୍ କର୍ସି । 21 ତେବେ ତମେ ଏ ଦାସ୍ମନ୍କେ କଇ ରଇଲାସ୍, ତମେ ତାକେ ମର୍ ଲଗେ ଆନ୍, ଆମେ ତାକେ ନିଜର୍ ଆଁକି ସଙ୍ଗେ ଦେକ୍ବି । 22 ତେବେ ଆମେ ମାଲିକ୍କେ କଇରଇଲୁ, ସେ ଦାଙ୍ଗ୍ଡା ବାବାକେ ଚାଡି ନାପାରେ, ସେ ତାର୍ ବାବାକେ ଚାଡି ଆଇଲେ ତାର୍ ବାବା ମରି ଜାଇସି । 23 ତାର୍ପଚେ ତମେ ଏ ଦାସ୍ମନ୍କେ କଇଲା, ତମର୍ ସଙ୍ଗେ ସାନ୍ ବାଇ ନ ଆଇଲେ, ତମେ ଆରି ଆମର୍ ମୁଁ କେ ଦେକି ନାପାରାସ୍ ।
24 ତାର୍ପଚେ ଆମେ ତମର୍ ଦାସ୍ ଜେ ମର୍ ବାବା, ତାର୍ ଲଗେ କେଟି କରି ତାକେ ମାପ୍ରୁ ପାରା ଲକର୍ ବିସଇ ସବୁ କାତା କଇଲୁ । 25 ତାର୍ପଚେ ଆମର୍ ବାବା କଇଲା, ତମେ ଆରିତରେକ୍ ଜାଇ ଆମର୍ ପାଇଁ କାଦି ଗେନି ଆନା । 26 ତେଇ ଆମେ କଇଲୁ, ଜାଇ ନାପାରୁ, ଜେବେ ସାନ୍ ବାଇ ଆମର୍ ସଙ୍ଗେ ରଇସି, ତେବେ ଜାଇ ପାର୍ବୁ, କାଇକେ ବଇଲେ ସାନ୍ ବାଇ ଆମର୍ ସଙ୍ଗେ ନ ରଇଲେ, ଆମେ ସେ ଲକର୍ ମୁଁ କେ ଦେକି ନାପାରୁ । 27 ତାର୍ପଚେ ନିଜର୍ ଦାସ୍ ମର୍ ବାବା, ସେ ଆମ୍କେ କଇଲା, ତମେ ଜାନାସ୍, ମର୍ ମାଇଜି ରାଏଲ୍ ତେଇ ଅନି ମାତର୍ ଦୁଇଟା ପିଲା ଅଇ ରଇଲା । 28 ସେମନର୍ ବିତ୍ରେ ଅନି ଗଟେକ୍ ପିଲା ଆମର୍ ଲଗେ ଅନି ବାରିଗାଲା, ତେବେ ଆମେ କଇଲୁ, ସେ ସତ୍ସେ ବନର୍ ଜନ୍ତୁ କଣ୍ଡ୍ କଣ୍ଡ୍ କରି ଚିନ୍ବିନ୍ କରି ଆଚେ, ଆରି ସେ ଦିନେ ଅନି ଆମେ ଆରି ତାକେ ଦେକୁନାଇ । 29 ତେବେ ଆମର୍ ଲଗେଅନି ଆକେ ଦାରି ଗାଲେ ଜେବେ ଆକେ କାଇମିସା ବିପଦ୍ ଆଇସି , ତେବେ ତମେ ଆମ୍କେ ଦୁକ୍ରେ ଏ ପାଚ୍ଲା ଚେଣ୍ଡି ସଙ୍ଗେ ପାତାଲେ ପାଟାଇସି ।
30 ତେବେ ତର୍ ଦାସ୍ ମର୍ ବାବା, ତାର୍ ଲଗେ ମୁଇଁ କେଟ୍ଲେ, ମର୍ ସଙ୍ଗେ ଜେବେ ଏ ଦାଙ୍ଗ୍ଡା ନ ରଏ, ତେବେ ଏ ଦାସଙ୍ଗ୍ଡା ନ ରଇବାଟା ଦେକି ସେ ଦାପ୍ରେ ମରି ଜାଇସି । 31 କାଇକେ ବଇଲେ ତାର୍ ବାବାର୍ ଜିବନ୍ ଏ ଦାଙ୍ଗ୍ଡାର୍ ଜିବନେ ବାନ୍ଦିଅଇ ଆଚେ । ତାର୍ପଚେ ତମର୍ ଏ ଦାସ୍ମନ୍ ଦୁକ୍ରେ ପାଚ୍ଲା କଣ୍ଡିତେଇ ତମର୍ ଦାସ୍ ଆମର୍ ବାବାକେ କବର୍ଟାନେ ପାଟାଇସି । 32 ଆରି, ତମର୍ ଦାସ୍ ମୁଇଁ, ନିଜର୍ ବାବାର୍ ଲଗେ ଏ ଦାଙ୍ଗ୍ଡାର୍ ଲଗେ ଅଇ କଇଆଚି ମୁଇଁ ଜେବେ ତାକେ ତମର୍ ପାକେ ନ ଆନେ, ତେବେ ମୁଇଁ ମର୍ ମର୍ବା ଜାକ ବାବାର୍ ଲଗେ ଦସି ଅଇବି । 33 ତେବେ ବାବୁଜିଆ କରି କଇଲିନି, ମାପ୍ରୁ ପାରା ଲକର୍ ଲଗେ ଏ ଦାଙ୍ଗ୍ଡାର୍ ବାଦୁଲେ ତମର୍ ଦାସ୍ ମୁଇଁ ଅଇବି , ମାତର୍ ଏ ଦାଙ୍ଗ୍ଡାକେ ବାଇମନ୍ର୍ ସଙ୍ଗେ ପାଟାଇ ଦିଆସ୍ । 34 କାଇକେ ବଇଲେ ଏ ଦାଙ୍ଗ୍ଡା ମର୍ ସଙ୍ଗେ ନ ରଇଲେ, ମୁଇଁ କେନ୍ତି ବାବାର୍ ଲଗେ ଜାଇ ପାର୍ବି ? ଆରି ବାବାକେ ଜନ୍ ବିପଦ୍ ଗଟ୍ସି, ସେଟା କେନ୍ତି ଆରି ଦେକି ପାର୍ବି ?