1 ଅବ୍ରାମର୍ ମାଇଜି ସାରିକେ ପିଲାଟକି ନ ଅଇ ରଇଲାଇ,ଆରି, ଆଗାର୍ ନାଉଁର୍ ଗଟେକ୍ ମିସରିଆ ଗତି ଦାଙ୍ଗ୍ଡି ରଇଲା । 2 ତାର୍ପଚେ ସାରି ଅବ୍ରାମ୍କେ କଇଲା, ଦେକ୍ ସବୁବେଲର୍ ମାପ୍ରୁ ମକେ ବାଞ୍ଜି କରିଆଚେ, ସେଟାର୍ ପାଇ ମୁଇଁ ଗୁଆରି କଲିନି, ତୁଇ ମର୍ ଏ ଗତି ଦାଙ୍ଗ୍ଡି ସଙ୍ଗେ ସୁଆବସା କର୍, କେ ଜାନେ ମୁଇଁ ଆର୍ ପାଇଁ ପିଲା ପାଇ ପାର୍ବି କାଇକି । ତେବେ ଅବ୍ରାମ୍ ସାରିର୍ କାତାରେ ରାଜି ଅଇଲା । 3 ଅବ୍ରାମ୍ କିଣାନ୍ ଦେସେ ଦସ୍ ବରସ୍ ବାସାକଲା ପଚେ, ତାର୍ ମାଇଁଜି ସାରି ନିଜର୍ ମିସିରିୟା ଗତି ଦାଙ୍ଗ୍ଡି ଆଗାର୍କେ ନେଇ ନିଜର୍ ମୁନୁସ୍ ଅବ୍ରାମ୍ ସଙ୍ଗେ ବିବା କରି ଦେଲା । 4 ତାର୍ପଚେ ଅବ୍ରାମ୍ ଆଗାର୍ ସଙ୍ଗେ ସୁଆବସା କଲାକେ, ସେ ଗାଗ୍ଡେ ଅଇଲା, ଆରି ନିଜେ ଗାଗ୍ଡେ ଅଇ ଆଚି ବଲି କରି ଜାନି, ସେ ନିଜର୍ ମାଲିକ୍ନିକେ ଗିନ୍ କର୍ବାକେ ଲାଗ୍ଲା,
5 ତାର୍ପଚେ ସାରି ଅବ୍ରାମ୍କେ କଇଲା, ମର୍ପାକେ ଅନିଆଇର୍ ପଲ୍ ତର୍ ଅଅ, ମୁଇଁ ନିଜର୍ ଜନ୍ ଗତି ଦାଙ୍ଗ୍ଡିକେ ତର୍ ମାଇଜି ଅଇବାକେ ଦେଇଆଚି, ସେ ଏବେ ଗାଗ୍ଡେ ଅଇଆଚି ବଲି ଜାନି ମକେ ଗିନ୍ କଲାନି, ସବୁବେଲର୍ ମାପ୍ରୁ ତକେ ଆରି ମକେ ବିଚାର୍ କର । 6 ତାର୍ପଚେ ଅବ୍ରାମ୍ ସାରାକେ କଇଲା । ଦେକ୍, ତର୍ ଗତିଦାଙ୍ଗ୍ଡି ତର୍ ଆତେ ଆଚେ, ତକେ ଜାଇଟା ନିମାନ୍ ଲାଗ୍ଲେ, ସେଟା ତାକେ ତୁଇ କର୍ । ତାର୍ପଚେ, ସାରି ଆଗାର୍କେ ବେସି କରାପ୍ କାତାବାର୍ତା କଲାକେ, ସେ ତାର୍ ତେଇ ଅନି ଉଟିଗାଲା । 7 ତାର୍ପଚେ ସବୁବେଲର୍ ମାପ୍ରୁ ଦୁତ୍ ଡଙ୍ଗର୍ ପାଲି ବାଟର୍ ଗଟେକ୍ ଚୁଆ ଲଗେ ସୁରର୍ ଜାଗାର୍ ବାଟ୍ ଲଗେ ଜନ୍ ଚୁଆ ପାନି ଆଚେ,ସେ ଲଗେ ତାକେ ଦେକି କଇଲା। 8 ଆଗ ସାରାର୍ ଗତିଦାଙ୍ଗ୍ଡି ଆଗାର୍,ତମେ କନ୍ନ୍ତିଅନି ଆସି ଆଚୁସ୍ ? ଆରି କେନେ ଜାଇସା? ତାର୍ପଚେ ସେ କଇଲା ମୁଇ ନିଜର୍ ମାଲିକ୍ନି ସାରାର୍ ଲଗେଅନି ଚାଡି ଉଟିଗାଲିନି , 9 ସେଡ୍କିବେଲେ ସବୁବେଲର୍ ମାପ୍ରୁର୍ ଦୁତ୍ ତାକେ କଇଲା,ତର୍ ନିଜର୍ ସଅତନି ଲଗେ ବାଉଡିଜାଇ ଦରମ୍ ଅଇ ତାର୍ କାତାକେ ମାନିକରି ରଅ 10 ସବୁ ବେଲର୍ ମାପ୍ରୁର୍ ଦୁତ୍ ଆରିତରେକ୍ କଇଲା,ମୁଇ ତର୍ ବସ୍ ଏ ରକାମ୍ ବଡାଇବି ,ଜେ ବାଲିତେଇ ଅନି ମିସା ବେସି ଅଇବାଇ। 11 ସବୁ ବେଲର୍ ମାପ୍ରୁର୍ ଦୁତ୍ ଆରିତରେକ୍ କଇଲା, ଦେକ୍,ତୁଇ ଗାଗ୍ଡେ ଅଇ ଆଚୁସ୍,ତୁଇ ପିଲା ଜନମ୍ କର୍ସୁ,ତାର୍ ନାଉଁ ଇସ୍ମାଏଲ୍ ଦେଇସୁ,କାଇକେ ବଇଲେ ସବୁ ବେଲର୍ ମାପ୍ରୁ ତର୍ ଦୁକ୍ ସୁନ୍ଲା ଆଚେ। 12 ଆରି, ସେ ନର୍ ଲକ୍ ମନର୍ ବିତ୍ରେ ବନର୍ ଗଦ ପାରା ଅଇସି,ତାର୍ ଆତ୍ ସବୁ ଲକର୍ ବିରୁଦେ ଆରି ସବୁ ଲକର୍ ଆତ୍ ତାର୍ ବିରଦେ ରଇସି, ଆରି ସେ ନିଜର୍ ବାଇମନର୍ ସଙ୍ଗେ ଅସାନ୍ତିରେ ବାସା କର୍ସି।
13 ଆରି ଆଗାର୍ ନିଜର୍ ସଙ୍ଗେ କାତାବାର୍ତା ଅଇଲା ସବୁବେଲର୍ ମାପ୍ରୁର୍ ଏ ନାଉଁ ଦେଲା, ମଦର୍ସକ ପର୍ମେସରର୍, କାଇକେ ବଇଲେ ସେ କଇଲା, ଜେ ମକେ ଦେକ୍ଲାନି, ତାର୍ ଦର୍ସନ ଦେଲା ପଚେ ମୁଇ ଇତି ଆରି କାଇକେ ବଞ୍ଚିବି। 14 ତେବେ ସେ କୁଇଁକାଲର୍ ନାଉଁ ବେରଲୟ ରୟି ବଲିକରି ସଙ୍ଗଇଲାଇ। ସେ କୁଇଁକାଲ୍ କାଦେସ ଆରି ବେରଦ ଲଗେ ଆଚେ। 15 ତାର୍ ପଚେ ଆଗାର୍ ଅବ୍ରାମର୍ ପାଇଁ ପିଲା ଜନମ୍ କଲା ,ଅବ୍ରାମ୍ ଆଗାର୍ ତେଇ ଅନି ଜାତ୍ ଅଇଲା ନିଜର୍ ସେ ପିଲାର୍ ନାଉଁ ଇସ୍ମାଏଲ୍ ଦେଲା । 16 ଆଗାର୍ ଇସ୍ମାଏଲ୍କେ ଜନମ୍ କଲାବେଲ ଅବ୍ରାମ୍କେ ଅସେ ଚ ବରସ୍ ଅଇ ରଇଲା।