1 ଆରି ମିସର୍ ଦେସେ କାଦିକଣ୍ଡା ଆଚେ, ଏ କାତା ସୁନି ଜାକୁବ୍ ତାର୍ ପିଲା ମନ୍କେ କଇଲା, ତମେ କାଇକେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଦେକାଦେକି ଅଇଲାସ୍ନି ? 2 ସେ ଆରିତରେକ୍ କଇଲା, ଦେକା ମୁଇଁ ସୁନ୍ଲି ମିସର୍ ଦେସେ କାଦିକଣ୍ଡା ଆଚେ, ତେବେ ତମେ ତେଇଜାଇ ଆମର୍ ପାଇଁ କାଦିକଣ୍ଡା ଗେନି ଆନା, ସେନ୍ତାର୍ ଆଲେ ଆମେ ନ ମରି ଜିଇ ରଇବାର୍ ଅଇସି । 3 ତାର୍ପଚେ ଜସେପର୍ ଦସ୍ ବାଇ କାଦିକଣ୍ଡା ଗେନ୍ବାକେ ମିସର୍ ଦେସେ ଗାଲାଇ । 4 ମାତର୍ ଜାକୁବ୍ ଜସେପର୍ ବାଇ ବିନିଆମିନ୍କେ ତାର୍ ବାଇ ମନର୍ ସଙ୍ଗେ ପାଟାଏ ନାଇ; କାଇକେବଇଲେ ସେ କଇଲା, କେ ଜାନେ ଆକେ ବିପଦ୍ ଗଟ୍ସି ।
5 ସେଡ୍କିବେଲେ ତେଇ ଜିବା ଲକ୍ମନର୍ ବିତ୍ରେ ଜାକୁବର୍ ପିଲାମନ୍ କାଦିକଣ୍ଡା ଗେନ୍ବାକେ ଗାଲାଇ । 6 ସେବେଲେ ଜସେପ୍ ସେ ଦେସର୍ ମୁକିଆ ଅଇଲାକେ ଦେସର୍ ଲକ୍ ସବୁକେ କାଦିକଣ୍ଡା ବିକ୍ତେ ରଇଲା, ତାର୍ପଚେ ଜସେପର୍ ବାଇମନ୍ ଆସି ଜସେପ୍କେ ମାଣ୍ଡିକୁଟା ଦେଇ ଜୁଆର୍ କଲାଇ । 7 ସେଡ୍କିବେଲେ ଜସେପ୍ ତାର୍ ବାଇ ମନ୍କେ ଦେକି ଚିନ୍ଲା, ମାତର୍ ସେମନର୍ ଆଗେ ନ ଚିନ୍ଲା ଲକ୍ ପାରା କାତାବାର୍ତା କରି ଦମକାଇ କଇଲା ତମେ କନ୍ତି ଅନି ଆସି ଆଚାସ୍, ସେମନ୍ କଇଲାଇ, କିଣାନ୍ ଦେସେ ଅନି କାଦିକଣ୍ଡା ଗେନ୍ବାକେ ଆଇଲୁ ଆଚୁ ।
8 ମାତର୍ ଜସେପ୍ ତାର୍ ବାଇ ମନ୍କେ ଚିନ୍ଲା ମିସା ସେମନ୍ ତାକେ ଚିନି ନାପାର୍ଲାଇ । 9 ତେଇ ଜସେପ୍ ସେମନର୍ ବିସଇରେ ଜନ୍ ସପନ୍ ଦେକି ରଇଲା, ସେଟା ଏତାଇ କରି ସେମନ୍କେ କଇଲା, ତମେ ଚର୍ଲକ୍; ଦେସର୍ ବାଟ୍ ଦେକି ରଇବାକେ ଆସି ଆଚାସ୍ ।
10 ସେମନ୍ କଇଲାଇ, ନାଇ ମାପ୍ରୁ, ସେଟା ନାଇ, ଏ ଦାସ୍ମନ୍ କାଦିକଣ୍ଡା ଗେନ୍ବାକେ ଆସି ଆଚୁ । 11 ଆମେ ସବୁଲକ୍ ଗଟେ ଲକର୍ ପିଲାମନ୍, ଆମେ ବିସ୍ବାସି ଲକ୍, ତର୍ ଏ ଦାସ୍ମନ୍ ଚର୍ ନଅତ୍ । 12 ତେବେ ସେ ସେମନ୍କେ କଇଲା, ନାଇନାଇ ତମେ ଦେସର୍ ବାଟ୍ ଦେକି ରଇବାକେ ଆସି ଆଚାସ୍ ।
13 ସେମନ୍ କଇଲାଇ, ତମର୍ ଏ ଦାସ୍ମନ୍ ବାର୍ ବାଇ, କିଣାନ୍ ଦେସେ ବାସା ଅଇ ରଇଲାଇ ଗଟେକ୍ ଲକର୍ ପିଲା, ଆରି ସୁନ୍, ସାନ୍ ବାଇ ବାବାର୍ ଲଗେ ଆଚେ, ଆରି ଗଟେକ୍ ଲକ୍ ନାଇ ।
14 ତାର୍ପଚେ ଜସେପ୍ ସେମନ୍କେ କଇଲା, ଆମେ ତମ୍କେ ଚର୍ ବଲି କରି ଜାଇଟା କଇରଇଲି, ତମେ ସେମନ୍ ସେ ପାରା ଲାଗ୍ଲାନି । 15 ଏଟାର୍ପାଇଁ ତମ୍କେ ପରିକା କରା ଅଇସି, ଆମେ ପାରର୍ ଜିବନ୍କେ ପର୍ମାନ୍ କରି କଇଲିନି, ତମର୍ ସାନ୍ ବାଇ ଇତି ନ ଆଇଲେ, ତମେ ଇତି ଅନି ଜାଇ ନାପାରାସ୍ । 16 ତମର୍ ବିତ୍ରେ ଅନି ଗଟେ ଲକ୍କେ ପାଟାଆ, ସେ ତମର୍ ବାଇକେ ଡାକି ଆନ, ତମେ ସବୁ ପୁରିରୁଆ, ତମର୍ କାତା ସତ୍ କି ନାଇ, ପରିକା ଆଇଲେ ଜାନା ପଡ୍ସି, ନଇଲେ ଆମେ ପାରର୍ ଜିବନ୍କେ ପର୍ମାନ୍ କରି କଇଲୁନି, ତମେ ସବୁ ସତ୍ସେ ଚର୍ମନ୍ । 17 ତାର୍ପଚେ ଜସେପ୍ ସେମନ୍କେ ତିନ୍ ଦିନ୍ ତାନାଇ ବନ୍ଦ୍କରି ସଙ୍ଗଇଲା ।
18 ଆରି ତିନ୍ ନମର୍ ଦିନେ ଜସେପ୍ ସେମନ୍କେ କଇଲା, ପର୍ମେସରର୍ ଲଗେ ଆମର୍ ଗର୍ ଆଚେ, ତେବେ ଏ କାମ୍ କରା, ତେବେ ବଞ୍ଚ୍ସା । 19 ତମେ ଜେବେ ବିସ୍ବାସ୍ ଲକ୍, ତେବେ ନିଜର୍ ବିତ୍ରେ ଅନି ଗଟେ ବାଇକେ ଏ ତାନା ଗରେ ବନ୍ଦ୍ କରି ମର୍ଡି ପାଇ ଗରେ କାଦି ନିଆ । 20 ମାତର୍ ତମେ ତମର୍ ସାନ୍ ବାଇକେ ମର୍ ଲଗେ ଆନା, ତାର୍ ଆରି ତମର୍ କାତା ସମାନ୍ ଅଇଲେ ତମେ ନ ମରାସ୍ । ତେବେ ସେମନ୍ ସେନ୍ତାର୍ କଲାଇ ।
21 ତାର୍ପଚେ ସେମନ୍ ଗଟେ ଲକ୍ ଆରିଗଟେ ଲକର୍ ସଙ୍ଗେ କାତାବାର୍ତା ଅଇଲାଇ, ଆମେ ନିଜର୍ ବାଇ ବିସଇରେ ସତ୍ସେ ଦସ୍ କରି ଆଚୁ, ସେ ଆମ୍କେ ବିନତି କର୍ବା ବେଲେ ଆମେ ତାର୍ ଜିବନର୍ କଲି କରମ୍ ଦେକ୍ଲେ ମିସା ସେଟା ନ ସୁନ୍ଲୁ, ସେଟାର୍ ପାଇଁ ଆମ୍କେ ଏ ବିପଦ୍ ଆସି ଆଚେ ।
22 ସେଡ୍କିବେଲେ ରୁବେନ୍ ସେମନ୍କେ କଇଲା ତମେ ସେପିଲାର୍ ବିସଇରେ ପାପ୍ କରାନାଇଁ, ଏକାତା କାଇ ତମ୍କେ କଇନାଇଁ କି? ଏଲେ ମିସା ତମେ ସୁନାସ୍ ନାଇ, ସେଟାର୍ ପାଇଁ ଦେକା, ଏବେ ତାର୍ ରକତର୍ ଇସାବ୍ ନେଇ ଅଇଲାନି । 23 ମାତର୍ ଜସେପ୍ ସେମନର୍ କାତା ବାର୍ତା ବୁଜ୍ଲା, ଏଟା ସେମନ୍ ଜାନି ନାପାର୍ଲାଇ, କାଇକେବଇଲେ ସେ ବିନ୍ ରକାମ୍ ବାସା ସଙ୍ଗେ ସେମନର୍ ସଙ୍ଗେ କାତା ଅଇତେ ରଇଲା, 24 ତାର୍ପଚେ ଜସେପ୍ ସେମନର୍ ଲଗେ ଅନି ଜାଇ କାନ୍ଦ୍ଲା, ଆରିତରେକ୍ ଆସି ସେମନର୍ ସଙ୍ଗେ କାତା ବାର୍ତା ଅଇ ସେମନର୍ ବିତ୍ରେ ଅନି ସିମିଅନ୍କେ ଦାରି ସେମନର୍ ସାମ୍ନାଇ ବାନ୍ଦ୍ଲାଇ ।
25 ତେଇ ଜସେପ୍ ସେମନର୍ ବାସ୍ତାଇ କାଦିକଣ୍ଡା ବର୍ତି କରି ସବୁଲକର୍ ମୁନାଇ ଡାବୁ ବାଉଡାଇ ଦେବାକେ ଆରି ସେମନ୍କେ ନିମାନ୍ କାଦି ଦେବାକେ ଆଗିଆଁ ଦେଲା, ତାର୍ପଚେ ସେମନ୍ ସେନ୍ତାର୍ କଲାଇ , 26 ତେବେ ସେମନ୍ ନିଜର୍ ନିଜର୍ ଗଦ ଉପ୍ରେ କାଦିକଣ୍ଡା ଲାଦି ତେଇ ଅନି ଗାଲାଇ । 27 ଆରି ମଜାବାଟେ ସେମନ୍ ପୁଣ୍ଡ୍ବାକେ ବସ୍ଲାଇ, ସେଡ୍କିବେଲେ ଗଟେକ୍ ଲକ୍ ଗଦକେ କୁଆଇବାକେ ବାସ୍ତା କୁସ୍ଲାଇଲା, ଆରି ଦେକ୍ଲା ତାକର୍ ନିଜର୍ ଡାବୁ ବାସ୍ତାଇ ଆଚେ, କାଇକେବଇଲେ ବାସ୍ତା ବିତ୍ରେ ଡାବୁ ରଇଲା । 28 ତାର୍ପଚେ ସେ ତାର୍ ବାଇମନ୍କେ କଇଲା, ମର୍ ଡାବୁ ବାଉଡି ଆଇଲାଆଚେ, ଏଦେ ଦେକା, ସେଟା ମର୍ ବାସ୍ତାଇ ମିସା ଆଚେ । ତେବେ ସେମନ୍ ଡରି ଗାଲାଇ, ଆରି ସେମନ୍ ଆଉଲି ଅଇ ଗଟେଲକ୍ ଆରିଗଟେ ଲକ୍କେ ଦେକି କଇଲାଇ, ପର୍ମେସର୍ ଆମର୍ ପାଇଁ ଏଟା କାଇକାମ୍ କଲା ?
29 ତାର୍ପଚେ ସେମନ୍ କିଣାନ୍ ଦେସେ ନିଜର୍ ବାବା ଜାକୁବର୍ ଲଗେ କେଟି ସେମନ୍କେ ଜାଇଟା ଅଇ ରଇଲା ସେଟା ସବୁ ତାକେ ଜାନାଇ କଇଲାଇ,
30 ଜନ୍ ଲକ୍ ସେ ଦେସର୍ ମୁକିଆ, ଆମ୍କେ ଦେସର୍ ଚର୍ମନ୍ ବଲି ରିସା କାତା ମନ୍ କଇଲା । 31 ତାର୍ପଚେ ଆମେ ତାକେ କଇଲୁ, ଆମେ ବିସ୍ବାସି ଲକ୍, ଚର୍ ନଉଁ । 32 ଆମେ ବାର ବାଇ ସବୁଲକ୍ ଗଟେ ବାବାର୍ ପିଲାମନ୍, ଆମର୍ ବିତ୍ରେ ଗଟେ ଲକ୍ ନାଇ, ଆରି କିଣାନ୍ ଦେସେ ବାବାର୍ ଲଗେ ଆରି ଗଟେ ସାନ୍ ବାଇ ଆଚେ । 33 ସେଡ୍କିବେଲେ ଦେସର୍ ମୁକିଆ ଲକ୍ ଆମ୍କେ କଇଲା, ଏନ୍ତାର୍ କଲେ ଆମେ ତମ୍କେ ବିସ୍ବାସି ଲକ୍ ବଲି ବୁଜି ପାର୍ବୁ, ତମେ ନିଜର୍ ଗଟେ ବାଇକେ ଆମର୍ ଲଗେ ଚାଡି ନିଜର୍ ଗରର୍ ମର୍ଡି ପାଇଁ କାଦିକଣ୍ଡା ନିଆ। 34 ଆରି ଆମର୍ ସାନ୍ ବାଇକେ ଆମର୍ ଲଗେ ଆନ୍, ତେବେ ତମେ ବିସ୍ବାସି ଲକ୍, ଚର୍ ନୁଆଁସ୍, ଏଟା, ଜାନ୍ବି, ତାର୍ପଚେ ତମର୍ ବାଇକେ ଦେଇ ଦେବି, ଆରି ତମେ ଏ ଦେସେ ବେବାର୍ କରି ପାର୍ସା ।
35 ତାର୍ପଚେ ସେମନ୍ ବାସ୍ତା କୁସ୍ଲାଇଲାକେ, ସବୁ ଲକର୍ ନିଜର୍ ନିଜର୍ ବାସ୍ତା ବିତ୍ରେ ଅନି ଡାବୁ ଦେକ୍ ଲାଇଲାଇ । ତେବେ ସେ ସବୁ ଡାବୁ ଦେକି, ସେମନ୍ ଆରି ସେମନର୍ ବାବା ଡରିଗାଲା । 36 ତାର୍ପଚେ ସେମନର୍ ବାବା ଜାକୁବ୍ କଇଲା, ତମେ ମକେ ପିଲା ନଇଲା ପାରା କଲାସ୍ନି, ଜସେପ୍ ନାଇ, ସିମିଅନ୍ ନାଇ, ଆରି ବିନିଆମିନ୍କେ ମିସା ଡାକି ନେବାକେ ଇଚା କଲାସ୍ନି, ଏସବୁ ସିନା ମର୍ ପାଇଁ ଅଇଲାନି ।
37 ତାର୍ପଚେ ରୁବେନ୍ ବାବାକେ କଇଲା, ମୁଇଁ ଜଦି ତମର୍ ଲଗେ ବିନିଆମିନ୍କେ ନ ଆନ୍ଲେ, ତେବେ ତମେ ମର୍ ଦୁଇଟା ପିଲାକେ ମାରିଦେସ୍, ତର୍ ଆତେ ତାକେ ଦେଇ ଦେବି, ମୁଇଁ ତାକେ ଆରିତରେକ୍ ତମର୍ ଲଗେ ଆନିଦେବି ।
38 ତେବେ ସେ କଇଲା, ମର୍ ପିଲା ତମର୍ ସଙ୍ଗେ ନ ଜାଏ, ତାର୍ ବାଇ ମରି ଆଚେ, ମାତର୍ ତାର୍ ସଙ୍ଗାରି ମରି ଆଚେ, ସେ ଗଟେକ୍ ଲକ୍ ଆଚେ, ତମେ ଜନ୍ ବାଟେ ଗାଲାସ୍ନି, ତାର୍ପଚେ ଆକେ ଜେବେ କନ୍ ମିସା ବିପଦ୍ ଗଟ୍ସି, ତେବେ ତମେ ମକେ ଦୁକ୍ରେ ଏ ଚେଣ୍ଡି ତେଇ କବର୍ ପାଟାଇସା ।