1 ତାର୍ ପଚେ ପର୍ମେସର୍ ନଅକେ ଆରି ତାର୍ ପିଲାଜିଲା ମନ୍କେ ଆସିର୍ବାଦ୍ କରି କଇଲା, ତମେମନ୍ ବେସିଲକ୍ ଉଆ, ବେସି ବଁସ୍ ଉଆ, ଆରି ପୁର୍ତିବିକେ ପୁରାପୁରୁନ୍ କରା, 2 ପୁର୍ତିବିର୍ ସବୁଜନ୍ତ୍, ଆରି ସବୁଜାକ ଚଡଇ ଆରି ବୁଏଁ ବାସାଅଇ ରଇବା ଜିବ୍ଜନ୍ତ୍ ଆରି ପେଟ୍ସଙ୍ଗ୍ ରାଙ୍ଗ୍ବା ଜନ୍ତ୍ମନ୍ ଆରି ସମ୍ଦୁରର୍ ମାଚ୍, ସବୁଜାକ ତମର୍ ଆତେ ସର୍ପି ଦେଇଆଚୁ । 3 ସବୁ ଇଣ୍ଡାବୁଲା ଅଇବା ଜନ୍ତ୍ମନ୍କେ ତମେ କାଇ ପାର୍ସା, ଆମେ ସବୁ ରଙ୍ଗର୍ ସାଗ୍ପାରା ଏଟାମନ୍ ସବୁଜାକ ତମ୍କେ ଦେଲୁ, 4 ମାତର୍ ତମେ ଜିବନ୍ ବନି ମିସି ରଇବା ମାଉଁସ୍ କାଆ ନାଇ । 5 ଆରି ଆମେ ତମର୍ ଜିବନର୍ ବନିର୍ ବାଦ୍ଲା ନେବାଟା ନେବୁ ଆକା, ସବୁ ଜିବ୍ଜନ୍ତୁ ଲଗେ ଅନି ଅଅକି ନର୍ଲକର୍ ତେଇ ଅନି ଅଅ, ତାର୍ ବାଦ୍ଲା ନେବୁ, ଆମେ ସବୁ ନର୍ଲକର୍ ବାଇର୍ ତି ଅନି ନର୍ଲକର୍ ଜିବନର୍ ବାଦ୍ଲା ନେବି । 6 ଜେ କି ନର୍ଲକ୍କେ ମାର୍ସି, ସେ ଲକର୍ ବାଦୁଲେ ତାକେ ମାରା ଅଇସି, କାଇକେ ବଇଲେ ପର୍ମେସର୍ ନିଜର୍ ବାନିମୁର୍ତି କରି ନର୍ ଲକ୍କେ ତିଆର୍ କଲା ଆଚେ । 7 ତମେ ବେସି ଲକ୍ ଉଆ ଆରି ବେସି ବଁସ୍ ଉଆ ଆରି ପୁର୍ତିବି ତେଇ ପୁରାପୁରୁନ୍ ଉଆ,
8 ଆରିତରେକ୍ ପର୍ମେସର୍ ନଅକେ ଆରି ତାର୍ ସଙ୍ଗେ ରଇଲା ପିଲାମନ୍କେ କଇଲା, 9 ଦେକା, ତମର୍ ସଙ୍ଗ୍ ଆରି ତମର୍ ଆଗ୍କେ ଆଇବା ବଁସ୍ ସଙ୍ଗ୍ ଆରି ତମର୍ ସଙ୍ଗେ ଆରି ସବୁ ଜନ୍ତ୍ଜିଆତ୍ ସଙ୍ଗେ, 10 ଆରି ଜାଜେ ଅନି ବାରଇଲା ଗାଅଁର୍ ଆରି ବନର୍ ଜନ୍ତ୍ ଆରି ଚଡଇ ସଙ୍ଗେ ପୁର୍ତିବିର୍ ସବୁ ଜିବ୍ଜନ୍ତୁ ସଙ୍ଗେ ମୁଇ ନିଜର୍ ନିଅମ୍ ତିଆର୍ କରି ଆଚି। 11 ଆମେ ତମର୍ ସଙ୍ଗେ ଏ ନିଅମ୍ ତିର୍ କର୍ବୁ, ସବୁ ଜନ୍ତ୍ମନ୍ ବଡ୍ ବାଉ ପବନ୍ ଆଇଲେ ମରି ନ ଜାଅତ୍ ଆରି ପୁର୍ତିବିକେ ବିନାସ୍ କର୍ବାକେ ଆରି ବଡ୍ ବର୍ସା ନ ମାରେ । 12 ଆରି ତରେକ୍ ପର୍ମେସର୍ କଇଲା, ମୁଇ ତମର୍ ସଙ୍ଗେ ଆରି ତମର୍ ସଙ୍ଗେ ରଇବା ସବୁ ଜନ୍ତ୍ ଜିଆତ୍ ସଙ୍ଗେ ପିଡିକେ ପିଡି ଦାରି କେବେ ନ ସାର୍ବା ଜାକ ଜନ୍ ନିଅମ୍ ତିର୍ କଲୁଆଚୁ,ତାର୍ ଚିନ୍ ଏଟା , 13 ଆମେ ମେଗେ ନିଜର୍ ଇନ୍ଦ୍ରଦୁନୁ ତିଆର୍ କରି ଆଚୁ, ସେଟା ପୁର୍ତିବି ସଙ୍ଗେ ଆମର୍ ରାଜି ନାମାର୍ ଚିନ୍ ଅଇସି, 14 ସେଡ୍କି ବେଲେ ଆମେ ପୁର୍ତିବି ଉପ୍ରେ ମେଗ୍ ଟେକାଇବି ସେଡ୍କି ବେଲେ ସେ ଇନ୍ଦର୍ଦୁନୁ ମେଗ୍ ଦେକାଇସି । 15 ସେଡ୍କିବେଲେ ତମର୍ ସଙ୍ଗେ ଆରି ମାଉସ୍ ରଇବା ସବୁ ଜାକ ଜନ୍ତ୍ଜିଆତ୍ ସଙ୍ଗେ ଆମର୍ ଜନ୍ ରାଜିନାମା ଆଚେ, ସେଟା ଆମର୍ ମନେ ରଅ, ସେଟାର୍ ପାଇ ସବୁ ଜନ୍ତ୍ ଜିଆତ୍କେ ମରାଇ ଦେବାକେ ଆରି ବଡ୍ ବର୍ସା ଆରି ନ ଅଏ । 16 ଆରି ଜେଡେବଲ୍ ମେଗେଅନି ଇନ୍ଦର୍ଦୁନୁ ଟେକ୍ଲେ, ଆମେ ତାକେ ଦେକି ଅଇସି, ତାର୍ପଚେ ପୁର୍ତିବିର୍ ମାଉଁସ୍ ରଇବା ସବୁ ଜନ୍ତ୍ଜିଆତ୍ ସଙ୍ଗେ ପର୍ମେସରର୍ ଜନ୍ ନ ସାର୍ବା ରାଜିନାମା ଆଚେ, ସେଟାକେ ଆମେ ଏତାଉଁ । 17 ପର୍ମେସର୍ ନଅକେ କଇଲା, ପୁର୍ତିବିର୍ ଜିଇ ରଇବା ସବୁ ଜନ୍ତ୍ଜିଆତ୍ ସଙ୍ଗେ ଆମେ ଜନ୍ ରାଜିନାମା କରିଆଚୁ,ସିତିର୍ ଚିନ୍ ଏଟା ଅଇସି ।
18 ନଅର୍ ଜନ୍ ପିଲାମନ୍ ଜାଜେ ଅନି ବାରଇ ଆଇଲାଇ,ସେମନର୍ ନାଉଁ ଅଇଲାନି ସେମ୍ ଆରି ଆମ ଆରି ଜେପତ୍, ଆମ ଅଇଲାନି କିଣାନର୍ ବାବା । 19 ଏ ତିନ୍ଲକ୍ ନଅର୍ ପିଲାମନ୍, ଏମନର୍ ବଁସ୍ ସବୁ ପୁର୍ତିବି ଟାନେ ପୁରୁନ୍ ଅଇ ଗାଲାଇ। 20 ତାର୍ପଚେ ନଅ ଚାସ୍କାମ୍ କର୍ବାକେ ଅଙ୍ଗୁର୍ ବାଡ୍କେ ମନ୍ କଲା । 21 ତାର୍ପଚେ ସେ ଅଙ୍ଗୁର୍ ରସ୍ କାଇକରି ମାତି କରି ତମୁ ଲଗେ ଅଚେତ୍ନା ଅଇ ସଇ ରଇଲା। 22 ସେଡ୍କିବେଲେ କିଣାନର୍ ବାବା ଆମ ନିଜର୍ ବାବାର୍ ଡୁମ୍ଣ୍ଡା ଅଇଲାଟାକେ ଦେକିକରି ବାଇଲେ ଜାଇ ନିଜର୍ ଦୁଇବାଇକେ ଜାନାଇଲା। 23 ସେଡ୍କିବେଲେ ସେମ୍ ଆରି ଜେପତ୍ କନ୍ଦେ ବସ୍ତର୍ ନେଇଁ ପଚ୍ବାଟେ ମୁଆନ୍ କରି ନିଜର୍ ବାବାର୍ ଡୁମ୍ଣ୍ଡା ଅଇ ସଇ ରଇଲାଟା ଦେକିକରି ଡାବି ଦେଲାଇ, ସେମନ୍ ପଚ୍ବାଟେ ମୁଁ କରି ଗାଲାକେ ବାବାର୍ ଡୁମ୍ଣ୍ଡା ଅଇବାଟା ଦେକତ୍ ନାଇ । 24 ତାର୍ପଚେ ନଅ ଅଙ୍ଗୁର୍ରସ୍ କାଇକରି ମାତି ସଇ ଉଟିକରି ନିଜର୍ ଲଗେ ବଡ୍ପିଲାର୍ କାତାବାର୍ତା ଅଇବାଟା ଜାନ୍ଲା, 25 ଆରି ସେ କଇଲା,
କିଣାନ୍ ଅବିସାପ୍ ପାଅ, ମାତର୍ ନିଜର୍
ସେ ତାର୍ ବାଇମନର୍ ଦାଙ୍ଗ୍ଡା ଅଇସି। 26 ଆରି ସେ କଇଲା, ସେମର୍ ପର୍ମେସର୍ ସବୁବେଲର୍ ମାପ୍ରୁ କରମ୍ ଅଅ,
କିଣାନ୍ ସେମର୍ ଦାସ୍ ଅଅ । 27 ପର୍ମେସର୍ ଜେପତ୍କେ ଡାକ୍ପୁଟା କର,
ଆରି ସେ ସେମର୍ ତମୁ ତେଇ ବାସା କର,
ଆରି କିଣାନ୍ ତାର୍ ଦାଙ୍ଗ୍ଡା ଅଅ। 28 ବଡ୍ ବାଉପବନ୍ ଆଇଲା ପଚେ ନଅ ତିନ୍ସ ପଚାସ୍ ବରସ୍ ଜିଇଲା । 29 ଆରି, ନଅର୍ ବଇସ୍ ସବୁମିସି ନଅସ ପଚାସ୍ ବରସ୍ ରଇଲା, ତାର୍ପଚେ ସେ ମଲା ।