1 ତାର୍ପଚେ ଗଟେ ଦିନେ କାରାବେଲେ ଅବ୍ରାଆମ୍ ମମ୍ରନ୍ ଅଲନ୍ ଗଚ୍ ବୁନ୍ଦେ ନିଜର୍ ତମୁର୍ ବାଟ୍ଡିଆଗଡି ବସି ରଇଲା, ସେଡ୍କିବେଲେ ସବୁବେଲର୍ ମାପ୍ରୁ ସେ ଜାଗାଇ ତାକେ ଦର୍ସନ୍ ଦେଲା । 2 ତାର୍ପଚେ ସେ ପାସ୍ଲି ଦେକ୍ଲା, ତିନ୍ଟା ମୁନୁସ୍ପିଲା ଦୁଆରେ ଆସି ଟିଆ ଅଇଲାଇ, ଆରି ଦେକ୍ଲା ଦାପ୍ରେ କାତା ଅଇବାକେ ତମର୍ ଦୁଆରେ ଅନି ଦାପ୍ରେ ଜାଇ ଗଡେ ମୁଣ୍ଡ୍ ଲୁଆଁଇ କରି ଜୁଆର୍ କରି କଇଲା । 3 ଏ ମାପ୍ରୁ, ବାବୁଜିଆ କରି କଇଲିନି, ଏମର୍ ସାନ୍ବଡ୍ ଲକ୍ମନ୍ ଜଦି ତମେ ମର୍ ଉପ୍ରେ ଆସିର୍ବାଦ୍ କର୍ବାର୍ ଆଲେ, ଏ ଦାସର୍ ଜାଗାଇ ଚନେକ୍ ରୁଆ। 4 ବାବୁଜିଆ କରି କଇଲିନି, ଗୁଡିକ୍ ପାନି ଆନି ଦେଲିନି, ତମେ ଆତ୍ଗଡ୍ ଦଇକରି ଏ ଗଚ୍ତଲେ ଚନେକ୍ ପୁଣ୍ଡ୍ତେ ରୁଆ । 5 ଜେନ୍ତିକି ତମେ ମକେ ନିଜର୍ ଦାସ୍ ବଲିକରି ମର୍ଲଗେ ଆସି ଆଚାସ୍, କାଇଟା ଆଲେ କଣ୍ଡେକ୍ ଆନିଦେବି, ସେଟା କାଇ ଜିବନ୍ ସିତ୍ଲି କରି, ଜାଆ ସିନା, ସେଡ୍କି ବେଲେ ସେମନ୍ କଇଲାଇ ତମେ ଜାଇଟା ମନ୍ କଲାସ୍ ନି ସେଟା କରା ।
6 ତାର୍ପଚେ ଅବ୍ରାଆମ୍ ଦାପ୍ରେ ତମୁଗରେ ଜାଇକରି ସାରାକେ କଇଲା, ତିନ୍ଆଡା ନିକ ମଇଦା ନେଇ ଦାପ୍ରେ ରାନ୍ଦ୍ରୁନ୍ଦ୍ କର୍ । 7 ତାର୍ ପଚେ ଅବ୍ରାଆମ୍ ଦାପ୍ରେ ରାସିଟାନେ ଜାଇକରି ଗଟେକ୍ ସାନ୍ଟା ବାଚାପିଲା ଆନି ଦାସ୍କେ ଦେଲାକେ, ସେ ଦାପ୍ରେ ନେଇ କାଟାବିଟା କରି ରାନ୍ଦ୍ଲା, 8 ସେଡ୍କି ବେଲେ ସେ ଦଇ, ଦୁଦ୍ ଆରି ରାନ୍ଦ୍ଲା ମାଉଁସ୍ ଆନି ସେମନ୍କେ ଦେଲା , ଆରି ସେମନ୍ କାଇବା ବେଲେ ଗଚ୍ବୁନ୍ଦେ ସେମନର୍ ଲଗେ ଟିଆ ଅଇ ରଇଲା ।
9 ତାର୍ପଚେ ସେମନ୍ ତାକେ ପାଚାର୍ଲାଇ, ତର୍ ମାଇଜି ସାରା କେନେ ଗାଲା ତେବେ ? ସେ କଇଲା, ସେ ତମୁ ବିତ୍ରେ ଆଚେ ।
10 ତାର୍ପଚେ ଗଟେକ୍ ଲକ୍ କଇଲା, ଆଇବା ବରସର୍ ଏ ମାସେ ଆରି ତରେକ୍ ଆମେ ବାଉଡି ଆଇବୁ, ଦେକା ସେବେଲେ ତର୍ ମାଇଜି ସାରାର୍ କଲେ ଗଟେକ୍ ପିଲା ଦାରି ରଇସି, ଏ କାତା ସାରା ତମୁର୍ ଦୁଆରର୍ ପଚ୍ବାଟେ ରଇ କରି ସୁନ୍ତେ ରଇଲା । 11 ସେ ବେଲେ ଅବ୍ରାଆମ୍ ଆରି ସାରା ଡକ୍ରାଡକ୍ରି ଅଇକରି ବେସି ବଇସ୍ ଅଇଜାଇ ରଇଲାଇ, ଆରି ସାରାର୍ ପିଲାଟକି ଜନମ୍ ଦେବା ବଇସ୍ ସାରିଜାଇ ରଇଲା। 12 ସେଟାର୍ ପାଇ ସାରା ଆଁସି କରି ମନେ ମନେ କଇଲା, ମୁଇ ଏ ଡକ୍ରି କାଲେ କାଇ ସାର୍ଦା କରି ପାର୍ବିତା କି ? ମର୍ ମୁନୁସ୍ ମିସା ତା ଡକ୍ରା ଅଇ ଗାଲାବେ ।
13 ସେଡ୍କିବେଲେ ସବୁବେଲର୍ ମାପ୍ରୁ ଅବ୍ରାଆମ୍କେ କଇଲା, ମକେ ଡକ୍ରି ବେଲେ ସତ୍ସେ ପିଲା ଜନମ୍ ଅଇସି କି ବଲିକରି, ଏନ୍ତାର୍ ବାବି ସାରା କାଇକେ ଆଁସ୍ଲା ? 14 ସବୁବେଲର୍ ମାପ୍ରୁର୍ ଲଗେ କାଇକାମ୍ ମିସା କସ୍ଟ ନାଇ ? ଆଇବା ବରସ୍ ଆରି ତରେକ୍ ଆଇଲେ, ସେ ବେଲେ ଆମେ ବାଉଡି ଆଇବୁ, ସେବେଲେ ସାରାର୍ କଲେ ପିଲା ରଇସି ।
15 ତାର୍ପଚେ ସାରା ଡରିକରି କଇଲା, ମୁଇ ଆଁସି ନାଇ, କାଇକେ ବଇଲେ ସେ ଡରିଗାଲା, ମାତର୍ ମାପ୍ରୁ କଇଲା, "ତୁଇ ସତ୍ରେ ଆଁସ୍ଲୁସ୍ ଆକା ।"
16 ତାର୍ପଚେ ସେ ଲକ୍ମନ୍ ତେଇଅନି ଉଟି ସଦମ୍ ବାଟେ ଗାଲାବେଲେ, ଅବ୍ରାଆମ୍ ବାଟ୍ ଦେକାଇ ଦେବାକେ ସେମନର୍ ସଙ୍ଗେ ଗାଲା । 17 ସେଡିକି ବେଲେ ସବୁବେଲର୍ ମାପ୍ରୁ କଇଲା, ମୁଇ ଜନ୍ଟା କର୍ବାକେ ଇଚା କଲୁନି, ସେଟାକାଇ ଅବ୍ରାମର୍ ତେଇ ଅନି ଲୁଚାଇବୁ । 18 ଅବ୍ରାଆମର୍ ତେଇଅନି ଗଟେକ୍ ବଡ୍ କୁଲ୍ଜାତ୍ ଅଇବାଇ ଆରି ଜଗତର୍ ସବୁକୁଲ୍ ତାର୍ତେଇ ଅନି ଆସିର୍ବାଦ୍ ପାଇବାଇ । 19 କାଇକେ ବଇଲେ ତାର୍ ପେଟର୍ ପିଲାଟକି ମନ୍ ଆରି କୁଟୁମ୍ ସବୁ ଜେନ୍ତାର୍ ସତ୍ ଦରମ୍ କାତାବାର୍ତା କର୍ବାକେ ସବୁବେଲର୍ ମାପ୍ରୁର୍ ବାଟେ ଇଣ୍ଡ୍ବାଇ, ସେଟାର୍ ପାଇ ସେମନ୍କେ ସେ ଜେନ୍ତାର୍ ଆଦେସ୍ ଦେଇସି, ସେଟାର୍ ପାଇ ଆମେ ତାକେ ଆସିର୍ବାଦ୍ କରିଆଚୁ, ତାର୍ପଚେ ସବୁବେଲର୍ ମାପ୍ରୁ ଅବ୍ରାଆମର୍ ବିସଇରେ ନିଜର୍ କଇଲା ବାକିଅ ସିଦ୍ କର୍ସି ।
20 ସବୁବେଲର୍ ମାପ୍ରୁ ଅବ୍ରାଆମ୍କେ ଆରି ତରେକ୍ କଇଲା, ସଦମ୍ ଆରି ଅମରାର୍ ବିରଦେ ବେସି ଆଉଲି ଉଟ୍ଲାନି, ସେମନର୍ ପାପ୍ ବେସି ବଡିଗାଲା, 21 ତେବର୍ପାଇ ଆମେ ତଲ୍କେ ଦେକ୍ବାକେ ଜାଇ ଆମର୍ ଲଗେ ଆଇଲା ଲକ୍ କାନ୍ଦ୍ଲା ଇସାବ୍ରେ ସେମନ୍ ଏସବୁ କାମ୍ କରି ଆଚତ୍ କି ନାଇଁ,ସେଟା ଜାନୁ।
22 ତାର୍ ପଚେ ସେ ଲକ୍ମନ୍ ତେଇ ଅନି ବାଉଡି ସଦମ୍ ବାଟେ ଇଣ୍ଡ୍ଲାଇ,ମାତର୍ ଅବ୍ରାଆମ୍ ସେ ଜାକ ସବୁବେଲର୍ ମାପ୍ରୁର୍ ମୁଆଟେ ଟିଆ ଅଇ ରଇଲା 23 ତାର୍ପଚେ ଅବ୍ରାଆମ୍ ସବୁବେଲର୍ ମାପ୍ରୁର୍ ଲଗେ ଜାଇ କଇଲା,ତମେ କାଇ କରାପ୍ ଲକର୍ ସଙ୍ଗେ ଦରମ୍ ଲକ୍କେ ମରାଇ ଦେଇସୁ କି ? 24 ଜଦି,ନଅଁର୍ ବିତ୍ରେ ପଚାସ୍ ଲକ୍ ଦରମ୍ ଲକ୍ ରଇବାଇ,ତେଇ ରଇଲା ଦରମ୍ ଲକର୍ ପାଇ କାଇ ସେ ଜାଗା ରକିଆ ନ କରି ବିନାସ୍ କର୍ସୁ କି? 25 କରାପ୍ ସଙ୍ଗେ ଦରମ୍ ଲକ୍କେ ବିନାସ୍ କର୍ବା କରମ୍ ତମର୍ତେଇ ଅନି ଦୁରେ ରଅ ଆରି ଦରମ୍ ଲକ୍କେ କାରାପ୍ ସମାନ୍ କର୍ବାଟା ତମର୍ତେଇ ଅନି ଦର୍କେ ରଅ। ସବୁ ଜଗତର୍ ବିଚାର୍ କରୁ,କାଇ ନିଆଇ ବିଚାର୍ ନ କରେ?
26 ତାର୍ପଚେ ସବୁବେଲର୍ ମାପ୍ରୁ କଇଲା,ମୁଇ ଜନ୍ ଦିନେ ସଦମ୍ ନଅଁରେ ପଚାସ୍ ଲକ୍ ଦରମ୍ ଲକ୍କେ ଦେକ୍ବି,ତେବେ ସେ ମନର୍ ପାଇଁ ସବୁଜାଗା ରକିଆ କର୍ବି।
27 ତାର୍ପଚେ ଅବ୍ରାଆମ୍ ଉତର୍ ଦେଇ କଇଲା ଦେକା ମୁଇଁ ଦୁଲି ଆରି ଚାର୍ ଅଇଲେ ମିସା ପର୍ବୁର୍ ମୁଆଟେ କାତା କଇବାକେ ସୁଜଗ୍ ପାଇଲି ଆଚି। 28 ଅଇପାରେ, ପଚାସ୍ ଲକ୍ ଦରମ୍ ଲକର୍ ବିତ୍ରେ ଅନି ପାଞ୍ଚ୍ଲକ୍ ଉନା ରଇଲେ,ସେ ପାଞ୍ଚ୍ଲକ୍ ଉନାଅଇଲେ ମିସା କାଇ ତମେ ସବୁ ନଅଁର୍ ବିନାସ୍ କର୍ସା?
29 ସେ ତାକେ ଆରି ତରେକ୍ କଇଲା,ଅଇଲେ ଅଇ ପାରେ ତେଇ ଚାଲିସ୍ ପାଁଚ୍ ଲକ୍ ମିଲ୍ବାଇ। ସବୁବେଲର୍ ମାପ୍ରୁ କଇଲା, ଚାଲିସ୍ ପାଁଚ୍ ଲକର୍ ପାଇଁ ସେଟା ନ କରି।
30 ଆରି ତରେକ୍ ଅବ୍ରାଆମ୍ କଇଲା,ପର୍ବୁ ରିସା ନ ଅଇବାର୍ ଆଲେ ଆରି ଗଟେକ୍ କାତା କଇତି, ଅଇଲେ ଅଇପାରେ ତେଇ ତିରିସ୍ ଲକ୍ ମିଲ୍ବାଇ। ସବୁବେଲର୍ ମାପ୍ରୁ କଇଲା,ତିରିସ୍ ଲକ୍ ମିଲ୍ଲେ ମିସା ସେଟା ନସ୍ଟ ନ କରି।
31 ଅବ୍ରାଆମ୍ କଇଲା,ଦେକା,ପର୍ବୁର୍ ମୁଆଟେ ମୁଇଁ ଆରିତରେକ୍ କାତା କଇବାକେ ଇଚା କଲିନି,ଅଇପାରେ,ତେଇ କଡେ ଲକ୍ ମିଲ୍ଲେ। ସବୁବେଲର୍ ମାପ୍ରୁ କଇଲା,ସେ କଡେ ଲକର୍ପାଇଁ ବଲିକରି ମୁଇ ସେଟାକେ ନସ୍ଟ ନକରି।
32 ଅବ୍ରାଆମ୍ ଆରିତରେକ୍ କଇଲା,ପର୍ବୁ ରିସା ନଇଲେ ଆରି ତରେକ୍ ମାତର୍ କଇବି,ଅଇପାରେ,ତେଇ ଦସ୍ ଲକ୍ ମିଲ୍ଲେ। ସେ କଇଲା,ସେ ଦସ୍ ଲକର୍ ପାଇଁ ମୁଇ ସେଟା ମରାଇ ନ ଦେଉଁ । 33 ସେଡ୍କିବେଲେ ସବୁବେଲର୍ ମାପ୍ରୁ ଅବ୍ରାଆମର୍ ସଙ୍ଗେ ଏ ରକାମ୍ କାତାବାର୍ତା ସାରାଇ କରି ଗାଲା ଆରି, ଅବ୍ରାଆମ୍ ମିସା ସେ ଜନ୍ ଜାଗାଇ ଅନି ଆସି ରଇଲା ସେ ଜାଗାଇ ବାଉଡି ଗାଲା।