1 ଆଗ୍ତୁ ଅବ୍ରାଆମର୍ ବେଲେ ଜନ୍ ରକାମ୍ ମର୍ଡି ଅଇରଇଲା, ସେ ଦେସେ ଆରିତରେକ୍ ସେନ୍ତାର୍ ପାରା ମର୍ଡି ଅଇଲା, ଇସାକ୍ ଗରାର ତେଇ ପଲେସ୍ଟିଅମନର୍ ରାଜା ଅବିମେଲକର୍ ଲଗେ ଗାଲା । 2 ସେଡ୍କିବେଲେ ସବୁବେଲର୍ ମାପ୍ରୁ ତାକେ ଦର୍ସନ୍ ଦେଇ କଇଲା, ତୁଇ ମିସର୍ ଦେସେ ଜା ନାଇଁ, ମୁଇ ତମ୍କେ ଜନ୍ ଦେସେ ଜାଆ ବଲି କଇବୁ, ତେଇ ବାସାଉଆ । 3 ତମେ ଏ ଦେସେ ବାସା କରା, ତାର୍ପଚେ ତମର୍ ସାଇଜ ଅଇ ତମ୍କେ ଆସିର୍ବାଦ୍ କର୍ବୁ, ଆରି ତକେ ଆରି ତର୍ କୁଲ୍କେ ଏ ସବୁ ଦେସ୍ଦେବୁ ଆରି ତର୍ ବାବା ଅବ୍ରାମର୍ ଲଗେ ନିଜର୍ କଲା ପର୍ମାନ୍ ସପଲ୍ କର୍ବୁ । 4 ମୁଇ ଆକାସର୍ ତାରାମନର୍ ପାରା ତର୍ କୁଲ୍କେ ବୁତେକ୍ କରି ସେମନ୍କେ ଏସବୁ ଦେସ୍ ଦେବି ଆରି ତର୍ କୁଲର୍ ପାଇଁ ପୁର୍ତିବିର୍ ସବୁଜାତିର ଲକ୍ ଆସିର୍ବାଦ୍ ପାଇବାଇ । 5 ମୁଇ ତକେ ଆସିର୍ବାଦ୍ କର୍ବି ଜେନ୍ତିକି ଅବ୍ରାଆମ୍ ମର୍ ବାକିଅର୍ କାତା ମାନିକରି ମର୍ ଆଗିଆଁ ବିଦି ଆରି ଆଦେସ୍ ପାଲନ୍ କରିଆଚେ । 6 ତାର୍ପଚେ ଇସାକ୍ ଗରାର ତେଇ ବାସା କଲାଇ । 7 ତାର୍ପଚେ ସେ ଜାଗାର୍ ଲକ୍ମନ୍ ତାର୍ ମାଇଁଜି ବିସଇରେ ପାଚାର୍ଲାକେ, ସେ କଇଲା, ସେ ମର୍ ବଇନି, କାଇକେବଇଲେ ସେ ଲଗର୍ ଲକ୍ମନ୍ ରିବିକାର୍ ପାଇଁ ବଲି ମକେ ମର୍ତେ ମାର୍ବାଇ, ଏନ୍ତାର୍ ବାବି ସେ ତାକେ ନିଜର୍ ମାଇଁଜି ବଲି କଇବାକେ ଡରିଗାଲା, କାଇକେବଇଲେ ରିବିକା ବେସି ସୁନ୍ଦ୍ରି ରଇଲା।
। 8 ଆରି ସେ ଜାଗାଇ ବେସି ବରସ୍ ବାସା ଅଇ ରଇଲା ପଚେ ଗଟେଦିନ୍ ପଲେସ୍ଟିଅ ରାଜା ଅବିମେଲକ୍ ଜର୍କା ବାଟେ ଦେକି କରି ଇସାକ୍କେ ନିଜର୍ ମାଇଁଜି ରିବିକା ସଙ୍ଗେ ସୁଆବସା ଅଇତେ ରଇବାଟା ଦେକ୍ଲା । 9 ତାର୍ପଚେ ଅବିମେଲକ୍ ଇସାକ୍କେ ଡାକାଇ କଇଲା, ସେ ମାଇଁଜି ସତ୍ରେ ତର୍ ମାଇଁଜି; ତେବେ ତୁଇ ତାକେ ନିଜର୍ ବଇନି ବଲି କେନ୍ତାର୍ କଇଲୁସ୍ ? ସେଡ୍କିବେଲେ ଇସାକ୍ ଉତର୍ଦେଲା, ମୁଇଁ ବାବ୍ଲି, କେଜାନେ ତାର୍ ପାଇଁ ବଲି କରି ମର୍ ଜିବନ୍ ଜାଇସି । 10 ତାର୍ପଚେ ଅବିମେଲକ୍ କଇଲା, ତୁଇ ଆମର୍ସଙ୍ଗେ ଏ କାଇ କାମ୍ କଲୁସ୍ ? କନ୍ମିସା ଲକ୍ ତର୍ ମାଇଁଜି ସଙ୍ଗେ ନାଜାନ୍ତେ ସୁଆବସା କର୍ତାଇ, ସେନ୍ତାର୍ ଆଲେ ତୁଇ ଆମ୍କେ ଦସ୍ ଦେଇତୁସ୍ । 11 ତାର୍ପଚେ ଅବିମେଲକ୍ ସବୁ ଲକ୍କେ ଏ ଆଗିଆଁ ଦେଇ କଇଲା, କେ ଜଦି ସେ ମୁନୁସ୍କେ କି ତାର୍ ମାଇଁଜିକେ ଚିଇସି, ତାର୍ ମରନ୍ ଅଇବାଟା ଅଇସି ।
12 ତାର୍ପଚେ ଇସାକ୍ ସେ ଦେସେ ଚାସ୍କାମ୍ କରି ସେ ବର୍ସେ ସଏ ଗୁନ୍ ଲାବ୍ କଲା, ଆରି ସବୁବେଲର୍ ମାପ୍ରୁ ତାକେ ଆସିର୍ବାଦ୍ କଲା । 13 ସେଟାର୍ପାଇଁ ସେ ସାଉକାର୍ ଅଇଲା, ଆରି ସେ ଅଦିକ୍ ଅଦିକ୍ ବଡି କରି ବେସି ସାଉକାର୍ ଅଇଲା 14 ଆରି ତାକର୍ ମେଣ୍ଡା, ଗରୁ, ଆରି ଲଚେକ୍ ଦାସଦାସି ଅଇଲାଇ, ତେବେ ପଲେସ୍ଟିଅ ଲକ୍ମନ୍ ସେମନ୍କେ ଆଁକାର୍ ଅଇଲାଇ । 15 ତାର୍ପଚେ ତାକର୍ ବାବା ଅବ୍ରାମର୍ ବେଲେ ତାକର୍ ବାବାର୍ ଦାସ୍ମନ୍ ଜନ୍ କୁଇଁକାଲ୍ ମାରି ରଇଲାଇ, ପଲେସ୍ଟିଅ ଲକ୍ମନ୍ ମାଟି ସଙ୍ଗେ ସେ ସବୁ ତପି ପାକାଇଲାଇ ।
16 ତାର୍ପଚେ ଅବିମେଲକ୍ ଇସାକ୍କେ କଇଲା, ତୁଇ ଆମର୍ ଲଗେଅନି ଉଟିଜାଆ, କାଇକେବଇଲେ ତୁଇ ଆମର୍ଲଗେ ଅନି ଅଦିକ୍ ବପୁ ଅଇଆଚୁସ୍ । 17 ତାର୍ପଚେ ଇସାକ୍ ସେ ଜାଗାଇ ଅନି ଆସି କରି ଗରାର୍ ଜାଗାଇ ତମୁବାନ୍ଦିକରି ତେଇ ବାସାକଲା। 18 ଆରି ନିଜର୍ ବାବା ଅବ୍ରାଆମର୍ ବେଲେ ତିଆର୍କଲା ଜନ୍ଜନ୍ କୁଇଁକାଲ୍, ଅବ୍ରାଆମ୍ ମଲାକେ ପଲେସ୍ଟିଅମନ୍ ତପି ପାକାଇ ରଇଲାଇ, ସେ ସବୁ ଇସାକ୍ ଆରିତରେକ୍ କୁନି ନିଜର୍ ବାବା ଜନ୍ ନାଉଁ ଦେଇ ରଇଲା ସେନାଉଁ ଆରିତରେକ୍ ଦେଲାଇ ।
19 ଆରି ଇସାକର୍ ଦାସ୍ମନ୍ ଗେରା ପାଦାଇ କୁଇଁକାଲ୍ କୁନି ରଇଲାଇ ଆରି ତେଇ ବେସି ପାନି ବାରଇବା କୁଇଁକାଲ୍ ମିଲାଇଲାଇ।
20 ତାର୍ପଚେ ଗରାର୍ ଦେସର୍ ପସୁ ଚାରାଉମନ୍ ଇସାକର୍ ପସୁ ଚାରାଉମନର୍ ସଙ୍ଗେ ବିରଦ୍ କରି କଇଲାଇ, ଏ ପାନି ଆମର୍ଟା, ତେବେ ସେ କୁଇଁକାଲର୍ ନାଉଁ ଏସକ ବଲିକରି ନାଅ ଦେଲାଇ , କାଇକେବଇଲେ ସେମନ୍ ତାକର୍ ସଙ୍ଗେ ବିରଦ୍ କଲାଇ । 21 ତାର୍ପଚେ ଇସାକର୍ ଦାସ୍ମନ୍ ଆରିଗଟେ କୁଇଁକାଲ୍ କୁନ୍ଲାକେ, ସେମନ୍ ତେଇର୍ ପାଇଁ ମିସା ବିରଦ୍ କଲାଇ, ତେବେ ଇସାକ୍ ସେ ଜାଗାର୍ ନାଉଁ ସିଟ୍ନା ବଲିକରି ନାଉଁ ଦେଲାଇ । 22 ଆରି, ଇସାକ୍ ତେଇଅନି ଜାଇକରି ଅଲ୍ଗା ଗଟେ କୁଇଁକାଲ୍ କୁନ୍ଲାଇ । ସେଟାର୍ ପାଇ ସେମନ୍ ବିରଦ୍ ନ କର୍ବାକେ ତେଇର୍ ନାଉଁ ରଅବତ୍ ବଲିକରି ପାକ୍ନା ଜାଗାର୍ ନାଉଁ ଦେଲାଇ , କାଇକେବଇଲେ ସେ କଇଲା, ଏବେ ସବୁବେଲର୍ ମାପ୍ରୁ ଆମ୍କେ ଜାଗା ଦେଲା, ଆମେ ଏ ଦେସେ ବଡ୍ ଅଇ ଉପର୍କେ ଉଟ୍ବାର୍ ଅଇସି ।
23 ତାର୍ପଚେ ସେ ସେ ଜାଗଅନି ବେର୍ସେବା ତେଇ ଗାଲା । 24 ସେ ରାତିଆଇ ସବୁବେଲର୍ ମାପ୍ରୁ ତାକେ ଦର୍ସନ୍ ଦେଇ କଇଲା, ମୁଇ ତର୍ ବାବା ଅବ୍ରାଆମର୍ ପର୍ମେସର୍ ଅଇବି , ଡର୍ନାଇଁ, କାଇକେବଇଲେ ମୁଇ ନିଜର୍ ଦାସ୍ ଅବ୍ରାଆମର୍ ପାଇଁ ତମର୍ ସାଇଜ ଆଚୁ ଆରି ତମ୍କେ ଆସିର୍ବାଦ୍ କରି ତମର୍ କୁଲ୍କେ ଅଦିକ୍ କର୍ବୁ । 25 ତାର୍ପଚେ ଇସାକ୍ ସେ ଜାଗାଇ ଜଗିଅଁ କର୍ବା ବେଦି ତିଆର୍ କରି ସବୁବେଲର୍ ମାପ୍ରୁର୍ ନାଉଁରେ ପାର୍ତନା କଲା । ତାର୍ପଚେ ସେ ଜାଗାଇ ତମୁ ତିଆର୍କଲାକେ, ତାର୍ ଦାସ୍ମନ୍ ଗଟେକ୍ କୁଇଁକାଲ୍ କୁନ୍ଲାଇ ।
26 ତାର୍ପଚେ ଅବିମେଲକ୍ ଅଉସତ୍ ନାଉଁର୍ ନିଜର୍ ମଇଁତର୍କେ ଆରି ପିକଲ୍ ନାଉଁର୍ ସେନାପତିକେ ସଙ୍ଗେ ଡାକି ଗରାର ତେଇ ଅନି ଇସାକ୍ ବେଟ୍ ଅଇବାକେ ଗାଲାଇ । 27 ତାର୍ପଚେ ଇସାକ୍ ସେମନ୍କେ କଇଲା, ତମେମନ୍ତା ମକେ ଗିନ୍ କଲାସ୍ନି, ଆରି ତମର୍ ଲଗେଅନି ମକେ ଦୁର୍ କରି ଦେଇରଇଲାସ୍, ଏବେ ମର୍ ଲଗେ କାଇକେ ଆଇଲାସ୍ ? 28 ତାର୍ପଚେ ସେମନ୍ ଉତର୍ ଦେଲାଇ, ସବୁବେଲର୍ ମାପ୍ରୁ ତମର୍ ସଙ୍ଗେ ଆଚେ, ଏଟା ଆମେ ସତ୍ରେ ଜାନି ପାର୍ଲୁ, ସେଟାର୍ ପାଇଁ କଇଲୁ, ଆମର୍ ବିତ୍ରେ ଗଟେକ୍ ରାଜିନାମା ରଅ ଆରି ଆମର୍ ସଙ୍ଗେ ତମର୍ ଏ ନିଅମ୍ ଅଅ,
29 ଆମେ ଜେନ୍ତାର୍ ତମ୍କେ ଚିଉଁ ନାଇଁ ଆରି ତମର୍ ମଙ୍ଗଲ୍ ବିନା କାଇଟା ମିସା କରୁ ନାଇଁ, ତମ୍କେ ସୁସ୍ତା ସଙ୍ଗେ ପାଟାଇଲୁ ଆଚୁ,ସେନ୍ତାର୍ ତମେ ଆମ୍କେ ଇସା କରା ନାଇଁ, ତମେ ତ ସବୁବେଲର୍ ମାପ୍ରୁର୍ ଆସିର୍ବାଦର୍ ଲକ୍ । 30 ସେଡ୍କିବେଲେ ଇସାକ୍ ସେମନର୍ ପାଇଁ କାଦି ତିଆର୍ କଲାକେ, ସେମନ୍ କାଇଲାଇ ପିଇଲାଇ । 31 ତାର୍ପଚେ ସେମନ୍ ଦାପ୍ରେ ସାକାଲେ ଉଟି ଗଟେ ଲକ୍ ଆରିଗଟେଲକର୍ ସଙ୍ଗ୍ ପର୍ମାନ୍ କଲାଇ । ଆରି ଇସାକ୍ ସେମନ୍କେ ପାଟାଇଦେଲା, ସେମନ୍ ସାନ୍ତିରେ ତାକର୍ ଲଗେ ଅନି ବାରଇ ଗାଲାଇ ।
32 ସେ ଦିନେ ଇସାକର୍ ଦାସ୍ମନ୍ ଆସି ନିଜର୍ କୁନ୍ଲା କୁଇଁକାଲ୍ ବିସଇରେ କବର୍ ଦେଇ ତାକେ କଇଲାଇ, ପାନି ମିଲ୍ଲା । 33 ତେବେ ସେ କୁଇଁକାଲର୍ ନାଉଁ ସିବା ବଲିକରି ନାଅ ଦେଲାଇ, ଆରି ଆଜିକେ ଜାକ ସେ ଜାଗାର୍ ନାଅଁ ବେର୍ସେବା ବଲିକରି ଡାକ୍ ପୁଟା ଅଇଲାଆଚେ
34 ତାର୍ପଚେ ଏସଉ ଚାଲିସ୍ ବରସ୍ ବଇସେ ଇତିଅବେରିର୍ ଜିଉଦିତ୍ ନାଉଁର୍ ଦାଙ୍ଗ୍ଡିକେ ଆରି ଇତିଅ ଏଲନର୍ ବାସମତ୍ ନାଉଁର୍ ଦାଙ୍ଗ୍ଡିକେ ବିବା ଅଇଲା । 35 ମାତର୍ ସେମନ୍ ଇସାକ୍ ଆରି ରିବିକାର୍ ମନର୍ ଦୁକର୍ କାରନ୍ ଅଇଲା ।