1 ସେଡ୍କିବେଲେ ଜିଉଦା ନିଜର୍ ବାଇ ମନର୍ ଲଗେ ଅନି ଅଦୁଲମିଅ ଇରା ନାଉଁର୍ ଗଟେକ୍ ଲକର୍ ଲଗେ ଗାଲା । 2 ତେଇ ସୁଅ ନାଉଁର୍ ଗଟେକ୍ କିଣାନିଅ ଲକର୍ ଗଟେକ୍ ଟକିକେ ଦେକି ତାକେ ବିବା ଅଇ ତାର୍ ସଙ୍ଗେ ସୁଆବସା କଲା । 3 ତାର୍ପଚେ ସେ ଗାଗ୍ଡେ ଅଇ ପିଲା ଜନମ୍ କଲା, ଆରି ତାର୍ ନାଉଁ ଏର ବଲିକରି ଦେଲା । 4 ତାର୍ପଚେ ଆରିତରେକ୍ ସେ ଗାଗ୍ଡେ ଅଇଲା, ସେ ପିଲା ଜନମ୍ କରି ତାର୍ ନାଉଁ ଅନନ୍ ଦେଲା । 5 ଆରିତରେକ୍ ସେ ଗାଗ୍ଡେ ଅଇଲା, ସେ ପିଲା ଜନମ୍ କରି ତାର୍ ନାଉଁ ସେଲା ଦେଲା । ଏ ଜନମ୍ ଅଇଲା ବେଲେ ଜିଉଦା କସିବର୍ ତେଇ ରଇଲା ।
6 ତାର୍ପଚେ ଜିଉଦା ତାମର୍ ନାଉଁର୍ ଗଟେକ୍ ଟକିକେ ଆନି ତାର୍ ବଡ୍ପିଲା ଏରର୍ ସଙ୍ଗେ ବିବାକରି ଦେଲା ।
7 ମାତର୍ ଜିଉଦାର୍ ବଡ୍ପିଲା ଏର ସବୁବେଲର୍ ମାପ୍ରୁର୍ ଲଗେ କରାପ୍ଟା ରଇଲା, ସେଟାର୍ ପାଇଁ ସବୁବେଲର୍ ମାପ୍ରୁ ତାକେ ବିନାସ୍ କଲା । 8 ତାର୍ପଚେ ଜିଉଦା ଅନନ୍କେ କଇଲା, ତର୍ ବାଇର୍ ମାଇଜି ସଙ୍ଗେ ସୁଆବସା କର୍ ଆରି ତାର୍ ସଙ୍ଗେ ଦେଉରର୍ କାମ୍ କରି ବାଇର୍ କୁଲ୍ ରକିଆ କର୍ବାକେ ସଙ୍ଗଅ । 9 ମାତର୍ ସେ କୁଲ୍ ନିଜର୍ଟା ନ ଅଏ, ବଲିକରି ବାଇର୍ ମାଇଜିର୍ ସଙ୍ଗେ ମିସ୍ଲାବେଲେ ବାଇର୍ କୁଲ୍ ଜାତ୍ ନ କର୍ବା ଇଚାରେ ବୁଏଁ ଜରାଇ ଦେଲା। 10 ତାର୍ ଏ ରକାମ୍ କାମ୍ ସବୁବେଲର୍ ମାପ୍ରୁର୍ ଲଗେ ବୁଲ୍ କାମ୍, ସେଟାର୍ ପାଇଁ ସେ ତାକେ ମିସା ମରାଇ ଦେଲା । 11 ସେଡ୍କିବେଲେ ଜିଉଦା ନିଜର୍ ବୁଆରି ତାମର୍କେ କଇଲା, ମର୍ ପିଲା ସେଲା ବଡ୍ ନ ଅଇବା ଜାକ ତୁଇ ରାଣ୍ଡି ଅଇ ତର୍ ବାବାର୍ ଗରେ ଜାଇ ର, କାଇକେବଇଲେ ସେ ବାବ୍ଲା, କେ ଜାନେ ବାଇମନର୍ ପାରା ସେଲା ମିସା ମରି ଜାଇସି । ସେଟାର୍ ପାଇଁ ତାମର୍ ବାବାର୍ ଗରେ ଜାଇ କରି ରଇଲା।
12 ଆରି କେତେଦିନ୍ ଗାଲାପଚେ, ସୁଅର୍ ଟକି ଜିଉଦାର୍ ମାଇଜି ମଲା, ତାର୍ପଚେ ଜିଉଦା ଦୁକ୍ ପାସ୍ରି କରି ଅଦୁଲମିଅ ଇରା ନାଉଁର୍ ମଇତର୍ ସଙ୍ଗେ ତିମ୍ନା ବଲି ଗଟେକ୍ ଗାଏଁ ନିଜର୍ ମେଣ୍ଡା ମନର୍ ଚେଣ୍ଡି କାଟି ପିଙ୍ଗ୍ବା ଲକର୍ ଲଗେ ଗାଲା ।
13 ସେଡ୍କିବେଲେ ଗଟେକ୍ ଲକ୍ ତାମର୍କେ ଆସି କବର୍ ଦେଇ କଇଲା, ଦେକ୍, ତର୍ ସାତ୍ରା ନିଜର୍ ମେଣ୍ଡା ମନର୍ ଚେଣ୍ଡି କାଟ୍ବାକେ ତିମ୍ନା ତେଇ ଗାଲାନି । 14 ତାର୍ପଚେ ତାମର୍ ରାଣ୍ଡି ଲୁଗା ବେଟି ପିଙ୍ଗି କରି ନିକଟା ଲୁଗା ପିନ୍ଦି ନିଜ୍କେ ଗଟେକ୍ ଡିଣ୍ଡା ଟକି ପାରା କରି ସୁନ୍ଦର୍ ଅଇ ତିମ୍ନାର୍ ବାଟ୍ଲଗେ ଏନମର୍ ପୁର୍ବା ଜାଗା ଲଗେ ବସି ରଇଲା, କାଇକେବଇଲେ ସେ ଦେକ୍ଲା, ସେଲା ବଡ୍ ଅଇଲା ମିସା ତାର୍ ସଙ୍ଗେ ବିବା ଅଏ ନାଇ ।
15 ସେଡ୍କିବେଲେ ଜିଉଦା ତାକେ ଦେକି ପାଦ୍ରିଟା ବଲି ବାବ୍ଲା, କାଇକେବଇଲେ ସେ ମୁ କେ ଡାବି ଅଇ ରଇଲା। 16 ସେଟାର୍ ପାଇଁ ସେ ବାଟ୍ ଲଗେ ତାର୍ ଲଗେ ଜାଇ ତାର୍ ବୁଆରି ବଲି ଚିନି ନାପାରି କଇଲା, ଗୁଆରି କଲିନି, ତର୍ ଲଗେ ଆଇବାକେ ମକେ ଆଦେସ୍ ଦେ । ତେବେ ତାମର୍ କଇଲା, ତୁଇ ମର୍ ଲଗେ ଆଇବାକେ କାଇଟା ଦେଇସୁ ?
17 ସେ କଇଲା, ରାସି ଲଗେ ଅନି ଗଟେକ୍ ଚେଲି ପିଲା ପାଟାଇ ଦେବି ତାମର୍ କଇଲା, ସେଟା ପାଟାଇବା ଜାକ ମକେ କାଇ ଆଲେ ଜିନିସ୍ ଦେଇସୁ କି ? 18 ଜିଉଦା କଇଲା, କାଇ ଜିନିସ୍ ଦେବି ? ତାମର୍ କଇଲା, ତର୍ ଏ ମୁଦି ,ସୁତା, ଆରି ଆତର୍ ଡାଙ୍ଗ୍ । ତାର୍ପଚେ ଜିଉଦା ତାକେ ସେ ସବୁ ଦେଇ ତାର୍ ଲଗେ ଗାଲା, ତାର୍ପଚେ ସେ ତାର୍ ଲଗେ ଜାଇ ସୁଆବସା କଲାକେ ସେ ତାର୍ ଲାଗି ଗାଗ୍ଡେ ଅଇଲା । 19 ତାମର୍ ଉଟି କରି ଗାଲା, ଆରି ସେ ଲୁଗା ବଦ୍ଲାଇ କରି ରାଣ୍ଡିଲୁଗା ପିନ୍ଦ୍ଲା ।
20 ତାର୍ପଚେ ଜିଉଦା ସେ ମାଇଜିର୍ ଲଗେ ଅନି ଦେଇ ରଇବା ଜିନିସ୍ ନେବାକେ ନିଜର୍ ବନ୍ଦୁ ଅଦୁଲମିଅ ଇରାକେ ଚେଲିପିଲା ପାଟାଇ ଦେଲା, ମାତର୍ ସେ ତାର୍ ସଙ୍ଗେ ବେଟ୍ ଅଇ ନାପାର୍ଲା । 21 ସେଟାର୍ ପାଇଁ ସେ ଲକ୍ ମନ୍କେ ପାଚାର୍ଲା, ଏନମ୍ କେନେ ଗାଲା ? ସେମନ୍ କଇଲାଇ, ଏ ଲଗେ କେ ମିସା ନ ରଇଲାଇ ।
22 ତାର୍ପଚେ ସେ ଜିଉଦାର୍ ଲଗେ ବାଉଡିଜାଇ କଇଲା, ମୁଇଁ ତାକେ ବେଟ୍ ଅଇ ନାପାର୍ଲି, ଆରି ତେଇର୍ ଲକ୍ମନ୍ ମିସା କଇଲାଇ, ଏ ଜାଗା ଲଗେ କନ୍ ମିସା ପାଦ୍ରି ଲକ୍ ନାଇ। 23 ତେବେ ଜିଉଦା କଇଲା, ତାର୍ ଲଗେ ଜାଇଟା ଆଚେ, ସେଟା ସେ ସଙ୍ଗଅ, ମୁଇଁ କାଇକେ ଲାଜ୍ ଅଇବି? ଦେକ୍, ମୁଇଁ ଏ ଚେଲିପିଲା ପାଟାଇଲି, ମାତର୍ ତମେ ତାକେ ବେଟ୍ ଅଇ ନାପାର୍ଲାସ୍ । 24 ଆରି ତିନ୍ ମାସ୍ ପଚେ ଗଟେକ୍ ଲକ୍ ଜିଉଦାକେ କଇଲା, ତର୍ ବୁଆରି ତାମର୍ ପାଦ୍ରି ଅଇଆଚେ, ଆରି ପାଦ୍ରି କାମ୍ କରି ସେ ଗାଗ୍ଡେ ଆଚେ । ତାର୍ପଚେ ଜିଉଦା କଇଲା, ତାକେ ଡାଣ୍ଡେ ଜିକି ଆନି ଜଇ ଲଗେ ପିଙ୍ଗି ଦିଆସ୍ । 25 ତାର୍ପଚେ ତାକେ ଡାଣ୍ଡେ ଆନ୍ଲାଇ, ତାର୍ ସାତ୍ରାର୍ ଲଗେ କଇ ପାଟାଇଲା, ଏ ସବୁ ଜିନିସ୍ ଜାର୍ଟା, ସେ ମୁନୁସ୍ ସଙ୍ଗେ ମୁଇଁ ଗାଗ୍ଡେ ଅଇଆଚି । ଆରି କଇଲା, "ଏ ମୁଦି ଆରି ଜୁତା ଆରି ଡାଙ୍ଗ୍ କାର୍ଟା ? ସେଟା ଚିନି ଦେକା ।" 26 ତାର୍ପଚେ ଜିଉଦା ସେ ସବୁ ଜିନିସ୍ ନିଜର୍ ବଲି ଦେକି କରି କଇଲା, ସେ ମର୍ ଟାନେଅନି ଅଦିକ୍ ଦର୍ମ୍ଟା, କାଇକେବଇଲେ ମୁଇଁ ତାକେ ମର୍ ପିଲା ସେଲାକେ ଦେଇ ନାଇ । ମାତର୍ ଜିଉଦା ଆରି ତାର୍ ଲଗେ ଜାଏ ନାଇ।
27 ଆରି ତାମରର୍ ପିଲା ଜନମ୍ କର୍ବା ବେଲା ଆଇଲା, ତାର୍ ଗାଗ୍ଡେ ଜଅଁଲା ପିଲା ରଇବାଟା ଡିସ୍ଲା । 28 ଆରି ତାର୍ ଜନମ୍ ଅଇବାବେଲେ ଗଟେକ୍ ପିଲାର୍ ଆତ୍ ବାରଇଲା, ତାର୍ପଚେ ବଣ୍ଡ୍କି ଡକ୍ରି ତାର୍ ସେ ଆତେ ରଙ୍ଗ୍ଟା ସୁତାବାନ୍ଦି କଇଲା, ଏ ବଡ୍ ପିଲା । 29 ମାତର୍ ସେ ତାର୍ ଆତ୍ ଜିକି ନେଲା, ଦେକ୍, ତାର୍ବାଇ ଉମ୍ତାଡି ଅଇ ଜନମ୍ ଅଇଲା, ତାର୍ପଚେ ବଣ୍ଡ୍କି ଡକ୍ରି କଇଲା, ତୁଇ କନ୍ ଇସାବେ ବେଦ କଲୁସ୍ ଏ ବେଦର୍ ପାଇଁ ତାର୍ ନାଉଁ ପେରସ୍ ଦେଲା । 30 ତାର୍ପଚେ ଆତେ ରଙ୍ଗ୍ ସୁତା ବାନ୍ଦି ଅଇଲାକେ ତାର୍ବାଇ ଜନମ୍ ଅଇଲା, ତାର୍ ନାଉଁ ସେରଅ ଦେଲା ।