1 ଆରି ଜାକୁବ ଆମର୍ ବାବାର୍ ସବୁ ଦନ୍ସପତି ଚାଡାଇ କରି ନେଲାଆଚେ, ଆରି ଆମର୍ ବାବାର୍ ଦନ୍ ସଙ୍ଗ୍ ତାର୍ ଏ ସବୁ ଦନ୍ ଅଇଆଚେ, ଲାବନର୍ ପିଲାମନର୍ ଏ କାତା ଜାକୁବ ସୁନ୍ଲା । 2 ଆରି ଲାବନ୍ ତାର୍ତେଇ ଆଗ୍ତୁର୍ ପାରା ନାଇଁ, ଏଟା ଜାକୁବ ତାର୍ ମୁଁ ଦେକି କରି ଜାନ୍ଲା । 3 ତାର୍ପଚେ ସବୁବେଲର୍ ମାପ୍ରୁ ଜାକୁବକେ କଇଲା, ତମେ ନିଜର୍ ବାବାର୍ ଦେସର୍ ତମର୍ କୁଟୁମର୍ ଲଗେ ବାଉଡିଜା, ଆମେ ତମର୍ ସଙ୍ଗେ ରଇବୁ । 4 ତେବେ ଜାକୁବ ପାଦାଇ ପସୁରାସି ଲଗେ ରାଏଲ୍ ଆରି ଲେଆକେ ଡାକାଇ କଇଲା, 5 ମୁଇଁ ଦେକ୍ଲିନି, ତମର୍ ବାବାର୍ ମୁଁ ମର୍ତେଇ ଆଗ୍ତୁର୍ ପାରା ନାଇଁ, ମାତର୍ ମର୍ ବାବା ପର୍ମେସର୍ ମର୍ ସାଇଜ ଆଚେ । 6 ମୁଇଁ ନିଜର୍ ସବୁ ବପୁଦେଇ ତମର୍ ବାବାର୍ ଦାସ୍କାମ୍ କରିଆଚି, ଏଟା ତା ତମେ ଜାନାସ୍ । 7 ଏଲେମିସା ତମର୍ ବାବା ମକେ ଟକିକରି ଦସ୍ତର୍ ମର୍ ମୁଲିଅ ବଦ୍ଲାଇଆଚେ, ମାତର୍ ପର୍ମେସର୍ ତାକେ ମର୍ କେତି କର୍ବାକେ ଦେଏ ନାଇଁ । 8 କାଇକେବଇଲେ ଚିତ୍ରାକାବ୍ରା ପସୁମନ୍ ତମର୍ ମୁଲିଅ ପାରା ଅଇବାଇ, ସେ ନିଜେ ଜେଡ୍କିବେଲେ ଏ କାତା କଇଲା, ସେଡ୍କିବେଲେ ସବୁ ପସୁ ଚିତ୍ରାକାବ୍ରା ପିଲାଜନମ୍ କଲାଇ, ସେ ଜେଡ୍କିବେଲେ ଏନ୍ତାର୍ କଇଲା, ସେଡ୍କିବେଲେ ସବୁ ପସୁ ଅଲ୍ଗା ପିଲା ଜନମ୍ କଲାଇ । 9 ଏ ରକାମ୍ ପର୍ମେସର୍ ତମର୍ ବାବାର୍ ପସୁନେଇଁ ମକେ ଦେଲାଇ ।
10 କାଇକେକି ପସୁମନର୍ ଗାଗ୍ଡେ ଅଇବାବେଲେ ମୁଇଁ ସପ୍ନେ ଏରି ଦେକ୍ଲି, ଦେକା, ରାସି ଅର୍ନିଟାମନ୍ ସବୁ ଚେଲିମନ୍ ଅଲ୍ଗାଟାମନ୍ ଆରି ଚିତ୍ରାକାବ୍ରା ଆରି ବିନ୍ଦୁ ଚିନ୍ବା । 11 ସେଡ୍କିବେଲେ ପର୍ମେସରର୍ ଦୁତ୍ ସପ୍ନେ ମକେ ଜାକୁବ ବଲି ଡାକ୍ଲାକେ, ମୁଇଁ କଇଲି, ଦେକ୍, ମୁଇଁ ଇତି ଆଚି । 12 ତାର୍ପଚେ ସେ କଇଲା, ଏବେ ଏବାଟେ ଦେକ୍, ରାସି ଅର୍ନିଚଗ୍ବାଟା ସବୁ ଚେଲିମନ୍ ଅଲ୍ଗା, କାବ୍ରାଚିତ୍ରା ଆରି ବିନ୍ଦୁଚିନ୍ବା, କାଇକେକି ତମର୍ତେଇ ଲାବନ୍ ଜନ୍ଲା ପାରା କାତାବାର୍ତା କଲା, ସେଟା ଆମେ ଦେକ୍ଲୁ । 13 ଜନ୍ ତେଇ ତୁଇ ଗଟେକ୍ ମୁଣ୍ଡା ଅବିସେକ୍ କରି ଆଚୁସ୍ ଆରି ଆମର୍ ଲଗେ ପର୍ମାନ୍ କରି ଆଚୁସ୍, ସେ ବେତେଲର୍ ପର୍ମେସର୍ ମୁଇଁ, ଏବେ ଉଟି ଏ ଦେସ୍ ଚାଡି କରି ନିଜର୍ କୁଟୁମର୍ ଦେସେ ବାଉଡି ଜା!
14 ତାର୍ପଚେ ରାଏଲ୍ ଆରି ଲେଆ ଉତର୍ଦେଲାଇ, ବାବାର୍ ଗରେ ଆମର୍ କାଇ ଆରି କାଇଟା ବାଟ୍ ଆରି ଅଦିକାର୍ ଆଚେ ? 15 ଆମେ କାଇ ତାକର୍ ଲଗେ ପର୍ଦେସିନି ପାରା ଏଜାଇ ଅଉଁ ନାଇକି? କାଇକେକି ସେ ଆମ୍କେ ବିକି ଆମର୍ ଡାବୁ ସବୁ କାଇଲା ଆଚେ । 16 ସେଟାର୍ପାଇଁ ପର୍ମେସର୍ ଆମର୍ ବାବାତେଇ ଅନି ଜେତେକ୍ ଦନ୍ ସବୁ ନେଇଆଚେ, ସେ ସବୁ ଆମର୍ ଆରି ଆମର୍ପିଲାମନର୍ । ତେବେ ପର୍ମେସର୍ ତମ୍କେ ଜାଇଟା କଇଲା, ତମେ ସେଟାକରା ।
17 ତେଇ ଜାକୁବ ଉଟି ନିଜର୍ ପିଲାମନ୍କେ ଆରି ମାଇଁଜି ମନ୍କେ ଉଁଟ୍ ଉପ୍ରେ ବସାଇଲା, 18 ଆରି ନିଜର୍ ଅରଜ୍ଲା ପଚର୍ ସବୁ ଦନ୍, ଆରି ପଦନ ଅରାମରେ ଜନ୍ ପସୁ ଆରି ଜନ୍ ଦନ୍ ଅର୍ଜି ରଇଲା, ସେଟାନେଇ କିଣାନ୍ ଦେସେ ନିଜର୍ ବାବା ଇସାକର୍ ଲଗେ ଗାଲା । 19 ସେବେଲେ ଲାବନ୍ ମେଣ୍ଡାର୍ଚେଣ୍ଡି କାଟ୍ବାକେ ଜାଇତେରଇଲା, ଆରି ରାଏଲ୍ ନିଜର୍ ବାବାର୍ ଦେବ୍ତା ମନ୍କେ ଚରାଇଲା। 20 ଆରି ଜାକୁବ ନିଜର୍ ପାଲାଇଲାଟା କାଇମିସା କବର୍ ନ ଦେଇ ଅରାମିୟ ଲାବନ୍କେ ନାଡାଇଲା । 21 ଏ ପାରା ସେ ସବୁ ନିଜର୍ ସବୁ ଦାରି ପାଲାଇଲା, ଆରି ଉଟି ପରାତ୍ ଗାଡ୍ ଲଙ୍ଗି ଗିଲିଅତ୍ ଡଙ୍ଗର୍ ବାଟେ ମୁଆନ୍ କରି ଇଣ୍ଡ୍ଲା ।
22 ତାର୍ପଚେ ତିନ୍ଦିନ୍ ଗାଲାପଚେ ଲାବନ୍କେ ଜାକୁବର୍ ପାଲାଇଲା କବର୍ ଦେଲାଇ । 23 ତାର୍ପଚେ ସେ ନିଜର୍ କୁଟୁମର୍ ଲକ୍କେ ସଙ୍ଗେ ଦାରି ତାର୍ ପଚେ ପଚେ ସାତ୍ଦିନର୍ ବାଟେ ପାଲାଇଜାଇ ଗିଲିୟଦ୍ ଡଙ୍ଗର୍ ଲଗେ ତାର୍ ସଙ୍ଗ୍ ଦାର୍ଲା । 24 ମାତର୍ ପର୍ମେସର୍ ରାତିଆ ସପ୍ନେ ଦେଇ ଅରାମିଅ ଲାବନର୍ ଲଗେ କେଟି କରି ତାକେ କଇଲା, ଜାଗର୍ତା, ଜାକୁବକେ ବଲ୍ମନ୍ଦ୍ ବିସଇର୍ କାଇକାତା କଅନାଇଁ । 25 ତାର୍ପଚେ ଲାବନ୍ ଜାକୁବର୍ ସଙ୍ଗ୍ ଦାର୍ଲାବେଲେ ଜାକୁବର୍ ତମୁ ଡଙ୍ଗର୍ ଉପ୍ରେ ତିଆର୍ଅଇ ରିଇଲା, ତାର୍ପଚେ ଲାବନ୍ ସେ କୁଟୁମର୍ସଙ୍ଗେ ଗିଲିୟଦ୍ ଡଙ୍ଗ୍ରେ ତମୁ ତିଆର୍କଲା ।
26 ଆରି ଲାବନ୍ ଜାକୁବକେ କଇଲା, ତମେ କାଇକେ ଏପାରା କାମ୍ କଲାସ୍ ? ମକେ ନାଡାଇ ଲାସ୍, ଆରି ମର୍ ଟକି ମନ୍କେ କାଣ୍ଡାସଙ୍ଗ୍ ମାର୍ଲା ବନ୍ଦି ଲକର୍ ପାରା ଦାରି ଆଇଲୁସ୍ । 27 ତମେ ମକେ ନାଡାଇ କରି କାଇକେ ଲୁଚି ପାଲାଇ ଆଇଲୁସ୍ ? କାଇକେ ମକେ କବର୍ ଦେଉସ୍ ନାଇ? କବର୍ ଦେଇରଇଲେ ତା , ମୁଇଁ ତକେ ସାଇ ସାର୍ଦାରେ ବାଜା ବାଜାଇ ଗିତ୍ ନାଟ୍ ସଙ୍ଗେ ପାଟାଇତିବେ । 28 ତୁଇମର୍ ଟକି ମନ୍କେ ଚୁମ୍ବାକେ ମିସା ମକେ ଦେଉସ୍ ନାଇଁ, ଏଟା ବେସି ଗିଆନ୍ ନଇଲା ରକାମର୍ କାମ୍ । 29 ତମ୍କେ ଇସା କରିବାକେ ମର୍ ଆତ୍ ସକ୍ତି ପର୍ମାନ୍ ମାତର୍ କାଲି ରାତି ତମର୍ ବାବାର୍ ପର୍ମେସର୍ ମକେ କଇଲା, ଜାଗର୍ତା, ଜାକୁବ୍କେ ବଲ୍ ଆସାର୍ କାଇଟା କଇନାଇଁ । 30 ଜଦି ବାବାର୍ ଗରେ ଏତାଇକରି ଜଦି ତମର୍ ଜିବାର୍, ଦର୍କାର୍ ରଇଲା ତେବେ ମର୍ ଦେବ୍ତା ମନ୍କେ କାଇକେ ଚରାଇଲୁସ୍ ।
31 ତାର୍ପଚେ ଜାକୁବ୍ ଲାବନ୍କେ ଉତର୍ ଦେଲା, ମକେ ଡର୍ ଲାଗ୍ଲା, କାଇକେକି କେଜାନେ ତମେ ମର୍ତେଇ ଅନି ମର୍ ଟକିମନ୍କେ ଚାଡାଇ ନେଇସା, ଏ ରକାମ୍ ବିଚାର୍ କଲି । 32 ମାତର୍ ତମେ ଜାର୍ ତେଇ ଅନି ତମର୍ ଦେବ୍ତା ମନ୍କେ ପାଇସା, ସେ ନ ବଞ୍ଚେ, ମର୍ଟାନେ ତମର୍ ଜାଇଟା ଆଚେ, ସେଟା ଆମର୍ କୁଟୁମର୍ ମୁଆଟେ ଚିନିକରି ନିଆ, କାଇକେବଇଲେ ଜାକୁବ ରାଏଲର୍ ସେ ଚରାଇ ରଇଲା ବିସଇକେ ଜାନି ନ ରଇଲା । 33 ତେବେ ଲାବନ୍ ଜାକୁବର୍ ତମୁ ଗରେ ଆରି ଲେଆର୍ ତମୁ ଗରେ ଆରି ଦାସିର୍ ତମୁ ଗରେ ଜାଇ କଜ୍ଲା, ମାତର୍ ନ ମିଲ୍ଲା, ତେବେ ସେ ଲେୟାର୍ ତମୁ ଗର୍କେ ଚାଡି ରାଏଲର୍ ତମୁ ଗରେ ପୁର୍ଲା । 34 ମାତର୍ ରାଏଲ୍ ସେ ଦେବ୍ତା ମନ୍କେ ନେଇଁ ଉଁଟର୍ ପିଟି ଉପ୍ରେ ସଙ୍ଗଇ ତାର୍ ଉପ୍ରେ ବସ୍ଲା । ତାର୍ପଚେ ଲାବନ୍ ତାର୍ ତମୁ ଗରର୍ ସବୁଜାଗା କଜ୍ଲାକେ ମିସା ସେଟା ନ ମିଲ୍ଲା । 35 ସେଡ୍କିବେଲେ ରାଏଲ୍ ବାବାକେ କଇଲା, ମୁଇଁ ତମର୍ ମୁଆଁଟେ ଉଟି ନାପାର୍ଲା ବଲି ମର୍ ମାଲିକ୍ ରିସା ନ ଅଅ, କାଇକେ ବଇଲେ ମୁଇଁ ଆଜି ଡାଣ୍ଡେ ଅଇ ଆଚି। ସେ ଏ ରକାମ୍ ଅଇ କଜ୍ଲା ମିସା ଦେବ୍ତା ମନ୍କେ କଜି ନାପାର୍ଲା।
36 ତେବେ ଜାକୁବ୍ ରିସା ଅଇ ଲାବନ୍କେ ମାର୍ଲା; ଆରି ଜାକୁବ୍କେ ଉତର୍ କରି କଇଲା, ମର୍ କାଇ ଦସ୍ କି ପାପ୍ କଲି ଆଚିଜେ, ତମେ ରିସା ଅଇ ମର୍ ପଚେ ପଚେ ପାଲାଇ ଆଇଲୁସ୍ । 37 ତମେତା ମର୍ ସବୁ ଜିନିସ୍ ପତର୍ କଜ୍ଲୁସ୍, ଆରି ତମର୍ ଗରର୍ କଇ ମିସା ଜିନିସ୍ ମିଲାଇଲୁସ୍କି ? ସେଟା ମର୍ ଆରି ତମର୍ ଏ କୁଟୁମର୍ ମୁଆଟେ ବାର୍କରାଉ , ଏମନ୍ ଆମର୍ ଦୁଇ ଲକର୍ ବିଚାର୍ନା କର୍ବାଇ । 38 ମୁଇ କଡେ ବରସ୍ ଅଇଲା ତମର୍ ସଙ୍ଗେ ରଇଲି। ତମର୍ ମେଣ୍ଡା ଆରି ଚେଲିମନ୍ ଗରବ୍ନା ଅଅତ୍ ନାଇଁ । ଆରି ମୁଇଁ ତମର୍ ରାସିର୍ ମେଣ୍ଡା ମନ୍କେ କାଇନାଇଁ । 39 ଆରି ବନର୍ ଜନ୍ତୁ ଜାଆକେ କର୍ତା କଲା, ସେଟା ମିସା ତମର୍ ବାଟେ ଅନି ନାଇଁ, ସେକେତି ନିଜେ ବେଗ୍ଲି, ଦିନ୍ବେଲେ ଚର୍ବାକେ ଜାଅକି ରାତି ବେଲେ ଚର୍ବାକେ ଜାଅ, ସେଟା ମର୍ ଆତେ ଅନି ନେଲାସ୍ । 40 ଦିନିଆ କାରା, ରାତିବେଲେ କାକର୍ ମକେ ଗାରାସ୍ଲା, ମର୍ ଆଁକି ଅନି ନିଦ୍ ପାଲାଇଲା, ଏପାରା ମୁଇଁ ରଇଲି, 41 ମୁଇଁ କଡେ ବରସ୍ କାଲ୍ ତମର୍ ଗରେ ରଇଲି, ତମର୍ ଦୁଇଟା ଟକିର୍ ପାଇଁ ଚଉଦ ବରସ୍ ଆରି ପସୁମନର୍ ପାଇ ଚଅ ବରସ୍ ଦାସ୍ କାମ୍ କଲି, ଏତ୍କି ଦିନ୍ ବିତ୍ରେ ତମେ ଦସ୍ତର୍ ମର୍ ଦାମ୍ ବଦ୍ଲାଇ ଆଚାସ୍ । 42 ମର୍ ବାବାର୍ ପର୍ମେସର୍, ଅବ୍ରାମର୍ ପର୍ମେସର୍ ଆରି ଇସାକର୍ ଡର୍ଲା ଜାଗା ଜନ୍ଦିନେ ମର୍ ସାଇଜ ଅଇ ନ ରଇତା, ତେବେ ସତ୍ସେ ଏବେ ତମେ ମକେ ଚୁଚା ଆତେ ପାଟାଇତାସ୍ବେ । ପର୍ମେସର୍ ମର୍ ଦୁକ୍ ଆରି ଆତର୍ କସ୍ଟକଲାଟା ଦେକିଆଚେ, ତେବେ କାଲିରାତି ତମ୍କେ ଦାକାଦେଲା ।
43 ତାର୍ପଚେ ଲାବନ୍ ଜାକୁବକେ ଉତର୍ ଦେଲା, ଏ ଟକିମନ୍ ମର୍ ଟକିମନ୍ ଆରି ଏ ପିଲାମନ୍ ମର୍ ପିଲାମନ୍ ଆରି ଏ ପସୁରାସି ମର୍ ପସୁରାସି, ଆରି ଜାଇଜାଇଟା ତମେ ଦେକ୍ଲାସ୍ନି, ସେଟା ସବୁଜାକ ମର୍ ସେ , ସେଟାର୍ପାଇଁ ମର୍ ଏ ଟକିମନ୍କେ ଆରି ଏମନର୍ ଜନମ୍ ଅଇଲା ପିଲାମନ୍କେ ମୁଇଁ କାଇଟା କର୍ବି ? 44 ଆସା, ଆମେ ଦୁଇଲକ୍ ନିଅମ୍ ତିର୍ କରୁ, ସେଟା ଆମର୍ ସାକି ଅ ।
45 ସେଡ୍କିବେଲେ ଜାକୁବ କଣ୍ଡେକ୍ ପାକ୍ନା ଆନି ମୁଣ୍ଡାପାରା ତିଆର୍କଲା । 46 ଆରି ଜାକୁବ ନିଜର୍ କୁଟୁମର୍ ଲକ୍କେ କଇଲା, ତମେ ପାକ୍ନାକଜା, ତାର୍ପଚେ ସେମନ୍ ପାକ୍ନା ଆନି ଗଟେକ୍ ଗାଦିକଲାକେ, ସବୁଲକ୍ ସେ ଜାଗାଇ ସେ ଗାଦି ଉପ୍ରେ କାଇଲାଇ । 47 ତାର୍ପଚେ ଲାବନ୍ ତାର୍ ନାଉଁ ଜିଗର ସାଅଦୁତା ବଲିକରି ଦେଲା, ମାତର୍ ଜାକୁବ ତାର୍ନାଉଁ ଗଲ୍ୟଦ୍ ବଲିକରି ଦେଲା। 48 ସେଡ୍କିବେଲେ ଲାବନ୍ କଇଲା, ଏ ପାକ୍ନା ଗାଦି ଆଜି ତମର୍ ଆମର୍ ସାକି ଅଇ ରଇଲା, ସେଟାର୍ପାଇଁ ତାର୍ନାଉଁ ଗଲ୍ୟଦ୍ ଆରି ମିସ୍ପା ବଲିକରି ଦେଲା, 49 କାଇକେ ବଇଲେ ସେ କଇଲା, ଆମେ ଗଟେଲକ୍ ଆରି ଗଟେଲକର୍ ପାରା ଅଇଲେ, ସବୁବେଲର୍ ମାପ୍ରୁ ମର୍ ଆରି ତମର୍ ଜାଗୁଆଲ୍ ପାରା ଅଇ ରଇସି। 50 ତମେ ଜଦି ମର୍ ଟକିମନ୍କେ ଦୁକ୍ଦେଇସା, କି ମର୍ ଟକିମନ୍ ରୁଉଁ ରୁଉଁ ଅଲ୍ଗା ମାଇଁଜିମନ୍କେ ବିବା କର୍ସା, ତେବେ ସେ ବେଲେ କନ୍ମିସା ଲକ୍ ଆମର୍ ଲଗେ ନରଏ ସାକି, ମାତର୍ ଦେକା, ପର୍ମେସର୍ ଆମର୍ ଆରି ତମର୍ ବିତ୍ରେ ସାକି ଅଇବାଇ । 51 ଆରି ଲାବନ ଜାକୁବକେ କଇଲା, ଏ ସନ୍ଦି ଦେକ୍, ଆରି ଆମର୍ ଦୁଇଲକର୍ ମଜାଇ ମର୍ ତିଆର୍ କଲା ଏ ପାଚୁରି ଦେକା । 52 ମୁଇଁ ଅଇତ କର୍ବାକେ ଏ ସନ୍ଦି ଅନି ତମର୍ ଲଗେ ନ ଆସି, ଆରି ତମେ ଏ ଗାଦି ଆରି ଏ ପାଚୁରି ଲଙ୍ଗି ମର୍ ଲଗେ ଆସାନାଇଁ, ଏତିର୍ ସାକି ଏଗାଦି ଆରି ଏତିର୍ ସାକି ଏ ପାଚୁରି । 53 ଏବିସଇରେ ଅବ୍ରାମର୍ ପର୍ମେସର୍, ନାଅରର୍ ପର୍ମେସର୍ ଆରି ସେମନର୍ ବାବାର୍ ପର୍ମେସର୍ ଆମର୍ ଆରି ତମର୍ ଲଗେ ବିଚାର୍ କର୍ସିବେ, ସେଡ୍କିବେଲେ ଜାକୁବ ନିଜର୍ ବାବା ଇସାକର୍ ଡର୍ବା ଜାଗାର୍ ପର୍ମାନ୍କଲା । 54 ତାର୍ପଚେ ଜାକୁବ୍ ଡଙ୍ଗ୍ରେ ବଲିଦାନ୍ କରି କାଇବାକେ ନିଜର୍ କୁଟୁମର୍ ଲକ୍କେ ଡାକ୍ଲା, ତାର୍ପଚେ ସେମନ୍ କାଇକରି ଡଙ୍ଗ୍ରେ ରାତି ସାରା ରଇଲାଇ । 55 ତାର୍ପଚେ ଲାବନ୍ ସାକାଲେ ଉଟି ନିଜର୍ ଟକିମନ୍କେ ଆରି ପିଲାମନ୍କେ ଚୁମିକରି ଆସିର୍ବାଦ୍ କଲା, ଏପାରା ଲାବନ୍ ନିମାନ୍ ଜାଗାଇ ବାଉଡିଗାଲା ।