1 ଏ ସବୁ ଗଟ୍ନା ଗଟ୍ଲା ପଚେ ମିସିରିଅ ରାଜାର୍ ମତ୍ରି ଆରି ରାନ୍ଦ୍ବା ଲକ୍ ମାଲିକ୍ ମିସିରିଅ ରାଜାର୍ ବିରୁଦେ ପାପ୍ କାମ୍ କଲା । 2 ତାର୍ପଚେ ପାର ତାର୍ ବଡ୍ ମତ୍ରି ଆରି ରାନ୍ଦ୍ବା ଏ ଦୁଇ ଲକ୍ ତେଇ ବେସି ରିସା ଅଇଲାଇ । 3 ଆରି ରକିଆ କରୁ ମାଲିକର୍ ଜନ୍ ବନ୍ଦିଗରେ ଜସେପ୍ ବନ୍ଦିଅଇ ରଇଲା, ତେଇ ସେମନ୍କେ ବନ୍ଦିକରି ସଙ୍ଗଇଲାଇ । 4 ତାର୍ପଚେ ରକିଆ କରୁ ମାଲିକ୍ ଜସେପର୍ ଆତେ ସେମନ୍କେ ସରପ୍ମାନ୍ କଲା, ଜସେପ୍ ସେମନର୍ ସେବା କର୍ବାକେ ଲାଗ୍ଲା । ଏନ୍ତାର୍ ସେମନ୍ କେତେ ଦିନ୍ ତାନାଇ ରଇଲାଇ ।
5 ତାର୍ପଚେ ମିସିରିଅ ରାଜାର୍ ସେ ତାନାଇ ବନ୍ଦି ଅଇଲା ମତ୍ରି ଆରି ରାନ୍ଦାରି ଦୁଇଲକ୍ ଗଟେକ୍ ରାତି ଦୁଇ ରକାମର୍ ଅରତ୍ ରଇବା ଦୁଇଟା ସପନ୍ ଦେକ୍ଲାଇ । 6 ତାର୍ପଚେ ଜସେପ୍ ସାକାଲେ ସେମନର୍ ଲଗେ ଆଇଲା ବେଲେ ସେମନର୍ ମୁଁ ସୁକିଜାଇ ରଇଲାଟା ଦେକ୍ଲା । 7 ତେବର୍ ପାଇ ପାରର୍ ଜନ୍ ଗତିଦାଙ୍ଗ୍ଡା ଦାଙ୍ଗ୍ଡି ତାକର୍ ସଙ୍ଗେ ତାକର୍ ପର୍ବୁ ଜଇଲେ ବନ୍ଦି ଅଇ ରଇଲାଇ, ସେମନ୍କେ ସେ ପାଚାର୍ଲା, ଆଜି ତମେ କାଇକେ ମୁଁକେ ସୁକାଇ ଦେଇ ଆଚାସ୍ ?
8 ସେମନ୍ ଉତର୍ ଦେଲାଇ, ଆମେ ସପନ୍ ଦେକିଆଚୁ, ମାତର୍ ତେଇର୍ ଅରତ୍ କର୍ବାକେ କେ ନାଇ । ତେବର୍ ପାଇ ଜସେପ୍ ସେମନ୍କେ କଇଲା, ଅରତ୍ ଗିଆନ୍ କାଇ ପର୍ମେସରର୍ ଅଦିନ୍ ନାଇଁ ବାବୁଜିଆ କଲିନି, ତମର୍ ସପନ୍ ମକେ କୁଆ ।
9 ତେବେ ମୁକିଆ ଜସେପ୍କେ ନିଜର୍ ସପ୍ନର୍ କାତା କଇଲା, ଗଟେକ୍ ଅଙ୍ଗୁର୍ମାଲ୍ ମର୍ ସାମ୍ନାଇ ରଇଲା, 10 ସେ ଅଙ୍ଗୁର୍ମାଲେ ତିନ୍ଟା ଡିର୍ ରଇଲା, ଆରି କଅଁଲାଇ କରି , ତେଇ ପୁଲ୍ ପୁଟ୍ଲା, ଆରି ସବୁ ମାଲେ ଜୁପାଜୁପା ଅଙ୍ଗୁର୍ ଦାରି ପାଚ୍ଲା। 11 ସେଡ୍କିବେଲେ ମର୍ ଆତେ ପାରର୍ ଅଙ୍ଗୁର୍ କଣ୍ଡି ରଇଲାକେ ସେ କଣ୍ଡି ତେଇ ମୁଇଁ ସେ ଅଙ୍ଗୁର୍ପଲ୍ ପିଚ୍କି ଆତେ ସେ କଣ୍ଡି ଦେଲି ।
12 ତାର୍ପଚେ ଜସେପ୍ ତାକେ କଇଲା, ଇତିର୍ ଅରତ୍ ଅଇଲାନି ଏଟା, ସେ ତିନ୍ଟା କେନ୍ଦିକେ ତିନ୍ ଦିନ୍କେ ବୁଜାଇସି । 13 ତିନ୍ଦିନ୍ ବିତ୍ରେ ପାର ତମର୍ ମୁଣ୍ଡ୍ଉଟାଇ ତମ୍କେ ନିଜର୍ ପଦେ ଆରିତରେକ୍ ଟିଆ କର୍ବାଇ, ତାର୍ପଚେ ତମେ ଆଗର୍ ପାରା ମତ୍ରି ଅଇ ଆରିତରେକ୍ ପାରର୍ ଆତେ କାଇଲା କଣ୍ଡି ଦେଇସି । 14 ମାତର୍ ତମର୍ ଆସିର୍ବାଦ୍ ଅଇଲେ, ମକେ ଏତାଇସା, ଆରି ମକେ ଦୟାକରି ପାରର୍ ଲଗେ ମର୍ ବିସଇ ମକେ ଏ ତାନାଇ ଅନି ମୁକ୍ଲାଇସା । 15 କାଇକେ ବଇଲେ ଏବ୍ରିଅ ଦେସେଅନି ମକେ ସତ୍ସେ ଚରାଇ ଆନି ଆଚତ୍, ଆରି ଏ ଜାଗାଇ ମିସା ମୁଇଁ କାଇଟା କରି ନାଇଁ, ଏଲେମିସା ସେମନ୍ ମକେ ଏ ତାନା କୁଇଁକାଲେ ବନ୍ଦ୍ କରିଆଚତ୍ ।
16 ତାର୍ପଚେ ସେ ନିମାନ୍ସଙ୍ଗେ ଉତର୍ ଦେଲାଇ , ମୁକିଆ ରାନ୍ଦାରି ଏଟାଦେକି ଜସେପ୍କେ କଇଲା, ମୁଇଁ ମିସା ସପନ୍ ଦେକିଆଚି, ଦେକା ମର୍ ମୁଣ୍ଡ୍ ଉପ୍ରେ ଦବ୍ଲା ରଙ୍ଗର୍ ତିନ୍ଟା ଡାଲା । 17 ସବୁକେ ଉପ୍ରର୍ ଡାଲାଇ ପାର କାଇବାକେ ସବୁ ରକାମର୍ କାଇବାଟା ରଇଲା, ଆରି ଚଡଇମନ୍ ଆସି ମର୍ ମୁଣ୍ଡେ ରଇବା ଡାଲାର୍ ସର୍ତେ ଦିନ୍ସୁ ନେଇ କାଇଲାଇ ।
18 ସେଡ୍କିବେଲେ ଜସେପ୍ ଉତର୍ କଲା, ଇତିର୍ ଅରତ୍ ଅଇଲାନି ଏଟା, ସେ ତିନ୍ଡାଲା ତିନ୍ ଦିନ୍କେ ବୁଜାଇସି । 19 ତିନ୍ଦିନ୍ ବିତ୍ରେ ପାର ତମର୍ କନ୍ଦେ ଅନି ତର୍ ମୁଣ୍ଡ୍ ଟେକି ତକେ ଗଚ୍ ଉପ୍ରେ ଅଲାଇସି, ଆରି ଚଡଇମନ୍ ଆସି ତମର୍ ଗାଗ୍ଡର୍ ମାଉଁସ୍ କାଇବାଇ ।
20 ତାର୍ପଚେ ତିନ୍ଲମର୍ ଦିନେ ପାରର୍ ଜନମ୍ ଦିନ୍ କେଟ୍ଲାକେ ସେ ନିଜର୍ ସବୁ ଦାସ୍ମନର୍ ପାଇଁ ବଜିକଲା । ତାର୍ପଚେ ସେ ସବୁ ଦାସ୍ମନର୍ ସାମ୍ନାଇ ବଡ୍ ମତ୍ରି ଆରି ବଡ୍ ରାନ୍ଦାରିକେ ମିସା ଡାକାଇ ଲାଇ। 21 ଆରି ଜସେପର୍ କଇଲା କାତା ଇସାବ୍ରେ ପାର ବଡ୍ ମତ୍ରି ତାର୍ ନିଜର୍ ପଦେ ଆରି ତରେକ୍ ଟିଆ ଅଇଲା, ତାର୍ପଚେ ସେ ପାରର୍ ଆତେ କାଇବା କଣ୍ଡି ଦେବାର୍ ଦାର୍ଲା । 22 ମାତର୍ ସେ ବଡ୍ ରାନ୍ଦାରିକେ ଗଚେ ଅଲାଇଲାଇ । 23 ଏଲେ ମିସା, ବଡ୍ ମତ୍ରି କଣ୍ଡି ବଉ ଜସେପ୍କେ ଏତାଏ ନାଇ, ମାତର୍ ତାକେ ପାସ୍ରି ଗାଲା ।