Admiração
O temor do Senhor é o princípio da sabedoria. A admiração reverente por Deus é a postura que produz conhecimento, obediência e bênção na vida do crente.
ସବୁବେଲର୍ ମାପ୍ରୁର୍ ବିସଇକେ ଡର୍ବାଟା ସେ ଗିଆନ୍ ଲଗେ ଅନି ଆରାମ୍; ମାତର୍ ବୁଦି ନ ରଇଲା ଲକ୍ ଗିଆନ୍ ଆରି ନିମାନ୍ ସିକିଆକେ ଗୁର୍ନା କର୍ବାଇ ।
ସବୁବେଲର୍ ମାପ୍ରୁର୍ ବିସଇର୍ ଡର୍ ଗିଆନ୍ ତେଇ ଅନି ଆରାମ୍, ଆରି, ଦରମ୍ ବିସଇକେ ଗିଆନ୍ ଆରି ନିମାନ୍ ବିଚାର୍ ଆଇସି ।
ସବୁବେଲର୍ ମାପ୍ରୁକେ ଡର୍ବାଟା ଗିଆନର୍ ଆରାମ୍ ଅଇସି; ଆରି, ଦରମ୍ ଅଇକରି ରଇବାଟା ନିଜର୍ ମୁଁଟାନେ ଜାନା ପଡ୍ସି ।
ଅସାନ୍ତିରେ ବେସି ସପ୍ଁତି ଅରଜ୍ବା ବାଦୁଲେ ସବୁବେଲର୍ ମାପ୍ରୁକେ ଡରିକରି ଅଲପ୍ ସପ୍ଁତି କାମାଇବାଟା ନିକ ।
ସବୁବେଲର୍ ମାପ୍ରୁର୍ ବିସଇକେ ମୁଇଁ ଡର୍ବି, କରାପ୍ କାମ୍କେ ଗିନ୍ କର୍ବି; ଆଁକାର୍, ବଡ୍ପଣିଆ ଆରି କରାପ୍ ବାଟ୍ ଆରି କୁଟିଆଲ୍ ଟଣ୍ଡ୍କେ ମୁଇଁ ଗିନ୍ କର୍ବି ।
ଦରମ୍ ସଙ୍ଗେ ରଇବାଟା ସବୁବେଲର୍ ମାପ୍ରୁର୍ ବିସୟ୍କେ ଡର୍ବା ଇନାମର୍ ଦନ୍ ଆରି ମାନ୍ ମର୍ଜିତା ସଙ୍ଗେ ଜିଉନା କର୍ବାଟା।
ତମେ ନିଜେ ନିଜେ ଗିଆନି ଉଆ ନାଇଁ; ସବୁବେଲର୍ ମାପ୍ରୁକେ ଡରା ଆରି କାରାପ୍ ଲଗେ ଅନି ଦୁରିକେ ରୁଆ । ସେଟା କଲେ ତମର୍ ଗାଗଡର୍ ପାଇଁ ନିକ ଅଇସି ଆରି ଆଡର୍ ପାଇଁ ରସ୍ ପାରା ଅଇସି ।
ବେସି ସୁନ୍ଦର୍ଟାକେ ଦେକି କରି ରସି ଜିବାଟା ବଲ୍ ନାଇଁ, ସେଟା ସବୁଜାକ ବେକାର୍, ମାତର୍ ଜନ୍ ମାଇଁଜି ସବୁବେଲର୍ ମାପ୍ରୁକେ ଡର୍ସି, ସେ ଆସିର୍ବାଦ୍ ପାଇସି ।
ସାରା ସାରି କାତା ଅଇଲାନି ଏଟାମନ୍, ସବୁଜାନାଇ ଦିଆଜାଇ ଆଚେ; ପର୍ମେସର୍କେ ଡରିକରି ରୁଆ ଆରି ତାର୍ ସବୁ କାତାକେ ମାନିକରି ପାଲନ୍ କରା; କାଇକେବଇଲେ ଏଟା ଆକା ଲକ୍ମନର୍ ସବୁ ଦରମର୍ କାମ୍ ।
ସେ ଦୁଇଟା ମାଇଜି ପର୍ମେସର୍କେ ଡର୍ତେ ରଇଲାଇ ସେଟାର୍ ପାଇ, ସେମନର୍ ବଁସ୍କେ ବଡାଇଲାଇ।
ତେବର୍ପାଇ ଏ ମର୍ ଆଲାଦର୍ ମଇତର୍ମନ୍, ପର୍ମେସର୍ କାତା ଦେଇରଇବାଟା ସବୁ ଆମ୍କେ ସର୍ପିଆଚେ । ତେବର୍ପାଇ ଜନ୍ଟା ସବୁ ଆମର୍ ଗାଗଡ୍କେ ଆରି ଆତ୍ମାକେ ସୁକଲ୍ ନ କରାଏ, ସେଟା ସବୁ ଚାଡିଦେଉଁ । ପର୍ମେସର୍କେ ଡରିରଇକରି ପୁରାପୁରୁନ୍ ସୁକଲ୍ ଅଇରଉଁ ।
ସେଟାର୍ ପାଇ ସେମନ୍ ଜେତ୍କି ପାଇବାର୍ ଆଚେ ସେଟା ସେମନ୍କେ ଦେଇଦିଆସ୍ । ତମେ ସିସ୍ତୁ କି ଅଡି ଜାଇଟା ଦେବାର୍ ଆଚେ, ସେଟା ବାନ୍ଦିଦିଆସ୍ ଆରି ସେମନ୍କେ ନାମିକରି ସନ୍ମାନ୍ କରା ।