1 ଦାରିଆବସର୍ ସର୍ତେ ରାଇଜ୍ ତେଇ ସଏ କଡେଟା କିତିପାଲ୍ ମନ୍କେ ବାଚ୍ଲାଇ । 2 ଆରି ସେ କିତିପାଲ୍ ମନ୍ ଜେନ୍ତାର୍ କି ଇସାବ୍ ଦେବାଇ ଆରି ରାଜାର୍ ଜେନ୍ତାର୍ କି କାଇଟା ମିସା ନସ୍ଟ ନ ଅଏ, ସେଟାର୍ ପାଇ ରାଜାର୍ ଲଗେ ରଇବାକେ ତିନ୍ଟା ମୁକିଆ ଲକ୍କେ ବାଚ୍ଲା; ସେ ତିନ୍ ଲକ୍ର୍ ବିତ୍ରେ ଅନି ଦାନିଏଲ୍ ମିସା ରଇଲା । 3 ଦାନିଏଲର୍ ମନ୍ ବିତ୍ରେ ମୁକିଅ ଆତ୍ମା ରଇଲାକେ ମନ୍ତ୍ରି ଆରି ମୁକିଆ ମନର୍ ବିତ୍ରେ ଏ ମୁକିଆ ଅଇ ରଇଲା; ଆରି, ରାଜା ତାକେ ସର୍ତେ ରାଇଜ୍ ଦେକ୍ବାକେ ବାଚ୍ଲା । 4 ମନ୍ତ୍ରି ମନ୍ ଆରି ମୁକିଆ ଲକ୍ମନ୍ ରାଜ୍ମେଡ୍ କାମ୍ କର୍ବାବେଲେ ଦାନିଏଲ୍କେ ଦସ୍ ଦାର୍ବାକେ କଜିବୁଲ୍ଲାଇ; ମାତର୍ ସେମନ୍ କାଇ ଦସ୍ କି ବୁଲ୍ ଦାରି ନାପାର୍ଲାଇ, କାଇକେବଇଲେ ସେ ସତ୍ ଲକ୍ ରଇଲା ଆରି ତାର୍ କାଇ ବୁଲ୍ କି ଦସ୍ ଡିସେ ନାଇ । 5 ସେଟାର୍ ପାଇଁ ସେ ଲକ୍ମନ୍ କାତା ଅଇଲାଇ, ଆମେ ଦାନିଏଲର୍ ପର୍ମେସରର୍ ରିତିନିତି ବିସଇରେ ଦସ୍ ନ ଦାର୍ଲେ ଆରି କାଇ ବିସଇରେ ଦସ୍ ଦାରି ନାପାରୁ ।
6 ତାର୍ପଚେ ମନ୍ତ୍ରିମନ୍ ଆରି ମୁକିଆ ଲକ୍ମନ୍ ରାଜାର୍ ଲଗେ ଟୁଲ୍ ଅଇ ଜାଇ କଇଲାଇ, ମଆରାଜ୍ ଦାରିଆବସ୍, ବେସି ଦିନ୍ ଜିଉଁ । 7 ରାଇଜ୍ ତେଇ ସର୍ତେ କାମ୍ କର୍ବା ଲକ୍ ଆରି ସାସନ୍ କାରିଆମନ୍ ଆରି ମୁକିଆ ଲକ୍ମନ୍ ମିସି ଗଟେକ୍ କାତା ଅଇ କରି କଇଲାଇ, ତିରିସ୍ ଦିନ୍ ଜାକ କେ ମିସା ରାଜାକେ ଆଦେସ୍ ନ ମାଗ୍ତେ କନ୍ ଦେବ୍ତାକି କନ୍ ଲକ୍କେ ପାର୍ତନା କର୍ବାର୍ ନାଇ, ଜଦି କେ କର୍ସି ତାକେ ବାଗ୍ର୍ ଗୁପାଇ ପିଙ୍ଗା ଅଇସି । 8 ଏବେ ଏ ମଆରାଜ୍, ମାଦିଅ ଆରି ପାରସିକମନର୍ କଇଲା କାତା ଇସାବେ ଏ ବିଦି ଜେନ୍ତାର୍ କି ନ ବଦ୍ଲାଉସ୍, ଏ ଇସାବେ ଏଟା ବିଚାର୍ କର୍ ଆରି ଏ ଲେକା ପଡି ସୁନାଅ। 9 ତାର୍ପଚେ ରାଜା ଦାରିଆବସ୍ର୍ ସେ ଲେକା ଇସାବେ ଆରି ପୁଜା କର୍ବାକେ ମନା କର୍ବାଟା ପଡି ସୁନାଇଲା । 10 ସେଡ୍କିବେଲେ ଦାନିଏଲ୍ ପାର୍ତନା କର୍ବାକେ ମନା କରା ଅଇଲା ଆଚେ ବଲି ଜାନି ସେ ତାର୍ ଗରେ ଗାଲା; ତାର୍ ବାକ୍ରାର୍ ଜର୍କା ଜିରୁସାଲମ୍ ବାଟେ ଉଗାଡି ଅଇରଇଲା;ଆରି, ସେ ଆଗ୍ତୁ ଜେନ୍ତି ପାର୍ତନା କର୍ତେ ରଇଲା ,ସେନ୍ତାରି ସେ ଦିନ୍କେ ତିନ୍ ତର୍ ମାଣ୍ଡିକଟା ଦେଇ ପାର୍ତନା କଲା ଆରି ତାର୍ ପର୍ମେସରର୍ ଲଗେ ଦନିଅବାଦ୍ କଲା ।
11 ସେଡ୍କିବେଲେ ସେ ଲକ୍ମନ୍ ଟୁଲ୍ ଅଇ ଦାନିଏଲ୍କେ ପାର୍ତନା କର୍ବାଟା ଦେକ୍ଲାଇ । 12 ସେଡ୍ବେଲେ ସେମନ୍ ରାଜାର୍ ଲଗେ ଜାଇ ରାଜ୍ ମେଡେ ମନା କରି ରଇଲା ବିଦି ବିସଇରେ କଇଲାଇ, ଏ ମଆରାଜ୍, ଜନ୍ ଲକ୍ ତିରିସ୍ ଦିନ୍ ଜାକ ତକେ ନ ପାଚାର୍ତେ କନ୍ ଦେବ୍ତାକି ଲକ୍କେ ପାର୍ତନା କଲେ, ସେ ବାଗ୍ଗୁପାଇ ପିଙ୍ଗା ଅଇସି, ଏନ୍ତାରି ବିଦି ତୁଇ ପଡି ସୁନାଉସ୍ ନାଇ କି? ସେଡ୍କିବେଲେ ରାଜା କଇଲା, ମାଦିଅ ଆରି ପାରସିକ ମନର୍ କାତାରେ ଏଟା ଡାଣ୍ଟ୍ ସଙ୍ଗେ ନିଅମ୍ ତିଆର୍ କରା ଅଇଲାଆଚେ ।
13 ଆର୍ତରେକ୍ ରାଜାକେ ଉତର୍ କରି କଇଲାଇ, ଏ ମଆରାଜ୍, ଆମର୍ ଜିଉଦି ମନ୍ ବାସା ଅଇରଇବା ଲକର୍ ବିତ୍ରେ ଅନି ଗଟେ ଲକ୍ ଦାନିଏଲ୍, ସେ କାର୍ କାତା ନ ସୁନେ କି ତୁଇ ପାର୍ତନା କର୍ବାକେ ପଡି ସୁନାଇଲା କାତା ଦାରେ ନାଇ, ମାତର୍ ସେ ଦିନ୍କେ ତିନ୍ ତର୍ ପାର୍ତନା କଲାନି ।
14 ସେଡ୍କିବେଲେ ରାଜା ଏ କାତା ସୁନି ବେସି ମନ୍ଦୁକ୍ ଅଇଲା, ଆରି ଦାନିଏଲ୍କେ ବଚାଇବାକେ ବେସି ବାବ୍ତେ ରଇଲା ; ଆରି, ତାକେ ଉଦାର୍ କର୍ବାକେ ବେଲ୍ ବୁଡ୍ବା ଜାକ ଚେସ୍ଟା କଲା । 15 ଆର୍ତରେକ୍ ସେଲକ୍ମନ୍ ରାଜାର୍ ଲଗେ ଟୁଲ୍ ଅଇ ଆସି ରାଜାକେ କଇଲା, ଏ ମଆରାଜ୍, ତୁଇ ଜାନୁସ୍, ରାଜା କାଇ ଆଦେସ୍ ମନା କରି ରଇଲେ, ସେଟା କେବେ ମିସା ବଦ୍ଲାଇ ନ ଅଏ, ମାଦିଅ ଆରି ପାରସିକ ମନର୍ ଏନ୍ତାର୍ ବିଦିବିଦାନ୍ ଆଚେ ।
16 ସେଡ୍କିବେଲେ ରାଜା ଆଦେସ୍ କଲାକେ , ସେମନ୍ ଦାନିଏଲ୍କେ ଆନି ବାଗ୍ଗୁପାଇ ପାକାଇଲାଇ । ଆରି, ରାଜା ଦାନିଏଲ୍କେ କଇଲା, ତୁଇ ଜନ୍ ସତ୍ ପର୍ମେସର୍କେ ସେବା କଲୁସ୍ନି, ସେ ତକେ ଉଦାର୍ କର୍ସି । 17 ଆରି, ଦାନିଏଲ୍କେ ଆନି ଗୁପାର୍ ମୁଆଟେ ଟିଆ କରାଇଲାଇ; ଆରି, ଦାନିଏଲ୍ର୍ ବିସଇରେ ଜେନ୍ତାର୍ କି ନିଅମ୍ ନ ବଦ୍ଲେ, ଏଟାର୍ ପାଇ ରାଜା ତାର୍ ମୁଦ୍ରା ଆରି ତାର୍ ଲକର୍ ମୁଦ୍ରାଇ ସେଟା ଲେକ୍ଲା । 18 ତାର୍ପଚେ ରାଜା ତାର୍ ବାକ୍ରାଇ ଜାଇ ରାତିଆ ନ କାଇତେ ସଇଲା ଆରି ବାଜାବାଇଦ୍ ତାର୍ ଲଗେ ସେ ଦିନେ ବାଜାଅତ୍ ନାଇ; ଆରି, ତାକେ ସେ ରାତି ନିଦ୍ ଆସେ ନାଇ ।
19 ତାର୍ ଆର୍ଗଟେ ଦିନ୍ ରାଜା ସାକାଲ୍ ସାକାଲ୍ ଦାପ୍ରେ ଉଟି ବାଗ୍ଗୁପା ଲଗେ ଗାଲା । 20 ଆରି, ରାଜା ଗୁପା ଲଗେ ଅନି ଦାନିଏଲ୍କେ କାନ୍ଦି କରି ଡାକ୍ଲା; ରାଜା ଦାନିଲ୍କେ କଇଲା, ଏ ଜିବନ୍ ରଇବା ପର୍ମେସରର୍ ସେବା କାରିଆ ଦାନିଏଲ୍, ତୁଇ ଜାକେ ସତ୍ ସଙ୍ଗେ ସେବା କଲୁସ୍ନି, ତର୍ ସେ ପର୍ମେସର୍ ବାଗ୍ମନର୍ ଲଗେ ଅନି ଉଦାର୍ କରି ପାର୍ଲା କି ? 21 ସେଡ୍କିବେଲେ ଦାନିଏଲ୍ ରାଜାକେ କଇଲା, ଏ ମଆରାଜ୍, ବେସି ଦିନ୍ ଜିଉଁ। 22 ମର୍ ପର୍ମେସର୍ ତାର୍ ଦୁତ୍ମନ୍କେ ପାଟାଇ ବାଗ୍ମନର୍ ଟଣ୍ଟ୍କେ ମୁନ୍ଦା କଲା ଆରି ସେମନ୍ ମକେ କାଇଟା ନସ୍ଟ କରତ୍ ନାଇ; ଆରି, କାଇକେବଇଲେ ତାକର୍ ଲଗେ ମର୍ କାଇ ଦସ୍ ନାଇ; ଏ ମଆରାଜ୍, ମୁଇ ତର୍ ଲଗେ କାଇ ବୁଲ୍ କରି ନାଇ ।
23 ସେଡ୍କିବେଲେ ରାଜା ବେସି ସାର୍ଦା ଅଇ ଦାନିଏଲ୍କେ ବାଗ୍ଗୁପାଇ ଅନି ବାର୍କରାଇ ଆନ୍ବାକେ ଆଦେସ୍ ଦେଲା । ଆରି ଦାନିଏଲ୍ ବାରଇ ଆଇଲା ଆରି ତାର୍ ଗାଗ୍ଡେ କାଇ ଚିନ୍ ମିସା ଡିସେ ନାଇ, କାଇକେବଇଲେ ସେ ତାର୍ ପର୍ମେସରର୍ ଲଗେ ବିସ୍ବାସ୍ କରି ରଇଲା । 24 ସେଡ୍କିବେଲେ ରାଜା ଆଦେସ୍ ଦେଲାକେ, ଦାନିଏଲର୍ ବିରଦି ଲକ୍ମନ୍କେ ଆନି, ସେମନ୍କେ, ସେମନର୍ ପିଲାମନ୍କେ ଆରି ତାକର୍ ମାଇଜି ମନ୍କେ ବାଗ୍ଗୁପାଇ ପିଙ୍ଗ୍ଲାଇ; ଆରି, ସେ ମନ୍ ବୁଏଁ ନ ଅଦର୍ତେ ବାଗ୍ମନ୍ ସେମନ୍କେ ଚିନି କାଇ ଦେଲାଇ । 25 ସେଡ୍କିବେଲେ ଦାରିଆବାସ୍ ବାସା ଅଇ ରଇଲା ସର୍ତେ ଲକ୍, ସର୍ତେ ଜାତି, ଦେସର୍ ଲକ୍ ଆରି ସର୍ତେ ବାସାର୍ ଲକ୍କେ ଚିଟି ଲେକ୍ଲା, ତମେ ସବୁବେଲେ ସାନ୍ତି ସଙ୍ଗେ ରୁଆ । 26 ମୁଇ ଏ ଆଦେସ୍ ଦେଲିନି ଜେ, ମର୍ ରାଇଜର୍ ସର୍ତେ ଲକ୍ମନ୍ ଦାନିଏଲ୍ର୍ ପର୍ମେସରର୍ ଲଗେ ବିସ୍ବାସ୍ କରା; କାଇକେବଇଲେ ସେ ଜିବନ୍ ପର୍ମେସର୍ ଆରି ସବୁବେଲେ ରଇବା ପର୍ମେସର୍ ଆରି ତାର୍ ରାଇଜ୍ ନସ୍ଟ ନ ଅଏ; ଆରି ତାର୍ ସାସନ୍ ସାରାସାରି ଜାକ ରଇସି । 27 ସେ ଉଦାର୍ କର୍ସି ଆରି ରକିଆ କର୍ସି, ଆରି ସେ ସର୍ଗେ ଆରି ପୁର୍ତିବି ତେଇ ଚିନ୍ ଆରି କାବା ଅଇଜିବା କାମ୍ କର୍ସି; ସେ ଦାନିଏଲ୍କେ ବାଗ୍ମନର୍ ମୁଆଟେ ଅନି ଉଦାର୍ କରିଆଚେ । 28 ଏନ୍ତାର୍ ଦାନିଏଲ୍ ଦାରିଆବସର୍ ରାଇଜ୍ କଲାବେଲେ ଆରି ପାରସିକ କରସର୍ ରାଇଜ୍ ବେଲେ ବଡ୍ ଅଇ ଉଟ୍ଲା ।