1 ତାର୍ପଚେ ନବ୍କୁଦ୍ନିସ୍ଚରର୍ ରାଜାର୍ ସାସନ୍ କଲା ବେଲର୍ ଦୁଇ ବରସ୍ ଗାଲାକେ ସପନ୍ ଦେକ୍ଲା; ତାର୍ପଚେ ରାଜାର୍ ମନ୍କେ କସ୍ଟ ଲାଗ୍ଲା ଆରି ନିଦ୍ ବାଙ୍ଗି ଗାଲା । 2 ତାର୍ପଚେ ରାଜାକେ ତାର୍ ସପନର୍ ଅରତ୍ ଜାନାଇବାକେ ରାଜା ତାର୍ ଦିସାରି, ପାଞ୍ଜି ଦେକୁ ମନ୍, ଜଲକ୍ କର୍ବା ଲକ୍କେ ଆରି କଲଦିଅ ଲକ୍ ମନ୍କେ ଡାକ୍ବାକେ ଆଦେସ୍ ଦେଲା । ତାର୍ପଚେ ସେମନ୍ ଆସି ରାଜାର୍ ମୁଆଟେ ଟିଆ ଅଇଲା । 3 ଆରି, ରାଜା ସେମନ୍କେ କଇଲା, ମୁଇ ଗଟେକ୍ ସପନ୍ ଦେକିଆଚି, ଆରି ସେ ସପନର୍ ଅରତ୍ ବୁଜ୍ବାକେ ମର୍ ମନ୍ ବେସି ବାୟାବିକଲ୍ ଲାଗ୍ନି । 4 ତାର୍ପଚେ ସେ କଲଦିଅ ଲକ୍ମନ୍ ଅରାମିଅ କାତା ସଙ୍ଗେ ରାଜାକେ କଇଲାଇ, "ଏ ମଆ ରାଜ୍, ବେସି ଦିନ୍ ଜିଉଁ; ତର୍ ଦାଙ୍ଗ୍ଡା ମନ୍କେ ଦେକ୍ଲା ସପନ୍ ଜାନାଅ," ଆମେ ତେଇର୍ ଅରତ୍ କଇବୁ ।
5 ରାଜା ସେ କଲଦିଅ ମନ୍କେ କଇଲା, ମର୍ କାତା ସୁନାଇଲିବେ ; ତମେ ଜଦି ତେଇର୍ ଅରତ୍ ସପନର୍ ଅରତ୍ ମକେ ନ ଜାନାଇଲେ, ତେବେ ତମ୍କେ ଗନ୍ଦା ଗନ୍ଦା କରି କାଟା ଅଇସି ଆରି ତମର୍ ଗର୍ ମନ୍କେ ବସ୍ଲାଇ ନସ୍ଟ କରି ଦେବୁ । 6 ମାତର୍ ଜଦି ତମେମନ୍ ସପନ୍ ଆରି ତେଇର୍ ଅରତ୍ କଇସା, ତେବେ ତମେ ମର୍ ଟାନେ ଅନି ଦାନ, ପୁରୁସ୍କାର୍ ଆରି ବେସି ସନ୍ମାନ୍ ପାଇସା; ଏଟାର୍ ପାଇ ସେ ସପନ୍ ଆରି ଅରତ୍ ମର୍ ଲଗେ କୁଆ । 7 ସେମନ୍ ଆର୍ତରେକ୍ କଇଲାଇ, ମଆରାଜ୍, ତର୍ ଦସ୍ ମନ୍କେ ତୁଇ ଦେକ୍ଲା ସପନ୍ ସୁନାଅ, ଆମେ ତାର୍ ଅରତ୍ କଇବୁ ।
8 ରାଜା ସେମନ୍କେ କଇଲା, ମର୍ ଲଗେ ଅନି କାତା ସୁନାଇଲିବେ,ଏଟା ଦେକି ତମେ ସମଇ ବିତାଇଲାସ୍ନି, ଏଟା ମୁଇ ବଲ୍ କରି ଜାନି । 9 ମାତର୍ ତମେ ଜଦି ମକେ ସେ ସପନ୍ ନ ଜାନାଆସ୍; ତେବେ ତମର୍ ପାଇ ଗଟେକ୍ ସାସ୍ତି ଆଚେ; କାଇକେବଇଲେ ସମଇ ବଦଲ୍ବା ଆଗ୍ତୁ ତମେ ମକେ ମିଚ୍ କାତା କଇ ଜିବାକେ ବିଚାର୍ କଲାସ୍ନି; ଏଟାର୍ପାଇ ତମେ ସପନ୍ ମକେ ଜାନାଆ, ତେବେ ତମେ ତେଇର୍ ଅରତ୍ ମକେ କଇ ପାରାସ୍, ସେଡ୍କିବେଲେ ମୁଇ ଜାନ୍ବି ।
10 ସେ କଲଦିଅ ଲକ୍ମନ୍ ରାଜାକେ କଇଲାଇ, ରାଜାର୍ ବିସଇରେ ଜେ କଇ ପାର୍ସି, ପୁର୍ତିବି ସାରା ଏନ୍ତାର୍ ଲକ୍ କେ ନାଇ; କାଇକେବଇଲେ କନ୍ ରାଜା, କି ସାସନ୍ କାରିଆ କନ୍ ମୁକ୍ପାଞ୍ଜି ଦେକୁ ମନ୍କେ କି ଜଲକ୍ କର୍ବା ଲକ୍କେ, ପାଞ୍ଜିଦେକୁ ମନ୍କେ ଆରି କଲଦିଅ ମନ୍କେଏନ୍ତାର୍ କାତା ପାଚାରେ ନାଇ । 11 ଆରି, ରାଜା ଜାଇଟା ଇଚା କର୍ସି, ସେ ଅସାଦାରନ୍ ବିସଇ ଆରି ଜେ ବାସା କଲା ଆଚେ ସେ ମାଉସ୍ ଗାଗଡର୍ ଲକ୍ ନଏ, ସେ ଦେବ୍ତାକେ ଚାଡି ଦେଲେ ଆରି କେ ରାଜାକେ ସେଟା କଇ ନାପାରତ୍ ।
12 ଏଟାର୍ପାଇ ରାଜା ବେସି ରିସା ଆରି ବିର୍ବିରା ଅଇ ବାବିଲର୍ ସର୍ତେ ପଣ୍ଡିତ୍ ମନ୍କେ ଆରି ଜଲକ୍ କରୁ ମନ୍କେ ମାର୍ବାକେ ଆଦେସ୍ ଦେଲା । 13 ତାର୍ପଚେ ରାଜାର୍ ଆଦେସ୍ ସାରା ରାଇଜେ ଜାନାଇଲାଇ ଜେ, ପଣ୍ଡିତ୍ ମନ୍କେ ମାରି ପିଙ୍ଗା ଅଇସି; ତାର୍ପଚେ ଲକ୍ମନ୍ ଦାନିଏଲ୍ ଆରି ତାର୍ ସଙ୍ଗାରି ମନ୍କେ ମିସା ମାର୍ବାକେ ବିଚାର୍ କଲାଇ ।
14 ସେଡ୍କିବେଲେ ଅରିଅକ୍ ନାଅର୍ ଜନ୍ ରାଜାର୍ ସେନାପତି ବାବିଲର୍ ପଣ୍ଡିତ୍ ମନ୍କେ ମାର୍ବାକେ ବାରଇ ରଇଲା, ତାକେ ଦାନିଏଲ୍ ବୁଦି ଆରି ଗିଆନ୍ ସଙ୍ଗେ କଇଲା; 15 ଦାନିଏଲ୍ ରାଜାର୍ ସେନାପତି ଅରିଅକ୍କେ କଇଲା, ରାଜାର୍ ଆଗିଆଁ ଏଡେ ନାନ୍ଦ୍ ତେରେପେତେ କାଇଟାକେ? ତାର୍ପଚେ ଅରିଅକ୍ ଦାନିଏଲ୍କେ ସେ କାତା କଇଲା ।
16 ତାର୍ପଚେ ଦାନିଏଲ୍ ରାଜାର୍ ଲଗେ ଜାଇ ସେ ଗଟେକ୍ ସମଇ ମାଗ୍ବାକେ ଗୁଆରି କଲା, ସେଟା କଲେ ରାଜାର୍ ଲଗେ ସପନର୍ ଅରତ୍ କଇବି ବଲିକରି କଇଲା । 17 ତାର୍ପଚେ ଦାନିଏଲ୍ ତାର୍ ଗରେ ଗାଲା, ସେ ଆରି ତାର୍ ସଙ୍ଗାରିମନ୍ ଜେନ୍ତାର୍ କି ବାବିଲର୍ ବିନ୍ ପଣ୍ଡିତ୍ମନର୍ ସଙ୍ଗେ ବିନସ୍ଟ ନ ଅଅତ୍, 18 ଏଟାର୍ ପାଇ ଦାନିଏଲ୍ ବାବିଲନ୍ ବିସଇର୍ ପାଇ ସରଗର୍ ପର୍ମେସର୍ର୍ ଲଗେ ଆସିର୍ବାଦର୍ ପାର୍ତନା କର୍ବାକେ ତାର୍ ସଙ୍ଗାରି ଅନାନିଅ, ମିସାଏଲ୍ ଆରି ଅସ୍ରିଅକେ ସେ ବିସଇରେ ଜାନାଇଲା । 19 ତାର୍ପଚେ ସେ ରାତିଆର୍ ପାର୍ତନା ବେଲେ ସେ ବିସଇ ଦାନିଏଲ୍କେ ସପ୍ନେ ଆଇଲା । ତାର୍ପଚେ ଦାନିଏଲ୍ ସର୍ଗର୍ ପର୍ମେସର୍କେ ଦନିଅବାଦ୍ କଲା । 20 ଦାନିଏଲ୍ କଇଲା, ପର୍ମେସରର୍ ନାଉଁ ସବୁବେଲେ ଦନିଅବାଦ୍ ଅଅ; କାଇକବଇଲେ ଗିଆନ୍ ଆରି ବପୁ ତାର୍; 21 ଆରି, ସେ ବେଲା ଆରି ରୁତୁ ବଦ୍ଲାଇସି; ସେ ରାଜା ମନ୍କେ ରାଜ୍ଗାଦି ଅନି ଉତ୍ରାଇସି ଆରି ରାଜ୍ଗାଦି ବସାଇସି; ଗିଆନି ମନ୍କେ ଗିଆନ୍ ଆରି ବୁଦି ରଇଲା ଲକ୍ମନ୍କେ ବୁଜ୍ବା ସଗ୍ତି ଦେଇସି; 22 ସେ, ମନର୍ କାତା ଆରି ଚାପି ଅଇ ରଇବା ବିସଇ କଇସି; ଆନ୍ଦାର୍ ବିତ୍ରେ ଜାଇଟା ଆଚେ, ସେଟା ସେ ଜାନେ ଆରି ତାର୍ ଲଗେ ଉଜଲ୍ ବାସା ଅଇସି । 23 ଏ ମର୍ ଆନିଦାଦି ମନର୍ ପର୍ମେସର୍, ମୁଇ ତର୍ ଦନିଅବାଦ୍ ଆରି ପର୍ସଙ୍ଗ୍ସା କଲିନି, ତୁଇ ମକେ ଗିଆନ୍ ଆରି ବପୁ ଦେଇ ଆଚୁସ୍ ଆରି ତର୍ ଲଗେ ଆମର୍ ଗୁଆରି ବିସଇ ଏବେ ମକେ ଜାନାଇ ଆଚୁସ୍; କାଇକେବଇଲେ ତୁଇ ଆମ୍କେ ରାଜାର୍ କାତା ଜାନାଇ ଆଚୁସ୍ ।
24 ତାର୍ପଚେ ବାବିଲନିଅ ପଣ୍ଡିତ୍ ମନ୍କେ ମାର୍ବାକେ ବାଚି ରଇଲା ଅରିଅକର୍ ଲଗେ ଦାନିଏଲ୍ ଗାଲା; ସେ ଜାଇ ତାକେ ଏନ୍ତାର୍ କଇଲା, ବାବିଲନିଅର୍ ପଣ୍ଡିତ୍ ମନ୍କେ ମାର୍ ନାଇ; ରାଜାର୍ ଲଗେ ମକେ ଡାକି ନେ, ମୁଇ ରାଜାର୍ ଲଗେ ସପ୍ନର୍ ଅରତ୍ କଇବି ।
25 ତାର୍ପଚେ ଅରିଅକ୍ ଦାନିଏଲ୍କେ ଦାପ୍ରେ ରାଜାର୍ ଲଗେ ଡାକିନେଇ କଇଲା, ଜିଉଦା ଦେସେ ବାସା ଅଇ ରଇବା ଲକ୍ମନର୍ ବିତ୍ରେ ଅନି ମୁଇ ଗଟେକ୍ ଲକ୍କେ ମିଲାଇ ଆଚି, ସେ ରାଜାକେ ତାର୍ ଅରତ୍ କଇସି ।
26 ରାଜା ସେ ଦାନିଏଲ୍, ଜାର୍ ନାଅ କି ବେଲ୍ଟସଚର୍ ଦେଇ ରଇଲାଇ, ତାକେ କଇଲା, ମୁଇ ଜନ୍ ସପନ୍ ଦେକିଆଚି, ତୁଇ କାଇ ସେ ସପନ୍ ଆରି ତେଇର୍ ଅରତ୍ କଇ ପାରୁସ୍ ? 27 ଦାନିଏଲ୍ ରାଜାକେ କଇଲା, ମଆରାଜା, ଜନ୍ ନାଜାନ୍ବା କାତା ପାଚାରି ଆଚୁସ୍, ସେଟା ପଣ୍ଡିତ୍ ମନ୍ କି, ପାଞ୍ଜିଦେକୁମନ୍ କି ଜଲକ୍ କରୁମନ୍ ମିସା ରାଜାର୍ ଲଗେ କଇ ନାପାରତ୍; 28 ମାତର୍ ଜେ ଜାନି ନ ରଇବା ବିସଇର୍ କାତା କଇସି, ଏନ୍ତାରି ଗଟେକ୍ ପର୍ମେସର୍ ସର୍ଗେ ଆଚେ, ଆରି ସାରାସାରି ବେଲେ ଜାଇ ଜାଇଟା ଗଟ୍ସି, ସେଟା ସେ ରାଜା ନବୁକଦନିସ୍ଚର୍କେ ଜାନାଇ ଆଚେ । ତର୍ ସଇଲା କଟର୍ ସପନ୍ ଆରି ମନର୍ ଦର୍ସନ୍ ଅଇଲାନି ;
29 ଏ ମଆ ରାଜା, ସଇଲା କଟେ ତର୍ ମନେ ଆଇବା ଦିନ୍ ମନର୍ ଅଇବା ଗଟ୍ନା ବିସଇର୍ ଚିନ୍ତା ଆଇଲା; ଆରି ପର୍ମେସର୍ ନାଜାନ୍ବା ବିସଇ କଇସି, ସେ ଜାଇଟା ଗଟ୍ସି, ସେଟା ତକେ ଜାନାଇ ଆଚେ । 30 ମାତର୍ କନମିସା ଜିଇ ରଇଲା ଲକର୍ ଗିଆନ୍ ତେଇ ଅନି ମର୍ ଗିଆନ୍ ଅଦିକ୍ ଆଚେ ବଲି କେ ନାଜାନ୍ଲା ବିସଇ କଇଲିନି, ସେନ୍ତାର୍ ନାଇ, ମାତର୍ ରାଜାକେ ଜେନ୍ତାର୍ କି ଅରତ୍ ବାରଇସି ଆରି ତୁଇ ଜେନ୍ତାର୍ କି ମନର୍ ଚିନ୍ତା ଜାନୁସ୍, ସେଟାର୍ ପାଇ ସେଟା ମକେ ଜାନାଇ ଆଚେ । ଅ
31 ଏ ମଆ ରାଜା, ତୁଇ ଦେକୁ ଦେକୁ ଗଟେକ୍ ଚାନିଆ ଅଇଜିବା ବଡ୍ ମୁର୍ତି ଦେକ୍ଲୁସ୍, ବପୁ ଆରି ବେସି ଉଜଲ୍ ପାରା ମୁର୍ତି ତର୍ ମୁଆଟେ ଟିଆ ଅଇଲା ଆରି ତେଇର୍ ରୁପ୍ ବୟଙ୍କର୍ ରଇଲା । 32 ସେ ମୁର୍ତିର୍ ମୁଣ୍ଡ୍ ନିକ ସୁନା ପାରା, ତାର୍ ପୁଲ୍ବୁକ୍ ଆରି ଆତ୍ ରୁପାର୍ଟା ରଇଲା,ତାର୍ ଆଁଟାଇ ଅନି ଜଙ୍ଗ୍ ଜାକ ପିତଲର୍ଟା, 33 ତାର୍ ଗଡ୍ ଲୁଆ ଆରି ତାର୍ ପାଦର୍ ତଲେ କେତେକ୍ ଲୁଆ, ଆରି ଅଲପ୍ ମାଟି ରଇଲା । 34 ତୁଇ ଦେକୁ ଦେକୁ ସାରାସାରି ପଚେ ଆତ୍ ନ ଚିଇଲା ଗଟେକ୍ ପାକ୍ନା ସେ ମୁର୍ତିର୍ ଲୁଆକେ ଆରି ମାଟିର୍ ପାଦ୍କେ ମାରି ଗନ୍ଦା ଗନ୍ଦା କରି ବାଙ୍ଗାଇ ଦେଲା । 35 ତାର୍ପଚେ ଲୁଆ, ମାଟି, ପିତଲ୍, ରୁପା ଆରି ସୁନା ମିସି କରି ସର୍ତେ ଜାକ ବାଙ୍ଗି ଅଦର୍ଲା, ଆରି କାରା ମାସର୍ ସୁକ୍ଲା ପତର୍ ପାରା ଅଇଗାଲା; ଆରି, ସେ ସର୍ତେକେ ପବନ୍ ଆସି ଉଡାଇ ଦାରିଗାଲା ଆରି ସେଟା ମନର୍ ପାଇ ରଇବାକେ ଜାଗା ମିଲେ ନାଇ; ଆରି, ସେ ମୁର୍ତିକେ ମାରି ଦେଲା, ସେ ପାକ୍ନା ବଡ୍ ଅଇ ବଡ୍ ଡଙ୍ଗର୍ ଅଇଲା, ଆରି ପୁର୍ତିବି ସାରାକେ ସାସନ୍ କଲା । 36 ତର୍ ସପନ୍ ଅଇଲାନି ଏଟା; ଏବେ ମଆ ରାଜାକେ ସପନର୍ ଅରତ୍ ବୁଜାଇବୁ । 37 ଏ ମଆରାଜ୍, ତୁଇ ରାଜା ମନର୍ ରାଜା; ସରଗର୍ ପରମେସର୍ ତର୍ ରାଇଜ୍, ବପୁ, ସଙ୍ଗ୍ ଆରି ପର୍ସଙ୍ଗ୍ସା ଦେଲା ଆଚେ । 38 ଆରି, ଜନ୍ ଜାଗାଇ ମିସା ଲକ୍ ବାସା କର୍ବାଇ, ସେ ଜାଗାଇ ବୁଏଁ ରଇବା ପସୁ ଆରି ଉଡିବୁଲ୍ବା ଚଡଇକେ ସେ ନିଜେ ସରପ୍ମାନ୍ କରି ଆଚେ ଆରି ସେ ସର୍ତେକେ ଜାକ ତକେ ସାସନ୍ କର୍ବାକେ ଅଦିକାର୍ ଦେଲା ଆଚେ; ତୁଇ ସେ ସୁନାର୍ ମୁଣ୍ଡ୍ । 39 ଆରି, ତାର୍ପଚେ ଆର୍ ଗଟେକ୍ ସାନ୍ଟା ରାଇଜ୍ ଉଟ୍ସି ଆରି ତାର୍ପଚେ ତିନ୍ ନମର୍ ପିତଲର୍ ରାଇଜ୍ ଆଇସି, ସେଟା ସାରା ପୁର୍ତି ସାସନ୍ କର୍ସି । 40 ଆରି ଚାରି ନମର୍ ରାଇଜ୍ ଲୁଆ ପାରା ଆଟ୍ ଡାଣ୍ଟ୍ ଅଇସି; କାଇକେବଇଲେ ଲୁଆ ଜେନ୍ତାର୍ କି ସର୍ତେ ଜିନିସ୍କେ ଗନ୍ଦା ଗନ୍ଦା କର୍ସି ଆରି ଲୁଆ ଜେନ୍ତାର୍ କି ସର୍ତେକେ ଗୁଣ୍ଡ୍ କର୍ସି, ସେନ୍ତାର୍ ସେ ରାଇଜ୍ ଗନ୍ଦା ଗନ୍ଦା କରି ବାଙ୍ଗାଇ ଗୁଣ୍ଡ୍ କରି ଦେଇସି । 41 ଆରି, ତୁଇ ଜେନ୍ତାର୍ ଦେକ୍ଲୁସ୍, ପାଦ୍ ଆରି ପାଦର୍ ଆଙ୍ଗ୍ଟି କେତେକ୍ କୁମାରର୍ ମାଟି ଆରି କେତେକ୍ ଲୁଆ ରଇଲା, ସେନ୍ତାର୍ ସେ ରାଇଜ୍ ଦୁଇ ବାଗ୍ ଅଇସି; ମାତର୍ ତେଇ ଲୁଆ ଡାଣ୍ଟ୍ ଅଇସି, କାଇକେବଇଲେ କାଦ ତେଇ ଲୁଆ ମିସି ରଇଲାଟା ତୁଇ ଦେକ୍ଲୁସ୍ । 42 ଆରି, ପାଦର୍ ଆଙ୍ଗ୍ଟି ମନ୍ ଜେନ୍ତାର୍ କି କେତେକ୍ ଲୁଆ ଆରି କେତେକ୍ ମାଟି ରଇଲା, ଜେନ୍ତାର୍ ରାଇଜ୍ ଗଟେକ୍ ବାଗ୍ ଡାଣ୍ଟ୍ ଅଇସି ଆରି ଆରିଗଟେକ୍ ବାଗ୍ ଦୁର୍ବଲ୍ ଅଇସି । 43 ଆରି, ତୁଇ ଜେନ୍ତାର୍ କାଦ ସଙ୍ଗେ ଲୁଆ ମିସି ରଇବାଟା ଦେକ୍ଲୁସ୍, ସେନ୍ତାର୍ ନର୍ ଜାତି ସଙ୍ଗେ ମିସ୍ବାଇ; ମାତର୍ ଲୁଆ ଜେନ୍ତାର୍ ମାଟି ତେଇ ନ ମିସେ, ସେନ୍ତାର୍ ସେମନ୍ ଦୁଇ ଲକ୍ ମିସି କରି ନ ରଅତ୍ । 44 ଆରି, ସେ ରାଜା ମନର୍ ବେଲାଇ ସରଗର୍ ପରମେସର୍ ଗଟେକ୍ ରାଇଜ୍ ତିଆର୍ କର୍ସି, ସେଟା କେବେ ନସ୍ଟ ନ ଅଏ, କି ସେ ତେଇର୍ ମୁକିଆ ମନ୍କେ ବିନ୍ ମୁକିଆ ଲଗେ ନ ପାଟାଏ; ମାତର୍ ସେଟା ସର୍ତେ ରାଇଜ୍କେ ବାଙ୍ଗାଇ ନସ୍ଟ କରି ସବୁବେଲର୍ ପାଇ ସାସନ୍ କର୍ସି । 45 କାଇକେବଇଲେ ଡଙ୍ଗର୍ ଉପ୍ରେ ଅନି ଗଣ୍ଡ୍ଲି ଆଇଲା ଗଟେକ୍ ପାକ୍ନା ଜେ ସେ ଲୁଆ, ପିତଲ୍, ରୁପା, ଆରି ସୁନାକେ ବାଙ୍ଗାଇ ଗୁଣ୍ଡ୍ କଲା, ଏଟା ତୁଇ ଦେକ୍ଲୁସ୍; ଏଟା ଜାଇଟା ଗଟ୍ସି, ସେଟା ମଆନ୍ ପର୍ମେସର୍ ମଆ ରାଜାକେ ବୁଜାଇ ଆଚେ; ଆରି, ଏଟା ନ ପିଟ୍ତେ ଗଟ୍ସି ଆରି ସତ୍ ଅଇସି ।
46 ସେଡ୍କିବେଲେ ରାଜା ନବୁକଦ୍ନିସ୍ଚର୍ ମାଣ୍ଡି କୁଟା ଦେଇ ଦାନିଏଲ୍କେ ଜୁଆର୍ କଲା ଆରି ଲକ୍ ମନ୍ ଜେନ୍ତାର୍ କି ତାର୍ ନାଅଁରେ ଦୁପ୍ ଲାଗାଇ ପୁଜା କର୍ବାଇ, ସେନ୍ତାର୍ ଆଦେସ୍ ଦେଲା । 47 ରାଜା ଦାନିଏଲ୍କେ କଇଲା, ତୁଇ ଏତେକ୍ ଗବିର୍ କାତା କଇବାକେ ଗିଆନ୍ ପାଇ ଆଚୁସ୍, ଏଟାର୍ ପାଇ ସତ୍ କଇଲିନି ତର୍ ପର୍ମେସର୍ ଇସ୍ପର୍ ମନର୍ ଇସ୍ପର୍ ଆରି ରାଜା ମନର୍ ମାପ୍ରୁ ଆରି ଗିଆନ୍ ବିସଇ କଇସି । 48 ସେଟାର୍ ପାଇ ରାଜା ଦାନିଏଲ୍କେ ବଡ୍ କରି ବେସି ଦନ୍ସଁପତି ଦେଲା, ଆରି ବାବିଲର୍ ସର୍ତେ ଦେସ୍ ଉପ୍ରେ ସାସନ୍ କର୍ବାକେ ଅଦିକାର୍ ଦେଇ ବାବିଲର୍ ଗିଆନି ଲକର୍ ବିତ୍ରେ ଅନି ତାକେ ମୁକିଅ ଗିଆନି କଲା । 49 ଆରି, ଦାନିଏଲ୍ ରାଜାର୍ ଲଗେ ଗୁଆରି କରି କଇଲା, ରାଜା, ସଦ୍ରକ୍, ମଇସକ୍ ଆରି ଅବେଦ୍ନଗକେ ବାବିଲ୍ ଦେସେ କାମ୍ କର୍ବାକେ ଆଦେସ୍ ଦେଲା; ମାତର୍ ଦାନିଏଲ୍ ରାଜାର୍ ଦୁଆରେ ରଇଲା ।