1 ଆରି, ମାଦିଅ ଦାରିଆବସର୍ ସାସନର୍ ପର୍ତୁମ୍ ବର୍ସେ ମୁଇ ତାକେ ସୁସ୍ତା ଆରି ସଗତ୍ କରି ଟିଆ କରାଇଲି ।
2 ଏବେ, ମୁଇ ସତ୍ କାତା କଇବି । ଦେକ୍, ପାରସିଅ ତେଇ ଆରି ତିନ୍ଟା ରାଜା ବାରଇବାଇ ଆରି ଚାର୍ ନମର୍ ରାଜା ସେ ସର୍ତେ ରାଜା ମନର୍ ତେଇ ଅନି ବେସି ଦନ୍ସଁପତି ଅରଜ୍ସି; ଆରି, ସେ ତାର୍ ଦନର୍ ଲାଗି ବେସି ବପୁ ଅଇ ଗିରିସ୍ ରାଇଜ୍ର ସର୍ତେ ଲକର୍ ବିରୁଦେ ଉଟ୍ସି । 3 ତାର୍ପଚେ ଗଟେକ୍ ବପୁ ରାଜା ଆଇସି, ସେ ତାର୍ ଇଚା ସଙ୍ଗେ ଡାଣ୍ଟ୍ ନିଅମ୍ ସଙ୍ଗେ ସାସନ୍ କର୍ସି । 4 ଆରି, ସେ ଆଇଲେ ତାର୍ ରାଇଜ୍ ବାଙ୍ଗି ଜାଇସି ଆରି ଆକାସର୍ ଚାରିବେଟ୍ତି ତାର୍ ରାଇଜ୍ ବାଟା ଅଇସି; ମାତର୍ ତାର୍ ବଁସର୍ ପାଇ କି ତାର୍ ସାସନ୍ କାରିଆ ଇସାବେ ସାସନ୍ କର୍ବାକେ କାଇଟା ନ ରଏ; କାଇକେବଇଲେ ସେମନର୍ ପାଇ ନଏ, ମାତର୍ ବିନ୍ ଲକର୍ ପାଇ ତାର୍ ରାଇଜ୍ ଚିନ୍ବିନ୍ ଅଇସି ।
5 ଆରି, ଦକିନ୍ ଦେସର୍ ମିସରର୍ ରାଜା ବପୁ ଅଇସି ମାତର୍ ତାର୍ ମୁକିଆ ମନର୍ ବିତ୍ରେ ଅନି ଗଟେକ୍ ଲକ୍ ବେସି ବପୁ ଅଇ ସାସନ୍ କର୍ସି; ତାର୍ ରାଇଜ୍ ବେସି ବଡ୍ ରାଇଜ୍ ଅଇସି । 6 ମାତର୍ କେତେ ବରସ୍ ଗାଲାପଚେ ସେ ଲକ୍ ମିସି ଜିବାଇ ଆରି ଦକିନ୍ ଦିଗର୍ ମିସର୍ ଦେସର୍ ରାଜାର୍ ଟକିର୍ ନିଅମ୍ କର୍ବାକେ ସିରିଆ ଦେସର୍ ରାଜାର୍ ଲଗେ ଆଇବାଇ; ମାତର୍ ଟକି ତାର୍ ନିଜ୍କେ ମିସା ରକିଆ କରି ନାପାରେ; କି ରାଜା ଆରି ତାର୍ ବପୁ ସବୁବେଲେ ନ ରଏ; ମାତର୍ ସେ ଟକି ଆରି ଜନ୍ ଲକ୍ ତାକେ ଆନ୍ଲେ ଆରି ଜେ ତାକେ ଜନମ୍ ଦେଲା, ଆରି ସେ ବେଲାଇ ଜେ ତାକେ ବପୁ ଦେଲା, ସର୍ତେ ଲକ୍ ସରପ୍ମାନ୍ ଅଇବାଇ । 7 ମାତର୍ ଟକିର୍ କଲେ ଗଟେକ୍ ପିଲା ଜନମ୍ ଅଇସି, ସେ ସନିଅ ମନର୍ ସଙ୍ଗେ ଆସି ଉତର୍ ଦେସର୍ ରାଜାର୍ ଡେଙ୍ଗ୍ ଗରେ ପୁର୍ବାଇ ଆରି ସେ ମନର୍ ସଙ୍ଗେ ଜୁଇଦ୍ କରି ଜିତି ଆଇସି । 8 ଆରି, ସେ ଚଚ୍ସଙ୍ଗେ ତିଆର୍ କରି ରଇଲା ତାକର୍ ଦେବ୍ତା ମନ୍କେ ବାନ୍ଦି ରୁପା ଆରି ସୁନାର୍ ତାଲାଗିନା ସର୍ତେ ମିସର୍ ଦେସେ ଦାରି ଜାଇସି ଆରି ସେ କେତେ ବରସ୍ ଜାକ ସିରିଆ ଦେସର୍ ରାଜାର୍ ଲଗେ ମୁନ୍ଦା ଅଇ ରଇସି । 9 ଆରି, ସେ ଦକିନ୍ ଦିଗର୍ ମିସର୍ ଦେସର୍ ରାଜାର୍ ରାଇଜେ ଆଇସି, ମାତର୍ ସେ ନିଜର୍ ଦେସେ ବାଉଡି ଜାଇସି ।
10 ଆରି, ତାର୍ ପିଲା ମନ୍ ଜୁଇଦ୍ କର୍ବାକେ ବଡ୍ ଦଲ୍ ଗଡ୍ବାଇ, ସେମନ୍ ଆସି ଗାଡ୍ ଉଚ୍ଲି ଡାବି ଅଇଲା ପାରା ଦେସ୍ ଜାକ ଡାବିଅଇବାଇ, ଆରି ସେମନ୍ ଗଡ୍ ଜାକ ଜୁଇଦ୍ କର୍ବାଇ । 11 ତାର୍ପଚେ ଦକିନ୍ ଦିଗର୍ ମିସର୍ ଦେସର୍ ରାଜା ରିସା ଅଇ ସିରିଆ ଦେସର୍ ରାଜାର୍ ବିରୁଦେ ଜୁଇଦ କର୍ସି; ତାର୍ପଚେ ସିରିଆ ଦେସର୍ ରାଜା ଜବର୍ ଲକ୍କେ ଜମାଇସି, ମାତର୍ ସେ ଜମାଇରଇଲା ସର୍ତେ ଲକ୍ ମିସର୍ ଦେସର୍ ରାଜାର୍ ଆତେ ସର୍ପମାନ୍ ଅଇବାଇ । 12 ଆରି, ସେ ସର୍ତେ ଲକ୍ ଆର୍ତରେକ୍ ଉଟ୍ବାଇ, ରିସା ଅଇବାଇ ଆରି ଲକିଅଲକିଅ ଲକ୍କେ ମାରି ମରାଇବାଇ; ମାତର୍ ସେମନ୍ ଜିତି ନାପାରତ୍ ।
13 ତାର୍ପଚେ ସିରିଆ ଦେସର୍ ରାଜା ବାଉଡିଆସି ଆଗ୍ତୁର୍ ତେଇ ଅନି ଜବର୍ ଲକ୍କେ ଜମାଇସି, ଦିନ୍ ସାର୍ବାକେ ସେ ବେସି ସନିଅମନ୍ ଆରି ବେସି ଜିନିସ୍ ଦାରି ଆଇସି । 14 ଆରି, ସେ ବେଲାଇ ଗାଦିଲକ୍ ଦକିନ୍ ଦିଗର୍ ମିସର୍ ଦେସର୍ ରାଜାର୍ ବିରୁଦେ ଉଟ୍ବାଇ; ଆରି ତର୍ ଲକର୍ ବିତ୍ରେ ଜେତେକ୍ ଲକ୍ ଜୁଇଦ୍ କର୍ବା ବେଲେ ମରି ଆଚତ୍ ତାକର୍ ପିଲାମନ୍ ଏ ଦେକ୍ଲା ଦର୍ସନ୍ ଇସାବେ ସେମନ୍ ବଡ୍ ଅଇବାଇ; ମାତର୍ ପଚେ ସେମନ୍ ଦୁର୍ବଲ୍ ଅଇବାଇ । 15 ଏନ୍ତାରି ସିରିଆ ଦେସର୍ ରାଜା ଆଇସି ଆରି ଡାଣ୍ଟ୍ ସଙ୍ଗେ ବାନ୍ଦି ସେ ସଅର୍କେ ତାର୍ ଆତ୍ ମୁଟାଇ କର୍ସି; ତାର୍ପଚେ ଦକିନ୍ ଦିଗର୍ ମିସର୍ ଦେସର୍ ରାଜାକେ ସାଇଜ କର୍ବାଲକ୍ ଆରି ତାର୍ ସଙ୍ଗେ ରଇବା ଲକ୍ ବିରଦ୍ କରି ନାପାରତ୍; କି ବିରଦ୍ କର୍ବାକେ କାର୍ ବପୁ ନ ରଏ । 16 ମାତର୍ ଜେ ତାର୍ ବିରୁଦେ ଆଇସି, ସେ ତାର୍ ଇଚା ସଙ୍ଗେ କାମ୍ କର୍ସି ଆରି ତାକେ କାଇଟା ଅଇଲେ କେ ମିସା ସାଇଜ ନ କରତ୍; ଆରି, ସେ ରମିଅର୍ ଇସ୍ରାଏଲ୍ ଦେସର୍ ବିରୁଦେ ଟିଆ ଅଇସି ଆରି ସେ ଦେସର୍ ରାଜାର୍ ଆତେ ସେ ମର୍ସି ।
17 ଆରି, ସେ ତାର୍ ନିଜର୍ ସବୁ ଦେସର୍ ବପୁ ସଙ୍ଗେ ଆଇବାକେ ସେମନ୍ କର୍ସି ଆରି ଦରମ୍ ଲକ୍ମନ୍ ତାର୍ ସଙ୍ଗେ ଆଇବାଇ; ସେ ତାର୍ ନିଜର୍ ଇଚା ସଙ୍ଗେ କମ୍ କର୍ସି; ସେ ନସ୍ଟ କର୍ବାକେ ଟକି ମନ୍କେ ବିବା କର୍ବାକେ ଦେଇସି; ମାତର୍ ସେ ଟକିମନ୍ ତେଇ କଟି ରଇ ନାପାରତ୍, କି ତାର୍ ପାଇ କାଇଟା ନ ଅଏ । 18 ତାର୍ପଚେ ସେ ସମ୍ଦୁର୍ ପାଲିକେ ବାସା ଅଇରଇବା ଲକର୍ ବିରୁଦେ ଜାଇ ଗାଆଦି ଲକ୍କେ ତାର୍ ବାଟେ କର୍ସି; ମାତର୍ ଗଟେକ୍ ମୁକିଆ ଲକ୍ ତାକେ କାତା କଇ ଇଜତ୍ ଜିକ୍ସି; ଆରି, ସେ ତାର୍ ଇଜତର୍ କାତା ତାର୍ ଉପ୍ରେ ଚାପାଇ ଅଇସି । 19 ତାର୍ପଚେ ସେ ତାର୍ ନିଜର୍ ଦେସ୍ ବାଟେ ବାଉଡି ଆଇସି; ମାତର୍ ସେ ମଜାବାଟେ ଜୁଟିଆଇ ଅଇ ଅଦ୍ରି ମରି ଜାଇସି, ସେ ଆରି ନ ଡିସେ । 20 ତାର୍ପଚେ ଜନ୍ ଲକ୍ ତାର୍ ପଦ୍ ପାଇସି, ସେ ରାଇଜର୍ ପଁଚାଦି ଜାଗାଇ ଜିବାକେ ଗଟେକ୍ ଦେସର୍ ଲକ୍କେ ଡାକ୍ସି; ମାତର୍ ବେସି ଦିନ୍ ନ ରଏ ଦାପ୍ରେ ବିନସ୍ଟ ଅଇସି, ମାତର୍ ରିସାରେ ନାଇ, କି ଜୁଇଦ୍ ତେଇ ନଏ ।
21 ଆରି, ସେମନ୍ ଜାକେ ରାଇଜର୍ ସନ୍ମାନ୍ ନ ରଇଲାଇ, ଏନ୍ତାର୍ ଗଟେକ୍ କରାପ୍ ଲକ୍ ସେ ପଦ୍ ପାଇସି; ମାତର୍ ସେ ସମାନ୍ ବେଲାଇ ଆଇସି ଆରି ମିଚ୍ କାତାରେ ରାଇଜ୍ ପାଇସି । 22 ଆରି, ପାନିପବନ୍ ପାରା ସନିଅ ଦଲ୍ ସଙ୍ଗେ ସେମନ୍ ତାର୍ ଲଗେ ଅନି ବାଉଡି ଉଟି ଜିବାଇ ଆରି ବିନସ୍ଟ ଅଇଜିବାଇ; ଉଁ, ନିଅମ୍ ସଙ୍ଗେ ରଇଲା ମୁକିଆ ମିସା ବିନସ୍ଟ ଅଇଜାଇସି । 23 ଆରି, ତାର୍ ସଙ୍ଗେ ନିଅମ୍ ତିଆର୍ କରା ଅଇଲା ପଚେ ଜିକାଟାନା କାମ୍ କର୍ବାଇ; କାଇକେବଇଲେ ସେ ଆସି ଉନା ଲକ୍ର ପାଇ ବପୁ ଅଇସି । 24 ସେ ଟିକ୍ ବେଲାଇ ଦେସର୍ ବଲ୍ ଜାଗାଇ ପୁର୍ସି ଆରି ତାର୍ ଆନିଦାଦି ଆରି ବାବାମନ୍ ଜାଇଟା କରି ନ ରଇଲାଇ, ସେଟା ସେ କର୍ସି; ସେ ସେମନର୍ ଜିକି ନେଇ ରଇଲା ଜିନିସ୍ ଆରି କେତେକ୍ ବସ୍ତୁ ଆରି ଦନ୍ ବିଚି ଦେଇସି ଆରି ଡାଟ୍ ଗଡ୍ସବୁର୍ ବିରୁଦେ ସେ କେତେକ୍ ବଲ୍ ଚିନ୍ତା କର୍ସି । 25 ଆରି ସେ ମଆ ସନିଅଦଲ୍ ସଙ୍ଗେ ନେଇ ମିସର୍ ଦେସର୍ ରାଜାର୍ ବିରୁଦେ ନିଜର୍ ବପୁ ଆରି ସାଆସ ରିସା କର୍ସି, ତାର୍ପଚେ ଦକିନ୍ ଦିଗର୍ ମିସର୍ ଦେସର୍ ରାଜା ବେସି ବଡ୍ ଆରି ଡାକ୍ପୁଟା ସନିଅ ଜାଇ ତାର୍ ସଙ୍ଗେ ଜୁଇଦ୍ କରିବ, ମାତର୍ ସେ ତିର୍ ଅଇ ରଇବ ନାଇଁ, କାଇକେକି ସେମନ୍ ତାର୍ ବିରଦ୍ରେ ବେସି ପର୍କାର୍ ଚିନ୍ତା କର୍ସି । 26 ଜନ୍ଲକ୍ମନ୍ ତାର୍ କାଦି କାଇବାଇ, ସେମନ୍ ତାକେ ବିନାସ୍ କର୍ସି, ଆରି ତାର୍ ସନିଅଦଲ୍ ବଁଙ୍ଗ୍ଲି ଜିବାଇ ଆରି ବୁତେକ୍ ଲକ୍କେ ମାରିବାଇ । 27 ଆରି, ଏ ଦୁଇଟା ରାଜାର୍ ମନ୍ କାରାପ୍ କର୍ବାକେ ଆଗେ ଅଇବାଇ ଆରି ସେମନ୍ ଗଟେକ୍ ଟେବୁଲେ ବସି ମିଚ୍ କାତା କଇସି, ମାତର୍ ସେଟା ସପଲ୍ ନଏଁ, କାଇକେକି ସେଡ୍କିବେଲେ ମିସା ଜଜ୍ନା କରି ନାପ୍ଲା ବେଲେ ଜାଗି ରଇସି । 28 ସେଡ୍କିବେଲେ ସେ ବୁତେକ୍ ଦନ୍ ନେଇ ନିଜର ଦେସେ ବାଉଡି ଜାଇସି ଆରି ତାର୍ମନ୍ ସୁକଲ୍ ନିଅମର୍ କଲା ପଲ୍ ଅଇସି, ଆରି ସେ ନିଜର୍ ଇଚାରେ କାମ୍ କରି ନିଜର୍ ଦେସେ ବାଉଡି ଜାଇସି । 29 ସମାନ୍ ବେଲେ ସେ ବାଉଡି ଦକିନ୍ ଦେସେ ପୁର୍ସି, ମାତର୍ ଆଗର୍ କାଲେ ଜେନ୍ତାର୍ ଅଇରଇଲା, ସାରାସାରି ବେଲେ ସେ ରକାମ୍ ନଏଁ । 30 କାଇକେବଇଲେ କିତିଅର୍ ଜାଆଜ୍ ସର୍ତେ ତାର୍ ବିରୁଦେ ଆଇବାଇ, ଏଟାର୍ପାଇ ସେ ଦୁକ୍ ଅଇ ବାଉଡି ଜଇସି, ଆରି ସୁକଲ୍ ନିଅମ୍ ପୁସ୍ତକର୍ ବିରୁଦେ ରିସା ଅଇ ତର୍ ଇଚା ଇସାବେ କାମ୍ କର୍ସି; ସେ ବାଉଡି ଜାଇସି ଆରି ସୁକଲ୍ ନିଅମ୍କେ ବିରଦ୍ କର୍ବା ଲକ୍ ମନର୍ ସଙ୍ଗେ ମନ୍ ଦିଆନ୍ ଦେଲା । 31 ଆରି, ତାର୍ ବାଟେ ରଇଲା ସନିଅମନ୍ ବାରଇ ମନ୍ଦିର୍କେ, ଜନ୍ଟା କି, ଡାଣ୍ଟ୍ ସଙ୍ଗେ ଅସୁଚି କର୍ସି, ଆରି ଅମ୍ବଲି କର୍ବାଟା ବନ୍ଦ୍ କର୍ସି, ଆରି ସର୍ତେ ବିନାସ୍ ଅଇବା ଗିନ୍ ଜିନିସ୍ ତିଆର୍ କର୍ବାଇ । 32 ଆରି, ଜନ୍ ଲକ୍ ମନ୍ ନିଅମର୍ ବିରୁଦେ କରାପ୍ କାମ୍ କର୍ବାଇ, ସେ ଚିକ୍ନା ଚିକ୍ନା କାତା କଇ ସେମନ୍କେ ବିପଦ୍ ବାଟେ ନେବାଇ; ମାତର୍ ଜନ୍ ଲକ୍ମନ୍ ତାର୍ ଲକ୍ମନ୍କେ ଜାନ୍ବାଇ, ସେମନ୍ ବପୁ ଅଇବାଇ ଆରି କାବା ଅଇଜିବା କାମ୍ କର୍ବାଇ । 33 ଲକ୍ ମନର୍ ବିତ୍ରେ ଅନି ଗିଆନର୍ ଲକ୍ ଗାଦି ଲକ୍କେ ସିକାଇବାଇ; ଅଇଲେ ମିସା ବେସି ଦିନ୍ ଜାକ ସେମନ୍ କାଣ୍ଡା ସଙ୍ଗେ, ଜଇ ଲାଗ୍ବା ତେଇ, ବନ୍ଦି ଗରେ ରଇ କରି ଆରି ମୁଣ୍ଡ୍ ଲୁଆଁଇ କରି ରଇସି । 34 ଜେଡେବଲ୍ ସେମନ୍ ଦୁକ୍ କସ୍ଟ ପାଇବାଇ, ସେଡ୍କିବେଲେ ସେମନ୍ ଅଲପ୍ ସାଇଜ ପାଇବାଇ; ମାତର୍ କେତେକ୍ ଲକ୍ ଚିକ୍ନା ଚିକ୍ନା କାତା କଇ ସେମନର୍ ସଙ୍ଗେ ମିସ୍ବାଇ । 35 ଆରି, ସେମନର୍ ବିତ୍ରେ ଅନି ଗିଆନର୍ ଲକ୍ ସେମନ୍କେ ପରିଚଲ୍, ସପାସୁତ୍ରା, ଆରି ସୁଚି ଅଇବା ବେଲା ଜାକ ଦୁକ୍ ପାଇବାଇ; କାଇକେବଇଲେ ସେ ବାକିଅ ସମାନ୍ ବେଲାଇ ଅଇସି । 36 ଆରି, ରାଜା ତାର୍ ଇଚା ଇସାବେ କାମ୍ କର୍ସି ଆରି ସର୍ତେ ଦେବ୍ତା ମନର୍ ତେଇ ଅନି ଅଦିକ୍ ନିଜ୍କେ ବଡ୍ ବଲି ଗରବ୍ କର୍ସି, ଆରି ଇସ୍ପର୍ମନର୍ ଇସ୍ପର୍ ବିରୁଦେ ବାୟପାରା କାତା କଇସି ଆରି ଜେତେକ୍ ଦିନ୍ ଜାକ ପର୍ମେସରର୍ ରିସା ନ ଅଏ ସେତ୍କି ଦିନ୍ ଜାକ ତାର୍ କାମ୍ ସପଲ୍ ଅଇତେ ଜାଇତେ ରଇସି; କାଇକେବଇଲେ ଜାଇଟା ନିଅମ୍ କରା ଅଇଲା ଆଚେ, ସେଟା ସପଲ୍ ଅଇସି । 37 ସେ ତାର୍ ଆନିଦାଦି ମନର୍ ଦେବ୍ତାମନ୍କେ ନ ଡରେ; କି ମାଇଜିମନର୍ କାତାକେ କି କନ୍ ଦେବ୍ତାକେ ନ ନାମେ; କାଇକେବଇଲେ ସେ ସର୍ତେ ଲକର୍ ତେଇ ଅନି ନିଜ୍କେ ବଡ୍ ବଲିକରି ବାବ୍ଲାନି । 38 ମାତର୍ ତାର୍ ନିଜର୍ ରାଜ୍ ଗାଦିକେ ଚାଡି ଦେଇ ସେ ଦୁର୍ଗର୍ ଦେବ୍ତାକେ ନାମ୍ସି ଆରି ତାର୍ ଆନିଦାଦି ମନ୍ ନାଜାନ୍ବା ଦେବ୍ତାକେ ସୁନା, ରୁପା, ବେସି ମୁଲିଅର୍ ପାକ୍ନା ଆରି ତାର୍ ମନ୍କେ ଗାଲା ଜିନିସ୍ ମନ୍ ଦେଇ କରି ମର୍ଜିତା କର୍ସା । 39 ଆରି, ସେ ବିନ୍ ଦେସର୍ ଦେବ୍ତାର୍ ସାଇଜରେ ଦୁର୍ଗ ଗଡର୍ ବିରୁଦେ କାମ୍ କର୍ସି, ଜେ ଜଦି ତାକେ ନାମ୍ସି, ସେ ତାର୍ କାମ୍କେ ବଡାଇସି ଆରି ବେସି ଲକର୍ ଉପ୍ରେ ସେମନ୍କେ ବଡ୍ କର୍ସି ଆରି ତାର୍ ଲାବ୍ ଅଇବାକେ ସେ ଦେସର୍ ବୁଇଁ ବାଟା କର୍ସି ।
40 ଆରି, ସେସ୍ କାଲେ ଦକିନ୍ ଦେସର୍ ରାଜା ତାର୍ ସଙ୍ଗେ ବିରଦ୍ କର୍ସି ଆରି ଉତର୍ ଦେସର୍ ରାଜା ରତ୍, ଗଡା ଚାଲାଉମନ୍ ଆରି କେତେକ୍ ଜାଜ୍ ଦାରି ତାର୍ ବିରଦେ ସୁରାଗାଲି ପାରା ଆଇସି ଆରି ସେ ଗାଦି ଦେସ୍ମନର୍ ବିତ୍ରେ ପୁରିକରି ବାଉ ପବନ୍ ପାରା ବାରଇ ଉଟି ଜାଇସି । 41 ସେ ମିସା ରମିଅ ଇସ୍ରାଏଲ୍ ଦେସେ ପୁର୍ସି, ତାର୍ପଚେ ଗାଦି ଦେସ୍ମନ୍ ଆରି ଜିବାଇ, ମାତର୍ ଇଦମ୍ ଆରି ମଆବ୍ ଆରି ଅମନର୍ ପିଲାମନର୍ ଦେସ୍ ରକିଆ ପାଇସି । 42 ଆରି ସେ ବିନ୍ବିନ୍ ଦେସ୍ମନକେ ମିସା ଆତ୍ ଲାମାଇସି ଆରି ମିସର୍ ଦେସ୍ ରକିଆ ନପାଏ । 43 ମାତର୍ ମିସରର୍ ସୁନା ଆରି ରୁପା ଗରର୍ ସର୍ତେ ଆରି ନିମାନ୍ ନିମାନ୍ ଜିନିସ୍ମନ୍ ସର୍ତେ ସେ ଚାଡାଇ ନେଇଁସି, ଆରି ଲୁବିଅ ଆରି କୁସିଅମନ୍ ତାର୍ ପଚ୍ ପଚ୍ ଜିବାଇ । 44 ମାତର୍ ପୁରୁବ୍ ଦେସେ ଅନି ଆରି ଉତର୍ ଦେସର୍ କବର୍ ସୁନିକରି ବାୟାବିକଲ୍ ଅଇଲା; ତାରପଚେ ସେ ସର୍ତେ ଲକ୍କେ ମର୍ତେ ମାର୍ବାକେ ବେସି ରିସା ଅଇ କରି ଗାଲା । 45 ଆରି, ସେ ସମ୍ଦୁର୍ ଆରି ରମିଅ ସୁକଲ୍ ଡଙ୍ଗ୍ରର୍ ମଜାଇ ନିଜର୍ ରାଜାର୍ ଗର୍ ତିଆର୍ କର୍ସି, ଅଇଲେମିସା ତାର୍ ସାରାସାରି ବେଲା କେଟ୍ସି, ଆରି କେ ତାକେ ସାଇଜ ନ କରତ୍ ।