1 ବେଲ୍ସସ୍ଚର୍ ରାଜାର୍ ସାସନ୍ ବେଲର୍ ତିନ୍ ବର୍ସେ ମୁଇ ଦାନିଏଲ୍ ପର୍ତୁମର୍ ଦର୍ସନ୍ ପଚେ ଆରିଗଟେକ୍ ଦର୍ସନ୍ ପାଇଲି । 2 ଆରି, ମୁଇ ଦର୍ସନ୍ତେଇ ଦେକ୍ଲି; ମୁଇ ଦେକୁଦେକୁ ଦେକ୍ଲି ଜେ, ମୁଇ ଏଲମ୍ ପର୍ଦେସର୍ ସୁସନ୍ ରାଜ୍ଗରେ ଆଚି; ଆରି, ସେଟା ଉଲଇ ଗାଡ୍ ପାଲି ଆଚି । 3 ତାର୍ପଚେ ମୁଇ ଦେକ୍ଲି ଜେ , ଗାଡ୍ପାଲି ଗଟେକ୍ ମେଣ୍ଡା ଟିଆ ଅଇଆଚେ, ତାର୍ ଦୁଇଟା ସିଙ୍ଗ୍ ଆରି ସେ ଦୁଇଟା ସିଙ୍ଗ୍ ଡେଙ୍ଗ୍ଡେଙ୍ଗ୍; ମାତର୍ ଗଟେକ୍ ସିଙ୍ଗ୍ ଆରିଗଟେକ୍ ସିଙ୍ଗ୍ ତେଇଅନି କଣ୍ଡେକ୍ ଡେଙ୍ଗ୍ ଆରି ଜନ୍ଟା ଡେଙ୍ଗ୍, ସେଟା ପଚେ ବାରଇଇଲା । 4 ମୁଇଁ ସେ ମେଣ୍ଡାକେ ଦେକ୍ଲି ପଚିମ୍ ଦିଗ୍, ଉତର୍ ଦିଗ୍ ଆରି ଦକିନ୍ ଦିଗେ ସିଙ୍ଗ୍ ସଙ୍ଗେ ମାର୍ଲାନି; ଆରି, କନ୍ ପସୁ ମିସା ତାର୍ ଲଗେ ଟିଆଅଇ ନାପାର୍ଲାଇ, କି ତାର୍ ତେଇଅନି ଉଦାର୍ କର୍ବାକେ କେ ନ ରଇଲାଇ; ମାତର୍ ସେ ଜାଇଟା ଇଚା ସେ ସେଟାକଲା ।
5 ଆରି, ମୁଇ ଏ ବିସଇକେ ବାବ୍ନା କରୁ କରୁ ଦେକ୍ଲି ଜେ, ପଚିମ୍ ଦିଗେ ଅନି ଗଟେକ୍ ଚେଲି ପୁର୍ତିବିକେ ଡେଗଇ ପାଲାଇ ଆଇଲା ଆରି ସେ ବୁଏଁ ଚିଏ ନାଇ; ଆରି ସେ ଚେଲିର୍ ଦୁଇଟା ଆକିର୍ ମଜାଇ ଗଟେକ୍ ବଡ୍ଟା ସିଙ୍ଗ୍ ବାରଇ ରଇଲା । 6 ଆରି ଜନ୍ ଗାଡ୍ପାଲି ଦୁଇଟା ସିଙ୍ଗ୍ ରଇଲା ମେଣ୍ଡା ଟିଆ ଅଇରଇବାଟା ମୁଇ ଦେକ୍ଲି, ତାର୍ବାଟେ ସେ ଚେଲି ଜବର୍ ବପୁ ସଙ୍ଗ୍ ଗୁଦ୍ଗୁଦି ପାଲାଇଲା । 7 ତାର୍ପଚେ ମୁଇ ଦେକ୍ଲି, ସେ ଚେଲି ସେ ମେଣ୍ଡାର୍ ଲଗେ ଆଇଲା ଆରି ତାକେ ରିସା ଅଇକରି ମାର୍ଲା ଆରି ତାର୍ ଦୁଇଟା ସିଙ୍ଗ୍ ବାଙ୍ଗାଇ ଦେଲା ଆରି ତାର୍ଲଗେ ଟିଆ ଅଇବାକେ ସେ ମେଣ୍ଡାର୍ ସକତ୍ ନାଇ; ମାତର୍ ସେ ଚେଲି ତାକେ ବୁଏଁ ଅଦ୍ରାଇ ଗଡ୍ସଙ୍ଗେ ମାଣ୍ଡି ପାକାଇଲା, ସେଡ୍କିବେଲେ ସେ ମେଣ୍ଡାକେ ଉଦାର୍ କର୍ବାକେ କେ ମିସା ନ ରଇଲାଇ ।
8 ସେ ଚେଲି ବଡ୍ ଅଇଲା, ମାତର୍ ସେ ଜେଡେବଲ୍ ବପୁଅଇ ସକତ୍ ଅଇଲା, ସେଡ୍କିବେଲେ ତାର୍ ବଡ୍ ସିଙ୍ଗ୍ ବାଙ୍ଗିଗାଲା ଆରି ସେ ଲଗେ ଚାରିବାଟେ ଚାର୍ଟା ସିଙ୍ଗ୍ ବାରଇଲା । 9 ଆରି, ସେ ସିଙ୍ଗ୍ମନର୍ ବିତ୍ରେଅନି ଗଟେକ୍ ତେଇ ସାନ୍ଟା ସିଙ୍ଗ୍ ବାରଇ ଦକିନ୍ ଆରି ପୁରୁବ୍ ଦିଗର୍ ରମିଅ ଇସ୍ରାଏଲ୍ ଦେସ୍ ବାଟେ ବଡ୍ତେ ଗାଲା । 10 ଆରି, ସେଟା ବାଦଲର୍ ସଇନ ମନର୍ ଲଗେ କେଟ୍ଲା ଆରି ସେ ସଇନ ମନ୍କେ ଆରି ବାଦଲର୍ ତାରା ମନ୍କେ ଅଦେକ୍ ବୁଏଁ ଅଦ୍ରାଇ ଗଡ୍ ସଙ୍ଗେ ମାଣ୍ଡି ପାକାଇଲା । 11 ସେ ଦୁତ୍ମନର୍ ମୁକିଆର୍ ବିରୁଦେ ନିଜ୍କେ ବଡାଇ ତାକର୍ ଲଗେଅନି ସବୁଦିନର୍ ପାଇ ଅମ୍ବଲି ଜିକି ଦାରିଗାଲା ଆରି ତାକର୍ ମନ୍ଦିର୍ ନସ୍ଟ ଅଇଗାଲା । 12 ଆରି, ଲକର୍ ଅପ୍ରାଦର୍ ପାଇ ସବୁ ଦିନର୍ ଅମ୍ବଲି ସଙ୍ଗେ ସଇନ ତାର୍ ସରପ୍ମାନ୍ ଅଇଲାଇ ଆରି ସେ ସିଙ୍ଗ୍ ସତ୍କେ ବୁଏଁ ପାକାଇଲା, ସେ ତାର୍ ଇଚାରେ କଲା କାମ୍ ସେ ସପଲ୍ ଅଇଲା ।
13 ତାର୍ପଚେ ମୁଇ ଗଟେକ୍ ସୁକଲ୍ ଲକର୍ କାତା କଇବାର୍ ସୁନ୍ଲି; ଆରି, ଜେ କାତା କଇଲା, ତାକେ ଆରିଗଟେକ୍ ବିନ୍ ସୁକଲ୍ ଦୁତ୍ ପାଚାର୍ଲା, ଅମ୍ବଲି ଆରି ଅପ୍ରାଦ୍ ଆରି ପାପେ ନସ୍ଟ ଅଇବାଟା ଆରି ସଇନ ସରପ୍ମାନ୍ ଅଇବାଟା , ଏଟା କେତେ କାଲ୍ ଜାକ ରଇସି?
14 ତାର୍ପଚେ ସେ ମକେକଇଲା, ଦୁଇ ଅଜାର୍ ତିନ୍ ସ ବରସ୍ ସଞ୍ଜ୍ ଆରି ସାକାଲ୍ ପାଇବା ଜାକ; ତାର୍ପଚେ ମନ୍ଦିର୍ ସୁକଲ୍ ଅଇସି ।
15 ତାର୍ପଚେ ମୁଇ ଦାନିଏଲ୍ ଦର୍ସନ୍ ଦେକ୍ଲି ଆରି ଏଟା ବୁଜ୍ବାକେ ଚେସ୍ଟା କଲି; ଆରି ନର୍ମୁର୍ତିର୍ ଗଟେକ୍ ଲକ୍ ଆସି ଟିଆ ଅଇବାଟା ଦେକ୍ଲି । 16 ଆରି, ଉଲଇ ଗାଡେଅନି ଗଟେକ୍ ଲକର୍ ଡାକ୍ବା ସବଦ୍ ସୁନ୍ଲି, ସେ ଡାକିଡାକି କଇଲା, ଏ ଗାବ୍ରିଏଲ୍ ଏ ଲକ୍କେ ଦର୍ସନର୍ ବିସଇ ବୁଜାଇ ଦେସ୍ । 17 ତାର୍ପଚେ ମୁଇ ଜନ୍ ଜାଗାଇ ଟିଆ ଅଇରଇଲି, ସେ ଜାଗା ଲଗେ ଆଇଲା; ଆରି ସେ ଆଇଲାକେ, ମୁଣ୍ଡ୍ କିନ୍ଦ୍ରି ବୁଏଁ ଅଦର୍ଲି; ମାତର୍ ସେ ମକେ କଇଲା, ଏ ନର୍ ପିଲା, ବୁଜ୍, ଏ ଦର୍ସନ୍ ଅଇଲାନି ସାରାସାରି ବେଲର୍ । 18 ସେ ମକେ କାତା କଉକଉ ମୁଇ ବୁଏଁ ମୁ କରି ସଇଦେଲି; ମାତର୍ ସେ ମକେ ଉଟାଇ ଟିଆ କରାଇଲା । 19 ଆରି, ସେ ମକେ କଇଲା, ଦେକ୍, ରିସାର୍ ବେଲେ ଜାଇ ବିପଦ୍ ଗଟ୍ସି, ସେଟା ମୁଇ ତକେ ଜାନାଇବି; କାଇକେବଇଲେ ଏଟା ଟିକ୍ ସାରାସାରିବେଲର୍ କାତା ।
20 ତୁଇ ଜନ୍ ମେଣ୍ଡା ଦେକ୍ଲୁସ୍, ତାର୍ ଦୁଇଟା ସିଙ୍ଗ୍ ମାଦିଅର୍ ଆରି ପାରସିକର୍ ରାଜା । 21 ଆରି ସେ ଚେଣ୍ଡି ରଇଲଅଲା ଚେଲି ଜବନ୍ ଦେସର୍ ରାଜା ଆରି ତାର୍ ଦୁଇଟା ଆକିର୍ ମଜାର୍ ବଡ୍ଟା ସିଙ୍ଗ୍ ଅଇଲାନି ପର୍ତୁମ୍ ରାଜା । 22 ଆରି ଜନ୍ ସିଙ୍ଗ୍ ବାଙ୍ଗି ସେ ଲଗେ ଚାର୍ଟା ସିଙ୍ଗ୍ ବାରଇଲା, ସେଟା ସେ ଦେସର୍ ବିତ୍ରେ ଅନି ଚାର୍ଟା ରାଇଜ୍ ତିଆର୍ ଅଇବାର୍ ଜାନା ପଡ୍ସି, ମାତର୍ ତାର୍ ସମାନ୍ ଡାକ୍ପୁଟା ନ ଅଅତ୍ । 23 ଆରି, ସେମନର୍ ରାଇଜ୍ ସାର୍ବା ବେଲେ ଆଦେସ୍ ମାନ୍ବା ଲକର୍ ଆଦେସ୍ ନାମ୍ବାଟା ସାର୍ସି, ସେଡ୍କିବେଲେ ବଇଙ୍କାର ଜିଦ୍ କରୁ ଅଇସି ଆରି ଗଟେକ୍ ସୁକଲ୍ ଗିଆନର୍ ରାଜା ଆଇସି । 24 ସେ ବପୁରେ ଡାକ୍ପୁଟା ଅଇସି, ମାତର୍ ତାର୍ ନିଜର୍ ବପୁ ସଙ୍ଗେ ନ କରେ; ଆରି, ସେ କାବାଅଇଜିବା ପାରା ନସ୍ଟ କର୍ସି, ଆରି ସାଉକାର୍ ଅଇ ତାର୍ ଇଚାରେ କାମ୍ କର୍ସି; ଆରି, ସେ ବପୁଲକ୍ ଆରି ସୁକଲ୍ ଲକ୍କେ ବିନାସ୍ କର୍ସି । 25 ଆରି, ତାର୍ ନିଜର୍ ବୁଦି ସଙ୍ଗେ ତାର୍ ଆତେ ଚଲ୍ନାର୍ ସପଲ୍ ଅଇସି, ଆରି ସେ ନିଜର୍ ବୁଦି ସଙ୍ଗେ ବଡ୍ ଅଇସି, ଆରି ସେ ନିରାପଦ୍ ବେଲେ ସବୁକେ ବିନାସ୍ କର୍ସି; ଆରି, ସେ ଦୁତ୍ମନର୍ ମୁକିଆ ବିରୁଦେ ଉଟ୍ସି; ମାତର୍ ସେ କେ ନ ମାର୍ତେ ମର୍ସି । 26 ଆରି, ସଞ୍ଜ୍ ଆରି ସାକାଲ୍ ପାଇବା ବିସଇର୍ ଦର୍ସନ୍ ସତ୍; ମାତର୍ ତୁଇ ଏ ଦର୍ସନ୍କେ ଲେକିରକ୍; କାଇକେବଇଲେ ଆଇବା ବେସି ଦିନର୍ କାତା । 27 ତାର୍ପଚେ ମୁଇ ଦାନିଏଲ୍ ତାକି ଗାଲି ଆରି ବେସି ଦିନ୍ ଜର୍ ଦାରାଇ ଅଇଲି; ତାର୍ପଚେ ବଲ୍ ଅଇ ମୁଇ ରାଜା ଦେଇ ରଇବା କାମ୍ କଲି; ସେ ଦର୍ସନ୍କେ ମୁଇ କାବା ଅଇଗାଲି, ମାତର୍ ସେ ଦର୍ସନ୍ କେ ବୁଜତ୍ ନାଇ ।