1 ପାରସିଅ ରାଜାର୍ କରସର୍ ସାସନ୍ କର୍ବା ବେଲର୍ ତିନ୍ ବର୍ସେ ବେଲ୍ଟସର୍ ବଲି ନାଉଁ ଅଇରଇବା ଦାନିଏଲ୍କେ ଗଟେକ୍ ବିସଇ କୁଆ ଅଇଲା ଆରି ସତ୍, ସେଟା ଗଟେକ୍ ବଡ୍ ଜୁଇଦ୍ ବିସଇ; ଆରି, ସେଟା ସେ ବୁଜ୍ଲା ଆରି ସେ ଦର୍ସନ୍ ବିସଇ ତାକେ ବାୟାବିକଲ୍ କଲା । 2 ସେ ବେଲାଇ ମୁଇ, ଦାନିଏଲ୍, ତିନ୍ ଆଟ୍ ଜାକ କାନ୍ଦି କାନ୍ଦି ରଇଲା । 3 ତିନ୍ ଆଟ୍ ସାର୍ବା ଜାକ ମୁଇ କାଇ ସୁଆଦ୍ କାଦି କାଇ ନାଇ, କି ମାଉସ୍ କି ଅଙ୍ଗୁର୍ ରସ୍ ମର୍ ଟଣ୍ଡେ ନେଇ ନାଇ, କି ମୁଇ କାଇ ଚିକନ୍ ଲାଗାଇ ଅଇନାଇ ।
4 ଆରି, ପର୍ତୁମ୍ ମାସର୍ କଡେ ଚାର୍ ଦିନେ ମୁଇ ଇଦେକଲ୍ ନାଅର୍ ବଡ୍ ଗାଡ୍ ପାଲି ରଇବାବେଲେ, 5 ମୁଇ ନିକ ସଙ୍ଗେ ଦେକ୍ଲି, ଆରି, ଦବ୍ଲା ବସ୍ତର୍ ପିନ୍ଦ୍ଲା ଗଟେକ୍ ଲକ୍, ତାର୍ ଆଁଟାଇ ଉପାସ୍ ଦେସର୍ ନିକ ସୁନାର୍ ବେଲ୍ଟୁ ବାନ୍ଦି ଅଇରଇଲା; 6 ଆରି ତାର୍ ଗାଗଡ୍ ମଣି ପାକ୍ନା ପାରା ଆରି ତାର୍ ମୁ ବତି ଉଜଲ୍ ପାରା ଆରି ତାର୍ ଆଁକି ଜଇ ଲାଗ୍ଲା ପାରା; ଜଇ ଅଲା ପାରା, ଆରି ତାର୍ଆତ୍ ଆରି ପାଦ୍ ନିର୍ମଲ୍ ପିତଲର୍ ପାରା ଆରି ତାର୍ ଟଣ୍ଡର୍ ବାରଇବା ବାକିଅର୍ ସବଦ୍ ମାନ୍ଦା ଲକର୍ ସବଦ୍ ପାରା । 7 ଆରି, ମୁଇ ଦାନିଏଲ୍, ଗଟେକ୍ ଲକ୍ ମୁଇ ସେ ଦର୍ସନ୍ ଦେକ୍ଲି; କାଇକେବଇଲେ ମର୍ ସଙ୍ଗର୍ ଲକ୍ମନ୍ ସେ ଦର୍ସନ୍ ଦେକ୍ଲି; ମାତର୍ ସେମନ୍ ବେସି ତର୍ତରି ଗାଲାଇ ଆରି ନିଜେନିଜେ ଲୁଚ୍ବାକେ ପାଲାଇଲାଇ । 8 ତାର୍ପଚେ ମୁଇ ଗଟେକ୍ ଲକ୍ ରଇ ଏ ଦର୍ସନ୍ ଦେକ୍ଲି ଆରି ମର୍ ଲଗେ ଆରି ମୁଲ୍କେ ସକତ୍ ନ ରଇଲା; କାଇକେବଇଲେ ମର୍ ମୁଅର୍ ମୁର୍ତି ଆଜିଗାଲା ଆରି ମକେ ମୁଲ୍କେ ସଗତ୍ ରଏ ନାଇ । 9 ଅଇଲେ ମିସା ମୁଇ ତାର୍ କଇବା ସବଦ୍ ସୁନ୍ଲି, ଆରି ଜେଡେବଲ୍ ତାର୍ ଟଣ୍ଡ୍ର୍ ସବଦ୍ ସୁନ୍ଲି, ସେଡ୍କିବେଲେ ମୁଇ ଉମ୍ତାଡି ଅଇ ବେସି ସଇ ରଇଲି । 10 ସେଡ୍କିବେଲେ ଜାନ୍ଲି, ତାର୍ ଆତ୍ ମର୍ ଗଡର୍ ମାଣ୍ଡି ଆରି ଆତେ ଚିଇ କରି ଡାଣ୍ଟ୍ କରାଇଲା ।
11 ଆରି ସେ ମକେ କଇଲା, ଏ ମର୍ ନିଜର୍ ଆଲାଦର୍ ପିଲା ଦାନିଏଲ୍, ମୁଇ ତକେ ଜନ୍ ଜନ୍ ବାକିଅ କଇବି, ସେଟା ବୁଜ୍ ଆରି ସିଦା ଡାଙ୍ଗ୍ଡାଙ୍ଗା ଅଇ ଟିଆ ଅ; କାଇକେବଇଲେ ଏବେ ମୁଇ ତର୍ ଲଗେ ବାଉଡି ଆଇଲିଆଚି; ସେ ମକେ ଏ କାତା କଇଲାକେ ମୁଇ ତର୍ତରି ତର୍ତରି ଟିଆ ଅଇଲି ।
12 ତାର୍ପଚେ ସେ ମକେ କଇଲା, ଏ ଦାନିଏଲ୍, ଡର୍ ନାଇ; କାଇକେବଇଲେ ଜନ୍ ପର୍ତୁମ୍ ଦିନେ ଅନି ବୁଜ୍ବାକେ ଆରି ତର୍ ପର୍ମେସରର୍ ଲଗେ ନିଜ୍କେ ସୁଦାର୍ବାକେ ମନ୍ ବଦ୍ଲାଇଲୁସ୍, ସେ ଦିନେ ଅନି ତର୍ ବାକିଅ ସୁନିଅଇଲା; ଆରି, ତର୍ ବାକିଅର୍ ପାଇ ଆମେ ଆସିଆଚୁ । 13 ମାତର୍ ପାରସ୍ ରାଜାର୍ ମୁକିଆ କଡେ ଏକ୍ଦିନ୍ ଜାକ ଆମ୍କେ ଜାଟିଜଗ୍ଡା କଲା, ମାତର୍ ଦେକା, ଦୁତ୍ମନର୍ ବିତ୍ରେ ଅନି ମିକାଏଲ୍ ନାଉଁର୍ ଗଟେକ୍ ଦୁତ୍ ଆମ୍କେ ସାଇଜ କର୍ବାକେ ଆଇଲା; ଆରି, ଆମେ ସେଡ୍କିବେଲେ ପାରସସିଅ ରାଜାର୍ ସଙ୍ଗେ ରଇଲୁ । 14 ଏବେ ସାରାସାରି ବେଲେ ତର୍ ଲକ୍ମନ୍କେ ଜାଇଟା ଗଟ୍ସି, ସେଟା ତକେ ବୁଜାଇ ଦେବାକେ ଆଇଲିଆଚି; କାଇକେବଇଲେ ଏ ଦର୍ସନ୍ ଜୁଗ୍ଜୁଗ୍ ପାଇଁ ଆଚେ । 15 ସେ ମକେ ଏନ୍ତାର୍ଇ କାତା କଇବାବେଲେ ମୁଇ ବୁଏଁ ମୁଉଁ ଲୁଆଁଇ ଦେଲି । 16 ସେଡ୍କିବେଲେ ଦେକ୍ଲି, ନର୍ରୁପ୍ ପାରା ରଇଲା ଗଟେକ୍ ଲକ୍ ଆସି ମର୍ ଟଣ୍ଡେ ଚିଇଲା; ସେଡ୍କିବେଲେ ମୁଇ ମର୍ ଟଣ୍ଡ୍ ପୁଟାଇ କରି ମର୍ ଲଗେ ଟିଆ ଅଇରଇଲା ଲକ୍କେ କଇଲି,ଏ ମର୍ ସବୁବେଲର୍ ମାପ୍ରୁ,ଏ ଦର୍ସନର୍ ଲାଗି ମର୍ ଦୁକ୍ ମକେ ଦାର୍ଲା ଆରି ମୁଇ କାଇଟା ମିସା ମର୍ ବପୁ ସଙ୍ଗେ ଟିଆ ଅଇ ନାପାର୍ଲି । 17 କାଇକେବଇଲେ ମର୍ ଏ ସବୁବେଲର୍ ମାପୁରୁର୍ ଦାଙ୍ଗ୍ଡା କେନ୍ତାର୍ ମର୍ ସବୁବେଲର୍ ମାପୁରୁର୍ ସଙ୍ଗେ କାତାବାର୍ତା ଅଇ ପାର୍ବି? ସେଡ୍କିବେଲେ ମର୍ ଲଗେ ସଗତ୍ ରଏ ନାଇ, କି ମର୍ ଲଗେ ସାସ୍ ରଏ ନାଇ ।
18 ସେଡ୍କିବେଲେ ନର୍ରୁପ୍ ପାରା ରଇଲା ଲକ୍ ଆସି ମକେ ଚିଇ କରି ସକତ୍ କଲା । 19 ଆରି, ସେ କଇଲା, ଏ ଆଲାଦର୍ ଲକ୍, ଡର୍ନାଇ; ତକେ ସାନ୍ତି ଅ, ସକତ୍ ଅ, ସଗତ୍ ଅ । ସେ ମକେ ଏ କାତା କଇବା ବେଲେ, ମୁଇ ସଗତ୍ ଅଇ କଇଲି, ମର୍ ସବୁବେଲର୍ ମାପ୍ରୁ କଅ କାଇକେବଇଲେ ତୁଇ ମକେ ସଗତ୍ କରି ଆଚୁସ୍ । 20 ତାର୍ପଚେ ସେ ମକେ କଇଲା, "ମୁଇ କାଇଟାର୍ ପାଇ ତର୍ ଲଗେ ଆସିଆଚି, ସେଟା କାଇ ତୁଇ ଜାନୁସ୍ କି? ଏବେ ପାରସର୍ ଦୁତ୍ ସଙ୍ଗେ ଜୁଇଦ୍ କର୍ବାକେ ବାଉଡି ଜୁ; ଆରି, ଆମେ ବାରଇଲେ, ଦେକ, ଗିରିସର୍ ଦୁତ୍ ଆଇସି । 21 ମାତର୍ ସତ୍ ବାକିଅ ତେଇ ଜାଇଟା ଲେକା ଅଇଲା ଆଚେ, ସେଟା ମୁଇ ତକେ ଜାନାଇବି; ଏ ଲକର୍ ବିରୁଦେ ମୁଇ ସାଇଜ କର୍ବାକେ ତର୍ ଦୁତ୍ ମିକାଏଲ୍ କେ ଚାଡି ଦେଲେ କେ ମିସା ନାଇ ।"