5 1 ରାଜା ବେଲ୍ସଚର୍ ତାର୍ ଅଜାର୍ ଅଜାର୍ କାମ୍ କର୍ବା ଲକର୍ ପାଇ ଗଟେକ୍ ବଜି କଲା ଆରି ସେ ଅଜାର୍ ଅଜାର୍ ଲକର୍ ମୁଆଟେ ଅଙ୍ଗୁର୍ ରସ୍ କାଇଲା । 2 ଆରି,ତାର୍ ବାବା ନବୁକଦ୍ନିସ୍ଚର୍ ଜିରୁସାଲମ୍ ମନ୍ଦିରେଅନି ଜନ୍ ସୁନା ଆରି ରୁପାର୍ ତାଲା ଚାଡାଇ ଆନି ରଇଲା, ତେଇ ରାଜା ଆରି ତାର୍ ଲକ୍,ଆରି ମାଇଜି ମନ୍ ଆରି ସାନ୍ଲି ମାଇଜି ମନ୍ ଜେନ୍ତାର୍ କି ତେଇ କାଇବାଇ, ଏଟାର୍ ପାଇ ବେଲ୍ସଚର୍ ଅଙ୍ଗୁର୍ ରସ୍ କାଉଁକାଉଁ ସେଟା ସର୍ତେ ଆନ୍ବାକେ ଆଦେସ୍ ଦେଲା । 3 ତାର୍ପଚେ ଜିରୁସାଲମର୍ ମନ୍ଦିରେ ଅନି, ପର୍ମେସରର୍ ଗରେ ଆନି ଜନ୍ ସୁନାର୍ ତାଲା ଚରି ଅଇ ରଇଲା, ସେଟା ଲକ୍ମନ୍ ଆନ୍ଲାଇ; ଆରି , ରାଜାର୍ ବଡ୍ ବଡ୍ ଲକ୍ ଆରି ତାର୍ ଲକ୍ମନ୍, ତାର୍ ମାଇଜି ମନ୍ ଆରି ତାର୍ ସାନ୍ଲି ମାଇଜିମନ୍ ତେଇ କାଇଲାଇ । 4 ସେମନ୍ ଅଙ୍ଗୁର୍ ରସ୍ କାଉଁକାଉଁ ସୁନା ଆରି ରୁପା, ପିତଲ୍, ଲୁଆ, ଗଚ୍ ଆରି ପାକ୍ନାକେ ତିଆର୍ କଲା ଦେବ୍ତା ମନ୍କେ ପର୍ସଙ୍ଗ୍ସା କଲାଇ ।
5 ସେଡ୍କିବେଲେ ଗଟେକ୍ ଲକର୍ ଆଙ୍ଗ୍ଟି ଆସି ରାଜା ସିଆଁସନର୍ କୁଡେ ସାରଇଲା ତେଇ ବତିଉଜଲ୍ ଲଗେ ଲେକ୍ଲା, ଆତର୍ ଜନ୍ ଚିନ୍ ଲେକ୍ଲା, ରାଜା ସେଟା ଦେକ୍ଲା । 6 ସେଡ୍କିବେଲ ରାଜା କାବା ଅଇଗାଲା ଆରି ଚିନ୍ତା କରି ବାବ୍ଲା; ଆରି ତାର୍ ଆଁଟାଇ ବାନ୍ଦ୍ଲାଟା ସର୍ତେ କୁସ୍ଲି ଗାଲା ଆରି ତାର୍ ମାଣ୍ଡିକେ ମାଣ୍ଡି ଜୁଜ୍ଲା । 7 ସେଡ୍କିବେଲେ ରାଜା ଆତ୍ ଦେକୁମନ୍କେ, ପାଞ୍ଜି ଦେକୁମନ୍କେ ଆରି ପଣ୍ଡିତ୍ ମନ୍କେ ଆରି କଲଦିଅମନ୍କେ ଆଇବାକେ ଆଉଲି ଅଇ ଡାକ୍ଲା। ରାଜା ବାବିଲର୍ ପଣ୍ଡିତ୍ ମନ୍କେ କଇଲା, ଜେ ଏ ଲେକା ପଡ୍ସି ଆରି ତେଇର୍ ଅରତ୍ ମକେ କଇସି, ସେ ବାଇଗନ୍ରଙ୍ଗର୍ ପଚିଆ ପିନ୍ଦାଇ ତାକେ ସନ୍ମାନ୍ ଦେବି ଆରି ତାର୍ ଗାଲାଇ ସୁନାର୍ ଆର୍ ପିନ୍ଦା ଅଇସି, ଆରି ସେ ଏ ରାଇଜର୍ ତିନ୍ ନମର୍ ମୁକିଆ ଲକ୍ ଅଇସି । 8 ସେଡ୍କିବେଲେ ରାଜାର୍ ସର୍ତେ ପଣ୍ଡିତ୍ ମନ୍ ବିତ୍ରେ ଆଇଲାଇ; ମାତର୍ ସେମନ୍ ଲେକ୍ଲାଟା ପଡି ନାପାର୍ଲାଇ, କି ରାଜାକେ ତେଇର୍ ଅରତ୍ କଇ ନାପାର୍ଲାଇ । 9 ସେଟାର୍ ପାଇ ରାଜା ବେଲ୍ସଚର୍ ବେସି ରିସା ଅଇଗାଲା ଆରି ମୁ ଉତ୍ରାଇ ଦେଲା, ଆରି ଆଇଲା ବଡ୍ ବଡ୍ ଲକ୍ମନ୍ କାବା ଅଇ ଗାଲାଇ ।
10 ସେଡ୍କିବେଲେ ରାଜାର୍ ଆରି ତାର୍ ଲକ୍ମନର୍ କାତା ସୁନି ରାନି କାଇବା ଗରେ ଅନି ଆଇଲା; ରାନି କଇଲା, ଏ ମଆରାଜ୍, ବେସି ଦିନ୍ ଜିଉଁ; ତର୍ ବାବ୍ନା ତକେ ବାୟାବିକଲ୍ ନ କର, କି ତୁଇ ମନ୍ଦୁକ୍ କର୍ନାଇ । 11 ତର୍ ରାଇଜ୍ ବିତ୍ରେ ଗଟେକ୍ ଲକ୍ ଆଚେ, ତାର୍ ଉର୍ଦେ ସୁକଲ୍ ଦେବ୍ତାର୍ ଆତ୍ମା ଆଚେ; ଆରି, ତର୍ ବାବାର୍ ବେଲେ ଦେବ୍ତାମନର୍ ଗିଆନ୍ ପାରା ଗିଆନ୍ ଆରି ବୁଦି ଆରି ଗିଆନ୍ ତାର୍ଲଗେ ଜାନାପଡ୍ତେ ରଇଲା; ଆରି, ତର୍ବାବା ରାଜା ନବୁକଦ୍ନିସ୍ଚର୍, ତର୍ ବାବା ରାଜା, ତାକେ ଜଲ୍କା କରୁମନ୍, ଆତ୍ ଦେକୁମନ୍ ଆରି କଲଦିଅ ଆରି ପାଞ୍ଜି ଦେକୁମନର୍ ଉପ୍ରେ ମୁକିଆ କରି ବାଚି ରଇଲା; 12 କାଇକେବଇଲେ ଦାନିଏଲର୍ ମନ୍ ବିତ୍ରେ ମୁକିଅ ଆତ୍ମା, ଗିଆନ୍ ଆରି ବୁଦି, ସପନର୍ ଅରତ୍ ଆରି ଡାଣ୍ଟ୍ ସଙ୍ଗେ ବାକିଅ କଇବାକେ ଆରି ବିଚାର୍ କରି ବପୁ ଜାନାପଡ୍ତେ ରଇଲା, ରାଜା ତାକେ ବେଲ୍ଟସ୍ଚର୍ ନାଉଁ ଦେଇ ରଇଲା । ଏବେ ଦାନିଏଲ୍କେ ଡାକାଆ, ସେ ଏଟାର୍ ଅରତ୍ କଇସି ।
13 ତାର୍ପଚେ ଦାନିଏଲ୍କେ ରାଜାର୍ ଲଗେ ଆନ୍ଲାଇ ରାଜା ଦାନିଏଲ୍କେ କଇଲା, ମର୍ ବାବା ବଡ୍ ରାଜା ଜିଉଦା ଦେସେ ଅନି ଜନ୍ ଲକ୍ମନ୍କେ ବାନ୍ଦି ଆନି ରଇଲା, ଲକ୍ମନର୍ ବିତ୍ରେ ଅନି ଜନ୍ ଦାନିଏଲ୍ ରଇଲା, ସେ ଲକ୍ତୁଇ ସେ କି ? 14 ମୁଇ ତର୍ ବିସଇରେ ସୁନିଆଚି ଜେ, ତର୍ମନ୍ ବିତ୍ରେ ସୁକଲ୍ ଦେବ୍ତାର୍ ଆତ୍ମା ଆଚେ, ଆରି ଗିଆନ୍ ବୁଦି ଉଜଲ୍ ଆରି ମୁକିଅ ଗିଆନ୍ ତର୍ ଲଗେ ଜାନା ପଡ୍ସି । 15 ଏବେ ଏ ଲେକା ପଡ୍ବାକେ ଆରି ତେଇର୍ ଅରତ୍ ମକେ ଜାନାଇବାକେ ପଣ୍ଡିତ୍ ମନ୍କେ ଆରି ପାଞ୍ଜି ଦେକୁ ମନ୍କେ ମର୍ଲଗେ ଡାକାଇ ଆଚି, ମାତର୍ ସେମନ୍ ତେଇର୍ ଅରତ୍ କଇ ନାପାର୍ଲାଇ । 16 ମାତର୍ ତର୍ ବିସଇରେ ମୁଇ ସୁନିଆଚି ଜେ, ତୁଇ କାଇ କାଇ ଅରତ୍ ସତ୍ କଇସୁ ଆରି ଲକର୍ ବାବ୍ନା ଦୁର୍ କର୍ସୁ; ଏବେ ଜଦି ତୁଇ ଏ ଲେକାର୍ ଅରତ୍ ପଡି ଇତିର୍ ଅରତ୍ କଇ ପାରୁସ୍, ତେବେ ତକେ ବାଇଗନ୍ ରଙ୍ଗର୍ ବସ୍ତର୍ ଅଡ୍ସୁ ଆରି ତର୍ ଗାଲାଇ ସୁନାର୍ ମାଲି ପିନ୍ଦ୍ସୁ ଆରି ତୁଇ ମର୍ ରାଇଜେ ତିନ୍ ନମର୍ ସାସନ୍ କାରିଆ ଲକ୍ ଅଇସୁ । 17 ସେଡ୍କିବେଲେ ଦାନିଏଲ୍ ରାଜାକେ କଇଲା, ତୁଇ ମକେ ଜନ୍ ପୁରୁସ୍କାର୍ ଦେଇସୁ ସେଟା କାକେ ଆଲେ ଦେସ୍; ଅଇଲେ ମିସା ମୁଇ ଏ ଲେକା ରାଜାର୍ ଲଗେ ପଡି ଅରତ୍ ସୁନାଇବି । 18 ଏ ମଆ ରାଜ୍, ସବୁର୍ତେଇ ଅନି ଉପ୍ରର୍ ପର୍ମେସର୍ ତର୍ ବାବା ନବୁକଦ୍ନିସ୍ଚର୍କେ ଦେସ୍, ମଇମା, ସାର୍ଦା ଆରି ବଡ୍ କଲାଇ; 19 ଆରି, ସେ ତାକେ ଏନ୍ତାର୍ ମଇମା ଦେଲାକେ ସର୍ତେ ଦଲ୍, ବିନ୍ ବିନ୍ ଦେସ୍ ଆରି ବିନ୍ ବିନ୍ ବାସାର୍ ଲକ୍ ତାର୍ ଲଗେ ଡର୍ତେ ରଇଲାଇ; ଜାକେ ତାର୍ ଇଚା, ତାକେ ମାରି ମରାଇଲା ଆରି ଜାକେ ସେ ଇଚା କଲା, ସେ ତାକେ ନ ମାର୍ତେ ଚାଡ୍ତେ ରଇଲା; ଆରି, ଜାକେ ତାର୍ ଇଚା, ତାକେ ସେ ବଡ୍ କର୍ତେ ରଇଲା ଆରି ଜାକେ ତାର୍ ଇଚା ତାକେ ସେ ଗରିବ୍ କର୍ତେ ରଇଲା । 20 ମାତର୍ ତାର୍ ମନେ ବେସି ଗରବ୍ ଦେକାଇଲା ଆରି ତାର୍ ମନେମନେ ବପୁ ଦେକାଇଲାକେ, ସେ ତାର୍ ରାଜ୍ଗାଦି ତେଇ ଅନି ଉତ୍ରାଇ ଦେଲା ଆରି ତାର୍ ସାର୍ଦା ତାର୍ ଲଗେ ଅନି ଉଟି ଗାଲା, 21 ଆରି, ସେ ନର୍ଜାତି ତେଇ ଅନି ବେଗ୍ଲି ଜାଇ ତାର୍ମନ୍ ପସୁର୍ମନ୍ ପାରା ଅଇଲା ଆରି ବନର୍ ପସୁ ସଙ୍ଗେ ସେ ବାସା ଅଇଲା; ସେ ଗରୁ ପାରା ଗାଁସ୍ କାଇଲା ଆରି ତାର୍ ଗାଗଡ୍ ବାଦଲର୍ କାକର୍ ପାନି ବିଜ୍ଲା; ସାରାସାରି ପଚେ ସେ ଜାନ୍ଲା ଜେ ସବୁର୍ ତେଇ ଅନି ଉପ୍ରର୍ ମାପ୍ରୁ ଲକ୍ ମନ୍କେ ସାସନ୍ କର୍ସି ଆରି ସେ ଜାକେ ଇଚା କର୍ସି , ତାକେ ସେ ବାଚ୍ସି ।
22 ଏ ବେଲ୍ସଚର୍, ନବ୍କୁଦ୍ନିସରର୍ ପିଲା ତୁଇ ନିଜ୍କେ ଜାନିକରି ମିସା ତର୍ ମନ୍କେ ବଦ୍ଲାଉସ୍ ନାଇ; 23 ମାତର୍ ସରଗର୍ ପର୍ମେସରର୍ ବିରୁଦେ ନିଜ୍କେ ବଡ୍ପନ୍ ଦେକାଇ ଆଚୁସ୍ ଆରି ପର୍ମେସରର୍ ଗରର୍ ଜିନିସ୍ ତୁଇ ବେଟି ନେଲୁସ୍, ତୁଇ ଆରି ତର୍ ଲକ୍, ତର୍ ମାଇଜି ଆରି ତର୍ ସାନ୍ଲି ମାଇଜି ମନ୍ ସେ ଜିନିସ୍ ତେଇ ଅଙ୍ଗୁର୍ ରସ୍ କାଇ ଆଚାସ୍; ଆରି ରୁପାର୍, ସୁନାର୍, ପିତଲର୍, ଲୁଆର୍, ଗଚର୍ ଆରି ପାକ୍ନାର୍ ଜନ୍ ଦେବ୍ତା ମନ୍ ନ ଦେକ୍ତ୍, କି ନ ସୁନତ୍, କି କାଇଟା ନାଜାନତ୍, ସେମନର୍ ମଇଁମା କରି ଆଚୁସ୍, ଆରି, ତର୍ ଜିବନ୍ପରାନ୍ ଜାର୍ ଲଗେ ଆଚେ ସେ ପର୍ମେସର୍କେ ପୁଜା କରୁସ୍ ନାଇ । 24 ସେଡ୍କିବେଲେ ତାକର୍ ଲଗେଅନି ଆତର୍ ଲେକା ଆସି ସେ ଲେକା ଲେକି ଅଇଲା ।
25 ଆରି, ଜାଇଟା ଲେକା ଅଇଲା, ମିନେମିନେ, ତକେଲ୍, ଉପାର୍ସିନ । 26 ମିନେର୍ ଅରତ୍ ଅଇଲାନି, ପର୍ମେସର୍ ତର୍ ରାଇଜ୍କେ ଏଜ୍ଲା ଆଚେ ଆରି ସେ ସାରାଇଲା ଆଚେ । 27 ତକେଲର୍ ଅରତ୍ ଅଇଲାନି, ତୁଇ କେଜି ଗୁଣ୍ଡୁ ତେଇ ତୁଲା ଅଇ ଆଚୁସ୍ ଆରି ଉନା ଅଇ ଜାଇ ଆଚୁସ୍ । 28 ପିରସ୍, ତର୍ ରାଇଜ୍ ଦୁଇ ବାଟା ଅଇଆଚେ, ଆରି ମାଦିଅ ଆରି ପାରସିକ ମନ୍କେ ଦିଆ ଅଇଆଚେ ।
29 ସେଡ୍କିବେଲେ ବେଲ୍ସଚର୍ ଆଦେସ୍ ଦେଲାକେ, ଦାନିଏଲ୍କେ ବାଇଗନ୍ ରଙ୍ଗର୍ ବସ୍ତର୍ ପିନ୍ଦାଇଲାଇ ଆରି ତାର୍ ଗାଲାଇ ସୁନାର୍ ମାଲି ପିନ୍ଦାଇଲାଇ ଆରି ସେ ରାଇଜର୍ ତିନ୍ ନମର୍ ସାସନ୍ କାରିଆ ଲକ୍ ଅଇବାକେ ଅଦିକାର୍ ଦେଲାଇ, ତାର୍ ବିସଇରେ ରାଜା ଜାନାଇ କରି କଇଲା । 30 ସେ ରାତିଆଇ କଲଦିଅ ମନର୍ ରାଜା ବେଲ୍ସଚର୍କେ ମରାଇଲାଇ । 31 ଆରି, ମାଦିଅ ଦାରିଆବସ୍ ରାଜିଅ ପାଇଲା, ସେବେଲେ ତାକେ ସାଟେ ଦୁଇ ବରସ୍ ଅଇରଇଲା ।