1 ମାଦିଅ ବଁସେ ଜନମ୍ ଅଇରଇଲା ଅକିଅସେରସରର୍ ପିଲା ଦାରିଆବସ୍, ପର୍ତୁମ୍ ବର୍ସେ କଲ୍ଦିଅ ରାଇଜ୍ର ରାଜା ଅଇରଇଲା । 2 ତାର୍ ସାସନର୍ ପର୍ତୁମ୍ ବର୍ସେ,ମୁଇଁ ଦାନିଏଲ୍ ପର୍ମେସରର୍ ପୁସ୍ତକ୍ ପଡି ବୁଜ୍ଲି ଜେ, ସେଟା ଜିରୁସାଲମ୍ ବାଙ୍ଗି ସତୁରି ବରସ୍ ଅଇଲା ବିସଇରେ ସବୁବେଲର୍ ମାପୁରୁର୍ ବାକିଅ ଜିରିମିଅ ବବିସତ୍ ବକ୍ତାକେ କୁଆ ଅଇରଇଲା । 3 ଏଟାର୍ ପାଇଁ ମୁଇ, ସବୁବେଲର୍ ମାପ୍ରୁ ପର୍ମେସର୍ ବାଟେ ଜିବାକେ ତାର୍ ବାଟେ ଦିଆନ୍ ଦେଲି ଆରି ଉପାସ୍, ବାସ୍ତା ପିନ୍ଦ୍ଲି ଆରି ଚାର୍ ଗାଦି ବସି ପାର୍ତନା କଲି ଆରି ଗୁଆରି କଲି । 4 ଆରି, ସବୁବେଲର୍ ମାପ୍ରୁ ପର୍ମେସରର୍ ଲଗେ ପାର୍ତନା କଲି ଆରି ପାପ୍ କେମା ମାଗି କରି କଇଲି, ଏ ସବୁବେଲର୍ ମାପ୍ରୁ, ତୁଇ ବଡ୍ ଆରି ସଗ୍ତି ରଇବା ପର୍ମେସର୍, ଜନ୍ ଲକ୍ମନ୍ ତକେ ଆଲାଦ୍ କର୍ବାଇ ଆରି ତର୍ ଆଦେସ୍ ନାମ୍ବାଇ, ତୁଇ ତାକର୍ ପାଇ ନିଅମ୍ ଆରି ଦୟା ରକିଆ କର୍ସୁ ।
5 ଆମେ ପାପ୍ ଆରି କୁଟିଆଲ୍ ଅଇଆଚୁ, ଆରି କରାପ୍ କାମ୍ କରି ବିରଦି ଅଇ ତର୍ ବିଦି ଆରି ଇଣ୍ଡ୍ବା ବାଟ୍ ପାସ୍ରି ଜାଇ ଆଚୁ । 6 ଆରି ତର୍ ଜନ୍ ଦାସ୍ ବବିସତ୍ ବକ୍ତାମନ୍କେ ଆମର୍ ରାଜାମନ୍କେ, ଆମର୍ ମୁକିଆ ଲକ୍ମନ୍କେ ଆରି ଆମର୍ ଆନିଦାଦିମନ୍କେ ଆରି ଦେସର୍ ସର୍ତେ ଲକ୍କେ ତର୍ ବିସଇର୍ କାତା କଇଲା, ମାତର୍ ସେମନର୍ କାତାକେ ଆମେ ଦିଆନ୍ ଦେଉଁନାଇ । 7 ଏ ସବୁବେଲର୍ ମାପ୍ରୁ ଦରମ୍ ତୁଇ, ମାତର୍ ଏବର୍ ଦିନେ ଲକ୍ ଲାଜ୍ଅଇ ମୁଉଁ ଲୁଚାଇବାକେ ଅଇଲାନି; ତର୍ ବିରୁଦର୍ ସତ୍ ଇସାବେ ଜିଉଦାର୍ ସର୍ତେ ଲକ୍ ଆରି ଜିରୁସାଲମେ ବାସଅଇଲା ଲକ୍ ଆରି ତର୍ ଲାଗି ଡଣ୍ଡ୍ ପାଇଲା ସର୍ତେ ଦେସର୍ ଲକ୍ ଆରି ଦୁରିକେ ରଇଲା ଇସ୍ରାଏଲର୍ ଲକ୍ । 8 ଏ ସବୁବେଲର୍ ମାପ୍ରୁ, ଆମର୍ ରାଜାମନ୍, ଆମର୍ ମୁକିଆ ଲକ୍ମନ୍ ଆରି ଆମର୍ ଆନିଦାଦିମନ୍ ଆମେ ସର୍ତେ ଲକ୍ ଲାଜ୍ ଅଇବାର୍ କାରନ୍ ଅଇଲାନି, ଆମେ ତର୍ ବିରୁଦେ ପାପ୍ କରିଆଚୁ । 9 ଦୟା ଆରି କେମା ଦେବା ଆମର୍ ସବୁବେଲର୍ ମାପ୍ରୁ ପର୍ମେସର୍; ମାତର୍ ଆମେ ତାର୍ ବିରୁଦେ ପାପ୍ କାମ୍ କଲୁନି । 10 ଆରି ତାର୍ ବବିସତ୍ବକ୍ତା ମନ୍କେ ପାଟାଇ ତାର୍ ବାକିଅ ଆମ୍କେ କଇଲା, ଅଇଲେ ମିସା ସବୁବେଲର୍ ମାପୁରୁର୍ ପର୍ମେସରର୍ ବାଟେ ଇଣ୍ଡ୍ବାକେ ଆରି ତାର୍ କାତା ସୁନ୍ବାକେ ମନ୍ କରୁ ନାଇ । 11 ଅଁ, ସର୍ତେ ଇସ୍ରାଇଲର୍ ଲକ୍ ତର୍ ବାକିଅ ଅମାନିଅ ଅଇଆଚତ୍, ତର୍ କାତାକେ ସେମନ୍ ମନ୍ ଦେଅତ୍ ନାଇ, ଏଟାର୍ ପାଇ ସେମନ୍ ବାଟ୍ ଗେବ୍ରି ଗାଲାଇ ଆଚତ୍, ଏ କାରନର୍ ପାଇ ଅବିସାପ୍ ଆରି ପର୍ମେସରର୍ ଦାଙ୍ଗ୍ଡା ମସା ଲେକ୍ଲା ବଇର୍ ସପତ୍ ଆମର୍ ଉପ୍ରେ ଲାଗ୍ଲା ଆଚେ; କାଇକେବଇଲେ ଆମେ ତାର୍ ବିରୁଦେ ପାପ୍ କରି ଆଚୁ । 12 ଆରି, ସବୁବେଲର୍ ମାପ୍ରୁ ଆମର୍ ଉପ୍ରେ ବଡ୍ ଅମଙ୍ଗଲ୍ ଗଟାଇବାର୍ ଲାଗି ଆମର୍ ବିରୁଦେ ଆରି ବିଚାର୍ କର୍ବା ଲକ୍ ଆମର୍ ବିଚାର୍ କଲାଇ, ସେ ମନର୍ ବିରୁଦେ ଜାଇଟା କଇ ରଇଲା, ସେଟା ସବୁବେଲର୍ ମାପ୍ରୁ ସପଲ୍ କଲା; କାଇକେବଇଲେ ଜିରୁସଲ୍କେ ଜେନ୍ତାର୍ କରା ଅଇରଇଲା, ସର୍ତେ ଆକାସ୍ ମଣ୍ଡ୍ଲେ ମିସା ସେନ୍ତାର୍ କରେ ନାଇ । 13 ମସାର୍ ବାକିଅର୍ ଲେକା ଇସାବେ ଏନ୍ତାର୍ ଅମଙ୍ଗଲ୍ ଆମର୍ ଉପ୍ରେ ଗଟ୍ଲା ଆଚେ; ଅଇଲେ ମିସା ଆମର୍ ନିଜର୍ ନିଜର୍ ବୁଲ୍ତେଇ ଅନି ବାଉଡି ଆସୁ ନାଇ ଆରି ସତ୍ଟା ବୁଜ୍ବାକେ ସବୁବେଲର୍ ମାପ୍ରୁ ପର୍ମେସରର୍ ଲଗେ ଗୁଆରି ଗରୁ ନାଇ । 14 ସେଟାର୍ପାଇଁ ସବୁବେଲର୍ ମାପ୍ରୁ ଆମର୍ ପାଇ କରାପ୍ କାମ୍ ଗଟାଇଲା ଆଚେ; କାଇକେ ବଇଲେ ସବୁବେଲର୍ ମାପ୍ରୁ ପର୍ମେସର୍ ଆମର୍ ପାଇ ବଲିକରି ଜାଇଜାଇଟା କଲାଆଚେ, ଆମର୍ ସେ ସବୁଜାକ କାମେ ସେ ଦରମ୍ ଅଇସି ମାତର୍ ଆମେ ତାର୍ କାତାକେ ନାମୁ ନାଇ।
15 ଆମେ ପାପ୍ କରି ଅନିଆଇ କରି ଆଚୁ, ସେଟାର୍ପାଇଁ ଏବେ ଏ ସବୁବେଲର୍ ମାପ୍ରୁ, ଆମର୍ ପର୍ମେସର୍ ତର୍ ଡାଟର୍ ଆତ୍ ସଙ୍ଗେ ମିସର୍ ଦେସେ ଅନି ତର୍ ଲକ୍ମନ୍କେ ବାର୍କରାଇ ଆନି ଆଜି ତର୍ ନାଉଁ ଉଡ୍ରା କରି ଆଚୁସ୍ । 16 ଏ ସବୁବେଲର୍ ମାପ୍ରୁ ଗୁଆରି କଲୁନି, ତର୍ ସର୍ତେ ଦରମ୍ ଇସାବ୍ରେ, ତର୍ ନଅଁର୍ ଜିରୁସାଲାମ୍ ଇସାବ୍ରେ ତର୍ ସୁକଲ୍ ଡଙ୍ଗର୍କେ ରିସା ଆରି କପଟ୍ ବଦ୍ଲାଅ, କାଇକେ ବଇଲେ ଆମର୍ ପାପ୍ ଆରି ଆମର୍ ଆନିଦାଦି ମନର୍ ଅ ଦରମର୍ ପାଇ ଜିରୁସାଲାମ୍ ଆରି ତର୍ ଲକ୍ମନ୍ ଆମର୍ ଚାରି ବେଟ୍ତିର୍ ଲକର୍ ନିନ୍ଦା ପାଇ ଆଚୁ। 17 ସେଟାର୍ ପାଇ ଏ ଆମର୍ ପର୍ମେସର୍, ଏବେ ତୁଇ ତର୍ ଦାଙ୍ଗ୍ଡାର୍ ପାର୍ତନା ଆରି ଗୁଆରି ସୁନ୍ ଆରି ତର୍ ମନ୍ଦିର୍ ନସ୍ଟ ଅଇଲା ଆଚେ, ସେଟାର୍ ପାଇ ସବୁବେଲର୍ ମାପ୍ରୁର୍ ବାଟେ ବାଅଡ୍ 18 ଏ ମର୍ ପର୍ମେସର୍ ମନ୍ଦେଇ ସୁନ୍, ଆରି ତର୍ ଆଁକି ମେଲାକରି ଆମ୍କେ ଦେକ୍ ଆରି ତର୍ ନାଉଁ ଉଡ୍ରା କରି ନଅଁର୍କେ ଦେକ୍; କାଇକେ ବଇଲେ ଆମେ ନିଜେ ନିଜର୍ ଦରମର୍ ପାଇ ନାଇ, ମାତର୍ ତର୍ ବଡ୍ ଦଆର୍ ପାଇ ତର୍ଲଗେ ଆମେ ଗୁଆରି ସରପ୍ଲୁନି। 19 ଏ ମାପ୍ରୁ, ସୁନ୍; ଏ ମାପ୍ରୁ, କେମାକର୍; ଏ ମାପ୍ରୁ, ମନ୍ଦିଆନ୍ ଦେଇକରି କାମ୍ କର୍; ଅଲ୍ସମ୍ କର୍ନାଇ; ମର୍ ପର୍ମେସର୍ ନିଜର୍ପାଇ କାମ୍ କର୍, କାଇକେବଇଲେ ତର୍ ନଅଁର୍ ଆରି ତର୍ ଲକ୍ମନ୍ ଡାକ୍ପୁଟା ଆଚତ୍ ।
20 ଏନ୍ତାର୍ ମୁଇ ପାର୍ତନା ଆରି ଗୁଆରି କର୍ତେ ରଇଲି, ଆରି ମର୍ ପାପ୍ ଆରି ଇସ୍ରାଏଲ୍ ଲକର୍ ପାପ୍ କେମା ମୁଇ ଦାଇ ଅଇ ମାଗ୍ଲି ଆରି ମର୍ ପର୍ମେସର୍ ସୁକଲ୍ ଡଙ୍ଗ୍ରର୍ ପାଇ ସବୁବେଲର୍ ମାପ୍ରୁ ପର୍ମେ ସରର୍ ଗଡ୍ତଲେ ନିଜର୍ ଗୁଆରି ଜାନାଇତେ ରଇଲି; 21 ଏ ରକାମ୍ ମୁଇ ପାର୍ତନା କରି କଉ କଉ ଆଗ୍ତୁ ଦର୍ସନ୍ ଲଗେ ଜାକେ କି ମୁଇ ଦେକି ରଇଲି, ସେ ଲକ୍ ଅଇଲାନି ଗାବ୍ରିଏଲ୍ ଦାପ୍ରେ ଉତ୍ରି ଆସି ମର୍ଲଗେ ସଞ୍ଜ୍ ବେଲାର୍ ପୁଜା କର୍ବାବେଲେ ମକେ ଆସି ଚିଇଲା। 22 ଆରି ସେ ମକେ ସିକିଆ ଦେଲା ଆରି କାତାବାର୍ତା ଅଇ କରି କଇଲା ଏ ଦାନିଏଲ୍, ମୁଇ ଏବେ ତକେ ବୁଦି ଆରି ଚତୁର୍ କରାଇବାକେ ଆଇଲିଆଚି । 23 ତର୍ ଗୁଆରିର୍ ଆରାମ୍ବେଲେ କାତା ଜାନାପଡ୍ଲା , ଆରି ତକେ ଜାନାଇବାକେ ମୁଇ ଆଇଲିଆଚି, କାଇକେବଇଲେ ତମେ ବେସି ଲାଡ୍ ଆଲାଦର୍ ଲକ୍; ସେଟାର୍ ପାଇ ଏ ବିସଇର୍ ଦର୍ସନ୍କେ ବାବ୍ ଆରି ବୁଜ୍ ।
24 ମାପ୍ରୁର୍ ଆଦେସ୍ ନ ମାନ୍ବାକେ ଆରି ପାପ୍ ଲଗେ ଅନି ବାଅଡ୍ବାକେ ଆରି ଅଦରମ୍ ବିଚାର୍ନା କର୍ବାକେ ; କେବେ ନ ସାର୍ବା ଜିବନ୍ ଆନ୍ବାକେ; ଆରି ଦର୍ସନ୍ ଆରି ବବିସତ୍ ବାକିଅ ଲେକି ସିଲ୍ ମାର୍ବାକେ ଆରି ସୁକଲ୍ ଟାକେ ଅବିସେକ୍ କର୍ବାକେ ତର୍ ଲକର୍ ଆରି ତର୍ ସୁକଲ୍ ନଅଁରର୍ ପାଇଁ ସତୁରି ସାତ୍ ଆଟ୍ ତମ୍କେ ଦିଆ ଅଇଲା ଆଚେ। 25 ଏଟାର୍ ତୁଇ ଜାଗ୍ରତ୍ ଅଇକରି ବୁଜ୍ ଜେ, ଜିରୁସାଲାମ୍କେ ଆରିତରେକ୍ ତିଆର୍ କର୍ବାକେ ଆଦେସ୍ ଜାନାଇବା ବେଲାଇଅନି ମୁକିଆ , ଅବିସେକ୍ କରିରଇବା ଲକର୍ ଲଗେଅନି ସାତ୍ ଆଟ୍ ଅଇସି, ଆରି ବିପଦର୍ ବେଲେ ଆକା ସେଟା ଚକ୍ ଆରି କାଲ୍ ସଙ୍ଗେ ସାଟେ ଦୁଇ ଆଟ୍ ଆରିତରେକ୍ ତିଆର୍ ଅଇସି। 26 ଆରି, ସାଟେ ଦୁଇ ଆଟ୍ ଗାଲାପଚେ ଅବିସେକ୍ ଅଇଲାଲକ୍ ନସ୍ଟ ଅଇସି ଆରି ସେଟା କାଇକାମ୍କେ ନ ଆସେ; ଆରି, ପର୍ତୁମର୍ ମୁକିଆ ଲକ୍ମନ୍ ନଅଁର୍ ଆରି ରିତିନିତିମନ୍ ନସ୍ଟ ଅଇସି ଆରି ପାନିପବନ୍ ଅଇ ସେଟା ସାରି ଜାଇସି, ଆରି ସାରାସାରି ଜାକ ଜୁଇଦ୍ ଅଇସି; ସବୁ ରକାମର୍ଟା ତିଆର୍ ଅଇ ଆଚେ । 27 ଆରି , ସେ ଆଟ୍ଦିନ୍ ଜାକ କାର୍କାର୍ ସଙ୍ଗେ ବେସି ନିଅମ୍ କର୍ସି ଆରି ଆଟ୍ଦିନର୍ ମଜାଇ ସାର୍ବା ଜଗିଅ ଆରି ନଇବେଦିଅ କୁରାଇସି; ଆରି ଗିନ୍କର୍ବା ସର୍ତେ ଜିନିସ୍ମନର୍ ଉପ୍ରେ ବିନାସ୍ କର୍ବାକେ ଗଟେକ୍ ଲକ୍ ଆଇସି; ଆରି, ସତ୍ ନିଅମ୍ କର୍ବା ଜାକ ନସ୍ଟ କର୍ବା ଲକର୍ ଉପ୍ରେ ବେସି ରିସା ଅଇ ରଇସି।