1 ସାରା ପୁର୍ତିବି ବାସା ଅଇଲା ସର୍ତେ କୁଟୁମ୍, ଦେସର୍ ଲକ୍ ଆରି ବିନ୍ ବିନ୍ ବାସାର୍ ଲକ୍ ନବୁକଦ୍ନିସ୍ଚର୍ ରାଜାର୍ ଆସିର୍ବାଦ୍ ତମର୍ ଉପ୍ରେ ବେସି ସାନ୍ତି ଅ । 2 ସବୁର୍ ତେଇଅନି ଉପ୍ରର୍ ପର୍ମେସର୍ ମର୍ ଲଗେ ଜନ୍ଜନ୍ ଚିନ୍ ଆରି କାବା ଅଇଜିବା କାମ୍ କଲାଆଚେ, ସେଟା ମୁଇ ପର୍ଚାର୍ କର୍ବାକେ ମର୍ ମନ୍ ଅଇଲା। 3 ତାର୍ ଚିନ୍ ସର୍ତେ କେନ୍ତାର୍ ମଅତ୍ ଆରି କାବା ଅଇବା କାମ୍ କେନ୍ତାର୍ ଚାରିବେଟ୍ତି ଡାବିଗାଲା ; ତାର୍ ରାଇଜ୍ ସାରାସାରି ଜାକ ରାଇଜ୍ ଆରି ତାର୍ ସାସନ୍ ପିଡିକେ ପିଡି ଲକ୍ମନର୍ ଉପ୍ରେ ଅ ।
4 ମୁଇ ନବୁକଦ୍ନିସ୍ଚର୍ ମର୍ ନିଜର୍ ଗରେ ସୁସ୍ତା ସଙ୍ଗେ ରଇଲି ଆରି ମର୍ ରାଜ୍ଗାଦି ତେଇ ସୁନ୍ଦର୍ ସଙ୍ଗେ ରଇଲି । 5 ମୁଇ ଗଟେକ୍ ସପନ୍ ଦେକ୍ଲି, ସେଟା ମକେ ବାୟା କରି ଦେଲା ଆରି ସଇଲା ଅଚ୍ନାଇ ମକେ ଚିନ୍ତା ଆରି ମନର୍ ଦର୍ସନ୍ ମକେ କିଲ୍ବିଲ୍ କଲା । 6 ଏଟାର୍ ପାଇ ମୁଇ ଇତିର୍ ଅରତ୍ ଜାନ୍ବାକେ ବାବିଲର୍ ସର୍ତେ ପଣ୍ଡିତ୍ ମନ୍କେ ମର୍ ଲଗେ ଆନ୍ବାକେ ଆଦେସ୍ ଦେଲି; 7 ତେଇ ଜଲ୍କା କରୁ ମନ୍, ଆତ୍ ଦେକୁମନ୍, ପାଞ୍ଜିଦେକୁମନ୍, କଲଦିଅ ଆରି ଜାତକ୍ମିସାଉ ମନ୍ ମର୍ଲଗେ ଆଇଲାଇ; ଆରି, ମୁଇ ସେମନ୍କେ ସପନ୍ ଜାନାଇଲି; ମାତର୍ ସେମନ୍ ତେଇର୍ ଅରତ୍ ମକେ କଇ ନାପାର୍ ଲାଇ । 8 ମାତର୍ ସାରାସାରି ପଚେ ମର୍ ଦେବ୍ତାର୍ ନାଅର୍ ଇସାବେ ବେଲ୍ଟସର୍ ବଲି ଦେଇ ରଇଲା ନାଅ ଦାନିଏଲ୍ ମର୍ଲଗେ ଆଇଲା, ତାର୍ ଉର୍ଦେ ସୁକଲ୍ ଦେବ୍ତା ମନର୍ ସୁକଲ୍ ଆତ୍ମା ଆଚେ; ଆରି, ମୁଇ ତାକେ ସପନ୍ ଜାନାଇ କରି କଇଲି, 9 ଏ ଜଲ୍କା କରୁମନର୍ ମୁକିଆ ବେଲ୍ଟସର୍, ମୁଇ ଜାନି, ସୁକଲ୍ ମାପ୍ରୁ ତର୍ ଉର୍ଦେ ଆଚେ ଆରି ଜେନ୍ତାର୍ କସ୍ଟ କାତା ମିସା ତର୍ ଲଗେ କସ୍ଟ ନ ଲାଗେ, ଏଟାର୍ ପାଇ ମୁଇ ସପନ୍ ତେଇ ଜନ୍ ଜନ୍ ଦର୍ସନ୍ ପାଇ ଆଚି, ସେଟା ଆରି ତାର୍ ଅରତ୍ ମକେ ଜାନାଅ ।
10 ସଇବା ଅଚ୍ନାଇ ମର୍ ଦର୍ସନ୍ ଏନ୍ତାର୍ ରଇଲା, ମୁଇ ଦେକ୍ଲି, ଆରି ଦେକା, ପୁର୍ତିବିର୍ ମଜାଇ ଗଟେକ୍ ଗଚ୍ ଦେକ୍ଲି, ସେଟା ବେସି ଡେଙ୍ଗ୍ ରଇଲା । 11 ସେ ଗଚ୍ ବଡ୍ଲା ଆରି ଡାଣ୍ଟ୍ ଅଇଲା ଆରି ତାର୍ ଉଁଚା ବାଦ୍ଲେ କେଟ୍ଲା, ଆରି ପୁର୍ତିବିର୍ ଚାର୍ବେଟ୍ତି ଜାକ ଡିସ୍ଲା । 12 ସେ ଗଚର୍ ପତର୍ ମନ୍ ବେସି ସୁନ୍ଦର୍ ଆରି ପଲ୍ ବେସି ରଇଲା, ସେଟା ସର୍ତେ ଲକର୍ କାଦି ଅଇ ରଇଲା । ବୁଏଁ ରଇବା ପସୁ ପକି ତାର୍ ତଲେ ସିତ୍ଲା ପାଇଲାଇ ଆରି ଉଡି ବୁଲ୍ବା ଚଡଇ ମନ୍ ତେଇର୍ କେନ୍ଦା ମନ୍କେ ବାସା ଅଇଲାଇ ଆରି ସର୍ତେ ଜିବ୍ଜନ୍ତୁ ତେଇର୍ କାଦି କାଇଲାଇ ।
13 ମୁଇ ମର୍ ସଇବା ଅଚ୍ନାଇ ସଇ ଦର୍ସନ୍ ଦେକ୍ଲି, ଗଟେକ୍ ଜାଗୁଆଲି ଆରି ଗଟେକ୍ ଦୁତ୍ ସର୍ଗେ ଅନି ଉତ୍ରି ଆଇଲା । 14 ଆରି ଆଉଲି ଅଇ କରି ଏ କାତା କଇଲା, ଏ ଗଚ୍କେ କାଟା ଆରି ତେଇର୍ କେନ୍ଦାମନ୍ ସକାଲି ପାକା, ତେଇର୍ ପତର୍ ସର୍ତେ ଜଡାଇ ପାକା ଆରି ପଲ୍ମନ୍ ଅଦ୍ରାଇ ଦିଆସ୍; ତଲେ ରଇବା ପସୁ ମନ୍କେ କେଦି ଦିଆସ୍ ଆରି ଚଡଇ ମନ୍କେ ଉଡାଇ ଦିଆସ୍ । 15 ଆରି ମାଟି ତେଇ ରଇବା କୁଟ୍ଗଣ୍ଡିକେ ଲୁଆ ଆରି ପିତଲର୍ ସିକ୍ଲି ସଙ୍ଗେ ବାନ୍ଦି କାକର୍ ପାଇବା ଲଗେ ସଙ୍ଗୁଆ, ଆରି ପସୁ ମନର୍ ସଙ୍ଗେ ପୁର୍ତିବିର୍ ଗାସ୍ ସଙ୍ଗେ ସେଟା ମିସି ରଅ; 16 ତାର୍ ନରର୍ ମନ୍ ବାଦ୍ଲି ଜାଅ ଆରି ତାକେ ପସୁର୍ ମନ୍ ଆସ ଆରି ସେନ୍ତାର୍ ସାତ୍ ବରସ୍ ଜାକ ଜିଅ । 17 ଜେ କି ସାରା ପୁର୍ତିବିକେ ତିଆର୍ କଲା ମାପ୍ରୁ ସୁକଲ୍ ଦୁତ୍ ମନ୍କେ ଆଦେସ୍ ଦେଇ କଇଲା, "ସେ ନର୍ ଜାତି ଉପ୍ରେ ରାଇଜ୍ କର୍ସି ଆରି ସେ ଜାକେ ଇଚା କର୍ସି, ତାକେ ସେ ଦେଇସି, ଆରି ଲକ୍ମନର୍ ବିତ୍ରେ କାକୁର୍ତି ଲକ୍କେ ସାଉକାର୍ କର୍ସି, ଜିଇ ରଇଲା ଲକ୍ ଏଟା ଜାନ୍ବାଇ, ସେଟାର୍ ପାଇ ଏ ବାକିଅ ଜାଗୁଆଲି ମନର୍ ଆଦେସ୍ ଆରି ଏ ଦାବି ସୁକଲ୍ ଲକର୍ ବାକିଅ ସଙ୍ଗେ ଅଇଆଚେ। 18 ମୁଇ ରାଜା ନବୁକଦ୍ନିସ୍ଚର୍ ଏ ସପନ୍ ଦେକ୍ଲି; ଏବେ ଏ ବେଲ୍ଟସ୍ଚର୍, ତୁଇ ମକେ ଇତିର୍ ଅରତ୍ କଅ; କାଇକେବଇଲେ ମର୍ ରାଇଜର୍ ସର୍ତେ ପାଞ୍ଜି ଦେକୁ ମନ୍ କେ ମିସା ଇତିର୍ ଅରତ୍ କଇ ନାପାର୍ଲାଇ; ମାତର୍ ତୁଇ ପାରୁସ୍, କାଇକେବଇଲେ ତର୍ ଆତ୍ମାଇ ସୁକଲ୍ ଦେବ୍ତାର୍ ଆତ୍ମା ଆଚେ ।"
19 ସେଡ୍କିବେଲେ ବେଲ୍ଟସ୍ଚର୍ ନାଅର୍ ଦାନିଏଲ୍ କାବା ଅଇ ଗାଲା ଆରି ତାର୍ କାତା ତାକେ ଗାବ୍ରା କଲା । ରାଜା ଉତର୍ ଦେଇ କଇଲା,ଏ ବେଲ୍ଟସଚର୍, ସେ ସପନ୍ ତକେ ଗାବ୍ରା ନ କର । ସେଡ୍କିବେଲେ ବେଲ୍ଟସ୍ଚର୍ କଇଲା, ଏ ମଆ ରାଜ୍, ଜନ୍ ଲକ୍ମନ୍ ତକେ ଗିନ୍ କର୍ବାଇ, ସେମନର୍ ପାଇ ଏ ସପନ୍ ଅ ଆରି ତର୍ ବିରଦି ଲକ୍ମନ୍କେ ଏଟା ଗଟଅ । 20 ତୁଇ ଜନ୍ ଗଚ୍ ଦେକ୍ଲୁସ୍, ଜନ୍ଟା ବଡ୍ଟା ଅଇ ସଗତ୍ ଅଇଲା, ତାର୍ ଉଁଚା ବାଦ୍ଲେ କେଟ୍ଲା ଆରି ପୁର୍ତିବିର୍ ଚାର୍ବେଟ୍ତି ଡାବ୍ଲା; 21 ଜାର୍ ପତର୍ ମନ୍ ସୁନ୍ଦର୍ ରଇଲା ଆରି ପଲ୍ ବେସି ରଇଲା ଆରି ସେଟା ସର୍ତେ ଲକର୍ ପାଇ କାଦି ରଇଲା; ତାର୍ ତଲେ ଦର୍ତନିର୍ ପସୁ ମନ୍ ବାସା କର୍ତେ ରଇଲାଇ , ଜାର୍ କେନ୍ଦା ମନ୍କେ ଉଡିବୁଲ୍ବା ଚଡଇ ମନ୍ ଗୁଡା ବାନ୍ଦି ରଇତେ ରଇଲାଇ; 22 ଏ ମଆ ରାଜ୍, ସେ ଗଚ୍ ଅଇଲୁସ୍ନି ତୁଇ, ତୁଇ ବଡ୍ଟା ଅଇ ସଗତ୍ ଅଇ ଆଚୁସ୍; କାଇକେବଇଲେ ତୁଇ ବେସି ବୁଦି ପାଇ ଆଚୁସ୍ ଆରି ସେ ବୁଦି ବାଦ୍ଲେ କେଟାଇ ଆଚୁସ୍ ଆରି ତର୍ ରାଇଜ୍ ପୁର୍ତିବିର୍ ଚାର୍ବେଟ୍ତି ଅଇ ଆଚେ । 23 ଆରି, ତୁଇ ଜାଇଟା ଦେକ୍ଲୁସ୍, ସରଗର୍ ଗଟେକ୍ ସୁକଲ୍ ଦୁତ୍ ଉତ୍ରି ଆସି କଇଲା, ଏ ଗଚ୍କେ କାଟି ନସ୍ଟ କରି ଦିଆସ୍; ଆରି କୁଟ୍ ଆରି ଗଣ୍ଡିକେ ଲୁଆର୍ ଆରି ପିତଲର୍ ସିକ୍ଲି ସଙ୍ଗେ ବାନ୍ଦି କାକର୍ ପାଇବା ଲଗେ ସଙ୍ଗୁଆ; ଆରି, ସେଟା ବାଦଲର୍ କାକର୍ ପାଅ ଆରି ସାତ୍ ପୁରୁସ୍ ଜାକ ପସୁ ମନର୍ ସଙ୍ଗେ ମିସି ରଅ ।
24 ଏ ମଆ ରାଜ୍, ଏଟାର୍ ଅରତ୍ ଅଇଲାନି ଏଟା, ଆରି ମାଆରାଜାର୍ ବିସଇରେ ମାପ୍ରୁ ଏ ଆଦେସ୍ ଦେଲା ଆଚେ । 25 ତୁଇ ଲକ୍ ମନର୍ ତେଇ ଅନି ବେଗ୍ଲି ଜାଇସୁ ଆରି ଦର୍ତନିର୍ ପସୁ ମନର୍ ସଙ୍ଗେ ମିସ୍ସୁ, ବଲଦ୍ ପାରା ତୁଇ ଗାସ୍ କାଇସୁ, ଆରି ବାଦଲର୍ କାକର୍ ବିଜ୍ସୁ, ଏନ୍ତାର୍ ତୁଇ ସାତ୍ ବରସ୍ ଜାକ ଜିଇସୁ; ସାରାସାରି ପଚେ ସରଗର୍ ମାପ୍ରୁ, ସେ ଲକ୍ ମନର୍ ରାଇଜେ ସାସନ୍ କର୍ସି ଆରି ଜାକେ ସେ ଦେବାକେ ସେ ଇଚା କର୍ସି, ତାକେ ସେ ଦେଇସି, ଏ ବିସଇ ତୁଇ ଜାନୁସ୍ । 26 ଆରି ଗଚର୍ କୁଟ୍ ଆରି ଗଣ୍ଡି ଚାଡ୍ବାର୍ ଅରତ୍ ଅଇଲାନି ଏଟା; ସରଗର୍ ସାନ୍ତି ରାଇଜ୍ ଆର୍ତରେକ୍ ଆଇସି, ଏଟା ଜାନ୍ଲା ପଚେ ତର୍ ରାଇଜ୍ ଆରିତରେକ୍ ତର୍ ଲଗେ ବାଉଡି ଆଇସି । 27 ଏଟାର୍ ପାଇ ଏ ମଆ ରାଜ୍, ମର୍ କଇଲା କାତା ମାନ୍, ତର୍ ଦରମ୍ କର୍ବାର୍ ଲାଗି ତର୍ ପାପ୍ ଦୁର୍ ଅ ଆରି ଦୁକି ଦରିଦ୍ର ଲକ୍କେ ଦୟା ଦେକାଇଲାର୍ ଲାଗି ଅଦରମ୍ କାମ୍ ଦୁର୍ କର୍; ଅଇଲେ ଅଇପାରେ ତର୍ ସାନ୍ତିର୍ ଜୁଗ୍ ପାଇସୁ ।
28 ରାଜା ନବୁକଦ୍ନିସ୍ଚର୍କେ ଏନ୍ତାର୍ ଗଟ୍ଲା । 29 ବରସ୍ ପୁରୁବା ବାର ମାସର୍ ସାରାସାରି ବେଲେ ନବ୍କୁଦ୍ନିସର୍ ବାବିଲ୍ ଗଡର୍ ରାଜା ସିଆଁସନର୍ ଗର୍ ଉପ୍ରେ ବୁଲ୍ତେ ରଇଲା । 30 ରାଜା ଏ କାତା କଇଲା, ମୁଇ ମର୍ ନିଜର୍ ବପୁ ସଙ୍ଗେ ଆରି ମର୍ ଉଜଲର୍ ମଇମାର୍ ପାଇଁ ରାଇଜ୍ କର୍ବାକେ ଜାଇଟା ତିଆର୍ କରି ଆଚେ, ଏଟା କାଇ ସେ ଉଜଲର୍ ବାବିଲ୍ ନଏ? 31 ରାଜା ଏ କାତା କଇ ନ ସାରାଇତେ ସର୍ଗେ ଅନି ଏ ସବଦ୍ ଆଇଲା, ଏ ରାଜା ନବୁକଦ୍ନିସ୍ଚର୍, ତକେ ଏ କାତା କୁଆ ଅଇଲାନି, ଏବେ ତର୍ ଲଗେ ଅନି ରାଇଜ୍ ନିଆ ଅଇଲା। 32 ଆରି, ତୁଇ ଏବେ ନର୍ ଜାତି ତେଇ ଅନି ବେଗଲ୍ସୁ ଆରି ଗାଏଁ ବୁଲ୍ବା ପସୁ ମନର୍ ସଙ୍ଗେ ତୁଇ ବୁଲ୍ସୁ; ଗରୁବାଚି ମନର୍ ପାରା ତର୍ କାଦି ଅଇସି, ଏନ୍ତାର୍ ତକେ ସାତ୍ ବରସ୍ ଜାକ ରଇସି; ସାରାସାରିପଚେ ସରଗର୍ ମାପ୍ରୁ, ଲକ୍ମନ୍କେ ସାସନ୍ କର୍ସି ଆରି ଜାକେ ସେ ଇଚା କର୍ସି ତାକେ ସେ ଦେଇସି, ଏଟା ତୁଇ ସୁନି ର । 33 ସେଡ୍କିଦାପ୍ରେ ନବୁକଦ୍ନିସ୍ଚର୍କେ କଇଲା କାତା ଇସାବେ କାଟ୍ଲା; ଆରି, ସେ ନର୍ ଜାତି ମନର୍ ଲଗେ ଅନି ବେଗ୍ଲି ପସୁମନର୍ ସଙ୍ଗେ କାଇବାର୍ ଦାର୍ଲା, ଆରି ତାର୍ ଗାଗ୍ଡେ ବାଦଲର୍ କାକର୍ ପାକାଇ ବିଜ୍ଲା, ତାର୍ପଚେ ତାର୍ ଚେଣ୍ଡି ଗିଦଲ୍ ଚଡଇର୍ ପକି ପାରା ଅଇଲା ଆରି ତାର୍ ନକ୍ ମନ୍ ଗିଦଲର୍ ନକ୍ ପାରା ଡେଙ୍ଗ୍ଡେଙ୍ଗ୍ ଅଇଲା ।
34 ସେଡ୍କିବେଲେ ମୁଇ ନବୁକଦ୍ନିସ୍ଚର୍ ସାତ୍ ବରସ୍ ସାର୍ବା ପଚେ ସରଗ୍ ବାଟେ ମୁ କରି ସତ୍ ମାପୁରୁକେ ଡାକ୍ଲାକେ, ସେଡ୍କିବେଲେ ମକେ ମର୍ ବୁଜ୍ବା ବୁଦି ବାଉଡି ଆଇଲା,ତାର୍ପଚେ ମୁଇ ସବୁବେଲର୍ ମାପୁରୁକେ ଦନିଅବାଦ୍ ଦେଲି ଆରି ସେ ନ ମର୍ବା ପର୍ମେସର୍, ତାର୍ ପର୍ସଙ୍ଗ୍ସା କଲି ଆରି ଜୁଆର୍ କଲି; କାଇକେବଇଲେ ତାର୍ ସାସନ୍ ନ ସାର୍ବାଟା, ତାର୍ ରାଇଜ୍ ପିଡିକେ ପିଡି ଜାକ ରଇସି । 35 ଆରି, ପୁର୍ତିବି ତେଇ ବାସା ଅଇଲା ସର୍ତେ ଲକ୍ ଇସାବ୍ ନଇଲା ପାରା ଆଚତ୍; ଆରି ସେ ସର୍ଗର୍ ଦୁତ୍ ମନର୍ ସଙ୍ଗେ ଆରି ପୁର୍ତିବି ତେଇ ବାସା ଅଇଲା ଲକ୍ମନର୍ ସଙ୍ଗେ ତାର୍ ଇଚା ସଙ୍ଗେ କାମ୍ କର୍ସି; ଆରି କେ ମିସା ସେ କର୍ବା କାମ୍କେ ଅଟ୍କାଇ ନାପାରତ୍ ଆରି ତୁଇ ଏଟା କାଇଟା କଲୁସ୍ନି ଏ କାତା କେ ମିସା କଇ ନାପାରତ୍ । 36 ସେଡ୍କିବେଲେ ମକେ ବୁଦି ପୁର୍ଲା ଆରି ମର୍ ରାଇଜର୍ ନିକ ପାଇଁ ମର୍ ଉଜଲ୍ ଆରି ମତି ମକେ ବାଉଡି ଆଇଲା; ତାର୍ପଚେ ମର୍ ମନ୍ତ୍ରି ମନ୍ ଆରି ମର୍ସଙ୍ଗେ ରଇଲା ଲକ୍ ମର୍ ସଙ୍ଗେ ଆଇଲାଇ; ଆରି, ମୁଇ ମର୍ ରାଇଜେ ବାସା କଲି ଆରି ମର୍ କାମ୍ ବେସି ବଡ୍ଲା । 37 ସେଟାର୍ ପାଇ ମୁଇ ନବୁକଦ୍ନିସ୍ଚର୍ ସେ ସର୍ଗର୍ ରାଜାର୍ ପର୍ସଙ୍ଗ୍ସା,ମଇମା ଆରି ଆଦର୍ କଲିନି; କାଇକେବଇଲେ ତାର୍ ସର୍ତେ କାମ୍ ସତ୍ ଆରି ତାର୍ ବାଟ୍ ନିକଟା; ଆରି, ଜନ୍ ଲକ୍ମନ୍ ପିଲା ଜନମ୍ କର୍ବାଇ, ସେମନ୍କେ ମରାଇବାକେ ତାର୍ ବପୁ ଆଚେ ।