1 ବାବିଲର୍ ରାଜା ବେଲ୍ସ୍ଚର୍ ରାଇଜ୍ କର୍ବା ବେଲର୍ ପର୍ତୁମ୍ ବର୍ସେ ଦାନିଏଲ୍ କଟେ ସଇ କରି ସପନ୍ ଆରି ଦର୍ସନ୍ ପାଇଲା; ତାର୍ପଚେ ଦାନିଏଲ୍ ସେ ସପନ୍ ଲେକିରଇ ଆସି ସର୍ତେ ଲକର୍ ଲଗେ କଇଲା । 2 ଦାନିଏଲ୍ କଇଲା, ମୁଇ ରାତି ସଇଲା ଅଚ୍ନାଇ ଗଟେକ୍ ଦର୍ସନ୍ ଦେକ୍ଲି ଜେ, ଦେକା, ସମ୍ଦୁର୍ ଉପ୍ରେ ବାଦଲ୍ ଚାରିବେଟ୍ତି ଅନି ବେସି ପବନ୍ ଆଇଲା । 3 ଆରି, ସେଡ୍କିବେଲେ ବିନ୍ବିନ୍ ରକାମର୍ ଚାର୍ଟା ବଡ୍ ବଡ୍ ପସୁ ସମ୍ଦୁର୍ ତେଇ ଅନି ବାରଇ ଆଇଲାଇ । 4 ପର୍ତୁମ୍ ପସୁ ସିଅଁ ପାରା ଆରି ଗିଦ୍ପାରା ତାର୍ ଡେନା ରଇଲା; ମୁଇ ଦେକୁଦେକୁ ତାର୍ ସେ ଡେନାମନ୍ ଜଡିଗାଲା, ଆରି ସେ ଦର୍ତନି ତେଇ ଅନି ଉଟ୍ଲା ଆରି ଲକର୍ ପାରା ଦୁଇଟା ଗଡ୍ ସଙ୍ଗେ ଟିଆ କରାଅଇଲା, ଆରି ତାକେ ଲକର୍ ଗାଗଡ୍ ଦେଲାଇ । 5 ତାର୍ପଚେ ଆରିଗଟେକ୍, ଦୁଇ ନମର୍ ପସୁ ବାଲୁ ପାରା ରଇଲା, ସେ ଗଟେକ୍ ତାଡେ ଅନି ଆଇଲା ଆରି ତାର୍ ମୁଏଁ ତିନ୍ଟା ଦାନ୍ତେ ତିନ୍ଟା ପାଞ୍ଜ୍ରା ଆଡ୍ ରଇଲା; ଆରି ତାକେ ଏ କାତା କୁଆଗାଲା, ଜା ବୁତେକ୍ ମାଉଁସ୍ କା ।
6 ସେଡ୍କିବେଲେ ମୁଇ ଦେକ୍ଲି, ଚିତାବାଗ୍ ପାରା ଆରିଗଟେକ୍ ପସୁ, ତାର୍ ପିଟି ତେଇ ଚଡଇର୍ ଚାର୍ଟା ଡେନା ରଇଲା; ଏଲେମିସା ପସୁର୍ ଚାର୍ଟା ମୁଣ୍ଡ୍ ରଇଲା ଆରି, ତାକେ ସାସନ୍ କର୍ବାକେ ଦିଆ ଗାଲା । 7 ତାର୍ପଚେ ମୁଇ ରାତିଆ ସଇଲାବେଲେ ଦର୍ସନ୍ ଦେକ୍ଲି, ଚାରି ନମର୍ ପସୁ, ସେ ବଏଁକାର୍ ରଇଲା, ସାଆସ୍ ଆରି ବପୁ ଆରି ତାର୍ ବଡ୍ବଡ୍ ଲୁଆପାରା ଦାନ୍ତ୍ ରଇଲା, ସେ ଗିଲି ଦେଲା ଆରି ବାଙ୍ଗାଇ ଗୁଣ୍ଡାକରି ଜାଇଟା ରଇଲା, ସେଟାକେ ପାଦ୍ତଲେ ମାଣ୍ଡିପାକାଇଲା; ଆରି, ସେ ତାର୍ ଆଗ୍ତୁ ଆଇଲା ପସୁମନର୍ ତେଇଅନି ବିନ୍ ରକାମ୍ ରଇଲା; ଆରି ତାର୍ ଦସ୍ଟା ସିଙ୍ଗ୍ ରଇଲା । 8 ମୁଇ ସେ ସିଙ୍ଗ୍ମନର୍ ବିସଇରେ ବାବ୍ଲା ବିତ୍ରେ, ଆରିଗଟେକ୍ ସିଙ୍ଗ୍ ବାରଇଲା, ସେଟା ସାନ୍ଟା, ତାର୍ଲଗେ ପର୍ତୁମ୍ ସିଙ୍ଗ୍ମନର୍ ବିତ୍ରେ ଅନି ଗଟେକ୍ ତେଇ ବାରଇଲା; ଆରି ସୁନା, ସେ ସିଙ୍ଗେ ଲକର୍ ଆଁକି ପାରା ଆଁକି ଆରି ତାର୍ ଟଣ୍ଡେ ଅନି କରାପ୍ କାତା ବାରଇତେ ରଇଲା ।
9 ମୁଇ ଦେକ୍ଲି, କେତେଟା ରାଜାର୍ ସିଆଁସନ୍ ତିଆର୍ ଅଇଲା,
ଆରି ବେସି ଦିନର୍ ଡକ୍ରା ଲକ୍ ତେଇ ବସ୍ଲା ।
ତାର୍ ପିନ୍ଦ୍ଲା ବସ୍ତର୍ ସୁକଲ୍ଟା,
ଆରି ତାର୍ ମୁଣ୍ଡର୍ ଚେଣ୍ଡି ଏକ୍ବାର୍ ନିର୍ମଲ୍ ରଇଲା ।
ତାର୍ ରାଜ୍ଗାଦି ଜଇ ଲାଗ୍ଲା ପାରା
ଆରି କିନ୍ଦର୍ବା ପାନି; ଜୟ୍ପାରା ।
10 ତାର୍ ଆଗ୍ତୁ ଜଇ ଗାଡ୍ପାରା ଅଇ ଆଇଲା;
ଅଜାର୍ ଅଜାର୍ ଲକ୍ ତାର୍ ସେବା କଲାଇ
ଲକିଅଲକିଅ ଲକ୍ ତାର୍ ଲଗେ ଆସି ଟିଆ ଅଇଲାଇ ।
ବିଚାର୍ ସବାଇ ବିଚାର୍ ଅଇଲା
ଆରି ବଇମନ୍ ଉଲ୍ଟାଇଲାଇ ।
11 ମୁଇ ସେଡ୍କି ବେଲାଇ ଦେକ୍ଲି ଜେ, ସେ ସିଙ୍ଗ୍ କରାପ୍ କାତା କଇଲା ଆରି ସାରାସାରିପଚେ ସେ ପସୁ ମରିଗାଲା ଆରି ତାର୍ ଗାଗଡ୍ ନସ୍ଟ ଅଇଗାଲା ଆରି ଜଇ ତେଇ ପଡିଗାଲା । 12 ଆରି ବିନ୍ ପସୁମନର୍ ତେଇ ଅନି ଅଦିକାର୍ ଚାଡାଇ ନେଲାଇ; ଅଇଲେମିସା କେତେ ଦିନର୍ ପାଇଁ ସେମନର୍ ବଇଁସ୍ ବଡାଇଲାଇ । 13 ମୁଇ ରାତିର୍ ସପନ୍ ଲଗେ ଦେକ୍ଲି, ଆକାସର୍ ମେଗେ ଅନି ଗଟେକ୍ ଲକ୍ ଉତ୍ରି ଆଇବାଟା ଦେକ୍ଲି ସେ ନର୍ ପିଲା ପାରା ଡିସ୍ତେ ରଇଲା; ସେ ବେସି ଦିନର୍ ଗଟେକ୍ ଡକ୍ରା ଲକର୍ ଲଗେ ଗାଲାକେ, ସେମନ୍ ତାକେ ତାର୍ ଲଗେ ଆନ୍ଲାଇ ।
14 ଆରି, ସର୍ତେ କୁଲ୍, ଦେସର୍ ଲକ୍ ଆରି ବିନ୍ବିନ୍ ବାସାର୍ ଲକ୍ ଜେନ୍ତାର୍ କି ତାର୍ ସେବା କର୍ବାଇ, ସେଟାର୍ ପାଇ ତାକେ ସାସନ୍, ମଇମା ଆରି ରାଇଜ ଦିଆ ଅଇଲା; ତାର୍ ସାସନ୍ ସାରାସାରି ଜାକ କର୍ସି, ସେଟା ନ ସାରେ, ଆରିତାର୍ ରାଇଜ୍ ନସ୍ଟ ନଅଏ ।
15 ମୁଇ ଦାନିଏଲ୍, ମର୍ ଆତ୍ମା ମର୍ ଗାଗଡ୍ ବିତ୍ରେ କାନ୍ଦ୍ଲା ଆରି ମର୍ ମନର୍ ଦର୍ସନ୍ ମକେ ବାୟାବିକଲ୍ କଲା ।
16 ମର୍ଲଗେ ଜେତେକ୍ ଲକ୍ ଟିଆ ଅଇ ରଇଲା, ସେମନର୍ ବିତ୍ରେ ଗଟେକ୍ ଲକ୍ ମୁଇ ଜାଇ ଏ ବିସଇର୍ କାତା ପାଚାର୍ଲି । ତାର୍ପଚେ ସେ ମକେ ସେ ସବୁ ଅରତ୍ ବୁଜାଇ କଇଲା । 17 ସେ ଚାର୍ଟା ବଡ୍ ପସୁ ଅଇଲାଇନି ଚାର୍ଟା ରାଜା, ସେମନ୍ ପୁର୍ତିବି ତେଇଅନି ବାରଇବାଇ। 18 ମାତର୍ ପର୍ତୁମର୍ ପର୍ମେସରର୍ ସୁକଲ୍ ଲକର୍ ରାଇଜ୍ ପାଇବାଇ ଆରି ସବୁଦିନର୍ ପାଇ, ଜନ୍ଟା କି ସାରାସାରି ଜାକ ରାଇଜ୍ ଅଦିକାର୍ କର୍ବାଇ । 19 ସେଡ୍କିବେଲେ ଜନ୍ ଚାର୍ ନମର୍ ପସୁ, ଜନ୍ଟା କି ପସୁର୍ ତେଇ ଅନି ବିନ୍ ରକାମ୍, ବେସି ବଏଁକାର୍, ଜାର୍ ଦାନ୍ତ୍ ଲୁଆ ପାରା ଆରି ନକ୍ ପିତଲର୍ଟା ରଇଲା, ଜେ ଗିଲ୍ଲା, ବାଙ୍ଗାଇ ଗୁଣ୍ଡା କଲା ଆରି ଜେତେକ୍ ରଇଲାଟାକେ ପାଦ୍ ସଙ୍ଗେ ମାଣ୍ଡି ଦେଲା, ତାର୍ ବିସଇରେ ଜାନ୍ବାକେ ମୁଇ ଇଚା କଲି; 20 ଆରି, ତାର୍ ମୁଣ୍ଡେ ଜନ୍ ଦସ୍ଟା ସିଙ୍ଗ୍ ରଇଲା ଆରି ଜନ୍ ବିନ୍ ସିଙ୍ଗ୍ ବାରଇଲା ଆରି ଜାର୍ ଲଗେ ତିନ୍ଟା ସିଙ୍ଗ୍ ଅଦର୍ଲା; କଇବାକେ ଗାଲେ, ଜନ୍ ସିଙ୍ଗର୍ ଆଁକି ଆରି ବିରଦି ବାକିଅର୍ ତମ୍ନା ରଇଲା, ଜାର୍ ରୁପ୍ ତାର୍ ସଙ୍ଗାରି ମନର୍ ତେଇ ଅନି ଅଦିକ୍ ମଜ୍ବତ୍ ରଇଲା, ତାର୍ ବିସଇ ଜାନ୍ବାକେ ମୁଇ ଇଚା କଲି । 21 ମୁଇ ଦେକ୍ଲି, ସେ ସିଙ୍ଗ୍ ସୁକଲ୍ ଲକର୍ ସଙ୍ଗେ ଜୁଇଦ୍ କଲା ଆରି ସେ ଜିତ୍ଲା; 22 ସାରାସାରିପଚେ ସେ ଡକ୍ରା ଲକ୍ ଆଇଲା ଆରି ପର୍ମେସର୍ ସୁକଲ୍ ଲକ୍କେ ସାସନ୍ କର୍ବାକେ ଅଦିକାର୍ ଦେଲା ଆରି ସୁକଲ୍ ଲକର୍ ରାଇଜ୍ କର୍ବା ବେଲା ଲଗେ କେଟ୍ଲା ।
23 ସେ ଏନ୍ତାର୍ କଇଲା, ଚାର୍ ନମର୍ ପସୁ ପୁର୍ତିବିର୍ ଚାର୍ନମର୍ ରାଇଜ୍ ଅଇସି, ସେଟା ସର୍ତେ ରାଇଜ୍ ତେଇଅନି ବିନ୍ ଅଇସି ଆରି ସାରା ପୁର୍ତିବିକେ ଗିଲ୍ସି, ଆରି ପାଦ୍ ସଙ୍ଗେ ମାଣ୍ଡି ଗୁଣ୍ଡା କରିଦେଇସି ଆରି ସେଟା ବାଙ୍ଗାଇ ପାକାଇସି । 24 ଆରି, ସେ ଦସ୍ଟା ସିଙ୍ଗର୍ ଅରତ୍ ଅଇଲାନି ଏଟା,
ସେ ରାଇଜେ ଅନି ଦସ୍ଟା ରାଜା ବାରଇବାଇ; ସେମନର୍ ବିତ୍ରେ ଅନି ଆରିଗଟେକ୍ ରାଜା ବାରଇସି । ସେ ଆଗ୍ତୁର୍ ରାଜାମନର୍ ତେଇଅନି ବିନ୍ରକାମ୍ ଅଇସି ଆରି ସେ ତିନ୍ଟା ରାଜାକେ ଆରାଇ ଦେଇସି ।
25 ଆରି, ସେ ସର୍ତେ ଲକର୍ ବିରୁଦେ କାତା କଇସି ଆରି ପର୍ମେସର୍ ସୁକଲ୍ ଲକ୍କେ ଅଟାଇସି; ଆରି, ସେ ଜୁଗ୍ ଆରି ବିଦିବିଦାନ୍ ବାଦ୍ଲାଇବାକେ ବିଚାର୍ କର୍ସି; ଆରି ଗଟେକ୍ ଜୁଗ୍ ତିନ୍ ବରସ୍ ଆରି ଅଦା ଜୁଗ୍ ଜାକ ସେମନ୍ ତାର୍ ଆତେ ସରପ୍ମାନ୍ ଅଇ ରଇବାଇ । 26 ମାତର୍ ବିଚାର୍ ସବା ବସ୍ସି ଆରି ସେମନ୍ ସାରାସାରି ଜାକ ତାର୍ ଅଦିକାରର୍ କାମ୍ ଆରି ବିନାସ୍ କର୍ବାକେ ତାର୍ ଲଗେ ଅନି ସେଟା ନେବାଇ । 27 ଆରି, ସାସନ୍ ଦିନ୍ ଆରି ଅଦିକାର୍ ଆରି ଆକାସ୍ ମଣ୍ଡ୍ଲର୍ ଅଦା ରାଇଜର୍ ମଇମା, ପର୍ମେସର୍ ସୁକଲ୍ ଲକ୍କେ ମିସ୍ସି; ତାର୍ ରାଇଜ୍ ସାରାସାରି ଜାକ ରଇସି ଆରି ବିନ୍ ରାଇଜର୍ ଲକ୍ ତାର୍ ସେବା କର୍ବାଇ ଆରି ତାର୍ ଆଦେସ୍ ନାମ୍ବାଇ । 28 ଏ ବିସଇର୍ ସାରାସାରି ଜାକ ମୁଇ ଦାନିଏଲ୍, ମର୍ ବାବ୍ନା ମକେ ବାୟାବିକଲ୍ କଲା ଆରି ମର୍ ଟଣ୍ଡ୍ ମୁନ୍ଦା ଅଇଗଲା, ମାତର୍ ମୁଇ ସେ କାତାକେ ମର୍ ମନେ ଦାରିରଇଲି ।