1 ରାଜା ନବୁକଦ୍ନିସର୍ ସାଟେ ଆତ୍ ଉଁଚା ଆରି ଚଅ ଆତ୍ ଅସାରର୍ ଗଟେକ୍ ସୁନାର୍ ମୁର୍ତି ତିଆର୍ କଲା; ବାବିଲ୍ ଦେସର୍ ଦୁରା ନାଉଁର୍ ପଦାଇ ସେ ସେଟା ତିଆର୍ କଲା । 2 ତେଇ ରାଜା ନବୁକଦ୍ନିସର୍ ଜନ୍ ମୁର୍ତି ତିଆର୍ କରି ରଇଲା, ସେ ମୁର୍ତି ପର୍ତିସ୍ଟା କର୍ବାକେ ଆଇବାକେ କିତିପାଲକ୍ ମନ୍କେ, ରାଜ୍ ପର୍ସାଦ୍ ଦେକ୍ବା ଲକ୍କେ, ଦେସ୍କେ ଚାଲାଇବା ଲକ୍କେ, ବିଚାର୍ କର୍ବା ଲକ୍କେ, କସାଦକିଅ ମନ୍କେ, ସାସ୍ତର୍ କଉ ମନ୍କେ , ଆଦେସ୍ ଦେବାଲକ୍ ଆରି ଦେସର୍ ସର୍ତେ ସାସନ୍ କର୍ବା ଲକ୍କେ ଗଟେକ୍ ଲଗେ ଟୁଲ୍ ଅଇବାକେ ରାଜା ନବ୍କୁଦ୍ନିସର୍ ଲକ୍କେ ପାଟାଇଲା । 3 ତାର୍ପଚେ କିତିପାଲକ୍ମନ୍, ରାଜ୍ପର୍ସାଦ୍ ଦେକ୍ବା ଲକ୍ମନ୍, ଦେସ୍କେ ଚାଲାଇବା ଲକ୍ମନ୍, ବିଚାର୍ କର୍ବା ଲକ୍ମନ୍, କସାଦକିଅମନ୍, ସାସ୍ତର୍ କଉମନ୍, ଆଦେସ୍ ଦେବାଲକ୍ମନ୍ ଆରି ଦେସର୍ ସର୍ତେ ସାସନ୍ କରୁମନ୍, ରାଜା ନବୁକଦ୍ନିସର୍ ତିଆର୍ କଲା ମୁର୍ତି ପର୍ତିସ୍ଟା ତେଇ ଟୁଲ୍ ଅଇଲାଇ, ଆରି ସେମନ୍ ନବ୍କୁଦ୍ନିସର୍ ତିଆର୍ କଲା ମୁର୍ତିର୍ ମୁଆଟେ ଟିଆ ଅଇଲାଇ । 4 ତାର୍ପଚେ ବାରିକ୍ ଆଉଲି ଅଇ କରି କଇଲା, ଏ ଲକ୍ ବୁର୍ନ୍ଦ, ଗସ୍ଟି ଲକ୍ ଆରି ବିନ୍ବିନ୍ ବାସାର୍ ଲକ୍ ତମ୍କେ ଏ ଆଦେସ୍ ଦିଆ ଗାଲାନି, 5 ଜେଡେବଲ୍ ତମେ ସଙ୍କ୍, ବାଉଁସି, ଡୁଡୁଙ୍ଗା, ଆର୍ମେନି ଆରି ନେବଲ୍, ଟାମକ୍ ଆରି ସର୍ତେ ରକାମର୍ ବାଜା ସୁନ୍ସା, ସେଡ୍କିବେଲେ ତମେ ରାଜା ନବୁକଦ୍ନିସ୍ଚର୍ ତିଆର୍ କଲା ସୁନାର୍ ମୁର୍ତିକେ ଡାଣ୍ଡାସନ୍ ଅଇ ଡୁଲି ମୁଣ୍ଡିଆ ମାର୍ସା । 6 ଆରି, କେ ଜଦି ଡାଣ୍ଡାସନ୍ ଅଇ ମୁଣ୍ଡିଆ ନ ମାରେ, ସେ ତେଇ ଲାଗ୍ବା ଜଇତେଇ ପିଙ୍ଗା ଅଇସି । 7 ସେଡ୍କିବେଲେ ସର୍ତେ ଲକର୍ ତୁରି, ବାଉଁସି, ଡୁଡୁଙ୍ଗା, ଆର୍ମେନି, ନେବଲ୍ ଆରି ସର୍ତେ ରକାମର୍ ବାଜା ସୁନ୍ଲାଇ, ସେଡ୍କିବେଲେ ସର୍ତେ ଲକ୍, ଗସ୍ଟି ବର୍ଗ ଆରି ବିନ୍ବିନ୍ ବାସାର୍ ଲକ୍ ରାଜା ନବୁକଦ୍ନିସ୍ଚର୍ ତିଆର୍ କଲା ମୁର୍ତିକେ ଡାଣ୍ଡାସନ୍ ଅଇ ଜୁଆର୍ କଲାଇ ।
8 ସେଡ୍କିବେଲେ କେତେକ୍ କଲଦିଅ ଲକ୍ ମନ୍ ଲଗେ ଆସି ଜିଉଦି ଲକ୍କେ ବିରଦ୍ରେ ନିନ୍ଦା କଲାଇ । 9 ସେମନ୍ ନବୁକଦ୍ନିସ୍ଚର୍ ରାଜାକେ କଇଲାଇ, ଏ ମଆରାଜ୍, ବେସି ଦିନ୍ ଜିଉଁ । 10 ମଆ ରାଜା ତୁଇ ଆଦେସ୍ ଦେଇ ଆଚୁସ୍ ଜେ, କେ ଜଦି ତୁରି, ଡୁଡୁଙ୍ଗା, ଆର୍ମେନି,ନେବଲ୍, ଟାମକ୍ ଆରି ସର୍ତେ ରକାମର୍ ବାଜା ସୁନି, ସୁନାର୍ ମୁର୍ତିକେ ଡାଣ୍ଡାସନ୍ ଅଇ ଜୁଆର୍ କର୍ସା; 11 ଆରି, କେ ଜଦି ଡାଣ୍ଡାସନ୍ ଅଇ ଜୁଆର୍ ନ କରେ, ସେ ଲାଗ୍ତେ ରଇବା ଜଇ ଲଗେ ପିଙ୍ଗା ଅଇବାଇ; 12 ଇତି କେତେକ୍ ଜିଉଦି ଲକ୍ ଆଚତ୍ ସଦ୍ରକ୍, ମଇସକ୍ ଆରି ଅବେଦ୍ନଗ୍, ସେମନ୍କେ ତର୍ ବାବିଲ୍ ପର୍ଦେସେ କାମ୍ କର୍ବାକେ ବାଚି ଆଚୁସ୍; ଏ ମଆ ରାଜା, ସେ ଲକ୍ମନ୍ ତକେ ନାମତ୍ ନାଇ; ସେମନ୍ ତର୍ ଦେବ୍ତାକେ ପୁଜା ନ କରତ୍ କି ତୁଇ ତିଆର୍ କଲା ସୁନାର୍ ମୁର୍ତିକେ ଜୁଆର୍ ନ କରତ୍ ।
13 ସେଡ୍କିବେଲେ ରାଜା ନବୁକଦ୍ନିସ୍ଚର୍ ବେସି ରିସା ଅଇ ସଦ୍ରକ୍, ମଇସକ୍ ଆରି ଅବେଦ୍ନଗ୍କେ ଆନ୍ବାକେ ଆଦେସ୍ ଦେଲା । ତାର୍ପଚେ ଲକ୍ମନ୍ ରାଜାର୍ ଲଗେ ଡାକି ଆନ୍ଲାଇ । 14 ନବୁକଦ୍ନିସ୍ଚର୍ ସେମନ୍କେ ବାଚାର୍ଲା, ଏ ସଦ୍ରକ୍, ମଇସକ୍ ଆରି ଅବେଦ୍ନଗ୍, ତମେ କାଇ ମର୍ ଦେବ୍ତାର୍ ପୁଜା କରାସ୍ ନାଇ, କି ମୁଇ ତିଆର୍ କଲା ସୁନାର୍ ମୁର୍ତିକେ ଜୁଆର୍ କରାସ୍ ନାଇ? 15 ଏବେ ତୁରି, ବାଉଁସି, ଡୁଡୁଙ୍ଗା, ଆର୍ମେନି, ଟଇଲା, ଟାମକ୍ ଆରି ସର୍ତେ ରକାମର୍ ବାଜା ସୁନ୍ଲେ, ତମେ ଜଦି ମର୍ ତିଆର୍ କଲା ମୁର୍ତିକେ ଡାଣ୍ଡାସନ୍ ଅଇ ଜୁଆର୍ କରା, ତେବେ ବଲ୍ ଅଇସି; ମାତର୍ ଜଦି ତମେ ଜୁଆର୍ ନ କରାସ୍, ତେବେ ଲାଗ୍ବା ଜଇ ବିତ୍ରେ ପିଙ୍ଗା ଅଇ ଡଣ୍ଡ୍ ପାଇସା; ଆରି, ଏନ୍ତାର୍ ତମର୍ କନ୍ ଦେବ୍ତା ଆଚେ ଜେ ମର୍ ଲଗେ ଅନି ତମ୍କେ ଉଦାର୍ କର୍ସି ? 16 ସଦ୍ରକ୍, ମଇସକ୍ ଆରି ଅବେଦ୍ନଗ୍ ରାଜାକେ କଇଲାଇ, "ଏ ନବୁକଦ୍ନିସ୍ଚର୍, ଏ ବିସଇରେ ଏତାଇ କରି ଆମେ ଉଦାର୍ ପାଇବାକେ ଚାଉଁ ନାଇ । 17 ଜଦି ସେନ୍ତାର୍ ଅଇସି, ତେବେ ଆମେ ଜାର୍ ସେବା କଲୁନି, ଆମର୍ ସେ ପର୍ମେସର୍ ଲାଗ୍ବା ଜଇ ବିତ୍ରେ ଅନି ଉଦାର୍ କର୍ବାକେ ଆଚେ; ଆରି ଏ ମଆ ରାଜ୍, ସେ ତର୍ ଆତେ ଅନି ଆମ୍କେ ଉଦାର୍ କର୍ସି । 18 ମାତର୍ ଜଦି ନ ଉଦାର୍ କଲେ ମିସା, ଏ ମଆ ରାଜ୍, ଆମେ ତର୍ ଦେବ୍ତାକେ ପୁଜା ନ କରୁ, କି ତୁଇ ତିଆର୍ କଲା ସୁନାର୍ ମୁର୍ତିକେ ଜୁଆର୍ ନ କରୁ, ଏଟା ତୁଇ ଜାନି ରଅ।"
19 ସେଡ୍କିବେଲେ ନବୁକଦ୍ନିସ୍ଚର୍ ବେସି ରିସା ଅଇଲା ଆରି ସଦ୍ରକ୍, ମଇସକ୍ ଆରି ଅବେଦ୍ନଗ୍ ମନ୍କେ ମୁଁ ରଙ୍ଗ୍ରଙ୍ଗ୍ ଅଇ ଗାଲା । ମାମୁଲ୍ ଜଇ ଲାଗ୍ଲାନି ଆରି ସାତ୍ ଗୁନ୍ ଜଇ ଲାଗାଅ । 20 ଆରି, ସେ ତାର୍ ସନିଅ ମନର୍ ବିତ୍ରେ ଅନି ବେସି ବପୁ ରଇଲା ଲକ୍କେ ବାଚି ସଦ୍ରକ୍, ମଇସକ୍ ଆରି ଅବେଦ୍ନଗ୍କେ ବାନ୍ଦି ଲାଗ୍ବା ଜଇ ତେଇ ପିଙ୍ଗ୍ବାକେ ଆଦେସ୍ ଦେଲା । 21 ତେଇ ସେ ଲକ୍ମନ୍ ତାକର୍ ନିଜର୍ କରିଆ ପଚିଆ, ଗାଗ୍ଡକେ ଡାବାଇବାଟା, ଆରି ବିନ୍ ବିନ୍ ବସ୍ତର୍ ସଙ୍ଗେ ବାନ୍ଦି ଅଇ ଲାଗ୍ବା ଜଇ ବିତ୍ରେ ପିଙ୍ଗା ଅଇଲାଇ । 22 ରାଜାର୍ ଆଦେସ୍ ବେସି ଡାଣ୍ଟ୍ ରଇଲା ଆରି ଜଇ ବେସି ଲାଗ୍ତେ ରଇଲା, ଏଟାର୍ ପାଇ ଜନ୍ ଲକ୍ମନ୍ ସଦ୍ରକ୍, ମଇସକ୍ ଆରି ଅବେଦ୍ନଗ୍କେ ଟେକି ନେଇ ରଇଲାଇ, ସେମନ୍ ଜଇ ବିତ୍ରେ ପଡି ମଲାଇ । 23 ଆରି ସଦ୍ରକ୍, ମଇସକ୍ ଆରି ଅବେଦ୍ନଗ୍, ଏ ତିନ୍ ଲକ୍ ବାନ୍ଦି ଅଇ କରି ଲାଗ୍ବା ଜଇ ବିତ୍ରେ ଅଦର୍ଲାଇ । 24 ସେଡ୍କିବେଲେ ରାଜା ନବୁକଦ୍ନିସ୍ଚର୍ କାବା ଅଇ ବସ୍ଲା ତେଇ ଅନି ଉଟ୍ଲା, ଆରି ସେ ତାର୍ ମନ୍ତିରି ମନ୍କେ କଇଲା, ଆମେ କାଇ ତିନ୍ ଲକ୍କେ ବାନ୍ଦି କରି ଜଇ ବିତ୍ରେ ପିଙ୍ଗି ନ ରଇଲୁ କି? ସେମନ୍ ରାଜାକେ କଇଲାଇ, ସତ୍ ମଆରାଜ୍ । 25 ରାଜା କଇଲା, ଦେକା, "ଜଇ ବିତ୍ରେ ଇଣ୍ଡିବୁଲ୍ବାଟା ମୁଇ ଚାର୍ ଲକ୍କେ ଦେକ୍ଲିନି ଆରି ସେମନ୍କେ କାଇଟା ଅଏ ନାଇ; ଆରି, ଚାର୍ ଲକର୍ ବିତ୍ରେ ଅନି ଗଟେକ୍ ଲକ୍ ପର୍ମେସରର୍ ପିଲାର୍ ମୁର୍ତି ପାରା ।"
26 ସେଡ୍କିବେଲେ ନବୁକଦ୍ନିସ୍ଚର୍ ରାଜା ଲାଗ୍ବା ଜଇ ପାଲିକେ ଜାଇ ଡାକ୍ଲା, ଏ ସବୁବେଲର୍ ଉପ୍ରେ ରଇବା ପର୍ମେସରର୍ ସେବାକାରିଆମନ୍ ସଦ୍ରକ୍, ମଇସକ୍ ଆରି ଅବେଦ୍ନଗ୍, ତମେ ଜଇ ତେଇ ଅନି ବାରଇ ଆସା । ସେଡ୍କିବେଲେ ସଦ୍ରକ୍, ମଇସକ୍ ଆରି ଅବେଦ୍ନଗ୍ ଜଇ ବିତ୍ରେ ଅନି ବାରଇ ଆଇଲାଇ । 27 କିତିପାଲ୍, ରାଇଜ୍ର୍ ମୁକିଆ ଲକ୍ ଆରି ଦେସ୍ ସାସନ୍ କାରିଆ ଆରି ରାଜାର୍ ମନ୍ତିରି ମନ୍ ଗଟେକ୍ ଲଗେ ଟୁଲ୍ ଅଇ ସେ ତିନ୍ ଲକ୍କେ ନିମାନ୍ କରି ଦେକ୍ଲାଇ ଜେ, ଜଇ ସେ ମନ୍କେ କାଇଟା ମିସା କରେ ନାଇ, କି ସେମନର୍ ମୁଣ୍ଡର୍ ଚେଣ୍ଡି ମିସା ପଡେ ନାଇ, କି ସେମନର୍ ପିନ୍ଦ୍ଲା ଚକା ମିସା ପଡେ ନାଇ, କି ସେମନର୍ ଗାଗ୍ଡେ ଜଇର୍ ବାସ୍ନା ମିସା ଆସେ ନାଇ । 28 ରାଜା ନବୁକଦ୍ନିସ୍ଚର୍ କଇଲା, ସଦ୍ରକ୍, ମଇସକ୍ ଆରି ଅବେଦ୍ନଗର୍ ପର୍ମେସର୍ ଦନିଅ, କାଇକେବଇଲେ ସେ ତମ୍କେ ତାର୍ ଦୁତ୍କେ ପାଟାଇଲା ଆରି ତାର୍ ଜନ୍ ସେବାକାରିଆ ମନ୍ ତାର୍ ଉପ୍ରେ ବିସ୍ବାସ୍ କରି ରଇଲାଇ ଆରି ତମର୍ ପର୍ମେସର୍କେ ଚାଡି ଦେଲେ ଆର୍ କନ୍ ଦେବ୍ତାକେ ମିସା ସେବା କର୍ବାର୍ ନାଇ କି ଜୁଆର୍ କର୍ବାର୍ ନାଇ, ଏଟାର୍ ପାଇ ରାଜାର୍ କଇବା କାତାର୍ ଇସାବେ ସର୍ତେ ଲକ୍ ନିଜେ ନିଜେ ସରପ୍ମାନ୍ କଲାଇ, ସେ ସେମନ୍କେ ଉଦାର୍ କଲା । 29 ଏଟାର୍ ପାଇ ମୁଇ ଏ ଆଦେସ୍ ଦେଲିନି ଜେ, ସର୍ତେ କୁଟୁମ୍, ଦେସର୍ ଲକ୍ ଆରି ବିନ୍ ବିନ୍ ବାସାର୍ ଲକ୍ କେ ଜଦି ସଦ୍ରକ୍, ମଇସକ୍ ଆରି ଅବେଦ୍ନଗର୍ ପର୍ମେସରର୍ ବିରୁଦେ କାଇ କାତା କଇଲେ, ସେ ଲକ୍ମନ୍ ଗନ୍ଦା ଗନ୍ଦା କରି କାଟା ଅଇସି ଆରି ତାକର୍ ଗର୍କେ ବସ୍ଲାଇ ଦୁଲିସାତ୍ ଅଇସି; କାଇକେବଇଲେ ଏନ୍ତାର୍ ଉଦାର୍ କର୍ବା ପର୍ମେସର୍କେ ଚାଡି ଦେଲେ ଆରି କନ୍ ଦେବ୍ତା ନାଇ । 30 ସେଡ୍କିବେଲେ ଅନି ସଦ୍ରକ୍ମଇସକ୍ ଆରି ଅବେଦ୍ନଗ୍କେ ରାଜା ବାବିଲ୍ ପର୍ଦେସେ ବଡ୍ ପଦ୍ ଦେଲା ।